Press "Enter" to skip to content

ନାରାୟଣ ସେବା ତା୧୯।୦୨।୨୦୨୧ରିଖ ଶୁକ୍ରବାର :

Last updated on August 13, 2022

ନାରାୟଣ ସେବା ତା୧୯।୦୨।୨୦୨୧ରିଖ ଶୁକ୍ରବାର : ପବିତ୍ର ମାଘସପ୍ତମୀ ତିଥିରେ ପ୍ରତିଷ୍ଠାନର ହିତୈଷୀ ଡଃ ମାୟା ନନ୍ଦଙ୍କର ମାତୃ ଶ୍ରାଦ୍ଧ ଦିବସ ଉପଲକ୍ଷେ ଦରିଦ୍ର ନାରାୟଣ ସେବା ଅନୁଷ୍ଠିତ ହୋଇଯାଇଛି । ଆମେ ସମସ୍ତେ ଅବଗତ କୋଭିଡ-୧୯ ଜନିତ କଟକଣାରେ ଏକତ୍ର ସମାବେଶ, ଭୋଜନ ଆଜିକୁ ବାରଣ କରାଯାଇଛି । ୫୦ ସଦସ୍ୟ ଏକତ୍ର ଭୋଜନ କରିବାକୁ ମଧ୍ୟ ବାରଣ କରାଯାଉଛି । ତେଣୁ କଟକଣାକୁ ଦୃଷ୍ଟି ଦେଇ ସୀମିତ ସଂଖ୍ୟକ (ଥରକେ ୫୦) ନାରାୟଣ ସେବା କାର୍ଯ୍ୟ କରାଯାଇଅଛି । କ୍ଷୁଧାର୍ତ୍ତକୁ ଅନ୍ନଦାନ ପୂର୍ବକ ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିଲା । ଏଥିରେ ସୁଶ୍ରୀ ସ୍ନେହନନ୍ଦ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ମାତ୍ୃସ୍ମୃତିକୁ ଚିର ଉଜ୍ଜୀବିତ ରଖି ଉକ୍ତ କାର୍ଯ୍ୟଟିକୁ ସୁଚାରୁ ସମ୍ପାଦନାରେ ସାହାଯ୍ୟ କରିବା ସହ ଦକ୍ଷିଣାଦି ପ୍ରଦାନ କରିଥିଲେ । T

G ଅଶ୍ରୁଳ ଶ୍ରଦ୍ଧାଞ୍ଜଳି G

ପ୍ରୋ. ଡଃ ଯଜ୍ଞେଶ୍ୱର ନାଥ
ପ୍ରୋ. ଡଃ ଯଜ୍ଞେଶ୍ୱର ନାଥ ମାତ୍ର ସ୍ୱଳ୍ପ ସମୟ ପ୍ରତିଷ୍ଠାନ ସହ ପରିଚିତ । ଦିନ କେଇଟାରେ ସେ ସମସ୍ତଙ୍କର ଅତି ଆପଣାର ହୋଇଯାଇଥିଲେ । ନିଜର ଅବସର ପ୍ରାପ୍ତ ଜୀବନରେ ମଧ୍ୟ ଦୃଢ ଅଧ୍ୟବସାୟର ପିପାସା ତାଙ୍କୁ ଘରେ ବସିବାକୁ ଦେଇନଥିଲା । ଦିନ ଦୁଇଘଡି ପର୍ଯ୍ୟନ୍ତ ପ୍ରତିଷ୍ଠାନରେ ଉପସ୍ଥିତ ରହି ସେହି ଆୟୁର୍ବେଦ ଔଷଧୀ, ସେବାକାର୍ଯ୍ୟ, ଜ୍ଞାନ ପରୀସିମା ବୃଦ୍ଧି ତଥା ଆୟୁର୍ବେଦ ଚିକିତ୍ସାର ବହୁଳ ବ୍ୟବହାର ନିମିତ୍ତ ସତତ ଚେଷ୍ଟିତ ହୋଇ ପୁସ୍ତକ ପ୍ରକାଶନରେ ଆଗ୍ରହୀ ହୋଇଥିଲେ, ଯାହା ବର୍ତ୍ତମାନ ଅଧୁରା ରହିଯାଇଛି । ସେହି କର୍ତ୍ତବ୍ୟ ପରାୟଣ, ଆଜୀବନ ସେବକ, କର୍ମନିଷ୍ଠ ମହାତ୍ମା ତା୨୦।୦୨।୨୦୨୧ରିଖରେ ହୃଦଘାତରେ ଇହଧାମ ତ୍ୟାଗ କରିଛନ୍ତି । ତାଙ୍କର ଏଭଳି ଅକସ୍ମାତ ବିୟୋଗ ସମସ୍ତଙ୍କୁ ମର୍ମାହତ ତଥା ଆଚମ୍ବିତ ମଧ୍ୟ କରିଛି । ସେହି ଅମର ଆତ୍ମାଙ୍କର ସଦ୍ଗତି କାମନା ପୂର୍ବକ ପ୍ରତିଷ୍ଠାନରେ ସାମୂହିକ ଶ୍ରୀଶ୍ରୀମହମୃତ୍ୟୁଞ୍ଜୟ ଜପ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । t

ସୁରେନ୍ଦ୍ର ମହାନ୍ତି
ଅବିସ୍ମରଣୀୟ ସାରସ୍ୱତ ସାଧକ, ସ୍ୱନାମଧନ୍ୟ ଲେଖକ, ବରିଷ୍ଠ ସାମ୍ବାଦିକ ସମସ୍ତଙ୍କର ଅତି ପରିଚିତ ସୁରେନ୍ଦ୍ର ମହାନ୍ତି ସମସ୍ତଙ୍କ ପାଖରେ ସନାତନୀ ନାମରେ ଅତି ପରିଚିତ ଥିଲେ କିନ୍ତୁ ସେ ବର୍ତ୍ତମାନ ଅତି ଦୂରକୁ ଚାଲିଯାଇଛନ୍ତି । ଅତ୍ୟନ୍ତ ସାଧାସିଧା ଜୀବନ ବିତାଉଥିଲେ ମଧ୍ୟ ଅଗାଧ ଆଧ୍ୟାତ୍ମିକତାର ପ୍ରବାହିତ ଜ୍ଞାନରାଶିରେ ନିଜକୁ ଉଦ୍ବୁଦ୍ଧ କରିବା ସହ ସେ ସାଧାରଣ ଜୀବନକୁ ପରିଚାଳିତ କରିବାପାଇଁ ବହୁ ପତ୍ରପତ୍ରିକାର ସମ୍ପାଦନା କାର୍ଯ୍ୟରେ ମଧ୍ୟ ବ୍ରତୀ ଥିଲେ । ତାଙ୍କର ସାହିିତ୍ୟ ସାଧନା ଅତ୍ୟନ୍ତ ଉଚ୍ଚକୋଟିର ଥିଲା । ତା୨୯।୧୨।୨୦୨୦ରିଖରେ ତାଙ୍କର ମହାପ୍ରୟାଣ ସାରସ୍ୱତ ଜଗତରେ ଏକ ଅପୂରଣୀୟ ପୂର୍ଣ୍ଣଚ୍ଛେଦ ପକାଇଦେଇଛି । ସେହି ଅମର ଆତ୍ମାର ସଦ୍ଗତି ନିମିତ୍ତ ପ୍ରତିଷ୍ଠାନରେ ସାମୂହିକ ଶ୍ରୀଶ୍ରୀମହମୃତ୍ୟୁଞ୍ଜୟ ଜପ ଅନୁଷ୍ଠିତ ହୋଇଯାଇଛି । t

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.