Press "Enter" to skip to content

Posts published in “ଶାସ୍ତ୍ର-ଓଁକାର”

ରାମାୟଣ କଥା

ତ୍ରିଶଙ୍କୁ ଉପାଖ୍ୟାନ (ପୂର୍ବ ପ୍ରକାଶିତ ସଂଖ୍ୟା : 220 ଉତ୍ତାରୁ) ବିଶ୍ୱାମିତ୍ର ନିଜ ନିଗ୍ରହ ବିଷୟରେ ଭାବି ଅତ୍ୟନ୍ତ ସନ୍ତପ୍ତ ଓ ବୈରଭାବାପନ୍ନ ହୋଇଗଲେ । ତେଣୁ ଦକ୍ଷିଣ ଦିଗକୁ ଯାତ୍ରା ଆରମ୍ଭ କରିଦେଲେ । ସେଠାରେ ତପସ୍ୟାକରି କିଛିକାଳ ରହିଲାପରେ ତାଙ୍କର ଚାରୋଟି ପୁତ୍ର ସନ୍ତାନ (ହବିଷ୍ପନ୍ଦ, ମଧୁସ୍ପନ୍ଦ, ଦୃଢ଼ନେତ୍ର, ମହାରଥ) ଲାଭ ହେଲା । ସହସ୍ରବର୍ଷ ପରେ ବ୍ରହ୍ମା ଆସି କହିଲେ, ତୁମେ ତପୋବଳରେ ରାଜର୍ଷିଲୋକକୁ ଜୟ କରିଅଛ । ତେଣୁ ଆମେ ତୁମକୁ ରାଜର୍ଷି କହିବୁ । ବ୍ରହ୍ମା…

ବିଶ୍ୱରୂପଦର୍ଶନ ଯୋଗ

ଅଧ୍ୟାୟ ନାମକରଣର ଯଥାର୍ଥତାରୁ ବୋଧହୁଏ କି, ଭଗବାନଙ୍କର ବିଶ୍ୱରୂପ ରହିଛି ଯାହାର ଦର୍ଶନକରି ସାଧକ ସାଧନାର ପରାକାଷ୍ଠାକୁ ଅବଗତ ହୋଇପାରିବେ । ଭଗବାନ ଶ୍ରୀକୃଷ୍ଣଙ୍କର ଆକାର ଓ ବ୍ରହ୍ମାଣ୍ଡୀୟ ସଚେତନତା ନିମନ୍ତେ ଏହି ଅଧ୍ୟାୟରେ ଯଥାର୍ଥ ଖୋରାକ ରହିଛି । ଅର୍ଜ୍ଜୁନରୂପୀ ଜୀବ ନିମନ୍ତେ ବିସ୍ମୟକର ସ୍ୱରୂପକୁ ଅବଗତ ହେବା ଯୁକ୍ତିସଙ୍ଗତ ମନେହେଉଥିବା ସ୍ଥଳେ ପରମାତ୍ମା କୃପାପରବଶ ହୋଇ ଉକ୍ତ ସ୍ଥିତିକୁ ଅବଗତ କରାଇବା ନିମନ୍ତେ ଯୋଗ୍ୟତା ପ୍ରଦାନ କରିବା ଏହି ଅଧ୍ୟାୟଟିର ବିଶେଷତ୍ୱ ଅନନ୍ୟ ଅଟେ । ତଦୁପରାନ୍ତ…

ମୈତ୍ରାୟଣି ଉପନିଷଦ୍-2

ଶାନ୍ତିପାଠଃଓଁ ଆପ୍ୟାୟନ୍ତୁ ମମାଙ୍ଗାନି………….ତେ ମୟି ସନ୍ତୁ ।ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।। ତୃତୀୟ ପ୍ରପାଠକ ଏହା ଶୁଣି ବାଳଖିଲ୍ୟ ପ୍ରଶ୍ନ କଲେ— ‘ହେ ଭଗବାନ୍ ! ଯଦି ଆପଣ ଏହି ଆତ୍ମାର ଏଭଳି ମହିମା ସମ୍ବନ୍ଧରେ କହୁଛନ୍ତି, ତେବେ ଶୁଭାଶୁଭ କର୍ମତଳେ ଅବଦମିତ ହୋଇ ରହିଥିବା ଏବଂ ତଦନୁସାରେ ଭଲ ଅବା ଖରାପ ଯୋନିସମୂହରେ ଭ୍ରମିତ ହେଉଥିବା ଆତ୍ମା କଣ ଅନ୍ୟକୌଣସି ଆତ୍ମା ଅଟେ ? ସୁଖ-ଦୁଃଖରୁ ପରାଭବ ପ୍ରାପ୍ତକରି ଉଚ୍ଚ ଅବା ନୀଚ ଗତିରେ ଘୂରିବୁଲୁଥିବା ଏହା କେଉଁ…

ନୀଳାଦ୍ରି ମହୋଦୟ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ

ଏହିପରି ଭାବରେ ପ୍ରତ୍ୟହ ଜଗନ୍ନାଥଙ୍କର ତ୍ରିକାଳ ପୂଜା କରାଇବ । ଅଧିକାରୀଙ୍କ ବ୍ୟତୀତ ଅନ୍ୟ କେହି ପୂଜା ଗୃହରେ ପ୍ରବେଶ କରିବ ନାହିଁ ।।ଜଗନ୍ନାଥଙ୍କ ପୂଜା ସମୟରେ ପୂଜାଗୃହର ସମ୍ମୁଖସ୍ଥ ଗୋଟିଏ ପ୍ରକୋଷ୍ଠର ଦ୍ୱାର ନିରୋଧ କରିବ ।।ପୂଜା ସମୟରେ ଦ୍ୱାରପାଳମାନେ ଖୁବ୍ ଜାଗରୁର ରହିବେ । ଏହି ସମୟରେ ଯଦି ଯତି, ବ୍ରାହ୍ମଣ କିମ୍ବା ଅନ୍ୟକେହି ପୂଜା ଗୃହରେ ପ୍ରବେଶ କରିବେ ତେବେ ସମସ୍ତ ଭୋଗ ପୋତି ଦେବାକୁ ହେବ । ପୁଣି ପୂଜକଦ୍ୱାରା ଶୁଚି ହୋଇ ଠାକୁରଙ୍କର ସ୍ନାନ କରାଇବା…

ଅଧ୍ୟାତ୍ମ ଜୀବନ ପଦ୍ୟାବଳୀ-୫

(ବେଦାନ୍ତ ବୋଧକ ଛନ୍ଦାବଳୀର ସରଳତମ ଅର୍ଥ ସହ ବ୍ୟାଖ୍ୟା )

ବିତରାଗ ସ୍ୱାମୀ ଦୟାନନ୍ଦ ଗିରିଜୀ ମହାରାଜ ଅଥ ତୃତୀୟ ଉପାୟ ବର୍ଗ ଜବ ତକ ଜନ୍ମୟୋଁ ନ, ଶ୍ରଦ୍ଧା କେ ତୂ ପେଟ,ଜଗ ସେ ପରେ କୀ କୈସେ ଜାନେ ? ହେ କ୍ୟା ?ମନ ଭୋଗୋଁ ମେଁ, ସଦା ରହେ ଜୋ ଲେଟ,ଧର୍ମ ସାଧନ କୋ, ବହ ପଲ ଭୀ ଦେଗା କ୍ୟା ?ଶବ୍ଦାର୍ଥ : ସାଧାରଣ ମାତାଙ୍କ ଗର୍ଭରୁ ଜନ୍ମ ନେଇଥିବା ପ୍ରାଣୀ ଯେପର୍ଯ୍ୟନ୍ତ ଶ୍ରଦ୍ଧା ମାତାଙ୍କ ଗର୍ଭରୁ ଜନ୍ମ ନ ନେଇଛି, ସେପର୍ଯ୍ୟନ୍ତ ତାର ଜଗତରୁ…

ସନତ୍ସୁଜାତ ସମ୍ବାଦ- 6

ପରମଗୁହ୍ୟ ଅଲୌକିକ ଆତ୍ମତତ୍ତ୍ୱ ଉପଦେଶ (ଶାଙ୍କରଭାଷ୍ୟାର୍ଥ ସହିତ) ଦ୍ୱିତୀୟ ଅଧ୍ୟାୟ : (ଉଦ୍ୟୋଗ ପର୍ବ —୪୩ତମ ଅଧ୍ୟାୟ) ଅୟଂ ହି ଲୋକୋମାନସ୍ୟ ।୧/୪୧।ଇତ୍ୟାଦି ବାକ୍ୟରେ ଶ୍ରୀମାନ୍‌ ସନତ୍‌ସୁଜାତ କଥିତ ମୌନମାହାତ୍ମ୍ୟ ଶ୍ରବଣକରି ମହାରାଜ ଧୃତରାଷ୍ଟ୍ର ପଚାରୁଛନ୍ତି—ଆହେ ବିଦ୍ୱାନ୍‌ ! ଏହି ବାଙ୍‌ନିବୃତ୍ତି ରୂପ ମୌନ କାହାର ହୋଇଥାଏ ? ଏବଂ ବାଙ୍‌ନିବୃତ୍ତି ଓ ବ୍ରହ୍ମଭାବରୂପ ଦୁଇପ୍ରକାର ମୌନ ମଧ୍ୟରୁ କେଉଁଟି ଯଥାର୍ଥ ମୌନ ଅଟେ ? କୃପାକରି ଏହା ମୋତେ କୁହନ୍ତୁ । ଏହି ସଂସାରରେ କେହି କଣ ବାଙ୍‌ନିରୋଧରୂପ ମୌନାଭ୍ୟାସ ଦ୍ୱାରା…

ନୀଳାଦ୍ରି ମହୋଦୟ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ-6

ତୃତୀୟୋଽଧ୍ୟାୟଃ (ଭାଗ-୨) ସୂତ କହିଲେ— ତାହା ପରେ ରାଜା ! ନାରଦଙ୍କୁ ଆଗୁସାର କରି ପୁରୋହିତଙ୍କ ସହିତ ନୀଳପର୍ବତର ଚୁଡା ଆରୋହଣ କଲେ । ତାପରେ ଅତି ଆନନ୍ଦମନରେ ସମସ୍ତେ କୃଷ୍ଣ ଅଗୁରୁ ବୃକ୍ଷର(କଳ୍ପବୃକ୍ଷ) ମୂଳଦେଇ ପ୍ରବେଶ କଲେ ଯେଉଁଠି ଭୟ ଧ୍ୱଂସକାରୀ ଭଗବାନ୍ ନୃସିଂହ ଅବସ୍ଥାନ କରିଛନ୍ତି । ତାପରେ ହିରଣ୍ୟକଶିପୁ ନାମକ ଅସୁରଙ୍କୁ ବିଦାରଣ କରୁୁଥିବା କୋଟିସୂର୍ଯ୍ୟଙ୍କର ଦୀପ୍ତିରେ ଦୀପ୍ତିମାନ୍ ହୋଇଥିବା ଭୟାବହ ନୃସିଂହଙ୍କର ବିଗ୍ରହ ଦର୍ଶନ କଲେ । ସେ ଚାରିବାହୁରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥିଲେ ।…

ଶ୍ରୀମଦ୍‌ଭଗବଦ୍‌ଗୀତା : ବିଭୂତି ଯୋଗ (ସୁଗମାର୍ଥ)

ଶ୍ରୀଭଗବାନ୍ କହିଲେ — ହେ ମହାବାହୁ ଅର୍ଜ୍ଜୁନ ! ତୁମେ ମୋର ଉପଦେଶ ଶୁଣି ଅତ୍ୟନ୍ତ ପ୍ରୀତିଲାଭ କରୁଅଛ । ତେଣୁ ତୁମର ହିତ କାମନା କରି ଆହୁରି ଉତ୍କୃଷ୍ଟ ଉପଦେଶ ବଚନ କହିବି । ତୁମେ ତାହା ଶ୍ରବଣ କର ।ମୁଁ ଅଜନ୍ମା ହେଲେ ସୁଦ୍ଧା ମୋର ଉତ୍ପତ୍ତିକୁ ଅର୍ଥାତ୍ ନାନା ବିଭୂତି ସମ୍ପନ୍ନ ହୋଇ ଲୀଳାରେ ପ୍ରକଟ ହେବା ତତ୍ତ୍ୱକୁ ଦେବତା ଏବଂ ମହର୍ଷି କେହିହେଲେ ଜାଣି ପାରନ୍ତି ନାହିଁ, କାରଣ ମୁଁ ଦେବତା ଏବଂ ମହର୍ଷିମାନଙ୍କର ସର୍ବତୋଭାବେ…

କୃଷ୍ଣଯଜୁର୍ବେଦୀୟ ବ୍ରହ୍ମୋପନିଷତ୍

ଓଁ ସହ ନାବବତୁ । ସହ ନୌ ଭୁନକ୍ତୁ । ସହ ବୀର୍ଯ୍ୟଂ କରବାବହୈ ।ତେଜସ୍ୱିନାବଧୀତମସ୍ତୁ ମା ବିଦ୍ୱିଷାବହୈ ॥ ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ॥ କୃଷ୍ଣଯଜୁର୍ବେଦୀୟ ଉପନିଷଦ୍‌ ତେଇଶିଗୋଟି ମନ୍ତ୍ର ସମ୍ବଳିତ । ଉକ୍ତ ଉପନିଷଦ୍‌ରେ ବ୍ରହ୍ମଙ୍କର ସ୍ୱରୂପ ଏବଂ ତାଙ୍କର ପ୍ରାପ୍ତିର ଉପାୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏଥିପାଇଁ ଏହି ଉପନିଷଦ୍‌ର ନାମ ବ୍ରହ୍ମୋପନିଷଦ୍‌ ରଖାଯାଇଛି । କିଛିଲୋକ ଏହାକୁ ବ୍ରହ୍ମବିନ୍ଦୁ ଉପନିଷଦ୍‌ ନାମରେ ଅଭିହିତ କରିଛନ୍ତି, ହେଲେ ବିଦ୍ୱାନ୍‌ଗଣଙ୍କ ମତରେ ବ୍ରହ୍ମବିନ୍ଦୁ ଉପନିଷଦ୍‌, କୃଷ୍ଣଯଜୁର୍ବେଦୀୟ ଅମୃତବିନ୍ଦୁ ଉପନିଷଦ୍‌ର ଅନ୍ୟନାମ ଅଟେ ।…

ତୈତ୍ତିରୀୟ ଉପନିଷଦର ଅମର ବାର୍ତ୍ତା -୨

ଶିଷ୍ୟଗଣଙ୍କର ଆଚାର୍ଯ୍ୟଙ୍କଠାରୁ ଦୀକ୍ଷାନ୍ତ ଆଶୀର୍ବଚନମାନବୀୟ ଶିକ୍ଷା : ମୌଳିକ ତତ୍ତ୍ୱ ପଠନ-ପାଠନରୁ ପୂର୍ବ ସ୍ତୁତି, ଆରାଧନା ମାଧ୍ୟମରେ ଜଗନ୍ନିୟନ୍ତା ପରମେଶ୍ୱରଙ୍କର ସ୍ମରଣ ଏବଂ ବନ୍ଦନ ସଦୈବ ଅପେକ୍ଷିତ ଅଟେ ।ହେ ଓମ୍‌  ! ଆପଣ ଆମର ପ୍ରକୃତ ମିତ୍ର ଅଟନ୍ତି, ଆପଣ ଆମ ପ୍ରାଣକୁ ଶାନ୍ତି ପ୍ରଦାନ କରନ୍ତୁ । ଆପଣ ସୁଖକାରୀ ହୁଅନ୍ତୁ, ଆମର ସମ୍ପୂର୍ଣ୍ଣ ବାୟୁ ସଂସ୍ଥାନକୁ ଶାନ୍ତି ପ୍ରଦାନ କରୁ । ଆମର ନେତ୍ର ଶାନ୍ତ ରହୁ, ଆମର ବାହୁ ସବଳ ରହୁ, ଆମର ବାଣୀ…