Press "Enter" to skip to content

Posts published in “ସମ୍ବାଦ”

ସମ୍ବାଦ ଓ ସୂଚନା

ଶ୍ରୀଶ୍ରୀଶଙ୍କର ଜୟନ୍ତୀ ତା ୧୭।୦୫।୨୦୨୧ ବୈଶାଖ ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀମଦ୍ ଆଦି ଶଙ୍କରଙ୍କର ଧରାବତରଣ ହୋଇଥିଲା, ଯେତେବେଳେକି ବୌଦ୍ଧ ଧର୍ମର ବୈଚାରିକ ଆକ୍ରମଣ ପ୍ରଭାବରୁ ହିନ୍ଦୁ ଧର୍ମ ତନ୍ତ୍ର-ମନ୍ତ୍ର ଆଦି କର୍ମକାଣ୍ଡକୁ ତ୍ୟାଗ କରିବାକୁ ଲାଗିଥିଲା । ଏହି ସଙ୍କଟାପନ୍ନ ଅବସ୍ଥାରେ ହିନ୍ଦୁ ଧର୍ମର ମୂଳ ବିଚାରର ସଂରକ୍ଷଣ କରିବାର ଆବଶ୍ୟକତା ପଡିଥିଲା । ଧାର୍ମିକ ପତନର ଦ୍ରୁତଗତିକୁ ବିରାମ ଲଗାଇବା ପାଇଁ ଆଦି ଶଙ୍କରାଚାର୍ଯ୍ୟଙ୍କର ପ୍ରୟାସ ଅତୀବ ପ୍ରଶଂସନୀୟ ଥିଲା ।ସ୍ୱଳ୍ପ ଜୀବନକାଳ ମଧ୍ୟରେ ଅନେକ ଶାସ୍ତ୍ରାର୍ଥ…

ନାରାୟଣ ସେବା ତା୧୯।୦୨।୨୦୨୧ରିଖ ଶୁକ୍ରବାର :

ନାରାୟଣ ସେବା ତା୧୯।୦୨।୨୦୨୧ରିଖ ଶୁକ୍ରବାର : ପବିତ୍ର ମାଘସପ୍ତମୀ ତିଥିରେ ପ୍ରତିଷ୍ଠାନର ହିତୈଷୀ ଡଃ ମାୟା ନନ୍ଦଙ୍କର ମାତୃ ଶ୍ରାଦ୍ଧ ଦିବସ ଉପଲକ୍ଷେ ଦରିଦ୍ର ନାରାୟଣ ସେବା ଅନୁଷ୍ଠିତ ହୋଇଯାଇଛି । ଆମେ ସମସ୍ତେ ଅବଗତ କୋଭିଡ-୧୯ ଜନିତ କଟକଣାରେ ଏକତ୍ର ସମାବେଶ, ଭୋଜନ ଆଜିକୁ ବାରଣ କରାଯାଇଛି । ୫୦ ସଦସ୍ୟ ଏକତ୍ର ଭୋଜନ କରିବାକୁ ମଧ୍ୟ ବାରଣ କରାଯାଉଛି । ତେଣୁ କଟକଣାକୁ ଦୃଷ୍ଟି ଦେଇ ସୀମିତ ସଂଖ୍ୟକ (ଥରକେ ୫୦) ନାରାୟଣ ସେବା କାର୍ଯ୍ୟ କରାଯାଇଅଛି ।…

‘ଓଁ‌କାର’ ପତ୍ରିକାର ୨୦୦ତମ ସଂଖ୍ୟା ଉନ୍ମୋଚନ

ତା୧୫/୧୧/୨୦୨୦ରିଖ, ପୁରୀ : ଓମ୍‌ ପ୍ରତିଷ୍ଠାନରୁ ପ୍ରକାଶିତ ଧର୍ମ, ଅଧ୍ୟାତ୍ମ, ପ୍ରାଚ୍ୟାଦି ପାରମ୍ପରିକ ଶାସ୍ତ୍ରର ମାସିକ ବାର୍ତ୍ତାବହ ‘ଓମ୍‌କାର’ ପତ୍ରିକା ଗତ ୧୭ବର୍ଷ ଧରି (୨୦୦୪ମସିହାରୁ) ନିରବଚ୍ଛିନ୍ନ ଭାବରେ ପ୍ରକାଶିତ ହୋଇ ଆଜି ୨୦୦ତମ ସଂଖ୍ୟାରେ ପଦାର୍ପଣ କରିଛି । ନିଶ୍ଚିତପକ୍ଷେ ଏହା ଶ୍ରୀକ୍ଷେତ୍ରାଧିପତି ଶ୍ରୀଜଗନ୍ନାଥଙ୍କ ଅଶେଷ କୃପା ପ୍ରାପ୍ତି ହୋଇ ଗୋଟିଏ ପରେ ଗୋଟିଏ ସଂଖ୍ୟା ଆଗେଇଚାଲିଛି । ପତ୍ରିକାର ‘୨୦୦ତମ ସଂଖ୍ୟାର ଉନ୍ମୋଚନ’ ପରିଚାଳନା କମିଟିର ସଭାପତି ଇଂ ସ୍ୱାମୀ ରାମାନନ୍ଦ ସରସ୍ୱତୀ ତଥା ସମ୍ମାନନୀୟ…

ନାରାୟଣ ସେବା କାର୍ଯ୍ୟକ୍ରମ

ପବିତ୍ର ଦିପାବଳୀ ଅମାବାସ୍ୟା ତିଥିରେ ସୁଶ୍ରୀ ସ୍ନେହ ନନ୍ଦଙ୍କର ପିତା ସ୍ୱର୍ଗତ ଡଃ ବସନ୍ତ ନନ୍ଦଙ୍କ ଶ୍ରାଦ୍ଧଦିବସରେ ନାରାୟଣ ସେବାକାର୍ଯ୍ୟ ଅନୁଷ୍ଟିତ ହୋଇଯାଇଛି । କୋଭିଡ-୧୯ର ନିୟମାନୁସାରେ ଏକତ୍ର ବସି ପ୍ରସାଦ ସେବନର ଅନୁମତି ନ ଥିବାରୁ ପ୍ରତ୍ୟେକେ ନିଜ ନିଜର ପ୍ରସାଦ ପ୍ୟାକେଟରେ ନେଇ ସେବନ କରିବାର ବ୍ୟବସ୍ଥା ହୋଇଥିଲା । ଅତଃ ପ୍ରାୟ ୭୫ଜଣ ଦରିଦ୍ର ନାରାୟଣଙ୍କୁ ଅନ୍ନପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯିବା ସହ ପ୍ରତିଷ୍ଠାନରେ ସାମୂହିକ ଶ୍ରୀଶ୍ରୀମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ପୂର୍ବକ ଅମର ଆତ୍ମାର…

Sambad O Suchana (October 2020)

ଶ୍ରୀଶ୍ରୀଦୁର୍ଗାପୂଜା ଓ ପବିତ୍ର ଦଶହରା : ତା୨୫।୧୦।୨୦: ଶ୍ରୀଶ୍ରୀ ଶାରଦୀୟ ଦୁର୍ଗାପୂଜାର ମହାନ୍ ଆଧ୍ୟାତ୍ମିକ ପ୍ରଭାବ ସାରା ଭାରତବର୍ଷରେ ଅନୁଭୂତ ହୁଏ । ଜୀବ ମାତ୍ରକେ ମାଆଙ୍କ ପବିତ୍ର ସ୍ପର୍ଶ ପାଇବା ନିମିତ୍ତ ଏହି ଅବସରକୁ ବ୍ୟାକୁଳିତ ହୋଇ ଚାହିଁ ରହିଥାନ୍ତି। ବ୍ରହ୍ମାଣ୍ଡର ସୃଜନ, ପାଳନ ଓ ସଂହାର ଶକ୍ତିରେ ଯୁକ୍ତ ଭଗବତୀ ଦେବୀ ସଚ୍ଚିଦାନନ୍ଦ ବ୍ରହ୍ମାଙ୍କ ଚିତ୍ ରୂପିଣୀ-ଶକ୍ତି-ଶାଶ୍ୱତ ଚିତ୍ ଶକ୍ତି ଅଟନ୍ତି, ଯିଏ ନିଜର ଅବିନାଶୀ ଗର୍ଭରେ ବ୍ରହ୍ମାଣ୍ଡର ବୀଜକୁ ଧାରଣ କରିଛନ୍ତି । ସେ…

ଶ୍ରୀଶ୍ରୀଭାଗବତ ଜନ୍ମ, ରୂପାନ୍ତରଣ ପୁସ୍ତକ ଉନ୍ମୋଚନ

(୨୦୨୦ସେପ୍ଟେମ୍ବର ୨) ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରେ ଶ୍ରୀଶ୍ରୀଭାଗବତ ଜନ୍ମ ଉତ୍କଳୀୟ ମାନଙ୍କର ଏକ ସ୍ୱତନ୍ତ୍ର ପର୍ବ ଅଟେ, ଯାହା ଚଳିତ ବର୍ଷ ସେପ୍ଟେମ୍ବର ମାସ ୨ ତାରିଖରେ ଅନୁଷ୍ଠିତ ହୋଇଥିଲା । ଶ୍ରୀମଦ୍ଭାଗବତ ମହାପୁରାଣ ପୁରାଣମାନଙ୍କ ମଧ୍ୟରେ ଶ୍ରେଷ୍ଠସ୍ଥାନ ହାସଲ କରିଥାନ୍ତି । ତାହା ଶ୍ରୀଶ୍ରୀବିଷ୍ଣୁ ଭଗବାନଙ୍କର ବାଙ୍ମୟ ଅବତାର ରୂପରେ ରୂପ ପରିଗ୍ରହ କରିଥିବାର କୁହାଯାଏ । ଧର୍ମ ଓ ତତ୍ତ୍ୱ ଦୃଷ୍ଟିରୁ ବିଚାରକଲେ ଶ୍ରୀମଦ୍ ଭଗବଦ୍ଗୀତା ଓ ଶ୍ରୀମଦ୍ଭାଗବତ ମହାପୁରାଣ ମଧ୍ୟରେ ବିଶେଷ ପ୍ରଭେଦ ନଥିବାର…

ମହାଶିବ ରାତ୍ରି – ସମ୍ବାଦ

ତା୨୧ ।୦୨।୨୦୨୦।ରିଖ, ଶୁକ୍ରବାର : ଶ୍ରୀଶ୍ରୀ ମହାଶିବ ରାତ୍ରି – ବିଶ୍ୱଜନକ, ବିଶ୍ୱବନ୍ଧୁ, ଦେବ ଦେବ ମହାଦେବ ସଂସାର ଦାବାନଳରୁ ମୁକ୍ତି ପ୍ରଦାନକରି ନବ ଜୀବନ ପ୍ରଦାନ କରନ୍ତି   । ତ୍ରିନେତ୍ରଯୁକ୍ତ ମହାଦେବଙ୍କ ନେତ୍ରରୁ ପ୍ରଜ୍ୱଳିତ ଅଗ୍ନି ପ୍ରକଟିତ  । ତାଙ୍କର ଲଲାଟଦେଶ ଚନ୍ଦ୍ରକଳାରେ ଉଦ୍ଭାସିତ   । ସେ ତ୍ରିଲୋକରେ ଶ୍ରେଷ୍ଠ ଅଟନ୍ତି   । ଶରଣାଗତମାନଙ୍କୁ ଅଭୟ ବର ପ୍ରଦାନକରି ସଂସାର କଲ୍ୟାଣ କରନ୍ତି   । କଲ୍ୟାଣ ଓ ସୁଖର ମୂଳ ସ୍ରୋତ ଭଗବାନ୍ ଶିବ ମଙ୍ଗଳମୟ ଅଟନ୍ତି   ।ସେହି ଦେବଦେବ ଶଙ୍କର ସଂସାରବାସୀଙ୍କ ମଙ୍ଗଳର…