Press "Enter" to skip to content

Posts published in “ଯୁବା-ଓଁକାର”

ବ୍ରହ୍ମଙ୍କ ମହତ୍ତ୍ୱ

ଶ୍ରୀ ଗୋପୀନାଥ ଶତପଥୀ, (ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଉପନିଷଦୀୟ ଯୁଗର କାହାଣୀ । ମନୁଷ୍ୟ ନିମନ୍ତେ ସଂସାର ଯେଭଳି ଲୋଭନୀୟ ଥିଲା ତାର ଅନେକ ଗୁଣରେ ଅାକର୍ଷଣୀୟ ଥିଲା । କାନନ ପାଦପ ବେଷ୍ଠିତ କାନନ ମଧ୍ୟାହ୍ନର ଅନ୍ଧାରକୁ ଜିଣି ସବୁଜିମାରେ ବନଭୂମିକୁ ଆଚ୍ଛାଦିତ କରୁଥିଲା । ସଦ୍ୟ ପ୍ରଷ୍ଫୁଟିତ ପୁଷ୍ପର ସୁରଭି ବନଭୂମିରେ ଋଷିପ୍ରାଣ ବିମୋହିନୀ ସ୍ନିଗ୍ଧ ଶୀତଳ ଛାୟା ମୁନି ନୟନକୁ ବିମୋହିତ କରୁଥିଲା । ତା’ଠାରୁ ଅଧିକ ବିମୋହନ ଶକ୍ତି ଥିଲା ପ୍ରକୃତିର, ଯେଉଁ ପ୍ରକୃତି…

ସାଧୁ-ଦୃଷ୍ଟି……

କର୍ମ ହିଁ ଉପାସନା ମନୁଷ୍ୟ ଜୀବନର ସାର୍ଥକତା ତ୍ୟାଗ ଓ ନିଷ୍ଠାପର ସାଧନା ଦ୍ୱାରା ହିଁ ସମ୍ଭବ । ତ୍ୟାଗପୂର୍ଣ୍ଣ ଜୀବନ ବିନା ଜୀବନର ପ୍ରକୃତ ସ୍ୱାଦ ମିଳିବା କଷ୍ଟକର । କିନ୍ତୁ ଆମେ ସାଧାରଣ ଭାବରେ ଏହାକୁ ଠିକ୍ ଭାବରେ ବୁଝିନଥାଉ । ନିଃସ୍ୱାର୍ଥ ଓ ନିଷ୍କାମଭାବରେ କର୍ମ ସମ୍ପାଦନାକୁ ମଧ୍ୟ ଆମେ ଉପାସନା ବୋଲି ଜାଣି ରଖିବା ଦରକାର । ଏହା ଭାବିବା ଭୁଲ୍ ଯେ ସାଧନାମୟ ଜୀବନ ନିର୍ବାହ କରିବା ଅର୍ଥାତ୍ କେବଳ ଜପ, ତପ, ପୂଜା,…

ଈଶ୍ୱରୀୟ ଉପସ୍ଥିତିର ବୋଧ

ମୌନ ଯୋଗ : ସ୍ୱାମୀ ପରମାନନ୍ଦ (୬) ଈଶ୍ୱରୀୟ ଉପସ୍ଥିତିର ବୋଧ “ମୌନ ସମସ୍ତ ବସ୍ତୁର ହୃଦୟ ଅଟେ ଏବଂ କୋଳାହଳ ଏହାର ନାଡ଼ୀର ସ୍ଫୁରଣ ଅଟେ  । ମୌନ ଭଙ୍ଗକାରୀ ପ୍ରତ୍ୟେକ ଶବ୍ଦ ମୌନକୁ ସେହିଭଳି ଆହୁରି ଗଭୀର କରିଦେଇଥାଏ ଯେଉଁଭଳି କାନକୁ ବଧିର କରିଦେଉଥିବା ବାଦଲର ଘଡ଼ଘଡ଼ ନୀରବ ନୀଳାକାଶରେ ଲୀନ ହୋଇଯାଏ  । ନିଜ ଆତ୍ମାକୁ ନିଜଠାରେ ଭ୍ରମଣ କରିବାକୁ ଦିଅନ୍ତୁ, ଯେଉଁଭଳି ଜଣେ ସନ୍ଥ ଦିବ୍ୟାନନ୍ଦରେ ଉନ୍ମୁକ୍ତ ବିଚରଣ କରିଥାଏ  । କାହିଁକି ନାଁ…

ସଂସାରୀ ସଙ୍ଗ ଅତି ହାନିକାରକ

କଲ୍ୟାଣାର୍ଥୀ ସାଧକଙ୍କୁ ସଂସାରୀଜନଙ୍କ ସଙ୍ଗରୁ ଅନେକ ହାନି ହୋଇଥାଏ, ଆସନ୍ତୁ ସେ ବିଷୟରେ ଜାଣିବା —୧) ଅଜ୍ଞାନୀଜନଙ୍କ ସଙ୍ଗଲାଭରୁ ତାଙ୍କର କଥା ଶୁଣି ଆଉ ତାଙ୍କର ଆଚରଣ ଦେଖି ସାଧକଙ୍କୁ ନିଜର ଜପ, ତପ, ଧ୍ୟାନାଦି ସାଧନରୁ ପ୍ରାୟତଃ ଭ୍ରଷ୍ଟ ହେବାକୁ ପଡିଥାଏ ।୨) ଅଜ୍ଞାନୀଙ୍କର ସତ୍କାର ପାଇ ସାଧକ ନିଜକୁ ମହାପୁରୁଷ ମାନିନେଇଥାଏ ଆଉ ଏଭଳି ବୁଝି ନେଇଥାଏ କି ମୁଁ ପୂର୍ଣ୍ଣ ଅଟେ, ତେଣୁ ତ ମୋତେ ଲୋକେ ଏତେ ମାନ୍ୟତା ଦେଉଛନ୍ତି । ଏହାଦ୍ୱାରା…

ଧ୍ୟାନ ନମନ୍ତେ ସଠିକ ପ୍ରଣାଳୀର ଚୟନ

ଧ୍ୟାନର ଅନେକାନେକ ପ୍ରଣାଳୀ ଆମ ସମ୍ମୁଖରେ ରହିଛି । ଶାସ୍ତ୍ର-ଆଚାର୍ଯ୍ୟ ଓ ଆନ୍ତରିକ ପ୍ରସ୍ତୁତିରୁ ଏହା କୁହାଯାଇପାରେ, ତନ୍ମଧ୍ୟରୁ ସଠିକ୍ ଧ୍ୟାନ-ପ୍ରଣାଳୀର ଚୟନ ଏକ କଷ୍ଟକର ପଦ୍ଧତି କାରଣ ଅନେକଗୁଡିଏ ପଦ୍ଧତି ବା ସୁଯୋଗ ଆମ ଆଖି ଆଗରେ ରହିଛି । ସେଗୁଡିକ ମଧ୍ୟରୁ ନିଜକୁ ସୁହାଇବା ଭଳି ଅର୍ଥାତ୍ ଯେଉଁଟି ଯୁକ୍ତିକର ବା ଉପାଦେୟ ସେଇଟିକୁ ଖୋଜି ବାହାର କରିବା ଏତେ ସହଜ ନୁହେଁ । ଯଦି କାହାର ସାହାଯ୍ୟ ନେଲ, ତେବେ ସେ ନିଜେ କିମ୍ବା ଯାହା…

ଓଁ

କମଳେଶ ଡି. ପଟେଲ ଆମକୁ ସେହି ମୌଳିକ ଧ୍ୱନି ବିଷୟରେ ଗହନ ଜ୍ଞାନ ପ୍ରଦାନ କରୁଛନ୍ତି, ଯାହା ସୃଷ୍ଟି ରଚନା ସମୟରେ ପ୍ରକଟ ହୋଇଥିଲା । ଓଁ — ନାଁ ହିନ୍ଦୁ ଅଟେ, ନାଁ ବୌଦ୍ଧ ନାଁ ଈଶାଈ । ଏହା କୌଣସି ଶବ୍ଦ ମଧ୍ୟ ନୁହେଁ । ଏହା ବାସ୍ତବରେ ଏକ ଚିହ୍ନ ଅଟେ । ଯେତେବେଳେ ଆପଣ ସୂର୍ଯ୍ୟୋଦୟ ଅବା ପୂର୍ଣ୍ଣିମାର ସୌନ୍ଦର୍ଯ୍ୟ କଥା କହୁଛନ୍ତି, ତେବେ କ’ଣ ସୂର୍ଯ୍ୟୋଦୟ ହିନ୍ଦୁ ଧର୍ମର ପ୍ରତୀକ ଅବା ପୂର୍ଣ୍ଣିମା ବୌଦ୍ଧ…

କଠିନ ଦୁଃଖକୁ କିଏ ସହନ କରିପାରନ୍ତି ?

“ଯେଉଁ ଦ୍ୱିଜ ଇନ୍ଦ୍ରିୟକୁ ଜୟକରି ଶାସ୍ତ୍ରବିଧି ଅନୁସାରେ ନିଜ ନିଜ ଆଶ୍ରମଧର୍ମର ପାଳନ କରିଥାନ୍ତି ।” “ଯିଏ ଦମ୍ଭ କରନ୍ତି ନାହିଁ, ଯାହାର ଆଜୀବିକା ନିୟମିତ ଅଟେ ଆଉ ଯିଏ ବିଷୟ ବଶୀଭୂତ ନୁହଁନ୍ତି ।” “ଯିଏ ଅନ୍ୟଠାରୁ କଟୁ ବଚନ ଶୁଣିବା ପରେ ମଧ୍ୟ କଟୁ ଶବ୍ଦର ପ୍ରୟୋଗ କରନ୍ତି ନାହିଁ । ଯିଏ ହିଂସାକାରୀଙ୍କ ପ୍ରତି ମଧ୍ୟ ହିଂସାଭାବ ପୋଷଣ କରନ୍ତି ନାହିଁ ଆଉ ଯିଏ ଦିଅନ୍ତି କିନ୍ତୁ ମାଗନ୍ତି ନାହିଁ ।” “ଯିଏ ନିତ୍ୟ ଅତିଥିମାନଙ୍କର ସତ୍କାର…

ମୋହ ମୃତ୍ୟୁର କାରଣ

ସେହି ସଚ୍ଚିଦାନନ୍ଦଘନ ପରମାତ୍ମାଙ୍କୁ ବାରମ୍ବାର ନମନ ଯାହାଙ୍କ ଠାରୁ ଏହି ସଂସାରର ସୃଷ୍ଟି ହୋଇଛି, ଯାହାଙ୍କ ଠାରେ ସ୍ଥିତ ରହିଛି ପୁନଃ ଯାହାଙ୍କ ଠାରେ ବିଲୀନ ହୋଇଥାଏ ଆଉ ଯିଏ ନିଜ ପ୍ରକୃତିକୁ ଅଧୀନକରି ମାୟା ଦ୍ୱାରା ଅନେକ ରୂପ ଧାରଣ କରିଥାନ୍ତି ।ବାସ୍ତବରେ ମୃତ୍ୟୁ କୌଣସି ବସ୍ତୁ ନୁହେଁ, ମୋହ(ଅଜ୍ଞାନ-ପ୍ରମାଦ) ହିଁ ମୃତ୍ୟୁ ଅଟେ । ଯେତେବେଳେ ଜୀବ ପରମାତ୍ମାଙ୍କୁ ଭୁଲି ଆତ୍ମଜ୍ଞାନରୁ ବଞ୍ଚିତ ହୋଇଯାଏ, ସେତେବେଳେ ସେ ଭ୍ରମ କାରଣରୁ ଏହି ହାଡ, ମାଂସ, ରକ୍ତ,…

ପାପ ଓ ପୁଣ୍ୟର ଖେଳ ‘ସାପ ଓ ସିଡ଼ି’:

ଭାରତୀୟ ଦର୍ଶନର ବ୍ୟାବହାରିକ ଦୃଷ୍ଟାନ୍ତ ଆମ୍ଭମାନଙ୍କ ମଧ୍ୟରେ ପ୍ରାୟତଃ ସମସ୍ତେ ବାଲ୍ୟକାଳରେ ‘ସାପ ଓ ସିଡ଼ି'(snake and ladder) ଖେଳିଥାଉ ଏବଂ ଏହାର ଆନନ୍ଦ ଉପଭୋଗ କରୁ । କିନ୍ତୁ ଏହି ଖେଳ ଠାରୁ ଖେଳ ସୃଷ୍ଟି ପଛରେ ଥିବା ପ୍ରୟୋଜନ ତଥା ତାତ୍ପର୍ଯ୍ୟ ଅଧିକ ଆକର୍ଷଣୀୟ ।ସାପ ଓ ସିଡ଼ି ଖେଳ ହେଉଛି ଭାରତୀୟ ଜୀବନ ଦର୍ଶନର ଖେଳରେ ରୂପାନ୍ତରଣର ଏକ ପ୍ରକ୍ରିୟା । ହିନ୍ଦୁ ତଥା ଜୈନ ଦର୍ଶନକୁ ଏହି ଖେଳ ମାଧ୍ୟମରେ ପ୍ରକାଶ କରାଯାଇଅଛି । ପ୍ରଥମେ…

ସାଧୁ-ଦୃଷ୍ଟି……

ବ୍ୟବହାର ଦ୍ୱାରା ପରିବର୍ତ୍ତନ ଚୋରି କରିବା ଏକ ଘୃଣ୍ୟ ଓ ଛୋଟ ତଥା ପାପ କାର୍ଯ୍ୟ ରୂପେ ଜାଣିଥିଲେ ମଧ୍ୟ କେତେକ ନିଜ ପ୍ରବୃତ୍ତି କାରଣରୁ ତ କେତେକ ପରିସ୍ଥିତିରେ ପଡି ଚୋରି କାର୍ଯ୍ୟକୁ ବାଛି ନେଇଥାନ୍ତି । ବ୍ୟବସାୟ, ବାଣିଜ୍ୟ ତଥା ଛୋଟମୋଟ ଦୋକାନୀ ମଧ୍ୟ ଏହିଭଳି କାର୍ଯ୍ୟ ପ୍ରତିଦିନ ନଜରରେ ରଖିଥାନ୍ତି । କିନ୍ତୁ ଚୋରକୁ ଗାଳି ଗୁଲଜ ତଥା ଦଣ୍ଡ ଦେବା ପରିବର୍ତ୍ତେ ନେଉଥିବା ବା ଚୋରି ଜିନିଷ କିଣିବା ପାଇଁ କିଛି ସାହାଯ୍ୟ…