Press "Enter" to skip to content

Mission Statement

‘ଓମ୍ ପ୍ରତିଷ୍ଠାନ’
(ପଞ୍ଜୀକୃତ ସେବାମୂଳକ ଏକ ଦାତବ୍ୟ ସଂସ୍ଥା)

ଲକ୍ଷ୍ୟ ଓ ଆଭିମୁଖ୍ୟ (Aim & Objective)
ସାର୍ବଭୌମ ଅଧ୍ୟାତ୍ମ ତତ୍ତ୍ୱର ପ୍ରତିସ୍ଥାପନା    ।
Establishment of universal spirituality.

॥ ମାର୍ଗ/ଉପାୟ (Way of Action)  ॥

ସଚେତନତା ପୂର୍ବକ  ଆତ୍ମାବଗତି    ।
( Awareness of the Self )

ସାର୍ବଭୌମତ୍ତ୍ୱ ନିମେନ୍ତ  ଆଧ୍ୟତ୍ମିକ ଶିକ୍ଷାର ଉପେଯାଗ    ।
The use of spiritual education for universal sovereignty.

ସେବାକୁ ମାଧ୍ୟମ କରି ସମାଜିକ ଦାୟିତ୍ତ୍ୱ ସମ୍ପାଦନ    ।
Mission : Perform social responsibilities through service.

ପ୍ରତୀକ    । The LOGO
“ଓମ୍ ପ୍ରତିଷ୍ଠାନ” ବ୍ୟବହାର କରୁଥିବା ପଞ୍ଜୀକୃତ ପ୍ରତୀକଟି ବିଶେଷ ଅର୍ଥ ବହନ କରୁଛି    । ପ୍ରତୀକ ମଧ୍ୟସ୍ଥ ତରଙ୍ଗାୟିତ ଜଳରାଶି – କର୍ମର ନିଦର୍ଶନ, ପଦ୍ମ – ଭକ୍ତିର, ସୂର୍ଯ୍ୟ- ଜ୍ଞାନର ଏବଂ ଏକାକ୍ଷର ଓମ୍ – ବେଦର ପ୍ରତୀକ ଅଟନ୍ତି    । ଉପାଦାନ ଗୁଡ଼ିକୁ ଏକତ୍ର କଲେ ବୁଝାଯାଏ କି : କର୍ମମୟ ଜୀବନରେ ଭକ୍ତିରୂପୀ ଅର୍ଘ୍ୟର ସାହାଯ୍ୟନେଇ ବେଦାଧାରିତ ପନ୍ଥାରେ ସାଧନରତ ହୋଇ ଜ୍ଞାନାଗ୍ନି ପ୍ରଜ୍ଜ୍ୱଳନପୂର୍ବକ ମୋକ୍ଷ ପ୍ରାପ୍ତି    ।

– ଧ୍ୟେୟ ବାକ୍ୟ –
‘ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନାମ୍’ – ଗୀତା
ଅଧ୍ୟାତ୍ମ ବିଦ୍ୟା ହିଁ କେବଳ ବିଦ୍ୟା ଆଉ ସବୁ ଅବିଦ୍ୟା    ।

– ନିବେଦନ
‘ହିରଣ୍ମୟେଣ ପାତ୍ରେଣ ସତ୍ୟସ୍ୟା ପିହିତଂ ମୁଖମ୍ ।
ତତ୍ତ୍ୱଂପୁଷନ୍ନପାବୃଣୁ ସତ୍ୟ ଧର୍ମାୟ ଦୃଷ୍ଟୟେ  ॥’
ଅର୍ଥାତ୍ ସ୍ୱର୍ଣ୍ଣାଚ୍ଛାଦିତ ହେ ପରମେଶ୍ୱର! ସତ୍ୟର ସ୍ୱରୂପକୁ ଅଜ୍ଞାନ ଦ୍ୱାରା ଆଚ୍ଛାଦନ କରି ନ ରଖି ଭକ୍ତିରୂପ ସତ୍ୟଧର୍ମ ଅନୁଷ୍ଠାନକାରୀଙ୍କ ପାଇଁ ଆବରଣ (ଅଜ୍ଞାନ) ପରିହାର ପୂର୍ବକ ଦର୍ଶନ ଦିଅନ୍ତୁ    ।
-ଈଶା. ଓ ବୃହଦାରଣ୍ୟକ ଉପନିଷଦ

ସଚେତନତା ବୃଦ୍ଧି ନିମନ୍ତେ ପ୍ରକାଶନକୁ ଅସ୍ତ୍ରଭାବରେ ପ୍ରୟୋଗ କରାଯାଉଥିଲାବେଳେ ଆଧ୍ୟାତ୍ମ ଶିକ୍ଷାର ଅଭିବୃଦ୍ଧି ପାଇଁ ବିଶେଷ ପାଠ୍ୟକ୍ରମ ଏବଂ ସେବା ନିମନ୍ତେ ସାମାଜିକ ଦାୟିତ୍ୱବୋଧକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରିବାକୁ ପ୍ରୟାସ ଜାରିରଖିଛି    । ଉକ୍ତ ଉଦ୍ଦେଶ୍ୟକୁ ସର୍ବଜନାଦୃତି କରିବା ଲକ୍ଷ୍ୟରେ ମାସିକ ମୁଖପତ୍ର ‘ଓମ୍‌କାର’ ୨୦୦୪ ମସିହାରୁ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇଆସୁଛି    ।

Declaration   । ଘୋଷଣା

  1. ପ୍ରତିଷ୍ଠାନର ସଦସ୍ୟମାନେ ସତ୍ୟର ଉନ୍ମୋଚନ ଓ ଉପଲବ୍ଧି ନିମନ୍ତେ ଅଧ୍ୟାତ୍ମବିଦ୍ୟା ଓ ତଦ୍ ସମ୍ବଳିତ କାର୍ଯ୍ୟକ୍ରମ ଗୁଡିକୁ ଅଙ୍ଗୀକାର ପୂର୍ବକ ଜୀବନରେ ପ୍ରତିଫଳନ କରିବା ନିମେନ୍ତ ନିଜକୁ ସାମିଲ କରନ୍ତି    ।
  2. ଏଥିରେ କୌଣସି ବାଧ୍ୟବାଧ୍ୟକତା ନ ଥିବାବେଳେ ଜୀବନର ଚରମ ଲକ୍ଷ୍ୟ ଓ ପରିଣତିିକୁ ସାକାର କରିବାପାଇଁ ଶାସ୍ତ୍ର ନିର୍ଦ୍ଦେଶିତ ଉପାୟମାନ ଅବଲମ୍ବନ ପୂର୍ବକ କାର୍ଯ୍ୟରେ ରୂପାନ୍ତରିତ କରନ୍ତି    ।
  3. ଧର୍ମ-ବର୍ଣ୍ଣ-ସମ୍ପ୍ରଦାୟ ନିର୍ବିଶେଷରେ ଏହା ଏକ ସ୍ୱତନ୍ତ୍ର ସଙ୍ଘ ନୁହେଁ ବରଂ ସାର୍ବଭୌମତାକୁ ପ୍ରତିପାଦନ କରୁଥିବା ସମମତି ବିଶିଷ୍ଟ ମହାନୁଭବମାନଙ୍କର ସମାହାର    ।