Press "Enter" to skip to content

Posts published in “ସମ୍ପାଦକୀୟ-ଓଁକାର”

ଆତ୍ମସମୀକ୍ଷା ହିଁ ଭଗବାନଙ୍କ ଉପଦେଶ

ଆତ୍ମା ସେହି ଦିବ୍ୟମଣି (ଜୀବନର ମୂଳତତ୍ତ୍ୱ) ଅଟେ, ଯାହାର ପ୍ରକାଶରେ ସଂସାରର ଅବିଦ୍ୟା ସମୂଳେ ନାଶ ହୋଇଯାଏ । ମନୁଷ୍ୟ ଶରୀରତଃ ପଶୁ, ମନତଃ ମନୁଷ୍ୟ ଏବଂ ଆତ୍ମତଃ ଈଶ୍ୱର ଅଟେ । ଏହି ସଂସାରଟି ଆମର ଈଶ୍ୱରୀୟ ସତ୍ତାଦ୍ୱାରା ଆମର ସ୍ୱ ମହାନ୍ ଚିତ୍ତର ସମୟ, ସ୍ଥାନ ଏବଂ ପଦାର୍ଥର ଚତୁଃ ଆୟାମୀ କଳ୍ପନାର ଫଳ ଅଟେ, ଯେଉଁଥିରେ ଆମେ ଆମ ଶରୀରଦ୍ୱାରା ପ୍ରବେଶ କରି ଇନ୍ଦ୍ରିୟସମୂହ ଏବଂ ମନ ଦ୍ୱାରା ଏହାକୁ ଭୋଗ କରିବାପାଇଁ ଚାହିଁଥାଉ ।…

ଯୋଗର ପାତଞ୍ଜଳୀ ଦୃଷ୍ଟି

ମନରୁ ମନୁଷ୍ୟ । ତେଣୁ ସେ ମନନର ଅଧିକାରୀ । ସେହି ମନନର କାରଣ ଯୋଗ । ସେହି ଯୋଗର ସ୍ୱରୂପ କେବଳ ଏଇ ମନୁଷ୍ୟ ହିଁ ବୁଝିବାକୁ ସକ୍ଷମ କାରଣ ପଶୁ ଅବା ଦେବତା କେହିହେଲେ ଯୋଗକୁ ଧାରଣ କରିବା ଅସମ୍ଭବ । ହେଲେ ମନୁଷ୍ୟ ମନର ଯେଉଁ ବିଭିନ୍ନ ଅବସ୍ଥା ଜାତ ହୁଏ, ତାହା ଅନେକ ପ୍ରକାରେ ବ୍ୟକ୍ତ ହୁଏ ପୁଣି କେବେ ଅବ୍ୟକ୍ତ ରହି ତାହା କାର୍ଯ୍ୟକାରୀ ହୁଏ । ମୋଟ ଉପରେ କହିଲେ ଏହି ମନ ସକ୍ରିୟ…

ଶିବ-ତତ୍ତ୍ୱ :
ଶିବ ଚତୁର୍ଦ୍ଦଶୀ (ଜାଗର) ଅନୁଚିନ୍ତା

ସତ୍ୟଂ-ଶିବଂ-ସୁନ୍ଦରମ୍— ଭଗବାନ ଶଙ୍କରଙ୍କର ଏହି ସୁନ୍ଦର ନାମ ବ୍ରହ୍ମଙ୍କର ସ୍ୱରୂପ-ଲକ୍ଷଣ ସତ୍ୟମ୍, ଜ୍ଞାନମ୍, ଆନନ୍ଦମ୍, ବ୍ରହ୍ମର ପ୍ରତୀକ ଅଟେ । ମାଣ୍ଡୂକ୍ୟୋପନିଷଦ୍ ୭ମ ମନ୍ତ୍ରରେ ସ୍ପଷ୍ଟ ରୂପରେ ଉଲ୍ଲିଖିତ ହୋଇଛି—’ଶିବମଦ୍ୱୈତଂ ଚତୁର୍ଥଂ ମନ୍ୟନ୍ତେ ।’ ‘ଚତୁର୍ଥମ୍’—ତୂରୀୟ ଅମାତ୍ର ବ୍ରହ୍ମଙ୍କର ବାଚକ ଅଟେ ।ବ୍ରହ୍ମ ନିର୍ଗୁଣ-ନିରାକାର ହେଲେ ମଧ୍ୟ ମାୟାର ଉପାଧିରେ ସଗୁଣ-ନିରାକାର ତଥା ସଗୁଣ-ସାକାର-ସ୍ୱରୂପରେ ବି ଉପଲବ୍ଧ ହୋଇଥାନ୍ତି । ଭଗବାନ୍ ଶିବଙ୍କର ଲିଙ୍ଗରୂପ ନିରାକାର ତଥା ମୂର୍ତ୍ତିରୂପ ସାକାରର ବୋଧକ ଅଟେ ଆଉ ବାସ୍ତବରେ ଉଭୟ ରୂପ ବ୍ରହ୍ମଙ୍କ ଠାରୁ…

ଜୀବନର ଲକ୍ଷ୍ୟ ଭଗବତ୍ ପ୍ରାପ୍ତି

ଆମ ହିନ୍ଦୁ ଧର୍ମ ନାନା ଶାସ୍ତ୍ରଗ୍ରନ୍ଥର ଗନ୍ତାଘର । ଏହି ଶାସ୍ତ୍ରରାଜିରେ ଭଗବତ୍ ପ୍ରାପ୍ତି ନିମିତ୍ତ ଅନେକ ସାଧନସବୁ ବତାଯାଇଛି, କିନ୍ତୁ ସେଥିରେ ଏଭଳି ଏକ ସରଳ ସାଧନ ରହିଛି, ଯାହାର କାର୍ଯ୍ୟ କାଳରେ ତଥା ଲକ୍ଷ୍ୟ ପୂର୍ତ୍ତିରେ ଆନନ୍ଦ ହିଁ ଆନନ୍ଦ ରହିଛି । ଅନ୍ୟ ସବୁ ସାଧନର କାର୍ଯ୍ୟକାଳରେ ପ୍ରଥମେ କଷ୍ଟ ଅନୁଭୂତ ହୁଏ, ଆଉ ପରିଣାମରେ ସୁଖ, ହେଲେ ଏହି ସାଧନରେ ତ ଉଭୟ ଅବସ୍ଥାରେ ଆନନ୍ଦ ହିଁ ଆନନ୍ଦ ଆଉ ପ୍ରସନ୍ନତା ମିଳିଥାଏ ।…

ନବ ସଙ୍କଳ୍ପ (ସମ୍ପାଦକୀୟ ଆଲେଖ୍ୟ)

ସମ୍ପ୍ରତି ବିଶ୍ୱ ଯେଉଁ ପରିସ୍ଥିତି ଦେଇ ଗତି କରୁଛି, ତାହା ଆମ ସମସ୍ତଙ୍କୁ ବେଶ ଅବଗତ । ଜୀବଦ୍ଦଶା ଭିତରେ ଘଟି ନଥିବା ଘଟଣାସବୁ ଦେଖିବାକୁ ମିଳୁଛି । ମହାମାରୀ, ସଂକଟ, ବିପତ୍ତି ଭଳି ଅପରିକଳ୍ପିତ ପରିସ୍ଥିତି ସାମ୍‌ନା କରିବାକୁ ଜଗତ ନିଜକୁ ପ୍ରସ୍ତୁତ କରିବାରେ ଲାଗିଛି । କେତେବେଳେ ଜୀବନରକ୍ଷା ପାଇଁ ମାସ୍କ ପିନ୍ଧି ଦୂରତ୍ୱ ବଜାୟ ରଖିବାକୁ ପଡ଼ୁଛି ତ କେତେବେଳେ ଆର୍ଥିକ ସୁରକ୍ଷା ପାଇଁ ଗୁଗୁଲ ପେ, ଫୋନ୍‌ ପେ କୁ ତ୍ୟାଗ କରିବାକୁ ପଡ଼ୁଛି,…

ମକର ସଂକ୍ରାନ୍ତି : ମହତ୍ତ୍ୱ ଓ ବିଶେଷତ୍ୱ

🌺ଓଡ଼ିଆରେ ଗୋଟିଏ କଥା ଅଛି, “ମକର- ଦିନ ହେଲା ବକର।” – ଏହାର ତାତ୍ପର୍ଯ୍ୟ ଏହି ଯେ ମକର ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିର ଉଷାକାଳ। ଏଣୁ ଏହି ଦିନଠାରୁ ଦିନ ବକ୍ର ହୁଏ; ଅର୍ଥାତ୍ ଦିନର ଅବଧିରେ ପରିବର୍ତ୍ତନ ହୁଏ। 🌺ଆମ କୃଷିକାରୀ ସଂସ୍କୃତିରେ ଏହି ସଂକ୍ରାନ୍ତିର ମହତ୍ତ୍ୱ ହେଉଛି, ଏହି ସମୟକୁ ଧାନ, ଆଖୁ ଆଦି ଶୀତକାଳୀନ ଫସଲ ଅମଳର ସମୟ ହୋଇଥାଏ। ସେ ଦୃଷ୍ଟିରୁ ଏହି ଦିନ ନୂଆ ଅରୁଆ…

ରାଜବିଦ୍ୟା ରାଜଗୁହ୍ୟଯୋଗ — ସମ୍ପାଦକୀୟ

 ଆମକୁ ନବଜୀବନ ପ୍ରଦାନ କରିପାରିବା ଭଳି ପରିପୂର୍ଣ୍ଣ ଶାସ୍ତ୍ର ହେଉଛି ଶ୍ରୀମଦ୍ଭଗବଦ୍ଗୀତା । ଏଥିରେ ମାନବୀୟ ଆବଶ୍ୟକତାର ସମସ୍ତ ବୀଜ ପୂର୍ଣ୍ଣହୋଇ ରହିଛି । ଆବଶ୍ୟକ କେବଳ ତାହାର ଉପଯୋଗ । ସମାଜରେ ଘଟୁଥିବା ଦୋଷମାନଙ୍କର ସୁଧାର ଆଣିବାପାଇଁ ଏହି ଏକକ ଗ୍ରନ୍ଥ ଆମକୁ ମାର୍ଗଦର୍ଶନ ଦେବାକୁ ପୂର୍ଣ୍ଣରୂପେ ସକ୍ଷମ ହୋଇଥିବାରୁ ଏହାର ଗଭୀରରୁ ଗଭୀର ମନନ-ଚିନ୍ତନ ଅନିବାର୍ଯ୍ୟ ଅଟେ । ଏ ପ୍ରକାର ପ୍ରୟାସ ନିମନ୍ତେ ଆମେ ଶ୍ରେଷ୍ଠତମ କ୍ରାନ୍ତିକାରୀ ପରମାତ୍ମା ଭଗବାନଙ୍କୁ ଶିକ୍ଷକ ବା ଉପଦେଷ୍ଟା ଅବା ମାର୍ଗଦର୍ଶକ…

ଦେବୀଙ୍କର ସପ୍ତରୂପ ବିବେଚନା

ଭଗବାନ୍‌ ଯୁଗର ଆବଶ୍ୟକତା ଅନୁସାରେ ନିଜର ମହାଶକ୍ତିର ଆଶ୍ରୟ ନେଇ ଅବତାର ଧାରଣ କରନ୍ତି  । ସେହିଭଳି ଆଦ୍ୟାଶକ୍ତି ମହାମାୟା ମଧ୍ୟ ଯୁଗ-ପ୍ରୟୋଜନ ଅନୁସାରେ ବିବିଧ କଳ୍ପରେ ନାନା ରୂପରେ ଅବତୀର୍ଣ୍ଣ ହୋଇଥାନ୍ତି । ଦେବୀଭାଗବତ, ଦେବୀପୁରାଣ, ମାର୍କଣ୍ଡେୟ ପୁରାଣ ଆଦି ଗ୍ରନ୍ଥ ସମୂହରୁ ଏହା ଆମେ ଜାଣିବାକୁ ପାଉ । ‘ଅଗ୍ନି ଏବଂ ତାହାର ଦାହିକାଶକ୍ତି ଭଳି ଅଭିନ୍ନ ଈଶ୍ୱର ଏବଂ ଈଶ୍ୱରଙ୍କ ଶକ୍ତିର ଶରୀରଧାରଣ ଗୋଟିଏ ମାତ୍ର ଉଦ୍ଦେଶ୍ୟରେ ହୋଇଥାଏ ॥’ମାର୍କଣ୍ଡେୟ ବର୍ଣ୍ଣିତ ଶ୍ରୀଚଣ୍ଡୀର ବର୍ଣ୍ଣନାନୁସାରେ ଜଗତର ରକ୍ଷା…

ବିବେକର ଅଧିଷ୍ଠାତ୍ରୀ ଦେବୀ ଗାୟତ୍ରୀ

ପରମପିତା ପରମାତ୍ମାଙ୍କର ଅନେକ ଶକ୍ତି ରହିଛି, ତାଙ୍କର କାର୍ଯ୍ୟ ଓ ଗୁଣ ମଧ୍ୟ ପୃଥକ୍ ପୃଥକ୍ ଅଟେ । ତନ୍ମଧ୍ୟରୁ ଗାୟତ୍ରୀ ଏକ ଦୈବଶକ୍ତି, ଯାହାର ସ୍ଥାନ ଅତି ମହତ୍ତ୍ୱପୂର୍ଣ୍ଣ । ଗାୟତ୍ରୀଙ୍କର ଉପାସନା କରିବା ଦ୍ୱାରା ମାନବର ବିବେକ ଶକ୍ତି ବୃଦ୍ଧି ପାଇଥାଏ, ବୁଦ୍ଧି ପ୍ରଖର ହୋଇଥାଏ । ମନୁଷ୍ୟଠାରେ ଦେବତ୍ୱର ଜାଗରଣ ହୋଇଥାଏ । ତାହାର ସୂକ୍ଷ୍ମ ଚେତନା-ଅନ୍ତଃକରଣ ଶୁଦ୍ଧ ହୋଇଥାଏ, ଆଉ ଯଦ୍ଦ୍ୱାରା ତାହାର କୁସଂସ୍କାର-ବିକାର-ଦୁର୍ଗୁଣର ଅନ୍ଧକାର ଏହି ଗାୟତ୍ରୀ ରୂପୀ ଦିବ୍ୟ ପ୍ରକାଶ ଉଦୟ ହେବାରୁ…

ପିତୃପକ୍ଷ ଏକ ଅନୁଶୀଳନ

ଆଶ୍ୱିନ ମାସ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ କୃଷ୍ଣପକ୍ଷକୁ ପିତୃପକ୍ଷ କୁହାଯାଏ । ଏହି ସମୟ ପିତୃ ଉପାସନାର ପ୍ରକୃଷ୍ଟ ସମୟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । ଏହି ସମୟରେ ହେମନ୍ତ ଋତୁ ଧରାପୃଷ୍ଟରେ ପ୍ରବେଶ କରେ ଓ ‘ଭଗ ନାମକ ହିରଣ୍ୟ ରେତସ ସୂର୍ଯ୍ୟ’ କନ୍ୟା ରାଶିକୁ ସ୍ପର୍ଶ କରନ୍ତି ଅର୍ଥାତ୍ ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦ ତିଥି ଆରମ୍ଭ ହୁଏ । କୁହାଯାଏ ଯେ, ଏହି ସମୟରେ ପିତୃଲୋକର ସବୁ ଅତୃପ୍ତ ପ୍ରେତ ପ୍ରେତତ୍ୱରୁ ମୁକ୍ତି ପାଇଥାନ୍ତି ।…