Press "Enter" to skip to content

ନାରାୟଣ ସେବା କାର୍ଯ୍ୟକ୍ରମ

Last updated on August 13, 2022

ପବିତ୍ର ଦିପାବଳୀ ଅମାବାସ୍ୟା ତିଥିରେ ସୁଶ୍ରୀ ସ୍ନେହ ନନ୍ଦଙ୍କର ପିତା ସ୍ୱର୍ଗତ ଡଃ ବସନ୍ତ ନନ୍ଦଙ୍କ ଶ୍ରାଦ୍ଧଦିବସରେ ନାରାୟଣ ସେବାକାର୍ଯ୍ୟ ଅନୁଷ୍ଟିତ ହୋଇଯାଇଛି । କୋଭିଡ-୧୯ର ନିୟମାନୁସାରେ ଏକତ୍ର ବସି ପ୍ରସାଦ ସେବନର ଅନୁମତି ନ ଥିବାରୁ ପ୍ରତ୍ୟେକେ ନିଜ ନିଜର ପ୍ରସାଦ ପ୍ୟାକେଟରେ ନେଇ ସେବନ କରିବାର ବ୍ୟବସ୍ଥା ହୋଇଥିଲା । ଅତଃ ପ୍ରାୟ ୭୫ଜଣ ଦରିଦ୍ର ନାରାୟଣଙ୍କୁ ଅନ୍ନପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯିବା ସହ ପ୍ରତିଷ୍ଠାନରେ ସାମୂହିକ ଶ୍ରୀଶ୍ରୀମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ପୂର୍ବକ ଅମର ଆତ୍ମାର ସଦ୍ଗତି ନିମିତ୍ତ ପ୍ରାର୍ଥନା କରାଯାଇଥିଲା ।


ତା୨୭।୧୧।୨୦୨୦ରିଖ କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥିରେ ପ୍ରତିଷ୍ଠାନର ଆଜୀବନସେବୀ ସୁଶ୍ରୀ ସୁଶ୍ରୀୟାଙ୍କର ମାଆଙ୍କର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀରେ ନାରାୟଣ ସେବା ଅନୁଷ୍ଠିତ ହୋଇଥିଲା । ଏହି ସେବାକାର୍ଯ୍ୟ କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ ହୋଇଛି । ତେଣୁ ଏକତ୍ର ଉପବେଶନ ପୂର୍ବକ ପ୍ରସାଦ ସେବନର ସୁଯୋଗ ନ ପାଇ ପ୍ରସାଦ ପ୍ୟାକେଟରେ ନେଇଥିଲେ । ଇତ୍ୟବସରରେ ପ୍ରତିଷ୍ଠାନରେ ସାମୂହିକ ଶ୍ରୀଶ୍ରୀମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ପୂର୍ବକ ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିଲା ।


ତା୦୧।୧୨।୨୦୨୦ରିଖ ଦିନ ପ୍ରତିଷ୍ଠାନର ବରିଷ୍ଠ ସଦସ୍ୟା ସୁଶ୍ରୀ ସ୍ନେହ ନନ୍ଦଙ୍କର ଜନ୍ମ ଦିବସରେ ନାରାୟଣ ସେବାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ‘‘ମାନବ ସେବା ହିଁ ମାଧବ ସେବା’’ ଉକ୍ତିକୁ ସମ୍ମାନ ଦେଇ ସେ ପ୍ରତିବର୍ଷ ନିଜ ଜନ୍ମଦିବସରେ ଏଭଳି ସେବାର ସୁଯୋଗ ନିଅନ୍ତି । ଭଗବତ୍ ଚରଣାରବିନ୍ଦରେ ସେମାନଙ୍କ ଜୀବନର ଉନ୍ନତି କାମନା ମଧ୍ୟ କରିଥାନ୍ତି । ଉକ୍ତ ଦିବସରେ ସୁଶ୍ରୀ ନନ୍ଦଙ୍କର ଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା ପୂର୍ବକ ସାମୂହିକ ଶ୍ରୀଶ୍ରୀଗାୟତ୍ରୀ ମନ୍ତ୍ର ଜପ କରାଯାଇଥିଲା ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.