Press "Enter" to skip to content

Posts published by “Sushree Sushreeya”

ରାମାୟଣ କଥା

ତ୍ରିଶଙ୍କୁ ଉପାଖ୍ୟାନ (ପୂର୍ବ ପ୍ରକାଶିତ ସଂଖ୍ୟା : 220 ଉତ୍ତାରୁ) ବିଶ୍ୱାମିତ୍ର ନିଜ ନିଗ୍ରହ ବିଷୟରେ ଭାବି ଅତ୍ୟନ୍ତ ସନ୍ତପ୍ତ ଓ ବୈରଭାବାପନ୍ନ ହୋଇଗଲେ । ତେଣୁ ଦକ୍ଷିଣ ଦିଗକୁ ଯାତ୍ରା ଆରମ୍ଭ କରିଦେଲେ । ସେଠାରେ ତପସ୍ୟାକରି କିଛିକାଳ ରହିଲାପରେ ତାଙ୍କର ଚାରୋଟି ପୁତ୍ର ସନ୍ତାନ (ହବିଷ୍ପନ୍ଦ, ମଧୁସ୍ପନ୍ଦ, ଦୃଢ଼ନେତ୍ର, ମହାରଥ) ଲାଭ ହେଲା । ସହସ୍ରବର୍ଷ ପରେ ବ୍ରହ୍ମା ଆସି କହିଲେ, ତୁମେ ତପୋବଳରେ ରାଜର୍ଷିଲୋକକୁ ଜୟ କରିଅଛ । ତେଣୁ ଆମେ ତୁମକୁ ରାଜର୍ଷି କହିବୁ । ବ୍ରହ୍ମା…

ସମ୍ବାଦ ଓ ସୂଚନା

ଶ୍ରୀଶ୍ରୀଶଙ୍କର ଜୟନ୍ତୀ ତା ୧୭।୦୫।୨୦୨୧ ବୈଶାଖ ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀମଦ୍ ଆଦି ଶଙ୍କରଙ୍କର ଧରାବତରଣ ହୋଇଥିଲା, ଯେତେବେଳେକି ବୌଦ୍ଧ ଧର୍ମର ବୈଚାରିକ ଆକ୍ରମଣ ପ୍ରଭାବରୁ ହିନ୍ଦୁ ଧର୍ମ ତନ୍ତ୍ର-ମନ୍ତ୍ର ଆଦି କର୍ମକାଣ୍ଡକୁ ତ୍ୟାଗ କରିବାକୁ ଲାଗିଥିଲା । ଏହି ସଙ୍କଟାପନ୍ନ ଅବସ୍ଥାରେ ହିନ୍ଦୁ ଧର୍ମର ମୂଳ ବିଚାରର ସଂରକ୍ଷଣ କରିବାର ଆବଶ୍ୟକତା ପଡିଥିଲା । ଧାର୍ମିକ ପତନର ଦ୍ରୁତଗତିକୁ ବିରାମ ଲଗାଇବା ପାଇଁ ଆଦି ଶଙ୍କରାଚାର୍ଯ୍ୟଙ୍କର ପ୍ରୟାସ ଅତୀବ ପ୍ରଶଂସନୀୟ ଥିଲା ।ସ୍ୱଳ୍ପ ଜୀବନକାଳ ମଧ୍ୟରେ ଅନେକ ଶାସ୍ତ୍ରାର୍ଥ…

ଶ୍ରୀବିଷ୍ଣୁ ସହସ୍ରନାମ (ଓଡିଆ ଅର୍ଥ ସହିତ)

ବ୍ୟାଖ୍ୟା ଓ ସମ୍ପାଦନା : ଡଃ ଦିଗମ୍ବର ମହାନ୍ତିପୃଷ୍ଠା : ଡିମାଇ ୨୫୬ ପୃଷ୍ଠାମୂଲ୍ୟ : ଟ ୧୫୦/- ମାତ୍ରପ୍ରକାଶକ : ସତ୍‌ ସାହିତ୍ୟସହଦେବ ଖୁଣ୍ଟା, ବାଲେଶ୍ୱର-୧ ଶ୍ରୀବିଷ୍ଣୁ ସହସ୍ରନାମ କଥା ଶୁଣିଲାମାତ୍ରେ ଆମେ ସାଧାରଣତଃ ଅନୁମାନ କରିନେଉ ନିଶ୍ଚିତପକ୍ଷେ ବିଷ୍ଣୁଙ୍କର ଏକହଜାର ନାମ ବିଶେଷ, ଯାହା ପ୍ରାୟ ସମସ୍ତଙ୍କ ପାଇଁ ଜଣାଶୁଣା ଆଉ ଏହାକୁ ପାଠ କରିବାର ମୂଲ୍ୟ ମଧ୍ୟ ଯଥେଷ୍ଟ ଅଧିକ ରହିଛି । ଶ୍ରୀବିଷ୍ଣୁ ସହସ୍ରନାମ ପାଠ ପ୍ରାୟତଃ ଅର୍ଦ୍ଧାଧିକ ବ୍ୟକ୍ତି କରୁଥିବାର…

ନାରାୟଣ ସେବା ତା୧୯।୦୨।୨୦୨୧ରିଖ ଶୁକ୍ରବାର :

ନାରାୟଣ ସେବା ତା୧୯।୦୨।୨୦୨୧ରିଖ ଶୁକ୍ରବାର : ପବିତ୍ର ମାଘସପ୍ତମୀ ତିଥିରେ ପ୍ରତିଷ୍ଠାନର ହିତୈଷୀ ଡଃ ମାୟା ନନ୍ଦଙ୍କର ମାତୃ ଶ୍ରାଦ୍ଧ ଦିବସ ଉପଲକ୍ଷେ ଦରିଦ୍ର ନାରାୟଣ ସେବା ଅନୁଷ୍ଠିତ ହୋଇଯାଇଛି । ଆମେ ସମସ୍ତେ ଅବଗତ କୋଭିଡ-୧୯ ଜନିତ କଟକଣାରେ ଏକତ୍ର ସମାବେଶ, ଭୋଜନ ଆଜିକୁ ବାରଣ କରାଯାଇଛି । ୫୦ ସଦସ୍ୟ ଏକତ୍ର ଭୋଜନ କରିବାକୁ ମଧ୍ୟ ବାରଣ କରାଯାଉଛି । ତେଣୁ କଟକଣାକୁ ଦୃଷ୍ଟି ଦେଇ ସୀମିତ ସଂଖ୍ୟକ (ଥରକେ ୫୦) ନାରାୟଣ ସେବା କାର୍ଯ୍ୟ କରାଯାଇଅଛି ।…

‘ଓଁ‌କାର’ ପତ୍ରିକାର ୨୦୦ତମ ସଂଖ୍ୟା ଉନ୍ମୋଚନ

ତା୧୫/୧୧/୨୦୨୦ରିଖ, ପୁରୀ : ଓମ୍‌ ପ୍ରତିଷ୍ଠାନରୁ ପ୍ରକାଶିତ ଧର୍ମ, ଅଧ୍ୟାତ୍ମ, ପ୍ରାଚ୍ୟାଦି ପାରମ୍ପରିକ ଶାସ୍ତ୍ରର ମାସିକ ବାର୍ତ୍ତାବହ ‘ଓମ୍‌କାର’ ପତ୍ରିକା ଗତ ୧୭ବର୍ଷ ଧରି (୨୦୦୪ମସିହାରୁ) ନିରବଚ୍ଛିନ୍ନ ଭାବରେ ପ୍ରକାଶିତ ହୋଇ ଆଜି ୨୦୦ତମ ସଂଖ୍ୟାରେ ପଦାର୍ପଣ କରିଛି । ନିଶ୍ଚିତପକ୍ଷେ ଏହା ଶ୍ରୀକ୍ଷେତ୍ରାଧିପତି ଶ୍ରୀଜଗନ୍ନାଥଙ୍କ ଅଶେଷ କୃପା ପ୍ରାପ୍ତି ହୋଇ ଗୋଟିଏ ପରେ ଗୋଟିଏ ସଂଖ୍ୟା ଆଗେଇଚାଲିଛି । ପତ୍ରିକାର ‘୨୦୦ତମ ସଂଖ୍ୟାର ଉନ୍ମୋଚନ’ ପରିଚାଳନା କମିଟିର ସଭାପତି ଇଂ ସ୍ୱାମୀ ରାମାନନ୍ଦ ସରସ୍ୱତୀ ତଥା ସମ୍ମାନନୀୟ…

ନାରାୟଣ ସେବା କାର୍ଯ୍ୟକ୍ରମ

ପବିତ୍ର ଦିପାବଳୀ ଅମାବାସ୍ୟା ତିଥିରେ ସୁଶ୍ରୀ ସ୍ନେହ ନନ୍ଦଙ୍କର ପିତା ସ୍ୱର୍ଗତ ଡଃ ବସନ୍ତ ନନ୍ଦଙ୍କ ଶ୍ରାଦ୍ଧଦିବସରେ ନାରାୟଣ ସେବାକାର୍ଯ୍ୟ ଅନୁଷ୍ଟିତ ହୋଇଯାଇଛି । କୋଭିଡ-୧୯ର ନିୟମାନୁସାରେ ଏକତ୍ର ବସି ପ୍ରସାଦ ସେବନର ଅନୁମତି ନ ଥିବାରୁ ପ୍ରତ୍ୟେକେ ନିଜ ନିଜର ପ୍ରସାଦ ପ୍ୟାକେଟରେ ନେଇ ସେବନ କରିବାର ବ୍ୟବସ୍ଥା ହୋଇଥିଲା । ଅତଃ ପ୍ରାୟ ୭୫ଜଣ ଦରିଦ୍ର ନାରାୟଣଙ୍କୁ ଅନ୍ନପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯିବା ସହ ପ୍ରତିଷ୍ଠାନରେ ସାମୂହିକ ଶ୍ରୀଶ୍ରୀମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ପୂର୍ବକ ଅମର ଆତ୍ମାର…

ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ (ପ୍ରାଚୀନ ପୋଥିରୁ ସଂଗୃହୀତ)

ସମ୍ପାଦନା : ଅଧ୍ୟାପକ ମୀନକେତନ ପଟ୍ଟଯୋଶୀପ୍ରକାଶକ: odiasahityasamskruti.comଜ୍ୟୋସ୍ନାରାଣୀ ପଟ୍ଟଯୋଶୀ, ଉପରମାଳି ସାହି, ପୁରୀ-୨,ମୋ: ୯୩୩୭୨୦୭୯୩୫ପୃଷ୍ଠା : ୩୮, ଡିମାଇମୂଲ୍ୟ : ଟ୬୦/- ମାତ୍ର ବିଶିଷ୍ଟ ଜ୍ୟୋତିର୍ବିଦ୍‌, କବି, ପ୍ରାବନ୍ଧିକ, ଗାଳ୍ପିକ, ନାଟ୍ୟକାର, ପୁରୋହିତ ତଥା ଅଧ୍ୟାପକ ମୀନକେତନ ପଟ୍ଟଯୋଶୀ ବହୁଭାବରେ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପ୍ରଶଂସିତ । ଅଧୁନା ଅଧ୍ୟାପନା ବୃତ୍ତିରେ ରତ ଉକ୍ତ ଲେଖକ ଓଡ଼ିଆ ଭାଷା, ସାହିତ୍ୟ ବିଭାଗରେ କର୍ମରତ । ପୂର୍ବରୁ ତାଙ୍କଦ୍ୱାରା ଅନେକ ରଚନା ଅନୁସୃଜିତ ହୋଇଥିଲେ ମଧ୍ୟ ସଂଶିତ…

ଶିକ୍ଷା — ସେଦିନର ଏବଂ ଆଜି

ଲେଖକ : ଗୋପୀନାଥ ଶତପଥୀନୀଳଚକ୍ର ନଗର, ଅଠରନଳା, ପୁରୀପୃଷ୍ଠା : ୧୭୨, ଡିମାଇମୂଲ୍ୟ : ୧୬୫ଟଙ୍କା ମାତ୍ର/-‘‘ଶିକ୍ଷା — ସେଦିନର ଏବଂ ଆଜି’’—ପୁସ୍ତକଟି ଲେଖକ ଗୋପୀନାଥ ଶତପଥୀଙ୍କର ଜୀବନ-ଜୀବିକା ଜଡିତ ସାର ନିର୍ଯାସରୁ ସାଉଁଟି ଆଣିଥିବା ଏକ ଦୁର୍ମୂଲ୍ୟ ପ୍ରକାଶନ ଭଳି ମନେହୁଏ । ବୃତ୍ତିଗତ ଜୀବନରେ- ଜଣେ ଆଦର୍ଶ ଶିକ୍ଷକ ଭାବେ ଅବସର ନେଲେ ମଧ୍ୟ ତାଙ୍କର ଶିକ୍ଷା ପ୍ରକ୍ରିୟାର ଅନ୍ତ ଘଟିନାହିଁ, ବରଂ ତାହା ଆହୁରି ବହୁଗୁଣିତ ହୋଇଯାଇଛି । ଅଧ୍ୟୟନ, ବିଚାରବିମର୍ଶ, ବିଶ୍ଲେଷଣର ପ୍ରକ୍ରିୟାକୁ…

Sambad O Suchana (October 2020)

ଶ୍ରୀଶ୍ରୀଦୁର୍ଗାପୂଜା ଓ ପବିତ୍ର ଦଶହରା : ତା୨୫।୧୦।୨୦: ଶ୍ରୀଶ୍ରୀ ଶାରଦୀୟ ଦୁର୍ଗାପୂଜାର ମହାନ୍ ଆଧ୍ୟାତ୍ମିକ ପ୍ରଭାବ ସାରା ଭାରତବର୍ଷରେ ଅନୁଭୂତ ହୁଏ । ଜୀବ ମାତ୍ରକେ ମାଆଙ୍କ ପବିତ୍ର ସ୍ପର୍ଶ ପାଇବା ନିମିତ୍ତ ଏହି ଅବସରକୁ ବ୍ୟାକୁଳିତ ହୋଇ ଚାହିଁ ରହିଥାନ୍ତି। ବ୍ରହ୍ମାଣ୍ଡର ସୃଜନ, ପାଳନ ଓ ସଂହାର ଶକ୍ତିରେ ଯୁକ୍ତ ଭଗବତୀ ଦେବୀ ସଚ୍ଚିଦାନନ୍ଦ ବ୍ରହ୍ମାଙ୍କ ଚିତ୍ ରୂପିଣୀ-ଶକ୍ତି-ଶାଶ୍ୱତ ଚିତ୍ ଶକ୍ତି ଅଟନ୍ତି, ଯିଏ ନିଜର ଅବିନାଶୀ ଗର୍ଭରେ ବ୍ରହ୍ମାଣ୍ଡର ବୀଜକୁ ଧାରଣ କରିଛନ୍ତି । ସେ…