Press "Enter" to skip to content

‘ଓଁ‌କାର’ ପତ୍ରିକାର ୨୦୦ତମ ସଂଖ୍ୟା ଉନ୍ମୋଚନ

Last updated on August 13, 2022

ତା୧୫/୧୧/୨୦୨୦ରିଖ, ପୁରୀ : ଓମ୍‌ ପ୍ରତିଷ୍ଠାନରୁ ପ୍ରକାଶିତ ଧର୍ମ, ଅଧ୍ୟାତ୍ମ, ପ୍ରାଚ୍ୟାଦି ପାରମ୍ପରିକ ଶାସ୍ତ୍ରର ମାସିକ ବାର୍ତ୍ତାବହ ‘ଓମ୍‌କାର’ ପତ୍ରିକା ଗତ ୧୭ବର୍ଷ ଧରି (୨୦୦୪ମସିହାରୁ) ନିରବଚ୍ଛିନ୍ନ ଭାବରେ ପ୍ରକାଶିତ ହୋଇ ଆଜି ୨୦୦ତମ ସଂଖ୍ୟାରେ ପଦାର୍ପଣ କରିଛି । ନିଶ୍ଚିତପକ୍ଷେ ଏହା ଶ୍ରୀକ୍ଷେତ୍ରାଧିପତି ଶ୍ରୀଜଗନ୍ନାଥଙ୍କ ଅଶେଷ କୃପା ପ୍ରାପ୍ତି ହୋଇ ଗୋଟିଏ ପରେ ଗୋଟିଏ ସଂଖ୍ୟା ଆଗେଇଚାଲିଛି । ପତ୍ରିକାର ‘୨୦୦ତମ ସଂଖ୍ୟାର ଉନ୍ମୋଚନ’ ପରିଚାଳନା କମିଟିର ସଭାପତି ଇଂ ସ୍ୱାମୀ ରାମାନନ୍ଦ ସରସ୍ୱତୀ ତଥା ସମ୍ମାନନୀୟ ସଦସ୍ୟ ଶ୍ରୀଯୁକ୍ତ ଲମ୍ବୋଦର ସାହୁ (retd OAS), Prof Bhagaban Samantaray, ସଦସ୍ୟା ଅବସର ପ୍ରାପ୍ତ ଅଧ୍ୟାପିକା ସ୍ନେହ ନନ୍ଦ ଓ ପ୍ରକାଶିକା ସୁଶ୍ରୀ ସୁଶ୍ରୀୟାଙ୍କ ଗହଣରେ ଅନୁଷ୍ଠିତ ହୋଇ ଲୋକାର୍ପଣ ହୋଇଯାଇଛି । ସୀମିତ ସଂଖ୍ୟକ ସଦସ୍ୟଙ୍କର ବଦାନ୍ୟତା, ଆଜୀବନ ତଥା ବାର୍ଷିକ ସଦସ୍ୟମାନଙ୍କର ସହଯୋଗ ଏବଂ ପାଠକମାନଙ୍କର ଆଗ୍ରହକୁ ପାଥେୟ କରି ପ୍ରକାଶନ କାର୍ଯ୍ୟ ନିରବଚ୍ଛିନ୍ନ ଜାରି ରହିଥିବାରୁ ସେହି ଏକାକ୍ଷରସ୍ୱରୂପ ପରଂବ୍ରହ୍ମଙ୍କ ନିକଟରେ କୃତଜ୍ଞତା ଜଣାଇବା ସହ ଏହାର ଚିରସ୍ଥାୟିତା ତଥା ଉତ୍ତରୋତ୍ତର ଉନ୍ନତି ନିମିତ୍ତ ସମସ୍ତ ସଦସ୍ୟ ପ୍ରାର୍ଥନା ଜଣାଇଥିଲେ ।
ବର୍ତ୍ତମାନର ପରିସ୍ଥିତିରେ ପ୍ରକାଶନ ଜନିତ ବ୍ୟୟ ବହୁଳତା ରହିଥିଲେ ମଧ୍ୟ ପତ୍ରିକାଟିକୁ ଋଦ୍ଧିମନ୍ତ କରିବାନିମିତ୍ତ ସବୁ ପ୍ରକାରେ ଚେଷ୍ଟା ଚାଲିଛି । ଯୁବକମାନଙ୍କ ନିମିତ୍ତ ସ୍ୱତନ୍ତ୍ର ଭାବରେ ‘ଯୁବା ଓମ୍‌କାର’ ସଂଖ୍ୟା ମଧ୍ୟ ଗତବର୍ଷ ଜାନୁୟାରୀ ମାସରୁ ଉପଲବ୍ଧ କରାଯାଉଛି, ଯାହା ଏକ ନିଆରା ପ୍ରକାଶନ କହିଲେ ଅତ୍ୟୁକ୍ତି ହେବନାହିଁ । ତଥାପି ଯାହାକିଛି ତୃଟି ଅବା ଅଭାବ ପରିଲକ୍ଷିତ ହେଉଛି ତାହାକୁ ପୂରଣ କରିବା ନିମିତ୍ତ ପାଠକମାନଙ୍କର ମତାମତ ନିମନ୍ତେ ସମ୍ପାଦକ ଶ୍ରୀ ଶରତ କୁମାର କର ଆହ୍ୱାନ କରିଅଛନ୍ତି ।
୨୦୦ତମ ସଂସ୍କରଣ ସହିତ ଓମ୍‌କାର ପତ୍ରିକାର ନିଜସ୍ୱ android app ‘ଓମ୍‌କାର’ ଲୋକାର୍ପିତ :
ଓମ୍‌କାର ପତ୍ରିକାର ୨୦୦ତମ ସଂଖ୍ୟା ପ୍ରକାଶନ ଅବସରରେ ପତ୍ରିକାର ନିଜସ୍ୱ ନିଜସ୍ୱ android app ’ଓମ୍‌କାର-aumkar’ ଉନ୍ମୋଚନ ହୋଇଯାଇଛି । ବର୍ତ୍ତମାନର ପରିସ୍ଥିତିରେ ପତ୍ରିକା ପ୍ରାପ୍ତିରେ ବିଳମ୍ବ ତାଥା ପାଠକୀୟ ରୁଚିକୁ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବାରୁ ତାହାର ଡିଜିଟାଲ କିମ୍ବା ଅନ୍ ଲାଇନ୍ ମୋଡ୍‌କୁ ଅଧିକ ପ୍ରସାରିତ କରିଛି । ଏହାଦ୍ୱାରା ଯେ କେହି ପାଠକ ବିନାମୂଲ୍ୟରେ ଗୁରୁଲ୍ ପ୍ଲେ ଷ୍ଟୋର ମାଧ୍ୟମରେ ଏହାକୁ ବ୍ୟବହାର କରିବାର ସୁଯୋଗ ନେଇପାରିବେ । ପୁର୍ବ ବର୍ଷରେ ୭୦ ହଜାରୁରୁ ଅଧିକ ପାଠକ google play books ରୁ download କରି ପତ୍ରିକାକୁ ପାଠ କରିଥବାରୁ ଏହାକୁ ଆହୁରି ଜନପ୍ରିୟ କରାଇବା ଲକ୍ଷରେ aumkar-app ଟିକୁ release କରାଯାଇଛି ବୋଲି ପ୍ରତିଷ୍ଠାନ ତରଫରୁ ଘୋଷଣା କରାଯାଇଛି ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.