Press "Enter" to skip to content

ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ (ପ୍ରାଚୀନ ପୋଥିରୁ ସଂଗୃହୀତ)

Last updated on August 13, 2022

ସମ୍ପାଦନା : ଅଧ୍ୟାପକ ମୀନକେତନ ପଟ୍ଟଯୋଶୀ
ପ୍ରକାଶକ: odiasahityasamskruti.com
ଜ୍ୟୋସ୍ନାରାଣୀ ପଟ୍ଟଯୋଶୀ, ଉପରମାଳି ସାହି, ପୁରୀ-୨,
ମୋ: ୯୩୩୭୨୦୭୯୩୫
ପୃଷ୍ଠା : ୩୮, ଡିମାଇ
ମୂଲ୍ୟ : ଟ୬୦/- ମାତ୍ର

ବିଶିଷ୍ଟ ଜ୍ୟୋତିର୍ବିଦ୍‌, କବି, ପ୍ରାବନ୍ଧିକ, ଗାଳ୍ପିକ, ନାଟ୍ୟକାର, ପୁରୋହିତ ତଥା ଅଧ୍ୟାପକ ମୀନକେତନ ପଟ୍ଟଯୋଶୀ ବହୁଭାବରେ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପ୍ରଶଂସିତ । ଅଧୁନା ଅଧ୍ୟାପନା ବୃତ୍ତିରେ ରତ ଉକ୍ତ ଲେଖକ ଓଡ଼ିଆ ଭାଷା, ସାହିତ୍ୟ ବିଭାଗରେ କର୍ମରତ । ପୂର୍ବରୁ ତାଙ୍କଦ୍ୱାରା ଅନେକ ରଚନା ଅନୁସୃଜିତ ହୋଇଥିଲେ ମଧ୍ୟ ସଂଶିତ ଲକ୍ଷ୍ମୀପୁରାଣଟି ବିଶେଷ ମହତ୍ତ୍ୱ ରକ୍ଷା କରେ । ଲେଖକଙ୍କ ଅନୁସାରେ ପ୍ରାଚୀନ ପୋଥିରୁ ସଂଗୃହିତ ଏହି ପୁରାଣ ବଳରାମ ଦାସଙ୍କର କୃତି ଯାହା କି ନିର୍ଭୁଲ ସଂସ୍କରଣ ଭାବରେ ଦାବୀ କରାଯାଇଛି । ପୁରପଲ୍ଲୀରେ ପ୍ରଚଳିତ ଲକ୍ଷ୍ମୀପୁରାଣରୁ ଏହା ସେମିତି କିଛି ବିଶେଷ ପରିବର୍ତ୍ତନ ପ୍ରମାଣ କରୁନଥିଲେ ମଧ୍ୟ, ଲେଖକଙ୍କର ଦାବୀ ଅନୁସନ୍ଧାନ ସାପେକ୍ଷ । ଏହାଛଡ଼ା, ଲେଖକ ନିଜର କେଉଁ ସ୍ୱତନ୍ତ୍ର ଗୁଣଟିକୁ ଉପସ୍ଥାପନ କରୁଛନ୍ତି, ତାହା ମଧ୍ୟ ପୁସ୍ତକରେ ଉଲ୍ଲିଖିତ ହୋଇନାହିଁ । ତେଣୁ ପାଠକୀୟ ଶଙ୍କା ଉପୁଜିବା ସ୍ୱଭାବିକ । ସେ ଯାହାହେଉନାଁ କାହିଁକି, ସ୍ରଷ୍ଟା ଏହା ଉପରେ ରୀତିମତ କସରତ କରି କିଛି ବିଶେଷତା ଉପସ୍ଥାପନ କରିବାପାଇଁ ପ୍ରୟାସ କରିଥିବା ଧନ୍ୟବାଦାର୍ହ୍ୟ ।
ଏହି ୩୮ ପୃଷ୍ଠା ସମ୍ବଳିତ ଲକ୍ଷ୍ମୀପୁରାଣ ପୁସ୍ତିକାଟି ଟିକିଏ ଭିନ୍ନ ଧରଣର କୃତି ଅଟେ, ଏହାକୁ ପ୍ରାଚୀନ ପୋଥିରୁ ସଂଗୃହୀତ କରି ନିଜ ସମ୍ପାଦନାରେ ସାଧାରଣ ଜନମାନସ ପାଇଁ ପ୍ରକାଶ କରିଛନ୍ତି । ଏହାର ଭାଷା ଅତି ସରଳ ଓ ସାବଲୀଳ ଅଟେ । ତେଣୁ ଏଥିପ୍ରତି ପାଠକମାନଙ୍କ ରୁଚି ବୃଦ୍ଧି ହେବାର ଆଶା କରାଯାଏ ମାତ୍ର ମୂଲ୍ୟ ଦୃଷ୍ଟିରୁ ନୁହେଁ ।

— ସମୀକ୍ଷା ସମ୍ପାଦକ

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.