Press "Enter" to skip to content

ଶିବ ଉପାସନା (ପୁସ୍ତକ)

Last updated on October 28, 2020

ଶିବ ଉପାସନା ପୁସ୍ତକଟିର ସଂକଳକ ଶ୍ରୀ ସ୍ୱାମୀ ରାମାନନ୍ଦ ସରସ୍ୱତୀ ସନ୍ନ୍ୟାସ ଜୀବନ ନିର୍ବାହ କରୁଥିଲେ ମଧ୍ୟ ପୂର୍ବାଶ୍ରମରେ ସେ ଶ୍ରୀ ଦୈତାରୀ ବଳିୟାର ସିଂ ନାମରେ ଓଡିଶା ସରକାରଙ୍କ ଜଳସମ୍ପଦ ବିଭାଗରେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରି ଅବସର ନେଇଛନ୍ତି । ସେ ଏହି ସନ୍ନ୍ୟାସ ଜୀବନରେ ସାଧନ ପରାୟଣ ହେବା ସହ ସମାଜର ଉନ୍ନତି ପାଇଁ କେତେଗୁଡିଏ ଉପାଦେୟ ପୁସ୍ତକ ରଚନା କରିଛନ୍ତି । ସେଥିମଧ୍ୟରୁ କାକଭୁଷୁଣ୍ଡି ଗରୁଡ ସମ୍ବାଦ, ସାଧନା(ସ୍ୱାମୀ ଶିବାନନ୍ଦ) ଶ୍ରୀଶିବପାର୍ବତୀ ବିବାହ, ଶିବ ଉପାସନା ଆଦି ଅନ୍ୟତମ ।
ଆଶୁତୋଷ ଶିବଙ୍କୁ ଉପାସନା କଲେ ଅସାଧ୍ୟ ସାଧନ ହେବା ସହିତ ଅଭୟବର ପାପ୍ତ ହୋଇଥାଏ । ଶିବଙ୍କର ପଞ୍ଚାକ୍ଷରୀ ମନ୍ତ୍ର ଅତ୍ୟନ୍ତ ଶ୍ରେଷ୍ଠ ଅଟେ । ଶିବଙ୍କର ପତ୍ନୀ ପାର୍ବତୀ ସୃଷ୍ଟିର ପରମ ଶକ୍ତି ରୂପେ ବିବେଚିତ । ଲକ୍ଷ୍ମୀ, ସରସ୍ୱତୀ ଓ ପାର୍ବତୀ ତିନିହେଁ ଏକ ଆତ୍ମା ଓ ଅଭିନ୍ନ । ତେଣୁ ଶିବ ଉପାସନା ଦ୍ୱାରା ଧନ, ଐଶ୍ୱର୍ଯ୍ୟ, ଶାନ୍ତି ଓ ଶକ୍ତି ପ୍ରାପ୍ତ ହେବା ସର୍ବଜନ ବିଦିତ । ଶିବଙ୍କର ଦୁଇ ପୁତ୍ର ଜ୍ଞାନ ଓ ଶକ୍ତିର ପ୍ରତୀକ ଅଟନ୍ତି । ଭବାନୀ ଓ ଶଙ୍କର ହେଲେ ଯଥାକ୍ରମେ ଶ୍ରଦ୍ଧା ଓ ବିଶ୍ୱାସର ପ୍ରତୀକ । ଉଭୟେ ଏକ ଓ ଅଭିନ୍ନ ତତ୍ତ୍ୱ ଅଟନ୍ତି । ତାଙ୍କର ଆରାଧନା କରିବା ଦ୍ୱାରା ସାଧକ ଶ୍ରଦ୍ଧା ଓ ବିଶ୍ୱାସରେ ପ୍ରତିଷ୍ଠିତ ହୋଇପାରିବ । ଫଳତଃ ନିଜ ଭିତରେ ଥିବା ଈଶ୍ୱରଙ୍କର ଦର୍ଶନ ଲାଭ ହେବ, ଅନ୍ୟଥା ନୁହେଁ । ମହାଦେବ ଶାନ୍ତିର ମହାସାଗର, ପ୍ରଶାନ୍ତ ଅଟନ୍ତି । ସେ ସ୍ୱୟଂସମ୍ପୂର୍ଣ୍ଣ, ପ୍ରତ୍ୟେକଙ୍କୁ ଆଲୋକ ପ୍ରଦାନ କରନ୍ତି । ତାଙ୍କର ସେହି ଦିବ୍ୟ ମହିମା ନ ଜାଣିଲେ ଦୃଢ ବିଶ୍ୱାସ ଜାତ ହେବା କଠିନ । ଦୃଢ ବିଶ୍ୱାସ ବିନା ଭକ୍ତିରେ ପ୍ରତିଷ୍ଠିତ ହୋଇପାରିବା ନାହିଁ । ଈଶ୍ୱରଙ୍କ କୃପା ପାଇବା ତ ଦୂରର କଥା । ଅତଃ ଶିବଜ୍ଞାନ ପ୍ରାପ୍ତି ହୋଇ ଶିବ ସାଯୁଜ୍ୟ ଲାଭ ପାଇଁ ଅାଗେଇ ଆସୁଥିବା ଭକ୍ତ, ପାଠକମାନେ ଉକ୍ତ ଶିବ ଉପାସନା ପୁସ୍ତିକା ପାଠକରି ସମ୍ୟକ୍ ଜ୍ଞାନ ଲାଭକରିପା ପାଇଁ ଯତ୍ ପରୋନାସ୍ତି ଚେଷ୍ଟା କରାଯାଇଛି ବୋଲି ପୁସ୍ତକଟିରେ ଉପସ୍ଥାପନା କରାଯାଇଛି ।
ଉକ୍ତ ପୁସ୍ତକଟିରେ ଲେଖକ ମହାଶୟ ମୋଟ ୧୦୭ଟି ପ୍ରସଙ୍ଗକୁ ୧୨୪ ପୃଷ୍ଠାରେ ଉପସ୍ଥାପିତ କରିଛନ୍ତି । ସେଥିମଧ୍ୟରୁ ଶିବ ଉପାସନା, ଶିବମହିମା, ଶିବତତ୍ତ୍ୱ, ଶିବ ମାନସ ପୂଜା, ଶିବଲିଙ୍ଗ ରହସ୍ୟ, ପଞ୍ଚାକ୍ଷର ମନ୍ତ୍ର ଲିଖନ, ଅଭିଷେକ ଓ ରୁଦ୍ର ରହସ୍ୟ, ଶିବ ନିରାଜନମ୍ ଆଦି ସହିତ ଅନେକ ଶିବସ୍ତୁତି, ସ୍ତୋତ୍ର ଓ ସଂକୀର୍ତ୍ତନାବଳୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଟେ । ବିଜ୍ଞ ଓ ଆଗ୍ରହୀ ପାଠକବୃନ୍ଦ ଏହି ଜ୍ଞାନକୁ ଆହରଣ କରି ଭଗବାନ ଶିବଙ୍କ ନିକଟରେ ସମର୍ପିତ ହୋଇ ତାଙ୍କର ଉପାସନା କରିଲେ,ଏ ନିଶ୍ଚିତ ଭାବେ ଈଶ୍ୱରଙ୍କ କୃପା ପ୍ରାପ୍ତ କରି ପ୍ରତ୍ୟେକ କାର୍ଯ୍ୟରେ ସଫଳକାମୀ ହୋଇପାରିବେ – ଏଭଳି ଆଶା କରାଯାଏ ।।

ଶିବ ଉପାସନା
ଶିବ ଉପାସନା ପୁସ୍ତକଟିର ସଂକଳକ ଶ୍ରୀ ସ୍ୱାମୀ ରାମାନନ୍ଦ ସରସ୍ୱତୀ ସନ୍ନ୍ୟାସ ଜୀବନ ନିର୍ବାହ କରୁଥିଲେ ମଧ୍ୟ ପୂର୍ବାଶ୍ରମରେ ସେ ଶ୍ରୀ ଦୈତାରୀ ବଳିୟାର ସିଂ ନାମରେ ଓଡିଶା ସରକାରଙ୍କ ଜଳସମ୍ପଦ ବିଭାଗରେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରି ଅବସର ନେଇଛନ୍ତି । ସେ ଏହି ସନ୍ନ୍ୟାସ ଜୀବନରେ ସାଧନ ପରାୟଣ ହେବା ସହ ସମାଜର ଉନ୍ନତି ପାଇଁ କେତେଗୁଡିଏ ଉପାଦେୟ ପୁସ୍ତକ ରଚନା କରିଛନ୍ତି । ସେଥିମଧ୍ୟରୁ କାକଭୁଷୁଣ୍ଡି ଗରୁଡ ସମ୍ବାଦ, ସାଧନା(ସ୍ୱାମୀ ଶିବାନନ୍ଦ) ଶ୍ରୀଶିବପାର୍ବତୀ ବିବାହ, ଶିବ ଉପାସନା ଆଦି ଅନ୍ୟତମ ।

Be First to Comment

Leave a Reply

Your email address will not be published. Required fields are marked *

Rate this review

This site uses Akismet to reduce spam. Learn how your comment data is processed.