ଶ୍ରୀଶ୍ରୀଶଙ୍କର ଜୟନ୍ତୀ ତା ୧୭।୦୫।୨୦୨୧ ବୈଶାଖ ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀମଦ୍ ଆଦି ଶଙ୍କରଙ୍କର ଧରାବତରଣ ହୋଇଥିଲା, ଯେତେବେଳେକି ବୌଦ୍ଧ ଧର୍ମର ବୈଚାରିକ ଆକ୍ରମଣ ପ୍ରଭାବରୁ ହିନ୍ଦୁ ଧର୍ମ ତନ୍ତ୍ର-ମନ୍ତ୍ର ଆଦି କର୍ମକାଣ୍ଡକୁ ତ୍ୟାଗ କରିବାକୁ ଲାଗିଥିଲା । ଏହି ସଙ୍କଟାପନ୍ନ ଅବସ୍ଥାରେ ହିନ୍ଦୁ ଧର୍ମର ମୂଳ ବିଚାରର ସଂରକ୍ଷଣ କରିବାର ଆବଶ୍ୟକତା ପଡିଥିଲା । ଧାର୍ମିକ ପତନର ଦ୍ରୁତଗତିକୁ ବିରାମ ଲଗାଇବା ପାଇଁ ଆଦି ଶଙ୍କରାଚାର୍ଯ୍ୟଙ୍କର ପ୍ରୟାସ ଅତୀବ ପ୍ରଶଂସନୀୟ ଥିଲା ।ସ୍ୱଳ୍ପ ଜୀବନକାଳ ମଧ୍ୟରେ ଅନେକ ଶାସ୍ତ୍ରାର୍ଥ…
Posts published in “ସମ୍ବାଦ”
ନାରାୟଣ ସେବା ତା୧୯।୦୨।୨୦୨୧ରିଖ ଶୁକ୍ରବାର : ପବିତ୍ର ମାଘସପ୍ତମୀ ତିଥିରେ ପ୍ରତିଷ୍ଠାନର ହିତୈଷୀ ଡଃ ମାୟା ନନ୍ଦଙ୍କର ମାତୃ ଶ୍ରାଦ୍ଧ ଦିବସ ଉପଲକ୍ଷେ ଦରିଦ୍ର ନାରାୟଣ ସେବା ଅନୁଷ୍ଠିତ ହୋଇଯାଇଛି । ଆମେ ସମସ୍ତେ ଅବଗତ କୋଭିଡ-୧୯ ଜନିତ କଟକଣାରେ ଏକତ୍ର ସମାବେଶ, ଭୋଜନ ଆଜିକୁ ବାରଣ କରାଯାଇଛି । ୫୦ ସଦସ୍ୟ ଏକତ୍ର ଭୋଜନ କରିବାକୁ ମଧ୍ୟ ବାରଣ କରାଯାଉଛି । ତେଣୁ କଟକଣାକୁ ଦୃଷ୍ଟି ଦେଇ ସୀମିତ ସଂଖ୍ୟକ (ଥରକେ ୫୦) ନାରାୟଣ ସେବା କାର୍ଯ୍ୟ କରାଯାଇଅଛି ।…
ତା୧୫/୧୧/୨୦୨୦ରିଖ, ପୁରୀ : ଓମ୍ ପ୍ରତିଷ୍ଠାନରୁ ପ୍ରକାଶିତ ଧର୍ମ, ଅଧ୍ୟାତ୍ମ, ପ୍ରାଚ୍ୟାଦି ପାରମ୍ପରିକ ଶାସ୍ତ୍ରର ମାସିକ ବାର୍ତ୍ତାବହ ‘ଓମ୍କାର’ ପତ୍ରିକା ଗତ ୧୭ବର୍ଷ ଧରି (୨୦୦୪ମସିହାରୁ) ନିରବଚ୍ଛିନ୍ନ ଭାବରେ ପ୍ରକାଶିତ ହୋଇ ଆଜି ୨୦୦ତମ ସଂଖ୍ୟାରେ ପଦାର୍ପଣ କରିଛି । ନିଶ୍ଚିତପକ୍ଷେ ଏହା ଶ୍ରୀକ୍ଷେତ୍ରାଧିପତି ଶ୍ରୀଜଗନ୍ନାଥଙ୍କ ଅଶେଷ କୃପା ପ୍ରାପ୍ତି ହୋଇ ଗୋଟିଏ ପରେ ଗୋଟିଏ ସଂଖ୍ୟା ଆଗେଇଚାଲିଛି । ପତ୍ରିକାର ‘୨୦୦ତମ ସଂଖ୍ୟାର ଉନ୍ମୋଚନ’ ପରିଚାଳନା କମିଟିର ସଭାପତି ଇଂ ସ୍ୱାମୀ ରାମାନନ୍ଦ ସରସ୍ୱତୀ ତଥା ସମ୍ମାନନୀୟ…
ପବିତ୍ର ଦିପାବଳୀ ଅମାବାସ୍ୟା ତିଥିରେ ସୁଶ୍ରୀ ସ୍ନେହ ନନ୍ଦଙ୍କର ପିତା ସ୍ୱର୍ଗତ ଡଃ ବସନ୍ତ ନନ୍ଦଙ୍କ ଶ୍ରାଦ୍ଧଦିବସରେ ନାରାୟଣ ସେବାକାର୍ଯ୍ୟ ଅନୁଷ୍ଟିତ ହୋଇଯାଇଛି । କୋଭିଡ-୧୯ର ନିୟମାନୁସାରେ ଏକତ୍ର ବସି ପ୍ରସାଦ ସେବନର ଅନୁମତି ନ ଥିବାରୁ ପ୍ରତ୍ୟେକେ ନିଜ ନିଜର ପ୍ରସାଦ ପ୍ୟାକେଟରେ ନେଇ ସେବନ କରିବାର ବ୍ୟବସ୍ଥା ହୋଇଥିଲା । ଅତଃ ପ୍ରାୟ ୭୫ଜଣ ଦରିଦ୍ର ନାରାୟଣଙ୍କୁ ଅନ୍ନପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯିବା ସହ ପ୍ରତିଷ୍ଠାନରେ ସାମୂହିକ ଶ୍ରୀଶ୍ରୀମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ପୂର୍ବକ ଅମର ଆତ୍ମାର…
ଶ୍ରୀଶ୍ରୀଦୁର୍ଗାପୂଜା ଓ ପବିତ୍ର ଦଶହରା : ତା୨୫।୧୦।୨୦: ଶ୍ରୀଶ୍ରୀ ଶାରଦୀୟ ଦୁର୍ଗାପୂଜାର ମହାନ୍ ଆଧ୍ୟାତ୍ମିକ ପ୍ରଭାବ ସାରା ଭାରତବର୍ଷରେ ଅନୁଭୂତ ହୁଏ । ଜୀବ ମାତ୍ରକେ ମାଆଙ୍କ ପବିତ୍ର ସ୍ପର୍ଶ ପାଇବା ନିମିତ୍ତ ଏହି ଅବସରକୁ ବ୍ୟାକୁଳିତ ହୋଇ ଚାହିଁ ରହିଥାନ୍ତି। ବ୍ରହ୍ମାଣ୍ଡର ସୃଜନ, ପାଳନ ଓ ସଂହାର ଶକ୍ତିରେ ଯୁକ୍ତ ଭଗବତୀ ଦେବୀ ସଚ୍ଚିଦାନନ୍ଦ ବ୍ରହ୍ମାଙ୍କ ଚିତ୍ ରୂପିଣୀ-ଶକ୍ତି-ଶାଶ୍ୱତ ଚିତ୍ ଶକ୍ତି ଅଟନ୍ତି, ଯିଏ ନିଜର ଅବିନାଶୀ ଗର୍ଭରେ ବ୍ରହ୍ମାଣ୍ଡର ବୀଜକୁ ଧାରଣ କରିଛନ୍ତି । ସେ…
(୨୦୨୦ସେପ୍ଟେମ୍ବର ୨) ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରେ ଶ୍ରୀଶ୍ରୀଭାଗବତ ଜନ୍ମ ଉତ୍କଳୀୟ ମାନଙ୍କର ଏକ ସ୍ୱତନ୍ତ୍ର ପର୍ବ ଅଟେ, ଯାହା ଚଳିତ ବର୍ଷ ସେପ୍ଟେମ୍ବର ମାସ ୨ ତାରିଖରେ ଅନୁଷ୍ଠିତ ହୋଇଥିଲା । ଶ୍ରୀମଦ୍ଭାଗବତ ମହାପୁରାଣ ପୁରାଣମାନଙ୍କ ମଧ୍ୟରେ ଶ୍ରେଷ୍ଠସ୍ଥାନ ହାସଲ କରିଥାନ୍ତି । ତାହା ଶ୍ରୀଶ୍ରୀବିଷ୍ଣୁ ଭଗବାନଙ୍କର ବାଙ୍ମୟ ଅବତାର ରୂପରେ ରୂପ ପରିଗ୍ରହ କରିଥିବାର କୁହାଯାଏ । ଧର୍ମ ଓ ତତ୍ତ୍ୱ ଦୃଷ୍ଟିରୁ ବିଚାରକଲେ ଶ୍ରୀମଦ୍ ଭଗବଦ୍ଗୀତା ଓ ଶ୍ରୀମଦ୍ଭାଗବତ ମହାପୁରାଣ ମଧ୍ୟରେ ବିଶେଷ ପ୍ରଭେଦ ନଥିବାର…
ତା୨୧ ।୦୨।୨୦୨୦।ରିଖ, ଶୁକ୍ରବାର : ଶ୍ରୀଶ୍ରୀ ମହାଶିବ ରାତ୍ରି – ବିଶ୍ୱଜନକ, ବିଶ୍ୱବନ୍ଧୁ, ଦେବ ଦେବ ମହାଦେବ ସଂସାର ଦାବାନଳରୁ ମୁକ୍ତି ପ୍ରଦାନକରି ନବ ଜୀବନ ପ୍ରଦାନ କରନ୍ତି । ତ୍ରିନେତ୍ରଯୁକ୍ତ ମହାଦେବଙ୍କ ନେତ୍ରରୁ ପ୍ରଜ୍ୱଳିତ ଅଗ୍ନି ପ୍ରକଟିତ । ତାଙ୍କର ଲଲାଟଦେଶ ଚନ୍ଦ୍ରକଳାରେ ଉଦ୍ଭାସିତ । ସେ ତ୍ରିଲୋକରେ ଶ୍ରେଷ୍ଠ ଅଟନ୍ତି । ଶରଣାଗତମାନଙ୍କୁ ଅଭୟ ବର ପ୍ରଦାନକରି ସଂସାର କଲ୍ୟାଣ କରନ୍ତି । କଲ୍ୟାଣ ଓ ସୁଖର ମୂଳ ସ୍ରୋତ ଭଗବାନ୍ ଶିବ ମଙ୍ଗଳମୟ ଅଟନ୍ତି ।ସେହି ଦେବଦେବ ଶଙ୍କର ସଂସାରବାସୀଙ୍କ ମଙ୍ଗଳର…