ତ୍ରିଶଙ୍କୁ ଉପାଖ୍ୟାନ (ପୂର୍ବ ପ୍ରକାଶିତ ସଂଖ୍ୟା : 220 ଉତ୍ତାରୁ) ବିଶ୍ୱାମିତ୍ର ନିଜ ନିଗ୍ରହ ବିଷୟରେ ଭାବି ଅତ୍ୟନ୍ତ ସନ୍ତପ୍ତ ଓ ବୈରଭାବାପନ୍ନ ହୋଇଗଲେ । ତେଣୁ ଦକ୍ଷିଣ ଦିଗକୁ ଯାତ୍ରା ଆରମ୍ଭ କରିଦେଲେ । ସେଠାରେ ତପସ୍ୟାକରି କିଛିକାଳ ରହିଲାପରେ ତାଙ୍କର ଚାରୋଟି ପୁତ୍ର ସନ୍ତାନ (ହବିଷ୍ପନ୍ଦ, ମଧୁସ୍ପନ୍ଦ, ଦୃଢ଼ନେତ୍ର, ମହାରଥ) ଲାଭ ହେଲା । ସହସ୍ରବର୍ଷ ପରେ ବ୍ରହ୍ମା ଆସି କହିଲେ, ତୁମେ ତପୋବଳରେ ରାଜର୍ଷିଲୋକକୁ ଜୟ କରିଅଛ । ତେଣୁ ଆମେ ତୁମକୁ ରାଜର୍ଷି କହିବୁ । ବ୍ରହ୍ମା…
Posts published by “Sushree Sushreeya”
ଶ୍ରୀଶ୍ରୀଶଙ୍କର ଜୟନ୍ତୀ ତା ୧୭।୦୫।୨୦୨୧ ବୈଶାଖ ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀମଦ୍ ଆଦି ଶଙ୍କରଙ୍କର ଧରାବତରଣ ହୋଇଥିଲା, ଯେତେବେଳେକି ବୌଦ୍ଧ ଧର୍ମର ବୈଚାରିକ ଆକ୍ରମଣ ପ୍ରଭାବରୁ ହିନ୍ଦୁ ଧର୍ମ ତନ୍ତ୍ର-ମନ୍ତ୍ର ଆଦି କର୍ମକାଣ୍ଡକୁ ତ୍ୟାଗ କରିବାକୁ ଲାଗିଥିଲା । ଏହି ସଙ୍କଟାପନ୍ନ ଅବସ୍ଥାରେ ହିନ୍ଦୁ ଧର୍ମର ମୂଳ ବିଚାରର ସଂରକ୍ଷଣ କରିବାର ଆବଶ୍ୟକତା ପଡିଥିଲା । ଧାର୍ମିକ ପତନର ଦ୍ରୁତଗତିକୁ ବିରାମ ଲଗାଇବା ପାଇଁ ଆଦି ଶଙ୍କରାଚାର୍ଯ୍ୟଙ୍କର ପ୍ରୟାସ ଅତୀବ ପ୍ରଶଂସନୀୟ ଥିଲା ।ସ୍ୱଳ୍ପ ଜୀବନକାଳ ମଧ୍ୟରେ ଅନେକ ଶାସ୍ତ୍ରାର୍ଥ…
ବ୍ୟାଖ୍ୟା ଓ ସମ୍ପାଦନା : ଡଃ ଦିଗମ୍ବର ମହାନ୍ତିପୃଷ୍ଠା : ଡିମାଇ ୨୫୬ ପୃଷ୍ଠାମୂଲ୍ୟ : ଟ ୧୫୦/- ମାତ୍ରପ୍ରକାଶକ : ସତ୍ ସାହିତ୍ୟସହଦେବ ଖୁଣ୍ଟା, ବାଲେଶ୍ୱର-୧ ଶ୍ରୀବିଷ୍ଣୁ ସହସ୍ରନାମ କଥା ଶୁଣିଲାମାତ୍ରେ ଆମେ ସାଧାରଣତଃ ଅନୁମାନ କରିନେଉ ନିଶ୍ଚିତପକ୍ଷେ ବିଷ୍ଣୁଙ୍କର ଏକହଜାର ନାମ ବିଶେଷ, ଯାହା ପ୍ରାୟ ସମସ୍ତଙ୍କ ପାଇଁ ଜଣାଶୁଣା ଆଉ ଏହାକୁ ପାଠ କରିବାର ମୂଲ୍ୟ ମଧ୍ୟ ଯଥେଷ୍ଟ ଅଧିକ ରହିଛି । ଶ୍ରୀବିଷ୍ଣୁ ସହସ୍ରନାମ ପାଠ ପ୍ରାୟତଃ ଅର୍ଦ୍ଧାଧିକ ବ୍ୟକ୍ତି କରୁଥିବାର…
ନାରାୟଣ ସେବା ତା୧୯।୦୨।୨୦୨୧ରିଖ ଶୁକ୍ରବାର : ପବିତ୍ର ମାଘସପ୍ତମୀ ତିଥିରେ ପ୍ରତିଷ୍ଠାନର ହିତୈଷୀ ଡଃ ମାୟା ନନ୍ଦଙ୍କର ମାତୃ ଶ୍ରାଦ୍ଧ ଦିବସ ଉପଲକ୍ଷେ ଦରିଦ୍ର ନାରାୟଣ ସେବା ଅନୁଷ୍ଠିତ ହୋଇଯାଇଛି । ଆମେ ସମସ୍ତେ ଅବଗତ କୋଭିଡ-୧୯ ଜନିତ କଟକଣାରେ ଏକତ୍ର ସମାବେଶ, ଭୋଜନ ଆଜିକୁ ବାରଣ କରାଯାଇଛି । ୫୦ ସଦସ୍ୟ ଏକତ୍ର ଭୋଜନ କରିବାକୁ ମଧ୍ୟ ବାରଣ କରାଯାଉଛି । ତେଣୁ କଟକଣାକୁ ଦୃଷ୍ଟି ଦେଇ ସୀମିତ ସଂଖ୍ୟକ (ଥରକେ ୫୦) ନାରାୟଣ ସେବା କାର୍ଯ୍ୟ କରାଯାଇଅଛି ।…
ତା୧୫/୧୧/୨୦୨୦ରିଖ, ପୁରୀ : ଓମ୍ ପ୍ରତିଷ୍ଠାନରୁ ପ୍ରକାଶିତ ଧର୍ମ, ଅଧ୍ୟାତ୍ମ, ପ୍ରାଚ୍ୟାଦି ପାରମ୍ପରିକ ଶାସ୍ତ୍ରର ମାସିକ ବାର୍ତ୍ତାବହ ‘ଓମ୍କାର’ ପତ୍ରିକା ଗତ ୧୭ବର୍ଷ ଧରି (୨୦୦୪ମସିହାରୁ) ନିରବଚ୍ଛିନ୍ନ ଭାବରେ ପ୍ରକାଶିତ ହୋଇ ଆଜି ୨୦୦ତମ ସଂଖ୍ୟାରେ ପଦାର୍ପଣ କରିଛି । ନିଶ୍ଚିତପକ୍ଷେ ଏହା ଶ୍ରୀକ୍ଷେତ୍ରାଧିପତି ଶ୍ରୀଜଗନ୍ନାଥଙ୍କ ଅଶେଷ କୃପା ପ୍ରାପ୍ତି ହୋଇ ଗୋଟିଏ ପରେ ଗୋଟିଏ ସଂଖ୍ୟା ଆଗେଇଚାଲିଛି । ପତ୍ରିକାର ‘୨୦୦ତମ ସଂଖ୍ୟାର ଉନ୍ମୋଚନ’ ପରିଚାଳନା କମିଟିର ସଭାପତି ଇଂ ସ୍ୱାମୀ ରାମାନନ୍ଦ ସରସ୍ୱତୀ ତଥା ସମ୍ମାନନୀୟ…
ପବିତ୍ର ଦିପାବଳୀ ଅମାବାସ୍ୟା ତିଥିରେ ସୁଶ୍ରୀ ସ୍ନେହ ନନ୍ଦଙ୍କର ପିତା ସ୍ୱର୍ଗତ ଡଃ ବସନ୍ତ ନନ୍ଦଙ୍କ ଶ୍ରାଦ୍ଧଦିବସରେ ନାରାୟଣ ସେବାକାର୍ଯ୍ୟ ଅନୁଷ୍ଟିତ ହୋଇଯାଇଛି । କୋଭିଡ-୧୯ର ନିୟମାନୁସାରେ ଏକତ୍ର ବସି ପ୍ରସାଦ ସେବନର ଅନୁମତି ନ ଥିବାରୁ ପ୍ରତ୍ୟେକେ ନିଜ ନିଜର ପ୍ରସାଦ ପ୍ୟାକେଟରେ ନେଇ ସେବନ କରିବାର ବ୍ୟବସ୍ଥା ହୋଇଥିଲା । ଅତଃ ପ୍ରାୟ ୭୫ଜଣ ଦରିଦ୍ର ନାରାୟଣଙ୍କୁ ଅନ୍ନପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯିବା ସହ ପ୍ରତିଷ୍ଠାନରେ ସାମୂହିକ ଶ୍ରୀଶ୍ରୀମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ପୂର୍ବକ ଅମର ଆତ୍ମାର…
ସମ୍ପାଦନା : ଅଧ୍ୟାପକ ମୀନକେତନ ପଟ୍ଟଯୋଶୀପ୍ରକାଶକ: odiasahityasamskruti.comଜ୍ୟୋସ୍ନାରାଣୀ ପଟ୍ଟଯୋଶୀ, ଉପରମାଳି ସାହି, ପୁରୀ-୨,ମୋ: ୯୩୩୭୨୦୭୯୩୫ପୃଷ୍ଠା : ୩୮, ଡିମାଇମୂଲ୍ୟ : ଟ୬୦/- ମାତ୍ର ବିଶିଷ୍ଟ ଜ୍ୟୋତିର୍ବିଦ୍, କବି, ପ୍ରାବନ୍ଧିକ, ଗାଳ୍ପିକ, ନାଟ୍ୟକାର, ପୁରୋହିତ ତଥା ଅଧ୍ୟାପକ ମୀନକେତନ ପଟ୍ଟଯୋଶୀ ବହୁଭାବରେ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପ୍ରଶଂସିତ । ଅଧୁନା ଅଧ୍ୟାପନା ବୃତ୍ତିରେ ରତ ଉକ୍ତ ଲେଖକ ଓଡ଼ିଆ ଭାଷା, ସାହିତ୍ୟ ବିଭାଗରେ କର୍ମରତ । ପୂର୍ବରୁ ତାଙ୍କଦ୍ୱାରା ଅନେକ ରଚନା ଅନୁସୃଜିତ ହୋଇଥିଲେ ମଧ୍ୟ ସଂଶିତ…
ଲେଖକ : ଗୋପୀନାଥ ଶତପଥୀନୀଳଚକ୍ର ନଗର, ଅଠରନଳା, ପୁରୀପୃଷ୍ଠା : ୧୭୨, ଡିମାଇମୂଲ୍ୟ : ୧୬୫ଟଙ୍କା ମାତ୍ର/-‘‘ଶିକ୍ଷା — ସେଦିନର ଏବଂ ଆଜି’’—ପୁସ୍ତକଟି ଲେଖକ ଗୋପୀନାଥ ଶତପଥୀଙ୍କର ଜୀବନ-ଜୀବିକା ଜଡିତ ସାର ନିର୍ଯାସରୁ ସାଉଁଟି ଆଣିଥିବା ଏକ ଦୁର୍ମୂଲ୍ୟ ପ୍ରକାଶନ ଭଳି ମନେହୁଏ । ବୃତ୍ତିଗତ ଜୀବନରେ- ଜଣେ ଆଦର୍ଶ ଶିକ୍ଷକ ଭାବେ ଅବସର ନେଲେ ମଧ୍ୟ ତାଙ୍କର ଶିକ୍ଷା ପ୍ରକ୍ରିୟାର ଅନ୍ତ ଘଟିନାହିଁ, ବରଂ ତାହା ଆହୁରି ବହୁଗୁଣିତ ହୋଇଯାଇଛି । ଅଧ୍ୟୟନ, ବିଚାରବିମର୍ଶ, ବିଶ୍ଲେଷଣର ପ୍ରକ୍ରିୟାକୁ…
ଶ୍ରୀଶ୍ରୀଦୁର୍ଗାପୂଜା ଓ ପବିତ୍ର ଦଶହରା : ତା୨୫।୧୦।୨୦: ଶ୍ରୀଶ୍ରୀ ଶାରଦୀୟ ଦୁର୍ଗାପୂଜାର ମହାନ୍ ଆଧ୍ୟାତ୍ମିକ ପ୍ରଭାବ ସାରା ଭାରତବର୍ଷରେ ଅନୁଭୂତ ହୁଏ । ଜୀବ ମାତ୍ରକେ ମାଆଙ୍କ ପବିତ୍ର ସ୍ପର୍ଶ ପାଇବା ନିମିତ୍ତ ଏହି ଅବସରକୁ ବ୍ୟାକୁଳିତ ହୋଇ ଚାହିଁ ରହିଥାନ୍ତି। ବ୍ରହ୍ମାଣ୍ଡର ସୃଜନ, ପାଳନ ଓ ସଂହାର ଶକ୍ତିରେ ଯୁକ୍ତ ଭଗବତୀ ଦେବୀ ସଚ୍ଚିଦାନନ୍ଦ ବ୍ରହ୍ମାଙ୍କ ଚିତ୍ ରୂପିଣୀ-ଶକ୍ତି-ଶାଶ୍ୱତ ଚିତ୍ ଶକ୍ତି ଅଟନ୍ତି, ଯିଏ ନିଜର ଅବିନାଶୀ ଗର୍ଭରେ ବ୍ରହ୍ମାଣ୍ଡର ବୀଜକୁ ଧାରଣ କରିଛନ୍ତି । ସେ…