Press "Enter" to skip to content

ସଂସାରୀ ସଙ୍ଗ ଅତି ହାନିକାରକ

Last updated on August 13, 2022

କଲ୍ୟାଣାର୍ଥୀ ସାଧକଙ୍କୁ ସଂସାରୀଜନଙ୍କ ସଙ୍ଗରୁ ଅନେକ ହାନି ହୋଇଥାଏ, ଆସନ୍ତୁ ସେ ବିଷୟରେ ଜାଣିବା —
୧) ଅଜ୍ଞାନୀଜନଙ୍କ ସଙ୍ଗଲାଭରୁ ତାଙ୍କର କଥା ଶୁଣି ଆଉ ତାଙ୍କର ଆଚରଣ ଦେଖି ସାଧକଙ୍କୁ ନିଜର ଜପ, ତପ, ଧ୍ୟାନାଦି ସାଧନରୁ ପ୍ରାୟତଃ ଭ୍ରଷ୍ଟ ହେବାକୁ ପଡିଥାଏ ।
୨) ଅଜ୍ଞାନୀଙ୍କର ସତ୍କାର ପାଇ ସାଧକ ନିଜକୁ ମହାପୁରୁଷ ମାନିନେଇଥାଏ ଆଉ ଏଭଳି ବୁଝି ନେଇଥାଏ କି ମୁଁ ପୂର୍ଣ୍ଣ ଅଟେ, ତେଣୁ ତ ମୋତେ ଲୋକେ ଏତେ ମାନ୍ୟତା ଦେଉଛନ୍ତି । ଏହାଦ୍ୱାରା ତାଙ୍କର ଅଭିମାନ ବଢିଥାଏ ଆଉ ତାଙ୍କୁ ପରମାର୍ଥ ସାଧନଚ୍ୟୁତ ହେବାକୁ ପଡିଥାଏ ।
୩) ସଂସାରୀଜନଙ୍କ ସଂସର୍ଗରୁ ତାଙ୍କର ସଂସ୍କାର ସାଧକ ହୃଦୟରେ ପ୍ରବେଶ କରିଯାଏ, ତଦ୍ଦ୍ୱାରା ତାଙ୍କର ସଂସାରାସକ୍ତି ଉତ୍ତରୋତ୍ତର ବୃଦ୍ଧି ପାଇବାକୁ ଲାଗେ ।
୪) ସେମାନଙ୍କ ସଙ୍ଗରୁ, ସେମାନଙ୍କ ବୃତ୍ତି ଅନୁସାରେ ତାଙ୍କର ଅନୁରାଗ ହୋଇଥାଏ, ଆଉ ଯିଏ ପ୍ରଣାମ ସତ୍କାରାଦି କରନ୍ତିନାହିଁ ସେଥିପ୍ରତି ଦ୍ୱେଷଭାବ ବୃଦ୍ଧିପାଏ ।
୫) ସାଧକଙ୍କର ଦୈବୀଗୁଣକୁ ଦେଖି ଲୋକେ ତାଙ୍କୁ ଯେଉଁ ବହୁମୂଲ୍ୟ ଭୋଜନ-ବସ୍ତ୍ରାଦି ପ୍ରଦାନ କରନ୍ତି ଆଉ ତାଙ୍କର ସମ୍ମାନ କରନ୍ତି, ଏହାଦ୍ୱାରା ତାଙ୍କର ଜପ-ତପାଦି ରୂପ ଧନ ହରଣ ହେବାକୁ ଲାଗେ ।
୬)ସଂସାରୀଜନ ଯେଉଁଠାରେ ଟିକିଏେହଲେ ସାଧକଙ୍କର ପ୍ରମାଦ ଦେଖିନିଅନ୍ତି ଅବା ତାଙ୍କର ଇଚ୍ଛିତ ସତ୍କାରାଦି ପାଆନ୍ତିନାହିଁ, ତେବେ ତତ୍କାଳ ତାଙ୍କର ନିନ୍ଦା କରିବାକୁ ଲାଗନ୍ତି, ଯାହାଦ୍ୱାରା ତାଙ୍କ ମନରେ କ୍ଷୋଭ ଜାତ ହୋଇଥାଏ ।
୭) ସଂସାରୀଜନଙ୍କର ପାପକର୍ମକୁ ଦେଖିଶୁଣି ଯଦି ସାଧକ ତାଙ୍କୁ ପ୍ରତିରୋଧ କରନ୍ତି ନାହିଁ, ତେବେ ତାଙ୍କୁ ପାପଭାଗୀ ହେବାକୁ ପଡେ, ଆଉ ଯଦି ସେ ତାଙ୍କୁ ରୋଧକରନ୍ତି ଆଉ ସେ ଶୁଣନ୍ତି ନାହିଁ ତେବେ ନିଜ ମନରେ ଶୋକ ଜାତ ହୋଇଥାଏ । ଯାହାର ପ୍ରତିରୋଧ କରନ୍ତି, ସେ ତାଙ୍କ ପ୍ରତି ପଶୁତୁଲ୍ୟ ବ୍ୟବହାର କରନ୍ତି ଆଉ କୁହନ୍ତି ତୁ କେଉଁଠାର ଶିଷ୍ଟ ଆସିଗଲୁ ଆମକୁ ଉପଦେଶ ଦେବାକୁ, ଏହାଶୁଣି ସାଧକ କ୍ଷୋଭିତ ହୋଇଥାନ୍ତି ।
୮) ଯାଚକଗଣ ବ୍ୟସ୍ତ କରନ୍ତି, ଯଦି ତାଙ୍କୁ ଦେବାକୁ ଧନସଂଗ୍ରହ କରିବାର ଆବଶ୍ୟକତା ହୁଏ, ତେବେ ଅନ୍ୟଠାରୁ ମାଗିବାକୁ ପଡିବ, ତେବେ ନିଜକୁ ଯାଚକ ହେବାକୁ ପଡିବ । ବିପରୀତରେ ଯଦି ତାଙ୍କ କଥା ନ ଶୁଣିବ, ତେବେ ଅନେକ ପ୍ରକାର ମିଥ୍ୟା ଦୋଷାରୋପଣ କରିବେ, ଯଦ୍ଦ୍ୱାରା ତାଙ୍କର ପରମାର୍ଥ ସାଧନରେ ବାଧା ଉପୁଜିବ ।
ଏସବୁ କଥା ଉପରେ ବିଚାରକଲେ ଜଣାପଡେକି ସାଧକଙ୍କୁ ଯଥାସାଧ୍ୟ ସଂସାରୀଜନଙ୍କ ସଂସର୍ଗରୁ ସର୍ବଥା ଦୂରରେ ରହିବା ଦରକାର ।

2 Comments

  1. Manas Ranjan Khadiratna Manas Ranjan Khadiratna October 3, 2021

    Ur site usefull for humans also for me

    • team aumkar team aumkar October 3, 2021

      thanks for your comment, do read and explore regularly to get more.

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.