Press "Enter" to skip to content

Posts published in “ଶିକ୍ଷା”

ବ୍ରହ୍ମଙ୍କ ମହତ୍ତ୍ୱ

ଶ୍ରୀ ଗୋପୀନାଥ ଶତପଥୀ, (ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଉପନିଷଦୀୟ ଯୁଗର କାହାଣୀ । ମନୁଷ୍ୟ ନିମନ୍ତେ ସଂସାର ଯେଭଳି ଲୋଭନୀୟ ଥିଲା ତାର ଅନେକ ଗୁଣରେ ଅାକର୍ଷଣୀୟ ଥିଲା । କାନନ ପାଦପ ବେଷ୍ଠିତ କାନନ ମଧ୍ୟାହ୍ନର ଅନ୍ଧାରକୁ ଜିଣି ସବୁଜିମାରେ ବନଭୂମିକୁ ଆଚ୍ଛାଦିତ କରୁଥିଲା । ସଦ୍ୟ ପ୍ରଷ୍ଫୁଟିତ ପୁଷ୍ପର ସୁରଭି ବନଭୂମିରେ ଋଷିପ୍ରାଣ ବିମୋହିନୀ ସ୍ନିଗ୍ଧ ଶୀତଳ ଛାୟା ମୁନି ନୟନକୁ ବିମୋହିତ କରୁଥିଲା । ତା’ଠାରୁ ଅଧିକ ବିମୋହନ ଶକ୍ତି ଥିଲା ପ୍ରକୃତିର, ଯେଉଁ ପ୍ରକୃତି…

ସାଧୁ-ଦୃଷ୍ଟି……

କର୍ମ ହିଁ ଉପାସନା ମନୁଷ୍ୟ ଜୀବନର ସାର୍ଥକତା ତ୍ୟାଗ ଓ ନିଷ୍ଠାପର ସାଧନା ଦ୍ୱାରା ହିଁ ସମ୍ଭବ । ତ୍ୟାଗପୂର୍ଣ୍ଣ ଜୀବନ ବିନା ଜୀବନର ପ୍ରକୃତ ସ୍ୱାଦ ମିଳିବା କଷ୍ଟକର । କିନ୍ତୁ ଆମେ ସାଧାରଣ ଭାବରେ ଏହାକୁ ଠିକ୍ ଭାବରେ ବୁଝିନଥାଉ । ନିଃସ୍ୱାର୍ଥ ଓ ନିଷ୍କାମଭାବରେ କର୍ମ ସମ୍ପାଦନାକୁ ମଧ୍ୟ ଆମେ ଉପାସନା ବୋଲି ଜାଣି ରଖିବା ଦରକାର । ଏହା ଭାବିବା ଭୁଲ୍ ଯେ ସାଧନାମୟ ଜୀବନ ନିର୍ବାହ କରିବା ଅର୍ଥାତ୍ କେବଳ ଜପ, ତପ, ପୂଜା,…

ଈଶ୍ୱରୀୟ ଉପସ୍ଥିତିର ବୋଧ

ମୌନ ଯୋଗ : ସ୍ୱାମୀ ପରମାନନ୍ଦ (୬) ଈଶ୍ୱରୀୟ ଉପସ୍ଥିତିର ବୋଧ “ମୌନ ସମସ୍ତ ବସ୍ତୁର ହୃଦୟ ଅଟେ ଏବଂ କୋଳାହଳ ଏହାର ନାଡ଼ୀର ସ୍ଫୁରଣ ଅଟେ  । ମୌନ ଭଙ୍ଗକାରୀ ପ୍ରତ୍ୟେକ ଶବ୍ଦ ମୌନକୁ ସେହିଭଳି ଆହୁରି ଗଭୀର କରିଦେଇଥାଏ ଯେଉଁଭଳି କାନକୁ ବଧିର କରିଦେଉଥିବା ବାଦଲର ଘଡ଼ଘଡ଼ ନୀରବ ନୀଳାକାଶରେ ଲୀନ ହୋଇଯାଏ  । ନିଜ ଆତ୍ମାକୁ ନିଜଠାରେ ଭ୍ରମଣ କରିବାକୁ ଦିଅନ୍ତୁ, ଯେଉଁଭଳି ଜଣେ ସନ୍ଥ ଦିବ୍ୟାନନ୍ଦରେ ଉନ୍ମୁକ୍ତ ବିଚରଣ କରିଥାଏ  । କାହିଁକି ନାଁ…

ସଂସାରୀ ସଙ୍ଗ ଅତି ହାନିକାରକ

କଲ୍ୟାଣାର୍ଥୀ ସାଧକଙ୍କୁ ସଂସାରୀଜନଙ୍କ ସଙ୍ଗରୁ ଅନେକ ହାନି ହୋଇଥାଏ, ଆସନ୍ତୁ ସେ ବିଷୟରେ ଜାଣିବା —୧) ଅଜ୍ଞାନୀଜନଙ୍କ ସଙ୍ଗଲାଭରୁ ତାଙ୍କର କଥା ଶୁଣି ଆଉ ତାଙ୍କର ଆଚରଣ ଦେଖି ସାଧକଙ୍କୁ ନିଜର ଜପ, ତପ, ଧ୍ୟାନାଦି ସାଧନରୁ ପ୍ରାୟତଃ ଭ୍ରଷ୍ଟ ହେବାକୁ ପଡିଥାଏ ।୨) ଅଜ୍ଞାନୀଙ୍କର ସତ୍କାର ପାଇ ସାଧକ ନିଜକୁ ମହାପୁରୁଷ ମାନିନେଇଥାଏ ଆଉ ଏଭଳି ବୁଝି ନେଇଥାଏ କି ମୁଁ ପୂର୍ଣ୍ଣ ଅଟେ, ତେଣୁ ତ ମୋତେ ଲୋକେ ଏତେ ମାନ୍ୟତା ଦେଉଛନ୍ତି । ଏହାଦ୍ୱାରା…

ଧ୍ୟାନ ନମନ୍ତେ ସଠିକ ପ୍ରଣାଳୀର ଚୟନ

ଧ୍ୟାନର ଅନେକାନେକ ପ୍ରଣାଳୀ ଆମ ସମ୍ମୁଖରେ ରହିଛି । ଶାସ୍ତ୍ର-ଆଚାର୍ଯ୍ୟ ଓ ଆନ୍ତରିକ ପ୍ରସ୍ତୁତିରୁ ଏହା କୁହାଯାଇପାରେ, ତନ୍ମଧ୍ୟରୁ ସଠିକ୍ ଧ୍ୟାନ-ପ୍ରଣାଳୀର ଚୟନ ଏକ କଷ୍ଟକର ପଦ୍ଧତି କାରଣ ଅନେକଗୁଡିଏ ପଦ୍ଧତି ବା ସୁଯୋଗ ଆମ ଆଖି ଆଗରେ ରହିଛି । ସେଗୁଡିକ ମଧ୍ୟରୁ ନିଜକୁ ସୁହାଇବା ଭଳି ଅର୍ଥାତ୍ ଯେଉଁଟି ଯୁକ୍ତିକର ବା ଉପାଦେୟ ସେଇଟିକୁ ଖୋଜି ବାହାର କରିବା ଏତେ ସହଜ ନୁହେଁ । ଯଦି କାହାର ସାହାଯ୍ୟ ନେଲ, ତେବେ ସେ ନିଜେ କିମ୍ବା ଯାହା…

କଠିନ ଦୁଃଖକୁ କିଏ ସହନ କରିପାରନ୍ତି ?

“ଯେଉଁ ଦ୍ୱିଜ ଇନ୍ଦ୍ରିୟକୁ ଜୟକରି ଶାସ୍ତ୍ରବିଧି ଅନୁସାରେ ନିଜ ନିଜ ଆଶ୍ରମଧର୍ମର ପାଳନ କରିଥାନ୍ତି ।” “ଯିଏ ଦମ୍ଭ କରନ୍ତି ନାହିଁ, ଯାହାର ଆଜୀବିକା ନିୟମିତ ଅଟେ ଆଉ ଯିଏ ବିଷୟ ବଶୀଭୂତ ନୁହଁନ୍ତି ।” “ଯିଏ ଅନ୍ୟଠାରୁ କଟୁ ବଚନ ଶୁଣିବା ପରେ ମଧ୍ୟ କଟୁ ଶବ୍ଦର ପ୍ରୟୋଗ କରନ୍ତି ନାହିଁ । ଯିଏ ହିଂସାକାରୀଙ୍କ ପ୍ରତି ମଧ୍ୟ ହିଂସାଭାବ ପୋଷଣ କରନ୍ତି ନାହିଁ ଆଉ ଯିଏ ଦିଅନ୍ତି କିନ୍ତୁ ମାଗନ୍ତି ନାହିଁ ।” “ଯିଏ ନିତ୍ୟ ଅତିଥିମାନଙ୍କର ସତ୍କାର…

ସାଧୁ-ଦୃଷ୍ଟି……

ବ୍ୟବହାର ଦ୍ୱାରା ପରିବର୍ତ୍ତନ ଚୋରି କରିବା ଏକ ଘୃଣ୍ୟ ଓ ଛୋଟ ତଥା ପାପ କାର୍ଯ୍ୟ ରୂପେ ଜାଣିଥିଲେ ମଧ୍ୟ କେତେକ ନିଜ ପ୍ରବୃତ୍ତି କାରଣରୁ ତ କେତେକ ପରିସ୍ଥିତିରେ ପଡି ଚୋରି କାର୍ଯ୍ୟକୁ ବାଛି ନେଇଥାନ୍ତି । ବ୍ୟବସାୟ, ବାଣିଜ୍ୟ ତଥା ଛୋଟମୋଟ ଦୋକାନୀ ମଧ୍ୟ ଏହିଭଳି କାର୍ଯ୍ୟ ପ୍ରତିଦିନ ନଜରରେ ରଖିଥାନ୍ତି । କିନ୍ତୁ ଚୋରକୁ ଗାଳି ଗୁଲଜ ତଥା ଦଣ୍ଡ ଦେବା ପରିବର୍ତ୍ତେ ନେଉଥିବା ବା ଚୋରି ଜିନିଷ କିଣିବା ପାଇଁ କିଛି ସାହାଯ୍ୟ…

ଅଧ୍ୟାତ୍ମ ହିଁ ଅନ୍ତର୍ଜଗତର ବିଜ୍ଞାନ

ସ୍ୱାମୀ ଶଶାଙ୍କାନନ୍ଦ ବିଜ୍ଞାନର ଅର୍ଥ ହେଉଛି, ଯେକୌଣସି ବିଷୟ ସମ୍ବନ୍ଧରେ ବିଶେଷ ଜ୍ଞାନ ଲାଭ କରିବା । ଯଦି ଆମେ ଇତିହାସ ରଚନାର ପୂର୍ବ କଥା ବିଚାର କରିବା ତେବେ ଆମକୁ ପାଷାଣ ଯୁଗକୁ ଯିବାପାଇଁ ପଡ଼ିବ । ସେ ସମୟରେ ମାନବକୁ ନାଁ ତ ବାହ୍ୟ ପ୍ରକୃତିର ରହସ୍ୟ ସମ୍ବନ୍ଧରେ ଜ୍ଞାତ ଥିଲା ଆଉ ନାଁ ନିଜ ସ୍ୱରୂପ ସମ୍ବନ୍ଧରେ କୌଣସି ଜ୍ଞାନ ଥିଲା । ତାକୁ ତ କେବଳ କ୍ଷୁଧା, ନିଦ୍ରା, ଭୟ ଆଉ ମୈଥୁନର ଅନୁଭବ…

ସାଧୁ-ଦୃଷ୍ଟି…… (3)

ଚିତ୍ରକୂଟର ପବିତ୍ର ସ୍ପର୍ଶ ସାଧୁ ଓ ଭକ୍ତମାନଙ୍କ ମଧ୍ୟରେ ଏଭଳି ବିଶ୍ୱାସ ରହିଆସିଛି ଯେ, ଯଦି ଜଣେ ଅଧ୍ୟାତ୍ମପିପାସୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜୀବନୀ ସହ ସମ୍ପର୍କ ରଖୁଥିବା ପବିତ୍ର ଚିତ୍ରକୂଟ ପର୍ବତକୁ ଯାଇ ନିଜ ଇଷ୍ଟଦେବଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ଓ ଉପାସନାରେ ରତ ରହିବେ, ତେବେ ନିଶ୍ଚିତ ଭାବରେ ତାଙ୍କର ମନୋବାଞ୍ଛା ପୂରଣ ହେବ ଏବଂ ସାଧକଙ୍କର ଚିତ୍ତ ଶୁଦ୍ଧି ହେବା ସହିତ ମନ ମଧ୍ୟ ପବିତ୍ର ହେବ ।କାହିଁ କେଉଁ ପ୍ରାଚୀନ କାଳରୁ ବହୁ…

ସାଧୁ-ଦୃଷ୍ଟି……(୨)

ଦିନଚର୍ଯ୍ୟାର ମହତ୍ତ୍ୱବ୍ରହ୍ମଚାରୀମାନଙ୍କର ଆଶ୍ରମ ରହଣୀ ସମୟର ଏକ ଘଟଣା । ବ୍ରହ୍ମଚର୍ଯ୍ୟ ଜୀବନ ତ ନୀତିନିୟମ ଓ ଶୃଙ୍ଖଳିତ ଆଚରଣ ପୂର୍ଣ୍ଣ ଜୀବନ ଅଟେ । ନୀତିନିଷ୍ଠ ଓ ଦାୟିତ୍ୱ ତଥା ଅଭୀଜ୍ଞ ଗୁରୁଙ୍କ ଅଧୀନରେ ବ୍ରହ୍ନଚର୍ଯ୍ୟବାସ ହୋଇଥାଏ । ସେହି ସମୟରେ ପାଠ ପ୍ରତି ଯେତିକି ଧ୍ୟାନ ଦିଆଯାଏ, ତା’ଠାରୁ ଅଧିକା ଆଚରଣଶୀଳ ଓ ସଂଯମୀ ଜୀବନଯାପନ ପ୍ରତି ଗୁରୁତ୍ୱ ଦିଆଯାଏ ।ଏକଦା ଗୋଟିଏ ଆଶ୍ରମରେ ଜଣେ ନିଷ୍ଠାପର ସନ୍ନ୍ୟାସୀ ଥିଲେ । ବ୍ରହ୍ମଚାରୀମାନଙ୍କର ଅଧ୍ୟାତ୍ମଜୀବନରେ ଅଗ୍ରଗତି ନିମିତ୍ତ ସେ ଅଧିକ…