Press "Enter" to skip to content
Photo by Prasanth Inturi on Pexels.com

ଯୋଗ ନିବେଦନ

Last updated on August 13, 2022

ଯତ୍ର ଯତ୍ର ମନୋ ଦେହୀ ଧାରୟେତ୍ ସକଳଂ ଧିୟା ।
ସ୍ନେହାଦ୍ ଦ୍ୱେଷାଦ୍ ଭୟାଦ୍ ବାପି ଯାତି ତତ୍ତତ୍ସରୂପତାମ୍ ।।
କୀଟଃ ପେଶସ୍କୃତଂ ଧ୍ୟାୟନ୍ କୁଡ୍ୟାଂ ତେନ ପ୍ରବେଶିତଃ ।
ଯାତି ତତ୍ସାତ୍ମତାଂ ରାଜନ୍ ପୂର୍ବରୂପମସଂତ୍ୟଜନ୍ ।। ଋକ୍.୧।୯।୨୨-୨୩।।

ଯଦି ପ୍ରାଣୀ ସ୍ନେହ, ଦ୍ୱେଷ ଅଥବା ଭୟ କାରଣରୁ ନିଜେ କୌଣସି ବସ୍ତୁରେ ମନୋନିବେଶ କରେ, ତେବେ ତାଙ୍କୁ ସେହି ବସ୍ତୁର ସ୍ୱରୂପ ପ୍ରାପ୍ତ ହୁଏ । ଯେଉଁଭଳି ଭୃଙ୍ଗି(ଭ୍ରମର) ଏକ କୀଟକୁ ନେଇ ନିଜର ରହୁଥିବା ସ୍ଥାନରେ ବନ୍ଦ କରି ରଖିଲେ ମଧ୍ୟ ସେହି କୀଟ ଭୟଭୀତ ହୋଇ ତାହାର ଚିନ୍ତନ କରି କରି ନିଜର ପ୍ରଥମ ଶରୀରକୁ ତ୍ୟାଗ କରିବା ବଦଳରେ ସେହି ରୂପ ଧାରଣକରି ନିଏ ଅର୍ଥାତ୍ ତଦ୍ରୂପ ହୋଇଯାଇଥାଏ । ସେହିଭଳି ବ୍ୟକ୍ତି ନିଜର ମନକୁ ଏକାଗ୍ର କରି ତଦ୍ରୂପ ହୋଇପାରେ ।
ଯୋଗେନ ଚିତ୍ତସ୍ୟ ପଦେନ ବାଚାଂ ମଳଂ ଶରୀରସ୍ୟ ଚ ବୈଦ୍ୟକେନ ।
ଯୋଃପାକରୋତ୍ତଂ ପ୍ରବରଂ ମୁନୀନାଂ ପତଞ୍ଜଳିଂ ପ୍ରାଞ୍ଜଳିରାନତୋଃସ୍ମି ।।

ଯୋଗ ଦ୍ୱାରା ଚିତ୍ତକୁ, ପଦ ଦ୍ୱାରା ବାଣୀକୁ ଏବଂ ବୈଦ୍ୟ ଦ୍ୱାରା ଶରୀରର ମଳକୁ ଦୂର କରାଇବା ପାଇଁ ସକ୍ଷମ ହେ ମୁନିଶ୍ରେଷ୍ଠ ପାତଞ୍ଜଳ ! ଆପଣଙ୍କୁ ବଦ୍ଧାଞ୍ଜଳି ହୋଇ ପ୍ରଣାମ କରୁଛୁ ।
ଲୟେମନ୍ତ୍ରହଠେ ରାଜ୍ଞି ଭକ୍ତୌ ସାଂଖ୍ୟେ ହରେର୍ମତେ ।
ମତୈକମସ୍ତି ସର୍ବେଷାଂ ଯେ ବୁଧା ମୋକ୍ଷମାର୍ଗଗାଃ ।। (ବୋଧସାର)

ଲୟଯୋଗ, ମନ୍ତ୍ରଯୋଗ, ହଠଯୋଗ, ରାଜଯୋଗ, ସାଂଖ୍ୟଯୋଗ ଏବଂ ଭକ୍ତିଯୋଗ ଇତ୍ୟାଦି ସମସ୍ତ ଯୋଗର ଲକ୍ଷ୍ୟ ଏକ ଅଟେ, ଯାହା ସାଧକକୁ ମୋକ୍ଷପଥଗାମୀ କରାଏ ।।
ଏଷ ସର୍ବେଷୁ ଭୂତେଷୁ ଗୁଡୋତ୍ମା ନ ପ୍ରକାଶତେ ।
ଦୃଶ୍ୟତେ ତ୍ୱଗ୍ରୟୟା ବୁଦ୍ଧ୍ୟା ସୂକ୍ଷ୍ମୟା ସୂକ୍ଷ୍ମଦର୍ଶିଭିଃ ।।

ସମସ୍ତ ଭୂତ ଅର୍ଥାତ୍ ଶରୀରରେ ଆତ୍ମଚୈତନ୍ୟ ଗୁପ୍ତ ରୂପରେ ନିହିତ, ସେ ସମସ୍ତଙ୍କ ସମ୍ମୁଖରେ ପ୍ରକଟିତ ହୁଅନ୍ତି ନାହିଁ । କିନ୍ତୁ ଧ୍ୟାନ, ନିଶ୍ଚଳା ଭକ୍ତି, ସୂକ୍ଷ୍ମବୁଦ୍ଧି ଦ୍ୱାରା ଅନୁଭବ କରିହୁଅନ୍ତି । ଅର୍ଥାତ୍ ଆତ୍ମଦର୍ଶୀଙ୍କୁ ସାକ୍ଷାତକାର ହୁଅନ୍ତି ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.