Press "Enter" to skip to content

ସମର୍ପଣ ପ୍ରାର୍ଥନା

Last updated on August 13, 2022

ମଙ୍ଗଳସ୍ୱରୂପ ଭଗବାନ୍ ଶିବ
କୃପାଲଳିତବୀକ୍ଷଣଂ ସ୍ମିତମନୋଜ୍ଞବକ୍ତ୍ରାମ୍ବୁଜଂ
ଶଶାଙ୍କକଳୟୋଜ୍ଜ୍ୱଳଂ ଶମିତଘୋରତାପତ୍ରୟମ୍ ।
କରୋତୁ କିମପି ସ୍ଫୁରତ୍ପରମସୌଖ୍ୟସଚ୍ଚିଦ୍ୱପୁ-
ର୍ଧରାଧରସୁତାଭୁଜୋଦ୍ୱଳୟିତଂ ମହୋ ମଙ୍ଗଳମ୍ ।।

ଯାହାର କୃପାପୂର୍ଣ୍ଣ ଚିତ୍ତବନ ଅତି ସୁନ୍ଦର ଅଟେ, ଯାହାର ମୁଖାରବିନ୍ଦ ମନ୍ଦ ହାସ୍ୟର ଛିଟାରେ ଅତ୍ୟନ୍ତ ମନୋହର ଦୃଶ୍ୟ ହୋଇଥାଏ, ଯିଏ ଚନ୍ଦ୍ରମାର କଳା ଭଳି ପରମ ଉଜ୍ଜ୍ୱଳ, ଆଧ୍ୟାତ୍ମିକ ଆଦି ତ୍ରିତାପକୁ ଶାନ୍ତିପ୍ରଦାନ କରିବାକୁ ଯିଏ ସମର୍ଥ, ଯାହାର ସ୍ୱରୂପ ସଚ୍ଚିନ୍ମୟ ଏବଂ ପରମାନନ୍ଦରୂପେ ପ୍ରକାଶିତ ହୋଇଥାଏ ତଥା ଯିଏ ଗିରିରାଜନନ୍ଦିନୀ ପାବତୀଙ୍କ ଭୁଜାପାଶରେ ଆବେଷ୍ଟିତ, ସେହି ଶିବ ନାମକ ଅନିର୍ବଚନୀୟ ତେଜଃପୁଞ୍ଜ ସମସ୍ତଙ୍କର ମଙ୍ଗଳ କରନ୍ତୁ ।

ଶ୍ରୀନୀଳକଣ୍ଠ
ବାଳାର୍କାୟୁତତେଜସଂ ଧୃତଜଟାଜୂଟେନ୍ଦୁଖଣ୍ଡୋଜ୍ଜ୍ୱଳଂ
ନାଗେନ୍ଦ୍ରୈଃ କୃତଭୂଷଣଂ ଜପବଟୀଂ ଶୂଳଂ କପାଳଂ କରୈଃ ।
ଖଟ୍ୱାଙ୍ଗଂ ଦଧତଂ ତ୍ରିନେତ୍ରବିଳସତ୍ପଞ୍ଚାନନଂ ସୁନ୍ଦରଂ
ବ୍ୟାଘ୍ରତ୍ୱକ୍ ପରିଧାନମବ୍ଜନିଳୟଂ ଶ୍ରୀନୀଳକଣ୍ଠଂ ଭଜେ ।।

ଭଗବାନ୍ ଶ୍ରୀନୀଳକଣ୍ଠ ଦଶହଜାର ବାଳସୂର୍ଯ୍ୟ ସମ ତେଜସ୍ୱୀ ଅଟନ୍ତି । ଜଟାଜୂଟ ବିମଣ୍ଡିତ ଶିର, ଲଲାଟରେ ଅର୍ଦ୍ଧଚନ୍ଦ୍ର ଓ ମସ୍ତକରେ ସର୍ପମୁକୁଟ ଧାରଣକାରୀ, ଚତୁଃହସ୍ତରେ ଜପାମାଳା, ତ୍ରିଶୂଳ, ନରକପାଳ ଓ ଖଟ୍ୱାଙ୍ଗ-ମୁଦ୍ରା ଶୋଭିତ ଅଟନ୍ତି । ତ୍ରିନେତ୍ର, ପଞ୍ଚମୁଖ, ଅତି ସୁନ୍ଦର ବିଗ୍ରହ, ବ୍ୟାଘ୍ରାମ୍ବର ପରିହିତ ଓ ସୁନ୍ଦର ପଦ୍ମ ଉପରେ ବିରାଜିତ ଶ୍ରୀନୀଳକଣ୍ଠଦେବଙ୍କର ଭଜନ କରିବା ଦରକାର ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.