Press "Enter" to skip to content

କଠିନ ଦୁଃଖକୁ କିଏ ସହନ କରିପାରନ୍ତି ?

Last updated on August 13, 2022

  • “ଯେଉଁ ଦ୍ୱିଜ ଇନ୍ଦ୍ରିୟକୁ ଜୟକରି ଶାସ୍ତ୍ରବିଧି ଅନୁସାରେ ନିଜ ନିଜ ଆଶ୍ରମଧର୍ମର ପାଳନ କରିଥାନ୍ତି ।”
  • “ଯିଏ ଦମ୍ଭ କରନ୍ତି ନାହିଁ, ଯାହାର ଆଜୀବିକା ନିୟମିତ ଅଟେ ଆଉ ଯିଏ ବିଷୟ ବଶୀଭୂତ ନୁହଁନ୍ତି ।”
  • “ଯିଏ ଅନ୍ୟଠାରୁ କଟୁ ବଚନ ଶୁଣିବା ପରେ ମଧ୍ୟ କଟୁ ଶବ୍ଦର ପ୍ରୟୋଗ କରନ୍ତି ନାହିଁ । ଯିଏ ହିଂସାକାରୀଙ୍କ ପ୍ରତି ମଧ୍ୟ ହିଂସାଭାବ ପୋଷଣ କରନ୍ତି ନାହିଁ ଆଉ ଯିଏ ଦିଅନ୍ତି କିନ୍ତୁ ମାଗନ୍ତି ନାହିଁ ।”
  • “ଯିଏ ନିତ୍ୟ ଅତିଥିମାନଙ୍କର ସତ୍କାର କରନ୍ତି, ଯିଏ କାହାର ଗୁଣରେ ଦୋଷ ଦୃଷ୍ଟି ରଖନ୍ତିନାହିଁ ଆଉ ଯିଏ ନିତ୍ୟ ସ୍ୱାଧ୍ୟାୟ କରନ୍ତି ।”
  • “ଯିଏ ଧର୍ମର ଜ୍ଞାତା ଅଟନ୍ତି, ଯିଏ ମାତାପିତାଙ୍କର ସେବାପରାୟଣ ଅଟନ୍ତି ଆଉ ଯିଏ ଦିନରେ କେବେ ନିଦ୍ରା ଯାଆନ୍ତି ନାହିଁ ।”
  • “ଯିଏ ମନ, ବାଣୀ ଓ ଶରୀରରେ କେବେ ପାପ କରନ୍ତି ନାହିଁ ଆଉ ଯିଏ ପ୍ରାଣୀମାନଙ୍କୁ ଦଣ୍ଡ ନ ଦେଇ ଅଭୟ ପ୍ରଦାନ କରନ୍ତି ।”
  • “ଯେଉଁ ରାଜା ରଜୋଗୁଣ ବଶୀଭୂତ ହୋଇ ଲୋଭରେ କର ଆଦାୟ କରନ୍ତି ନାହିଁ ଆଉ ଯିଏ ସାବଧାନ ସହକାରେ ଦେଶ ତଥା ଧନର ରକ୍ଷା କରିଥାନ୍ତି ।”
  • “ଯିଏ ପରସ୍ତ୍ରୀଠାରେ ଆସକ୍ତ ହୁଅନ୍ତି ନାହିଁ, ଯିଏ କେବଳ ଋତୁକାଳରେ ନିଜର ବିବାହିତା ପତ୍ନୀଙ୍କ ପ୍ରତି ଗମନ କରନ୍ତି ଆଉ ଯିଏ ନିତ୍ୟ ଅଗ୍ନିହୋତ୍ର କରନ୍ତି ।”
  • “ଯିଏ ମୃତ୍ୟୁଭୟକୁ ତ୍ୟାଗକରି ରଣକ୍ଷେତ୍ରରେ ଧର୍ମାନୁସାରେ ବିଜୟ ପ୍ରାପ୍ତି ହେବାକୁ ଚାହାଁନ୍ତି, ଯିଏ ପ୍ରାଣ-ସଙ୍କଟ ସ୍ଥିତିରେ ମଧ୍ୟ ସତ୍ୟକୁ ତ୍ୟାଗ କରନ୍ତିନାହିଁ ଆଉ ଯିଏ ଆଦର୍ଶ ମନୁଷ୍ୟ ଅଟନ୍ତି ।”
  • “ଯାହାର କୌଣସି ବି କାର୍ଯ୍ୟ ବିଶ୍ୱାସରୁ ରହିତ ହୋଇନଥାଏ, ଯାହାର ବାଣୀ ସତ୍ୟ ଓ ପ୍ରିୟ ହୋଇଥାଏ ଆଉ ଯାହାର ଧନ ସତ୍ କାର୍ଯ୍ୟରେ ବିନିଯୋଗ ହୋଇଥାଏ ।”
  • “ଯେଉଁ ବ୍ରାହ୍ମଣ ଅନଧ୍ୟାୟ ସମୟରେ ଅଧ୍ୟୟନ କରନ୍ତି ନାହିଁ, ଯିଏ ତପୋନିଷ୍ଠ ହୋଇ ତପରତ ରହନ୍ତି, ଯିଏ ବାଳକ ଅବସ୍ଥାରୁ ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ତପସାଧନ କରନ୍ତି, ବେଦ, ବିଦ୍ୟା ଓ ବ୍ରତରେ ପାରଙ୍ଗମ ଅଟନ୍ତି ।”
  • “ଯିଏ ରଜୋଗୁଣ ଓ ତମୋଗୁଣର ବଶୀଭୂତ ନ ହୋଇ କେବଳ ସତ୍ତ୍ୱଗୁଣର ସେବନ କରନ୍ତି ।”
  • “ଯାହାକୁ କୌଣସି ବି ପ୍ରାଣୀ ଭୟ କରନ୍ତି ନାହିଁ ଆଉ ଯିଏ କାହାଦ୍ୱାରା ମଧ୍ୟ ଭୟଭୀତ ହୁଅନ୍ତି ନାହିଁ ତଥା ଆଉ ଯିଏ ସମସ୍ତ ପ୍ରାଣୀଙ୍କୁ ନିଜ ଆତ୍ମା ସମ ଦେଖିଥାନ୍ତି ।”
  • “ଯେଉଁ ସତ୍ ପୁରୁଷ ଅନ୍ୟର ଲକ୍ଷ୍ମୀକୁ ଦେଖି ସନ୍ତାପିତ ହୁଅନ୍ତି ନାହିଁ ଆଉ ଯିଏ କୁ-କାର୍ଯ୍ୟରୁ ସଦା ଦୂରେଇ ରହନ୍ତି ।”
  • “ଯିଏ ସମସ୍ତ ଦେବତାଙ୍କୁ ନମସ୍କାର କରନ୍ତି । ସମସ୍ତ ଧର୍ମ ଶ୍ରବଣ କରନ୍ତି ଆଉ ଯିଏ ଶ୍ରଦ୍ଧାସମ୍ପନ୍ନ ତଥା ଶାନ୍ତ ଅଟନ୍ତି ।”
  • “ଯିଏ ନିଜର ମାନ ପ୍ରତିଷ୍ଠା ଚାହଁାନ୍ତି ନାହିଁ, ଅନ୍ୟକୁ ମାନ୍ୟତା ଦିଅନ୍ତି, ଯିଏ ମହାନ ପୁରୁଷଙ୍କୁ ପ୍ରଣାମ କରନ୍ତି ।”
  • “ଯିଏ ସନ୍ତାନର ହେତୁରୂପ ଶ୍ରାଦ୍ଧକୁ ପ୍ରତ୍ୟେକ ତିଥି ଅନୁସାରେ ଶ୍ରଦ୍ଧା ପୂର୍ବକ ଶୁଦ୍ଧ ମନରେ ସମ୍ପାଦନ କରନ୍ତି ।”
  • “ଯିଏ କ୍ରୋଧକୁ ଜୟ କରିଛନ୍ତି, ଯିଏ ଅପରର କ୍ରୋଧକୁ ମଧ୍ୟ ଶାନ୍ତ କରିଦିଅନ୍ତି ଆଉ ଯିଏ କୌଣସି ପ୍ରାଣୀ ଉପରେ ମଧ୍ୟ କ୍ରୋଧ ପ୍ରକାଶ କରନ୍ତି ନାହିଁ ।”
  • “ମଦ ଓ ମାଂସ ଜନ୍ମରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ କେବେ ସେବନ କରିନାହାଁନ୍ତି ଆଉ ଯିଏ ମାଦକ ପଦାର୍ଥ ତ୍ୟାଗ କରିଛନ୍ତି ।”
  • “ଯିଏ ପ୍ରାଣ ରକ୍ଷା ନିମିତ୍ତ ଭୋଜନ କରନ୍ତି, ସନ୍ତାନ ନିମିତ୍ତ ମୈଥୁନ କରନ୍ତି ଆଉ ସତ୍ୟ ନିମିତ୍ତ ହିଁ ବାଣୀର ଉପଯୋଗ କରନ୍ତି ।”
  • “ଯେଉଁ ଭଗବାନ୍ କୃଷ୍ଣଙ୍କ ନେତ୍ର ରକ୍ତ କମଳସମ ଅଟେ, ଯିଏ ପୀତାମ୍ବର ଧାରଣ କରିଛନ୍ତି, ଯାହାଙ୍କର ବିଶାଳ ଭୁଜ ରହିଛି, ଯେଉଁ ଅଚ୍ୟୁତ କୃଷ୍ଣ ସମସ୍ତଙ୍କର ସୁହୃଦ୍, ଭ୍ରାତୃ ଓ ସମ୍ବନ୍ଧୀ ଅଟନ୍ତି, ଯିଏ ନିଜ ଇଚ୍ଛାରେ ହିଁ ଧର୍ମ ଭଳି ସମସ୍ତ ଲୋକକୁ ଧାରଣ କରିଛନ୍ତି । ଯିଏ ଅଚିନ୍ତ୍ୟାତ୍ମା ଅଟନ୍ତି, ଯିଏ ଗୋବିନ୍ଦ ପୁରୁଷୋତ୍ତମ ଅଟନ୍ତି, ଯିଏ ସର୍ବଦା ଆମ ସମସ୍ତଙ୍କର ପ୍ରିୟ ଓ ହିତ ସାଧନ ରତ ଅଟନ୍ତି । ଏହି ଜଗତରେ ଏହିଭଳି ସେହି ଭକ୍ତଜନ ପାପନାଶକ ଶ୍ରୀନାରାୟଣ ହରିଙ୍କର ଯିଏ ଆଶ୍ରୟ ନିଅନ୍ତି ସେ ନିଃସନ୍ଦେହ ସମସ୍ତ ଦୁଃଖକୁ ପାର ହୋଇଯାଆନ୍ତି ।”
  • s

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.