Press "Enter" to skip to content

ଶ୍ରୀସରସ୍ୱତୀସ୍ତୋତ୍ରମ୍

Last updated on August 13, 2022

ସରସ୍ୱତୀଂ ଚ ତାଂ ନୌମି ବାଗଧିଷ୍ଠାତୃଦେବତାମ୍ ।
ଦେବତ୍ୱଂ ପ୍ରତିପଦ୍ୟନ୍ତେ ଯଦନୁଗ୍ରହତୋ ଜନାଃ ।।
ପାତୁ ନୋ ନିକଷଗ୍ରାବା ମତିହେମ୍ନଃ ସରସ୍ୱତୀ ।
ପ୍ରାଜ୍ଞେତରପରିଚ୍ଛେଦଂ ବଚସୈବ କରୋତି ୟା ।।
ଶୁକ୍ଳାଂ ବ୍ରହ୍ମବିଚାରସାରପରମାମାଦ୍ୟାଂ ଜଗଦ୍ ବ୍ୟାପିନୀଂ
ବୀଣାପୁସ୍ତକଧାରିଣୀମଭୟଦାଂ ଜାଡ୍ୟାନ୍ଧକାରାପହାମ୍ ।
ହସ୍ତେ ସ୍ଫାଟିକମାଳିକାଂ ଚ ଦଧତୀଂ ପଦ୍ମାସନେ ସଂସ୍ଥିତାଂ
ବନ୍ଦେ ତାଂ ପରମେଶ୍ୱରୀଂ ଭଗବତୀଂ ବୁଦ୍ଧିପ୍ରଦାଂ ଶାରଦାମ୍ ।।
ବୀଣାଧରେ ବିପୁଳମଙ୍ଗଳଦାନଶୀଳେ ଭକ୍ତାର୍ତ୍ତିନାଶିନି ବିରଞ୍ଚିହରୀଶବନ୍ଦ୍ୟେ ।।
କୀର୍ତ୍ତିପ୍ରଦେଽଖିଳମନୋରଥଦେ ମହାର୍ହେ ବିଦ୍ୟାପ୍ରଦାୟିନି ସରସ୍ୱତୀ ନୌମି ନିତ୍ୟମ୍ ।।
(ଶ୍ରୀସରସ୍ୱତୀସ୍ତୋତ୍ରମ୍ ୪-୭)


ବାଗ୍ ଅଧିଷ୍ଠାତ୍ରୀ ଦେବୀ ସରସ୍ୱତୀଙ୍କୁ ମୁଁ ପ୍ରଣାମ ଜଣାଉଛି, ଯାହାଙ୍କ କୃପାବଳରେ ମନୁଷ୍ୟ ଦେବତାରେ ପରିଣତ ହୋଇଯାଏ ।
ବୁଦ୍ଧିରୂପୀ ସୁବର୍ଣ୍ଣ ନିମିତ୍ତ କଷଟିପଥର ସମାନ ଶ୍ରୀସରସ୍ୱତୀଦେବୀ, ଯିଏ କେବଳ ବଚନରେ ହିଁ ବିଦ୍ୱାନ ଓ ମୂର୍ଖଙ୍କର ପରୀକ୍ଷା କରିନିଅନ୍ତି, ସେ ଆମ ସମସ୍ତଙ୍କର ପାଳନ କରନ୍ତୁ ।


ଯିଏ ଶ୍ୱେତବର୍ଣ୍ଣ ରୂପ ଅଟନ୍ତି, ଯିଏ ବ୍ରହ୍ମବିଚାରର ପରମ ତତ୍ତ୍ୱ ଅଟନ୍ତି, ଯିଏ ସମଗ୍ର ସଂସାରରେ ପରିବ୍ୟାପ୍ତ, ହସ୍ତରେ ବୀଣା ଓ ପୁସ୍ତକ ଧାରଣକରି ରହିଥାନ୍ତି, ଅଭୟ ପ୍ରଦାନ କରିଥାନ୍ତି, ମୂର୍ଖତାରୂପୀ ଅନ୍ଧକାର ନାଶକାରୀ, ହସ୍ତରେ ସ୍ଫଟିକମଣିର ମାଳା ଧାରଣକାରୀ, କମଳାସନରେ ବିରାଜିତା ଏବଂ ବୁଦ୍ଧିପ୍ରଦାୟିନୀ, ସେହି ଆଦ୍ୟା ପରମେଶ୍ୱରୀ ଭଗବତୀ ସରସ୍ୱତୀଙ୍କର ମୁଁ ବନ୍ଦନା କରୁଅଛି ।


ହେ ବୀଣାଧାରୀ, ଅପାରମଙ୍ଗଳକାରୀ, ଭକ୍ତଦୁଃଖହାରୀ, ବ୍ରହ୍ମା, ବିଷ୍ଣୁ ଓ ଶିବାଦି ଦେବଙ୍କ ଦ୍ୱାରା ବନ୍ଦିତା, କୀର୍ତ୍ତି ତଥା ମନୋରଥ ପ୍ରଦାୟିନୀ, ପୂଜ୍ୟବରା ଓ ବିଦ୍ୟାପ୍ରଦାୟିନୀ ସରସ୍ୱତୀ ! ଆପଣଙ୍କୁ ମୁଁ ନିତ୍ୟ ପ୍ରଣାମ ଜଣାଉଛି ।।
G

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.