Press "Enter" to skip to content

ନୀଳାଚଳ ନିବିସୀ ଶ୍ରୀ ଜଗନ୍ନାଥଙ୍କ ପ୍ରାର୍ଥନା

Last updated on August 13, 2022

ଶ୍ରୀଜଗନ୍ନାଥ


ପ୍ରାର୍ଥୟେଦ୍ଦେବତାଂ ଧୀମାନ୍ ନୀଳାଚଳନିବାସିନମ୍ ।
ଜଗଦୀଶ ଦଗନ୍ନାଥ ଜଗଦାନନ୍ଦକାରକ ।।

ନୀଳାଚଳନିବାସୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିବେ,
ହେ ପ୍ରଭୁ ଜଗଦୀଶ ! ଜଗନ୍ନାଥ ! ହେ ଜଗଦାନନ୍ଦ କାରକ ।
ନମସ୍ତେଽସ୍ତୁ ମହାବାହୋ ଦାସସ୍ତ୍ୱାଂ ପୂଜୟାମ୍ୟହମ୍ ।
ବଳଦେବ ନମସ୍ତେଽସ୍ତୁ ଜଗନ୍ମଙ୍ଗଳଦାୟକଃ ।।

ମୁଁ ତୁମ୍ଭଙ୍କୁ ପ୍ରଣାମ କରୁଅଛି । ହେ ମହାବାହୁ ! ମୁଁ ତୁମ୍ଭର ଦାସ । ଦାସ ଭାବରେ ମୁଁ ତୁମ୍ଭର ପୂଜା କରୁଛି । ହେ ବଳଦେବ ! ତୁମ୍ଭଙ୍କୁ ପ୍ରଣାମ । ତୁମ୍ଭେ ଜଗତର ମଙ୍ଗଳଦାତା ।
ତ୍ୱଦାଜ୍ଞୟାର୍ଚ୍ଚୟାମି ତ୍ୱାମପରାଧଂ କ୍ଷମସ୍ୱ ମେ ।
ଭଦ୍ରେ ଦେବି ନମସ୍ତୁଭ୍ୟଂ ଭକ୍ତାନନ୍ଦପ୍ରଦାୟିନି ।।

ତୁମ୍ଭେ ଆଜ୍ଞାଦେଲେ ମୁଁ ତୁମ୍ଭର ପୂଜା କରିପାରିବି । ହେ ପ୍ରଭୁ ! ମୋର ଅପରାଧ କ୍ଷମା କର । ହେ ମା ଦେବୀ ସୁଭଦ୍ରା ! ତୁମ୍ଭଙ୍କୁ ନମସ୍କାର କରୁଅଛି । ତୁମ୍ଭେ ସବୁବେଳେ ଭକ୍ତମାନଙ୍କୁ ଆନନ୍ଦ ଦାନ କରି ରଖିଥାଅ ।
ପୂଜୟେ ତ୍ୱାଂ ମହାଭାଗେ କୁରୁ ମେ ମଙ୍ଗଳଂ ସଦା ।
ଏବଂ ବଳଂ ସୁଭଦ୍ରାଂ ଚ ସଂପ୍ରାର୍ଥ୍ୟ ଚ ପୁନଃ ପୁନଃ ।।

ହେ ମହାଭାଗା ! ମୁଁ ତୁମ୍ଭର ପୂଜା କରୁଅଛି, ମୋର ସର୍ବଦା ମଙ୍ଗଳ ବିଧାନ କର । ଏହିପରି ଭାବରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଶ୍ରୀସୁଭଦ୍ରା ପ୍ରଭୃତି ଜୀଉମାନଙ୍କୁ ପ୍ରାର୍ଥନା କରିବେ ।।

— ନିଳାଦ୍ରି ମହୋଦୟଃ-୪୭/୩-୬

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.