Press "Enter" to skip to content

ଶ୍ରୀଶ୍ରୀଭଦ୍ରକାଳୀସ୍ତୁତିଃ

Last updated on August 13, 2022

ବ୍ରହ୍ମାବିଷ୍ଣୁ ଊଚତୁଃ
ନମାମି ତ୍ୱାଂ ବିଶ୍ୱକର୍ତ୍ତ୍ରୀଂ ପରେଶୀଂ ନିତ୍ୟମାଦ୍ୟାଂ ସତ୍ୟବିଜ୍ଞାନରୂପାମ୍ ।
ବାତାତୀତାଂ ନିର୍ଗୁଣାଂ ଚାତିସୂକ୍ଷ୍ମାଂ ଜ୍ଞାନାତୀତାଂ ଶୁଦ୍ଧବିଜ୍ଞାନଗମ୍ୟାମ୍ ।।୧।।
ପୂର୍ଣ୍ଣାଂ ଶୁଦ୍ଧାଂ ବିଶ୍ୱରୂପାଂ ସୁରୂପାଂ ଦେବୀଂ ବନ୍ଦ୍ୟାଂ ବିଶ୍ୱବନ୍ଦ୍ୟାମପି ତ୍ୱାମ୍ ।
ସର୍ବାନ୍ତଃସ୍ଥାମୁତ୍ତମସ୍ଥାନସଂସ୍ଥାମୀଡେ କାଳୀଂ ବିଶ୍ୱସମ୍ପାଲୟିତ୍ରୀମ୍ ।।୨।।
ମାୟାତୀତାଂ ମାୟିନୀଂ ବାପି ମାୟାଂ ଭୀମାଂ ଶ୍ୟାମାଂ ଭୀମନେତ୍ରାଂ ସୁରେଶୀମ୍ ।।
ବିଦ୍ୟାଂ ସିଦ୍ଧାଂ ସର୍ବଭୂତାଶୟସ୍ଥାମୀଡେ କାଳୀଂ ବିଶ୍ୱସଂହାରକର୍ତ୍ତୀମ୍ ।।୩।।
ନୋ ତେ ରୂପଂ ବେତ୍ତି ଶୀଳଂ ନ ଧାମ ନୋ ବା ଧ୍ୟାନଂ ନାପି ମନ୍ତ୍ରଂ ମହେଶି ।
ସତ୍ତାରୂପେ ତ୍ୱାଂ ପ୍ରପଦ୍ୟେ ଶରଣ୍ୟେ ବିଶ୍ୱାରାଧ୍ୟେ ସର୍ବଲୋକୈକହେତୁମ୍ ।।୪।।


ବ୍ରହ୍ମା ଓ ବିଷ୍ଣୁ କହିଲେ— ସର୍ବସୃଷ୍ଟିକାରିଣୀ, ପରମେଶ୍ୱରୀ, ସତ୍ୟବିଜ୍ଞାନରୂପା, ନିତ୍ୟା, ଆଦ୍ୟାଶକ୍ତି ! ଆପଣଙ୍କୁ ଆମେ ପ୍ରଣାମ କରୁଅଛୁ । ଆପଣ ବାଣୀରୁ ଊର୍ଦ୍ଧ୍ୱରେ ସ୍ଥିତ, ନିର୍ଗୁଣ ଓ ଅତି ସୂକ୍ଷ୍ମ, ଜ୍ଞାନର ଊର୍ଦ୍ଧ୍ୱରେ ଏବଂ ଶୁଦ୍ଧ ବିଜ୍ଞାନ ଦ୍ୱାରା ପ୍ରାପ୍ୟ ଅଟନ୍ତି ।।୧
ଆପଣ ପୂର୍ଣ୍ଣା, ଶୁଦ୍ଧା, ବିଶ୍ୱରୂପା, ସୁରୂପା, ବନ୍ଦନୀୟା ତଥା ବିଶ୍ୱବନ୍ଦ୍ୟା ଅଟନ୍ତି । ଆପଣ ସମସ୍ତଙ୍କ ଅନ୍ତଃକରଣରେ ନିବାସ କରିଥାନ୍ତି ଏବଂ ସମସ୍ତ ସଂସାରର ପାଳନକର୍ତ୍ତ୍ରୀ ଅଟନ୍ତି । ଦିବ୍ୟସ୍ଥାନ ନିବାସିନୀ ଆପଣ ଭଗବତୀ ମହାକାଳୀଙ୍କୁ ଆମର ପ୍ରଣାମ ନିବେଦନ କରୁଅଛୁ ।।୨
ମହାମାୟାସ୍ୱରୂପା ଆପଣ ମାୟାମୟୀ ତଥା ମାୟାର ଅତୀତ ଅଟନ୍ତି, ଆପଣ ଭୀଷଣ, ଶ୍ୟାମବର୍ଣ୍ଣରେ ଶୋଭିତ, ଭୟଙ୍କର ନେତ୍ରସମ୍ପନ୍ନା ପରମେଶ୍ୱରୀ ଅଟନ୍ତି । ଆପଣ ସିଦ୍ଧିସମ୍ପନ୍ନା ଅଟନ୍ତି, ବିଦ୍ୟାସ୍ୱରୂପା, ସମସ୍ତ ପ୍ରାଣୀଙ୍କର ହୃଦୟପ୍ରଦେଶରେ ନିବାସକାରିଣୀ ତଥା ସୃଷ୍ଟିର ସଂହାରକର୍ତ୍ତ୍ରୀ ଆପଣ ମହାକାଳୀଙ୍କୁ ଆମର ନମସ୍କାର ।।୩
ହେ ମହେଶ୍ୱରୀ ! ଆମେ ଆପଣଙ୍କ ରୂପ, ଶୀଳ, ଦିବ୍ୟଧାମ, ଧ୍ୟାନ ଅଥବା ମନ୍ତ୍ରକୁ ଜାଣିନାହୁଁ । ହେ ଶରଣ୍ୟେ ! ବିଶ୍ୱାରାଧ୍ୟେ ! ଆମେ ସମଗ୍ର ସୃଷ୍ଟିର କାରଣଭୂତା ଓ ସତ୍ତାସ୍ୱରୂପା ଆପଣଙ୍କ ଶରଣାଶ୍ରୟୀ ଅଟୁ ।
—ଶ୍ରୀଶ୍ରୀଭଦ୍ରକାଳୀସ୍ତୁତି୧-୪

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.