Press "Enter" to skip to content

ବିଶ୍ୱେଶ୍ୱରୀ ସ୍ତବନ

Last updated on August 13, 2022

ଦେବୀ ପ୍ରପନ୍ନାର୍ତିହରେ ପ୍ରସୀଦ ପ୍ରସୀଦ ମାତର୍ଜଗତୋଽଖିଳସ୍ୟ  ।
ପ୍ରସୀଦ ବିେଶ୍ୱଶ୍ୱରୀ ପାହି ବିଶ୍ୱଂ ତ୍ୱମୀଶ୍ୱରୀ ଦେବୀ ଚରାଚରସ୍ୟ  । ।୧ । ।
ତ୍ୱଂ ବୈଷ୍ଣବୀ ଶକ୍ତିରନନ୍ତବୀର୍ଯ୍ୟା ବିଶ୍ୱସ୍ୟ ବୀଜଂ ପରମାସି ମାୟା  ।
ସମ୍ମୋହିତଂ ଦେବୀ ସମସ୍ତମେତତ୍ ତ୍ୱଂ ବୈ ପ୍ରସନ୍ନା ଭୁବି ମୁକ୍ତିହେତୁଃ  । ।୨ । ।
ବିଦ୍ୟାଃ ସମସ୍ତାସ୍ତବ ଦେବୀ ଭେଦାଃ ସ୍ୱୀୟଃ ସମସ୍ତାଃ ସକଳା ଜଗତ୍ସୁ  ।
ତ୍ୱୟୈକୟା ପୂରିତମମ୍ବୟେତତ୍ କା ତେ ସ୍ତୁତିଃ ସ୍ତବ୍ୟପରା ପରୋକ୍ତିଃ  । ।୩ । ।
ବିଶ୍ୱେଶ୍ୱରୀ ତ୍ୱଂ ପରିପାସି ବିଶ୍ୱଂ ବିଶ୍ୱାତ୍ମିକା ଧାରୟସୀତି ବିଶ୍ୱମ୍  ।
ବିଶ୍ୱେଶବନ୍ଦ୍ୟା ଭବତୀ ଭବନ୍ତି ବିଶ୍ୱାଶ୍ରୟା ଯେ ତ୍ୱୟି ଭକ୍ତିନମ୍ରାଃ  । ।୪ । ।
(—ଶ୍ରୀଶ୍ରୀଦୁର୍ଗାସପ୍ତସତୀ)

ହେ ଶରଣାଗତର ପୀଡା ହରଣକାରୀ ଦେବୀ ! ଆମ ଉପରେ ପ୍ରସନ୍ନ ହୁଅନ୍ତୁ  । ଅଖିଳ ଜଗତର ଜନନୀ ! ପ୍ରସନ୍ନ ହୁଅନ୍ତୁ  । ହେ ବିଶ୍ୱେଶ୍ୱରୀ ! ଏହି ବିଶ୍ୱକୁ ରକ୍ଷା କରନ୍ତୁ  । ହେ ଦେବୀ ! ତୁମେ ହିଁ ତ ଜଗତର ଅଧୀଶ୍ୱରୀ ଅଟ  ।
ତୁମେ ଅନନ୍ତ ବଳସମ୍ପନ୍ନ ବୈଷ୍ଣବୀ ଶକ୍ତି ଅଟ  । ଏହି ବିଶ୍ୱର ବୀଜରୂପା ପରାମାୟା ଅଟ  । ଦେବୀ ! ତୁମେ ଏହି ସକଳ ଜଗତକୁ ଭଲଭାବରେ ମୋହିତ କରି ରଖିଛ  । ତୁମେ ପ୍ରସନ୍ନ ହେଲେ ଏହି ପୃଥିବୀରେ ମୋକ୍ଷ ପ୍ରାପ୍ତି କରାଇଥାଅ  ।
ହେ ଦେବୀ ! ସମସ୍ତ ବିଦ୍ୟା ତୁମର ସ୍ୱରୂପଭେଦ ଅଟେ  । ଜଗତର ସକଳ ନାରୀ ତୁମର ମୂର୍ତ୍ତିସ୍ୱରୂପା ଅଟନ୍ତି  । ହେ ଜଗଦମ୍ବେ ! ଏକମାତ୍ର ତୁମଦ୍ୱାରା ଏହି ସାରା ବିଶ୍ୱ ବ୍ୟାପ୍ତ ହୋଇ ରହିଛି  । ତୁମର ଆଉ କଣ ସ୍ତୁତି ହୋଇପାରିବ ? ତୁମେ ସ୍ତବନ କରିବା ଯୋଗ୍ୟ ପଦାର୍ଥରୁ ଊର୍ଦ୍ଧ୍ୱରେ ଓ ପରା ବାଣୀ ଅଟ  ।
ହେ ବିଶ୍ୱେଶ୍ୱରୀ ! ତୁମେ ବିଶ୍ୱର ପାଳନକର୍ତ୍ତ୍ରୀ ଅଟ, ବିଶ୍ୱାତ୍ମିକା ଅଟ, ଅତଃ ସମସ୍ତ ବିଶ୍ୱକୁ ଧାରଣ କରିଅଛ  । ତୁମେ ବିଶ୍ୱାଧିପତିଙ୍କର ମଧ୍ୟ ବନ୍ଦନୀୟା ଅଟ  । ଯିଏ ଭକ୍ତିପୂର୍ବକ ତୁମ ସମ୍ମୁଖରେ ଶିର ଅବନତ କରେ, ସେ ସମ୍ପୂର୍ଣ୍ଣ ବିଶ୍ୱର ଆଶ୍ରୟରୂପ ହୋଇଯାଏ  । ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.