Press "Enter" to skip to content

ଶ୍ରୀଶ୍ରୀଗଣେଶପ୍ରାର୍ଥନା

Last updated on August 13, 2022

ଆନନ୍ଦରୂପ କରୁଣାକର ବିଶ୍ୱବନ୍ଧୋ ସନ୍ତାପଚନ୍ଦ୍ର ଭବବାରିଧିଭଦ୍ରସେତୋ ।
ହେ ବିଘ୍ନମୃତ୍ୟୁଦଳନାମୃତସୌଖ୍ୟସିନ୍ଧୋ ଶ୍ରୀମନ୍ ବିନାୟକ ତବାଙ୍ଘ୍ରିଯୁଗଂ ନତାଃ ସ୍ମଃ  ॥

ଯସ୍ମିନ୍ନ ଜୀବଜଗଦାଦିକମୋହଜାଲଂ ଯସ୍ମିନ୍ନ ଜନ୍ମମରଣାଦିଭୟଂ ସମଗ୍ରମ୍ ।
ଯସ୍ମିନ୍ ସୁଖୈକଘନଭୂମ୍ନି ନ ଦୁଃଖମୀଷତ୍ ତଦ୍ ବ୍ରହ୍ମ ମଙ୍ଗଳପଦଂ ତବ ସଂଶ୍ରୟାମଃ  ॥
— ଶ୍ରୀଶ୍ରୀଧରସ୍ୱାମୀ


‘‘ହେ ଆନନ୍ଦସ୍ୱରୂପ ଶ୍ରୀମନ୍ ବିନାୟକ ! ଆପଣ କରୁଣାନିଧି ଏବଂ ସମ୍ପୂର୍ଣ୍ଣ ଜଗତର ବନ୍ଧୁ (ଅକାରଣ ହିତୈଷୀ) ଅଟନ୍ତି, ଶୋକସନ୍ତାପର ଶମନ ନିମିତ୍ତ ଆପଣ ପରମାହ୍ଲାଦକ ଚନ୍ଦ୍ରମା ଅଟନ୍ତି, ଭବ-ସାଗରରୁ ପାରି ହେବାପାଇଁ କଲ୍ୟାଣକାରୀ ସେତୁ ଅଟନ୍ତି ତଥା ବିଘ୍ନରୂପୀ ମୃତ୍ୟୁନାଶ କରିବାର ଅମୃତମୟ ସୌଖ୍ୟସମ ଅଟନ୍ତି, ଆମେ ଅାପଣଙ୍କ ଯୁଗଳଚରଣରେ ବନ୍ଦନା କରୁଛୁ ।।୧।।
ଯେଉଁଠାରେ ଜୀବ-ଜଗତ୍ ଇତ୍ୟାଦି ମୋହଜାଲର ପୂର୍ଣ୍ଣତଃ ଅଭାବ ରହିଛି, ଯେଉଁଠାରେ ଜନ୍ମ-ମରଣ ଆଦିର ଭୟ ସର୍ବଥା ନଥାଏ, ଯେଉଁ ଅଦ୍ୱିତୀୟ ଆନନ୍ଦଘନ ଭୂମାରେ କିଞ୍ଚିତ୍ମାତ୍ର ଦୁଃଖ ନଥାଏ, ସେହି ବ୍ରହ୍ମସ୍ୱରୂପ ଆପଣଙ୍କର ମଙ୍ଗଳମୟ ଚରଣକମଳରେ ଆମ୍ଭେମାନେ ଶରଣ ନେଉଛୁ ।।୨।।’’

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.