Press "Enter" to skip to content

ଆଦି ଶଙ୍କରାଚାର୍ଯ୍ୟ କୃତ : ଶ୍ରୀରାମ ସ୍ତୁତି

Last updated on August 13, 2022

ବିଶୁଦ୍ଧଂ ପରଂ ସଚ୍ଚିଦାନନ୍ଦରୂପଂଗୁଣାଧାରମାଧାର ହୀନଂ ବରେଣ୍ୟମ୍   ।
ମହାନ୍ତଂ ବିଭାନ୍ତଂ ଗୁହାନ୍ତଂ ଗୁଣାନ୍ତଂସୁଖାନ୍ତଂ ସ୍ୱୟଂଧାମ ରାମଂ ପ୍ରପଦ୍ୟେ  ॥ 1 ॥

ଶିବମ ନିତ୍ୟମେକଂ ବିଭୁମ ତାରକାଖ୍ୟଂସୁଖାକାରମାକାର ଶୂନ୍ୟଂ ସୁମାନ୍ୟମ୍   ।
ମହେଶଂ କଳେଶଂ ସୁରେଶଂ ପରେଶଂନରେଶଂ ଗିରୀଶଂ ମହୀଶଂ ପ୍ରପଦ୍ୟେ  ॥ 2 ॥

ଯଦାବର୍ଣ୍ଣୟତ୍ କର୍ଣ୍ଣମୂଳେଽନ୍ତକାଳେଶିବୋ ରାମ ରାମେତି ରାମେତି କାଶ୍ୟାମ୍   ।
ତଦେକଂ ପରଂ ତାରକ ବ୍ରହ୍ମରୂପଂଭଜେଽହଂ ଭଜେଽହଂ ଭଜେଽହଂ ଭଜେଽହଂ  ॥ 3 ॥

ଯିଏ ଶୁଦ୍ଧ ସଚ୍ଚିଦାନନ୍ଦ ପରମାତ୍ମସ୍ୱରୂପ ଅଟନ୍ତି, ଯିଏ ସ୍ୱୟଂ ସର୍ବଥା ନିରାଧାର ହୋଇ ମଧ୍ୟ ସମସ୍ତ ଗୁଣର ଆଧାର ଅଟନ୍ତି, ସଂସାରରେ ସର୍ବଶ୍ରେଷ୍ଠ ଅଟନ୍ତି, ସଦା ସ୍ୱୟଂ ପ୍ରକାଶ-ସ୍ୱରୂପ ଏବଂ ସମସ୍ତଙ୍କ ଠାରୁ ମହାନ ତଥା ପ୍ରତ୍ୟେକ ପ୍ରାଣୀଙ୍କ ହୃଦୟ ଗୁହାରେ ବିରାଜିତ, ଅନନ୍ତ ଗୁଣର ସୀମା ଅଟନ୍ତି ତଥା ସର୍ବୋପରି ସୁଖ ସ୍ୱରୂପ ଅଟନ୍ତି, ସେହି ସ୍ୱ-ପ୍ରକାଶ ସ୍ୱରୂପ ଭଗବାନ ଶ୍ରୀରାମଙ୍କର ମୁଁ ଶରଣ ଗ୍ରହଣ କରୁଛି  ।1॥
ଯିଏ ପରମ କଲ୍ୟାଣସ୍ୱରୂପ ଆଉ ତ୍ରିକାଳରେ ନିତ୍ୟ ଏକ ରୂପରେ ସ୍ଥିତ ଅଟନ୍ତି, ଯିଏ ସର୍ବସମର୍ଥ, ସମସ୍ତଙ୍କୁ ମୁକ୍ତି ପ୍ରଦାନକାରୀ ଅଥବା ତାଡନକରି ତାରକ ନାମରେ ପ୍ରସିଦ୍ଧ, ସୁଖ ସ୍ୱରୂପ, ନିରାକାର, ସର୍ବମାନ୍ୟ, ସର୍ବେଶ୍ୱର, ସମ୍ପୂର୍ଣ୍ଣ କଳାର ସ୍ୱାମୀ, ଦେବଗଣଙ୍କର ସ୍ୱାମୀ, ନରମାନଙ୍କର ସ୍ୱାମୀ(ନରେଶ), ସାରା ବିଶ୍ୱର ସ୍ୱାମୀ(ମହୀଶ), ମୁଁ ସେହି ଭଗବାନ୍ ଶ୍ରୀରାମଙ୍କର ଶରଣ ଗ୍ରହଣ କରୁଛି   ।।2।।

କାଶୀରେ ଭଗବାନ ଶଙ୍କର ପ୍ରାଣୀମାନଙ୍କର ଅନ୍ତକାଳରେ କର୍ଣ୍ଣମୂଳେ “ରାମ ରାମ” କହି ଯେଉଁ ରାମ ନାମର ଉପଦେଶ ଦିଅନ୍ତି, ସେହି ତାରକବ୍ରହ୍ମ ସ୍ୱରୂପ ଭଗବାନ ରାମଙ୍କର ମୁଁ ବାରବାର ନିରନ୍ତର ଭଜନ କରୁଅଛି   ।।3।।

ଶ୍ରୀରାମଭୁଜଙ୍ଗ ପ୍ରୟାତ ସ୍ତୋତ୍ର

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.