ପ୍ରଣାମ ନିବେଦନର ପ୍ରଣାଳୀ ଆଶ୍ରମରେ ନିବାସ କରୁଥିବା ସ୍ୱାମୀଜୀମାନେ ଶଯ୍ୟାତ୍ୟାଗ ଓ ନିତ୍ୟକର୍ମ ସମାପନାନ୍ତେ ଶ୍ରୀଶ୍ରୀଠାକୁରଙ୍କ ଦର୍ଶନ କରିବାର ବିଧି ରହିଥାଏ । ପ୍ରତ୍ୟେକ ଆଶ୍ରମବାସୀଙ୍କର ଏହା କର୍ତ୍ତବ୍ୟ ଅଟେ । କିନ୍ତୁ ସେହି ଦର୍ଶନ ମଧ୍ୟରେ ଯେ ଭାବାନୁସାରେ କୃପାପ୍ରାପ୍ତିର ମଧ୍ୟ ସୁଯୋଗ ଥାଏ, ଏହାକୁ ସମସ୍ତେ ଉପଲବ୍ଧି କରିପାରନ୍ତି ନାହିଁ । ଏକଦା ଜଣେ ବୟୋଜ୍ୟେଷ୍ଠ ସାଧୁ ଅପର ଜଣେ ସାଧୁଙ୍କୁ ଗୁରୁ ଦର୍ଶନ ନିମନ୍ତେ ଯାଉଥିବାର ଦେଖି ପଚାରିଲେ— ଶୁଣ, ତୁମେ କେଉଁଆଡେ ଯାଉଛ ? କ’ଣ…
Posts published in “ଶିକ୍ଷା”
ମହାତ୍ମା ଗାନ୍ଧି ଆଜିକାଲି ସ୍ୱାଭାବିକ ଶବ୍ଦର ଦୁରୂପଯୋଗ ହେଉଛି । ଜଣେ ଭାଇ ଲେଖିଛନ୍ତି— ‘ଯେଭଳି ମନୁଷ୍ୟ ପାଇଁ ଖାଇବା-ପିଇବା ସ୍ୱାଭାବିକ, ସେହିଭଳି କ୍ରୋଧ କରିବା ମଧ୍ୟ ସ୍ୱାଭାବିକ ଅଟେ ।’ ଅନ୍ୟ ଜଣେ ଭାଇ ଲେଖିଛନ୍ତି—‘ଯେପରି ଆମପାଇଁ ଶୋଉବା-ବସିବା ସ୍ୱାଭାବିକ ଅଟେ, ସେହିଭଳି ବିଷୟଭୋଗ କରିବା ମଧ୍ୟ ସ୍ୱାଭାବିକ ଅଟେ । ଯଦି ଏହି କଥା ଠିକ୍ ନୁହେଁ, ତେବେ ଈଶ୍ୱର ଆମକୁ କାହିଁକି ବିଷୟ-ବାସନା ଦେଇଛନ୍ତି ? ଦୁଷ୍ଟ ମନୁଷ୍ୟ ପ୍ରତି କ୍ରୋଧ କରିବା ଆଉ ସାଧୁଜନଙ୍କ ପ୍ରତି…
(ଶ୍ରୀସ୍ୱାମୀ ଚିଦାନନ୍ଦ ମହାରାଜଙ୍କ ବିକାନେର, ରାଜସ୍ଥାନରେ ପ୍ରଦତ୍ତ ପ୍ରବଚନର ସଂକଳନ) ଉଜ୍ଜ୍ୱଳ ଦିପ୍ତିମନ୍ତ ଆତ୍ମସ୍ୱରୂପ ! ପରମପିତା ପରମାତ୍ମାଙ୍କର ଦିବ୍ୟ ଅମର ସନ୍ତାନଗଣ !ଅଧ୍ୟକ୍ଷ ମହାଶୟ ବର୍ତ୍ତମାନ ଯାହା କହିଗଲେ ”ବିନୁ ସତସଙ୍ଗ ବିବେକ ନ ହୋଈ । ରାମ କୃପା ବିନୁ ସୁଲଭ ନ ସୋଈ ।।”ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ । ଯଦି ଭଗବାନ କୃପା କରନ୍ତି, ତେବେ ଯାଇ ସତ୍ସଙ୍ଗ ପ୍ରାପ୍ତି ହୋଇଥାଏ, ନଚେତ୍ ଏହା ମିଳେ ନାହିଁ । ଏହାର ପ୍ରତ୍ୟକ୍ଷ ପ୍ରମାଣ ସ୍ୱରୂପ ଏଠାରେ ଏକତ୍ରିତ ହୋଇଛନ୍ତି,…
ବୁଦ୍ଧି ଅଛି? ତାହେଲେ ବିଧାତା ବି ହାର ମାନିବେ । ନିଜ ଭାଗ୍ୟ ପାଖରେ ହାରି ଯାଅନି ।
ଭଗବାନ୍ ଶ୍ରୀକୃଷ୍ଣ ଗୋଲୋକ ଧାମ ଚାଲିଯିବାପରେ ପାଞ୍ଚପାଣ୍ଡବ ଦ୍ରୌପଦୀଙ୍କ ସହ ପୃଥିବୀ ତ୍ୟାଗ କରି ଚାଲିଯିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଦେଲେ । ଅତଃ ରାଜବସ୍ତ୍ର ତ୍ୟାଗକରି ବକ୍କଳ ପରିଧାନକରି ଭାରତ ପରିକ୍ରମାରେ ବାହାରିପଡିଲେ । ଯୁଧିଷ୍ଠିର, ଭୀମ, ଅର୍ଜ୍ଜୁନ, ନକୁଳ, ସହଦେବ ଏବଂ ଦ୍ରୌପଦୀ ନିମ୍ନକୁ ଦୃଷ୍ଟି ରଖି ପରିକ୍ରମା କରିକରି ହରିଦ୍ୱାରରେ ପହଞ୍ଚିଲେ । ସେଠାରେ ଚାରିଗୋଟି ଶିଙ୍ଗ, ସାତଗୋଟି ହାତ ଆଉ ତିନିପାଦଯୁକ୍ତ ଦେବତା ତାଙ୍କ ମାର୍ଗ ଅବରୋଧ କଲେ । ପଚାରିବାରୁ କହିଲେ, ଋଣ ପରିଶୋଧ…