ଅଧ୍ୟାୟ ନାମକରଣର ଯଥାର୍ଥତାରୁ ବୋଧହୁଏ କି, ଭଗବାନଙ୍କର ବିଶ୍ୱରୂପ ରହିଛି ଯାହାର ଦର୍ଶନକରି ସାଧକ ସାଧନାର ପରାକାଷ୍ଠାକୁ ଅବଗତ ହୋଇପାରିବେ । ଭଗବାନ ଶ୍ରୀକୃଷ୍ଣଙ୍କର ଆକାର ଓ ବ୍ରହ୍ମାଣ୍ଡୀୟ ସଚେତନତା ନିମନ୍ତେ ଏହି ଅଧ୍ୟାୟରେ ଯଥାର୍ଥ ଖୋରାକ ରହିଛି । ଅର୍ଜ୍ଜୁନରୂପୀ ଜୀବ ନିମନ୍ତେ ବିସ୍ମୟକର ସ୍ୱରୂପକୁ ଅବଗତ ହେବା ଯୁକ୍ତିସଙ୍ଗତ ମନେହେଉଥିବା ସ୍ଥଳେ ପରମାତ୍ମା କୃପାପରବଶ ହୋଇ ଉକ୍ତ ସ୍ଥିତିକୁ ଅବଗତ କରାଇବା ନିମନ୍ତେ ଯୋଗ୍ୟତା ପ୍ରଦାନ କରିବା ଏହି ଅଧ୍ୟାୟଟିର ବିଶେଷତ୍ୱ ଅନନ୍ୟ ଅଟେ । ତଦୁପରାନ୍ତ…
Posts published by “Chief-Editor”
ଶାନ୍ତିପାଠଃଓଁ ଆପ୍ୟାୟନ୍ତୁ ମମାଙ୍ଗାନି………….ତେ ମୟି ସନ୍ତୁ ।ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।। ତୃତୀୟ ପ୍ରପାଠକ ଏହା ଶୁଣି ବାଳଖିଲ୍ୟ ପ୍ରଶ୍ନ କଲେ— ‘ହେ ଭଗବାନ୍ ! ଯଦି ଆପଣ ଏହି ଆତ୍ମାର ଏଭଳି ମହିମା ସମ୍ବନ୍ଧରେ କହୁଛନ୍ତି, ତେବେ ଶୁଭାଶୁଭ କର୍ମତଳେ ଅବଦମିତ ହୋଇ ରହିଥିବା ଏବଂ ତଦନୁସାରେ ଭଲ ଅବା ଖରାପ ଯୋନିସମୂହରେ ଭ୍ରମିତ ହେଉଥିବା ଆତ୍ମା କଣ ଅନ୍ୟକୌଣସି ଆତ୍ମା ଅଟେ ? ସୁଖ-ଦୁଃଖରୁ ପରାଭବ ପ୍ରାପ୍ତକରି ଉଚ୍ଚ ଅବା ନୀଚ ଗତିରେ ଘୂରିବୁଲୁଥିବା ଏହା କେଉଁ…
ଆତ୍ମା ସେହି ଦିବ୍ୟମଣି (ଜୀବନର ମୂଳତତ୍ତ୍ୱ) ଅଟେ, ଯାହାର ପ୍ରକାଶରେ ସଂସାରର ଅବିଦ୍ୟା ସମୂଳେ ନାଶ ହୋଇଯାଏ । ମନୁଷ୍ୟ ଶରୀରତଃ ପଶୁ, ମନତଃ ମନୁଷ୍ୟ ଏବଂ ଆତ୍ମତଃ ଈଶ୍ୱର ଅଟେ । ଏହି ସଂସାରଟି ଆମର ଈଶ୍ୱରୀୟ ସତ୍ତାଦ୍ୱାରା ଆମର ସ୍ୱ ମହାନ୍ ଚିତ୍ତର ସମୟ, ସ୍ଥାନ ଏବଂ ପଦାର୍ଥର ଚତୁଃ ଆୟାମୀ କଳ୍ପନାର ଫଳ ଅଟେ, ଯେଉଁଥିରେ ଆମେ ଆମ ଶରୀରଦ୍ୱାରା ପ୍ରବେଶ କରି ଇନ୍ଦ୍ରିୟସମୂହ ଏବଂ ମନ ଦ୍ୱାରା ଏହାକୁ ଭୋଗ କରିବାପାଇଁ ଚାହିଁଥାଉ ।…
ମଙ୍ଗଳସ୍ୱରୂପ ଭଗବାନ୍ ଶିବକୃପାଲଳିତବୀକ୍ଷଣଂ ସ୍ମିତମନୋଜ୍ଞବକ୍ତ୍ରାମ୍ବୁଜଂଶଶାଙ୍କକଳୟୋଜ୍ଜ୍ୱଳଂ ଶମିତଘୋରତାପତ୍ରୟମ୍ ।କରୋତୁ କିମପି ସ୍ଫୁରତ୍ପରମସୌଖ୍ୟସଚ୍ଚିଦ୍ୱପୁ-ର୍ଧରାଧରସୁତାଭୁଜୋଦ୍ୱଳୟିତଂ ମହୋ ମଙ୍ଗଳମ୍ ।। ଯାହାର କୃପାପୂର୍ଣ୍ଣ ଚିତ୍ତବନ ଅତି ସୁନ୍ଦର ଅଟେ, ଯାହାର ମୁଖାରବିନ୍ଦ ମନ୍ଦ ହାସ୍ୟର ଛିଟାରେ ଅତ୍ୟନ୍ତ ମନୋହର ଦୃଶ୍ୟ ହୋଇଥାଏ, ଯିଏ ଚନ୍ଦ୍ରମାର କଳା ଭଳି ପରମ ଉଜ୍ଜ୍ୱଳ, ଆଧ୍ୟାତ୍ମିକ ଆଦି ତ୍ରିତାପକୁ ଶାନ୍ତିପ୍ରଦାନ କରିବାକୁ ଯିଏ ସମର୍ଥ, ଯାହାର ସ୍ୱରୂପ ସଚ୍ଚିନ୍ମୟ ଏବଂ ପରମାନନ୍ଦରୂପେ ପ୍ରକାଶିତ ହୋଇଥାଏ ତଥା ଯିଏ ଗିରିରାଜନନ୍ଦିନୀ ପାବତୀଙ୍କ ଭୁଜାପାଶରେ ଆବେଷ୍ଟିତ, ସେହି ଶିବ ନାମକ ଅନିର୍ବଚନୀୟ…
ଉତ୍ କ୍ରାମାତଃ ପୁରୁଷ ମାବ ପତ୍ଥାମୃତ୍ୟୋଃ ପଡ୍ ବୀଶମବମଞ୍ଚମାନଃ ।ମା ଚ୍ଛିତ୍ଥା ଅସ୍ମାଲ୍ଲୋକାଦଗ୍ନେଃ ସୂର୍ଯ୍ୟସ୍ୟ ସଂଦୃଶଃ ।।(ଅଥର୍ବବେଦ – ୮/୧/୪) ଭାବାର୍ଥ : ହେ ମନୁଷ୍ୟ ! ତୁମକୁ ନିଜର ବର୍ତ୍ତମାନ ଅବସ୍ଥାରେ ସନ୍ତୁଷ୍ଟ ରହିବା ଉଚିତ ନୁହେଁ । ତୁମେ ଆଗକୁ ବଢ ଆଉ ଶରୀର ତଥା ଆତ୍ମବଳ ଦ୍ୱାରା ପୁରୁଷାର୍ଥ କର ।ବ୍ୟାଖ୍ୟା — ସଂସାରର ଗୂଢ ରହସ୍ୟକୁ ଭେଦ କରିବା ଅତ୍ୟନ୍ତ ଦୁଷ୍କର । ପ୍ରତିଦିନ ମନୁଷ୍ୟ ଏହି ରହସ୍ୟ ଉନ୍ମୋଚନ ନିମିତ୍ତ ନୂତନ ନୂତନ ପ୍ରୟାସ କରିଚାଲିଛି । ପ୍ରଗତିର…
ସତ୍ୟଂ-ଶିବଂ-ସୁନ୍ଦରମ୍— ଭଗବାନ ଶଙ୍କରଙ୍କର ଏହି ସୁନ୍ଦର ନାମ ବ୍ରହ୍ମଙ୍କର ସ୍ୱରୂପ-ଲକ୍ଷଣ ସତ୍ୟମ୍, ଜ୍ଞାନମ୍, ଆନନ୍ଦମ୍, ବ୍ରହ୍ମର ପ୍ରତୀକ ଅଟେ । ମାଣ୍ଡୂକ୍ୟୋପନିଷଦ୍ ୭ମ ମନ୍ତ୍ରରେ ସ୍ପଷ୍ଟ ରୂପରେ ଉଲ୍ଲିଖିତ ହୋଇଛି—’ଶିବମଦ୍ୱୈତଂ ଚତୁର୍ଥଂ ମନ୍ୟନ୍ତେ ।’ ‘ଚତୁର୍ଥମ୍’—ତୂରୀୟ ଅମାତ୍ର ବ୍ରହ୍ମଙ୍କର ବାଚକ ଅଟେ ।ବ୍ରହ୍ମ ନିର୍ଗୁଣ-ନିରାକାର ହେଲେ ମଧ୍ୟ ମାୟାର ଉପାଧିରେ ସଗୁଣ-ନିରାକାର ତଥା ସଗୁଣ-ସାକାର-ସ୍ୱରୂପରେ ବି ଉପଲବ୍ଧ ହୋଇଥାନ୍ତି । ଭଗବାନ୍ ଶିବଙ୍କର ଲିଙ୍ଗରୂପ ନିରାକାର ତଥା ମୂର୍ତ୍ତିରୂପ ସାକାରର ବୋଧକ ଅଟେ ଆଉ ବାସ୍ତବରେ ଉଭୟ ରୂପ ବ୍ରହ୍ମଙ୍କ ଠାରୁ…
ଶିଷ୍ୟଗଣଙ୍କର ଆଚାର୍ଯ୍ୟଙ୍କଠାରୁ ଦୀକ୍ଷାନ୍ତ ଆଶୀର୍ବଚନମାନବୀୟ ଶିକ୍ଷା : ମୌଳିକ ତତ୍ତ୍ୱ ପଠନ-ପାଠନରୁ ପୂର୍ବ ସ୍ତୁତି, ଆରାଧନା ମାଧ୍ୟମରେ ଜଗନ୍ନିୟନ୍ତା ପରମେଶ୍ୱରଙ୍କର ସ୍ମରଣ ଏବଂ ବନ୍ଦନ ସଦୈବ ଅପେକ୍ଷିତ ଅଟେ ।ହେ ଓମ୍ ! ଆପଣ ଆମର ପ୍ରକୃତ ମିତ୍ର ଅଟନ୍ତି, ଆପଣ ଆମ ପ୍ରାଣକୁ ଶାନ୍ତି ପ୍ରଦାନ କରନ୍ତୁ । ଆପଣ ସୁଖକାରୀ ହୁଅନ୍ତୁ, ଆମର ସମ୍ପୂର୍ଣ୍ଣ ବାୟୁ ସଂସ୍ଥାନକୁ ଶାନ୍ତି ପ୍ରଦାନ କରୁ । ଆମର ନେତ୍ର ଶାନ୍ତ ରହୁ, ଆମର ବାହୁ ସବଳ ରହୁ, ଆମର ବାଣୀ…
ଓଁ ଶ୍ରୀଶ୍ରୀ ପରମାତ୍ମନେ ନମଃଶ୍ରୀଗୁରୁଚରଣକମଳେଭ୍ୟୋ ନମଃ ସଙ୍ଗତି — ପୂର୍ବ ଅଧ୍ୟାୟରେ ଭଗବାନ୍ ନିଜ ଭକ୍ତିର ସ୍ୱରୂପ, ତାହାର ପ୍ରାପ୍ତିର ଉପାୟ ଓ ଅଧିକାରୀର ପ୍ରତିପାଦନ କରିଥିଲେ ବର୍ତ୍ତମାନ ଏଦି ଅଧ୍ୟାୟରେ ନିଜ ଐଶ୍ୱର୍ଯ୍ୟର ବର୍ଣ୍ଣନା କରିବେ । ବିଭୂତି ତାଙ୍କର ଐଶ୍ୱର୍ଯ୍ୟ ହିଁ ଅଟେ । ତାତ୍ପର୍ଯ୍ୟ ହେଉଛି କି ନବମ ଅଧ୍ୟାୟରେ ଜ୍ଞାନ, ଭକ୍ତି ଏ କର୍ମ ସବୁର ପ୍ରତିପାଦନ କରି ଶେଷରେ ଭଗବାନ୍ ‘ମତ୍ ପରାୟଣଃ’ ମୋ ପରାୟଣ ହେବାପାଇଁ କହିଛନ୍ତି । ଏବେ ଏହି…
ଦ୍ୱିତୀୟ ଅଧ୍ୟାୟ (ଖ)ହେ ଦ୍ୱିଜଗଣ ! ବିଦ୍ୟାପତିଙ୍କ ମୁଖରୁ ଏକଥା ଶୁଣି ବିଶ୍ୱାବସୁ ଅତି ରୋକ୍ ଠୋକ୍ ଭାଷାରେ କହିଲେ ! ହେ ବ୍ରାହ୍ମଣଶ୍ରେଷ୍ଠ ବିଦ୍ୟାପତି ! ଏ ମାର୍ଗ ଅତ୍ୟନ୍ତ ଭୟଙ୍କର ।ବିଶ୍ୱାବସୁ କହିଲେ— ହେ ବିଦ୍ୟାପତି ! ଏହି ସ୍ଥାନ ଅତ୍ୟନ୍ତ ଦୁର୍ଗମ । ସେ ସ୍ଥାନକୁ ଯିବା ମାର୍ଗ ସିଂହ ଓ ବ୍ୟାଘ୍ର ପ୍ରଭୃତି ହିଂସ୍ର ଜନ୍ତୁଙ୍କ ଦ୍ୱାରା ପରିପୂର୍ଣ୍ଣ । ଦେବତାମାନଙ୍କୁ ମଧ୍ୟ ସେହି ମାର୍ଗ ଅଗୋଚର । ସେଠାରେ ଥିବା ନୀଳ ପର୍ବତର ଅତ୍ୟନ୍ତ ଗୋପନୀୟ କନ୍ଦରରେ…
ଶିବ-ଜ୍ଞାନରୁ ମୁକ୍ତି :ଯେଉଁଭଳି ମୃଦ୍ଘଟ ମୃତ୍ତିକା ଓ ଘଟୋତ୍ପାଦିନୀ ଶକ୍ତିମୟ ଅଟନ୍ତି , ସେହିଭଳି ‘ଜଗତ୍’ ଶିବ-ଶକ୍ତିମୟ ଅଟେ । ଶିବ ମୃତ୍ତିକା-ସଦୃଶ ଅଟନ୍ତି । ଶକ୍ତିଯୁକ୍ତ ଶିବ ଈଶ୍ୱର-ସଂଜ୍ଞକ, ସେ ବୀଜ ତୁଲ୍ୟ । ହିରଣ୍ୟଗର୍ଭ ଅଙ୍କୁର ତୁଲ୍ୟ ଅଟନ୍ତି । ବୈଶ୍ୱାନର ପତ୍ର, ପୁଷ୍ପ, ଫଳ, ବୃକ୍ଷ ତୁଲ୍ୟ ଅଟନ୍ତି । ଏହିଭଳି ଶିବ ଶକ୍ତିଙ୍କର ଯୋଗରେ ଈଶ୍ୱର, ହିରଣ୍ୟଗର୍ଭ ଓ ବିରାଟ-ରୂପରେ ଅଭିବ୍ୟକ୍ତି ହୋଇଥାଏ ।ସମ୍ପୂର୍ଣ୍ଣ ଜଗତର ଅଭିନ୍ନ ନିମିତ୍ତୋପାଦାନ ଶିବତତ୍ତ୍ୱ ଅଟେ, ଅତଃ ଜଗତ୍ ଶିବରୂପ…