Last updated on August 13, 2022
ଶ୍ରୁତୟ ଊଚୁଃ
ଦୁର୍ଗେ ବିଶ୍ୱମପି ପ୍ରସୀଦ ପରମେ ସୃଷ୍ଟ୍ୟାଦିକାର୍ଯ୍ୟତ୍ରୟେ ।
ବ୍ରହ୍ମାଦ୍ୟାଃ ପୁରୁଷାସ୍ତ୍ରୟୋ ନିଜଗୁଣୈସ୍ତ୍ୱତ୍ ସ୍ୱେଚ୍ଛୟା କଳ୍ପିତାଃ ॥
ନୋ ତେ କୋଽପି ଚ କଳ୍ପକୋଽତ୍ର ଭୁବନେ ବିଦ୍ୟେତ ମାତର୍ୟତଃ ।
କଃ ଶକ୍ତଃ ପରିବର୍ଣ୍ଣିତୁଂ ତବ ଗୁଣାଁଲ୍ଲୋକେ ଭବେଦ୍ଦୁର୍ଗମାନ୍ ॥୧॥
ବେଦଗଣ କହୁଛନ୍ତି— ହେ ମାତ ଦୁର୍ଗେ ! ଆପଣ ସମ୍ପୂର୍ଣ୍ଣ ଜଗତରେ କୃପା କରନ୍ତୁ । ଆପଣ ହିଁ ନିଜ ଗୁଣ ଦ୍ୱାରା ସ୍ୱେଚ୍ଛାନୁସାରେ ସୃଷ୍ଟି ଆଦି କାର୍ଯ୍ୟତ୍ରୟ ନିମିତ୍ତ ବ୍ରହ୍ମା ଆଦି ଦେବତ୍ରୟୀଙ୍କର ସୃଷ୍ଟି କରିଛନ୍ତି, ଅତଃ ଏହି ଜଗତରେ ଆପଣଙ୍କର ରଚନାକାରୀ କେହି ନାହାଁନ୍ତି । ହେ ମାତଃ ! ଆପଣଙ୍କ ଦୁର୍ଗମ ଗୁଣକୁ ବର୍ଣ୍ଣନା କରିବା ପାଇଁ ଏହି ଲୋକରେ ଭଲା କିଏ ସମର୍ଥ ହୋଇପାରିବ ॥୧ ॥
ତ୍ୱମାରାଧ୍ୟ ହରିର୍ନିହତ୍ୟ ସମରେ ଦୈତ୍ୟାନ୍ ରଣେ ଦୁର୍ଜୟାନ୍ ।
ତ୍ରୈଲୋକ୍ୟଂ ପରିପାତି ଶମ୍ଭୁରପି ତେ ଧୃତ୍ୱା ପଦଂ ବକ୍ଷସି ॥
ତ୍ରୈଲୋକ୍ୟକ୍ଷୟକାରକଂ ସମପିବଦ୍ୟତ୍କାଳକୂଟଂ ବିଷଂ ।
କିଂ ତେ ବା ଚରିତଂ ବୟଂ ତ୍ରିଜଗତାଂ ବ୍ରୂମଃ ପରିତ୍ର ଅମ୍ବିକେ ॥୨॥
ଗବାନ୍ ବିଷ୍ଣୁ ଆପଣଙ୍କ ଆରାଧନା ପ୍ରଭାବରୁ ହିଁ ଦୁର୍ଜୟ ଦୈତ୍ୟକୁ ଯୁଦ୍ଧସ୍ଥଳରେ ନିହତ କରି ତ୍ରିଲୋକର ରକ୍ଷା କରିଥାନ୍ତି । ଭଗବାନ୍ ଶିବ ମଧ୍ୟ ଆପଣଙ୍କ ଚରଣକୁ ହୃଦୟରେ ଧାରଣକରି ତ୍ରିଲୋକର ବିନାଶକାରୀ କାଳକୂଟ ବିଷ ପାନ କରିନେଇଥିଲେ । ତ୍ରିଲୋକର ରକ୍ଷାକର୍ତ୍ତ୍ରୀ ମାତ ଅମ୍ବିକେ ! ଆମେ ଅାପଣଙ୍କର ଚରିତ ବର୍ଣ୍ଣନା କିପରି ବା କରିପାରିବୁ ? ॥୨ ॥
Be First to Comment