Last updated on August 13, 2022
ମନୋ ପୂବ୍ବଙ୍ଗମା ଧମ୍ମା ମନୋ ସେଟ୍ଠା ମନୋମୟୀ ।
ମନସା ଚେ ପଦୁଟ୍ଠେନ ଭସତି ବା କରୋତି ବା ।
ତତୋ ନଂ ଦୁକ୍ଖ ମନ୍ୱେତି ଚକ୍କଂ ବ ବହତୋ ପଦଂ ।।୧-୧।।
ସକଳ ସ୍ୱଭାବ ବା ସଂସ୍କାର ମନର ଅନୁଚର, ମନ ଦ୍ୱାରା ଚାଳିତ, ମନ ହେଉଛି ସେମାନଙ୍କର ନିୟନ୍ତା, ମନ ମଧ୍ୟରେ ସେମାନଙ୍କର ଅସ୍ତିତ୍ୱ । ଯଦି ଲୋକ ଦୂଷିତ ମନରେ କଥା କହେ ବା କାର୍ଯ୍ୟ କରେ, ତାହାହେଲେ ଶକଟ-ଚକ୍ର ଭାର ବହନ କରୁଥିବା ବଳିବର୍ଦ୍ଦର ପଦକୁ ଅନୁସରଣ କରିବା ପରି ତାହାକୁ ଦୁଃଖ ଅନୁସରଣ କରେ ।
ତେ ଝାୟିନୋ ସାତତିକା ନିଚ୍ଚଂ ଦଲ୍ହ ପରକ୍କମା ।
ପୁଂସନ୍ତି ଧୀରା ନିବ୍ବାନଂ ଯୋଗକ୍ଖେମଂ ଅନୁତ୍ତରଂ ।।୨-୩।।
ଯେଉଁମାନେ ଧ୍ୟାନଶୀଳ, ସତତ ଚେଷ୍ଟାଯୁକ୍ତ ଓ ସର୍ବଦା ଦୃଢ ପରାକ୍ରମୀ, ସେହି ଧୀରପଣ୍ଡିତ ବ୍ୟକ୍ତିମାନେ ଶ୍ରେଷ୍ଠ ଆଶ୍ରୟ ସ୍ୱରୂପ ନିର୍ବାଣ ଲାଭକରନ୍ତି ।
କୋ ନୁ ହାସୋ କିମାନନ୍ଦେ ନିଚ୍ଚଂ ପଜ୍ୱଳିତେ ସତି ।
ଅନ୍ଧକାରେନ ଓନଦ୍ଧା ପଦୀପଂ ନ ଗବେସଥ ।।୧୧-୧।।
ଏ ଜଗତ ସର୍ବଦା ଦୁଃଖରାଶି ରୂପକ ଅଗ୍ନିସମୂହ ଦ୍ୱାରା ତାପିତ ହେଉଥିବା ଅବସ୍ଥାରେ ହାସ ବା ଆନନ୍ଦର ମୂଲ୍ୟ କ’ଣ ? ଅନ୍ଧକାରାବୃତ ହୋଇ ଜ୍ଞାନ ପ୍ରଦୀପକୁ କାହିଁକି ଖୋଜୁନାହଁ ?
ନତ୍ଥି ରାଗ ସମୋ ଅଗ୍ଗି ନତ୍ଥି ଦୋସସମ କଳୀ ।
ନତ୍ଥି ଖନ୍ଧାଦିସା ଦୁକ୍ଖଃ ନତ୍ଥି ସାନ୍ତିପରଂ ସୁଖଂ ।।୧୫-୬।।
ରାଗ ପରି ଅଗ୍ନି ନାହିଁ, ଦ୍ୱେଷ ପରି ଅମଙ୍ଗଳ ନାହିଁ, ସ୍କନ୍ଧ(ରୂପ, ବେଦନା, ସଂଜ୍ଞା, ସଂସ୍କାର, ବିଜ୍ଞାନ) ପରି ଦୁଃଖ ନାହିଁ, ଶାନ୍ତି ପରି ସୁଖ ନାହିଁ ।
ମା ପିୟେହି ସମାଗଚ୍ଛି ଅପ୍ପିପୟେହି କୁଦାଚନଂ ।
ପିୟନଂ ଅଦସ୍ସନଂ ଦୁକ୍ଖଂ ଅପିୟାନଂ ଚ ଦସ୍ସନଂ ।।୧୬-୨।।
ପ୍ରିୟ ଓ ଅପ୍ରିୟ ଉଭୟ ପ୍ରତି ସ୍ପୃହା ପରିତ୍ୟାଗ କରିବା ଦରକାର । କାରଣ ପ୍ରିୟର ଅଦର୍ଶନ ଦୁଃଖ ଓ ଅପ୍ରିୟର ଦର୍ଶନ ଦୁଃଖ ।
Be First to Comment