Last updated on August 13, 2022
ଅନନ୍ୟଶ୍ଚିନ୍ତୟନ୍ତୋ ମାଂ ଯେ ଜନାଃ ପର୍ଯ୍ୟୁପାସତେ ।
ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂ ବହାମ୍ୟହମ୍ ।।୨୨।।
ଯେଉଁ ଭକ୍ତଗଣ ଅନନ୍ୟଚିତ୍ତ ହୋଇ ନିରନ୍ତର ମୋର ଚିନ୍ତା(ଓ ସ୍ମରଣ-ମନନ) କରନ୍ତି, ନିଷ୍ଠାର ସହିତ ମୋର ଧ୍ୟାନ ଉପାସନା କରନ୍ତି, ମୋଠାରେ ନିତ୍ୟଯୁକ୍ତ ସେହି ଭକ୍ତଙ୍କର ଯୋଗ ଓ କ୍ଷେମ ମୁଁ ବହନ କରିଥାଏ ଅର୍ଥାତ୍ ତାଙ୍କର ସବୁ ଅଭାବକୁ ମୁଁ ପୂରଣ କରେ ଓ ତାଙ୍କର ସବୁକିଛିକୁ ମୁଁ ରକ୍ଷାକରେ ।।୨୨
ଅହଂ ହି ସର୍ବଯଜ୍ଞାନାଂ ଭୋକ୍ତା ଚ ପ୍ରଭୁରେବ ଚ ।
ନ ତୁ ମାମଭିଜାନନ୍ତି ତତ୍ତ୍ୱେନାତଶ୍ଚ୍ୟବନ୍ତି ତେ ।।୨୪।।
ମୁଁ ହିଁ ଦେବତାମାନଙ୍କର ଆତ୍ମାରୂପେ ସମସ୍ତ ଶ୍ରୋତ ଓ ସ୍ମାର୍ତ୍ତ ଯଜ୍ଞର ଭୋକ୍ତା ଓ ଫଳଦାତା । କିନ୍ତୁ ଅନ୍ୟ ଦେବତାଙ୍କର ଉପାସକଗଣ ମୋତେ ଯଥାର୍ଥରୂପେ ଜାଣନ୍ତି ନାହିଁ ବୋଲି (ସେମାନଙ୍କର ପୂଜା ମୁଁ ଗ୍ରହଣ କରେନାହିଁ ଏବଂ ତାହା ଫଳରେ) ସେମାନଙ୍କର ବାରମ୍ବାର ସଂସାରପ୍ରାପ୍ତି ହୁଏ ।।୨୪
ଯତ୍ କରୋଷି ଯଦଶ୍ନାସି ଯଜ୍ଜୁହୋଷି ଦଦାସି ଯତ୍ ।
ଯତ୍ ତପସ୍ୟସି କୌନ୍ତେୟ ! ତତ୍ କୁରୁଷ୍ୱ ମଦର୍ପଣମ୍ ।।୨୭।।
ହେ କୌନ୍ତେୟ ! ଯାହାକିଛି ସ୍ୱଭାବତଃ ବା ଶାସ୍ତ୍ରାନୁସାରେ କରୁଛ, ଯାହା ଭୋଜନକରୁଛ, ଯାହା ହୋମକରୁଛ, ଯାହା ଦାନକରୁଛ, ଯାହା ତପସ୍ୟାକରୁଛ, ସେ ସମସ୍ତ ମୋତେ ସମର୍ପଣକର ।
ଶୁଭାଶୁଭଫଳୈରେବଂ ମୋକ୍ଷସେ କର୍ମବନ୍ଧନୈଃ ।
ସଂନ୍ନ୍ୟାସଯୋଗଯୁକ୍ତାତ୍ମା ବିମୁକ୍ତୋ ମାମୁପୈଷ୍ୟସି ।।୨୮।।
ଏହିପରି ଭାବରେ ସମସ୍ତ କର୍ମ ମୋଠାରେ ସମର୍ପଣ କଲେ, ଶୁଭାଶୁଭ କର୍ମବନ୍ଧନରୁ ମୁକ୍ତହେବ । ମୋଠାରେ ସର୍ବକର୍ମ ସମର୍ପଣ ରୂପକ ସନ୍ନ୍ୟାସଯୋଗରେ ଯୁକ୍ତ ହେଲେ କର୍ମବନ୍ଧନରୁ ମୁକ୍ତ ହୋଇ ଶେଷରେ ମୋତେ ପ୍ରାପ୍ତ ହେବ ।।୨୮।।
Be First to Comment