ରାମାୟଣ କଥା
ତ୍ରିଶଙ୍କୁ ଉପାଖ୍ୟାନ (ପୂର୍ବ ପ୍ରକାଶିତ ସଂଖ୍ୟା : 220 ଉତ୍ତାରୁ)
ବିଶ୍ୱାମିତ୍ର ନିଜ ନିଗ୍ରହ ବିଷୟରେ ଭାବି ଅତ୍ୟନ୍ତ ସନ୍ତପ୍ତ ଓ ବୈରଭାବାପନ୍ନ ହୋଇଗଲେ । ତେଣୁ ଦକ୍ଷିଣ ଦିଗକୁ ଯାତ୍ରା ଆରମ୍ଭ କରିଦେଲେ । ସେଠାରେ ତପସ୍ୟାକରି କିଛିକାଳ ରହିଲାପରେ ତାଙ୍କର ଚାରୋଟି ପୁତ୍ର ସନ୍ତାନ (ହବିଷ୍ପନ୍ଦ, ମଧୁସ୍ପନ୍ଦ, ଦୃଢ଼ନେତ୍ର, ମହାରଥ) ଲାଭ ହେଲା । ସହସ୍ରବର୍ଷ ପରେ ବ୍ରହ୍ମା ଆସି କହିଲେ, ତୁମେ ତପୋବଳରେ ରାଜର୍ଷିଲୋକକୁ ଜୟ କରିଅଛ । ତେଣୁ ଆମେ ତୁମକୁ ରାଜର୍ଷି କହିବୁ । ବ୍ରହ୍ମା ଚାଲିଗଲେ । ବିଶ୍ୱାମିତ୍ର ଅତ୍ୟନ୍ତ ଦୁଃଖିତ ହୋଇ ଭାବିଲେ, ମୁଁ କଠୋର ତପସ୍ୟା କଲି, ତଥାପି ଦେବତାଗଣ ଓ ଋଷିଗଣ ମୋତେ କେବଳ ରାଜର୍ଷି ଜ୍ଞାନ କଲେ ! ମନେହେଉଛି, ଏତିକି ତପସ୍ୟାର ଫଳ କିଛି ହୋଇନାହିଁ । ତେଣୁ ସେ ଆହୁରି କଠୋର ତପସ୍ୟାରେ ରତ ରହିଲେ ।
More from ଶାସ୍ତ୍ର-ଓଁକାରMore posts in ଶାସ୍ତ୍ର-ଓଁକାର »
Be First to Comment