Last updated on August 13, 2022
ବିତରାଗ ସ୍ୱାମୀ ଦୟାନନ୍ଦ ଗିରିଜୀ ମହାରାଜ
ଅଥ ତୃତୀୟ ଉପାୟ ବର୍ଗ
ଜବ ତକ ଜନ୍ମୟୋଁ ନ, ଶ୍ରଦ୍ଧା କେ ତୂ ପେଟ,
ଜଗ ସେ ପରେ କୀ କୈସେ ଜାନେ ? ହେ କ୍ୟା ?
ମନ ଭୋଗୋଁ ମେଁ, ସଦା ରହେ ଜୋ ଲେଟ,
ଧର୍ମ ସାଧନ କୋ, ବହ ପଲ ଭୀ ଦେଗା କ୍ୟା ?
ଶବ୍ଦାର୍ଥ : ସାଧାରଣ ମାତାଙ୍କ ଗର୍ଭରୁ ଜନ୍ମ ନେଇଥିବା ପ୍ରାଣୀ ଯେପର୍ଯ୍ୟନ୍ତ ଶ୍ରଦ୍ଧା ମାତାଙ୍କ ଗର୍ଭରୁ ଜନ୍ମ ନ ନେଇଛି, ସେପର୍ଯ୍ୟନ୍ତ ତାର ଜଗତରୁ ଊର୍ଦ୍ଧ୍ୱରେ ଅର୍ଥାତ୍ ମୃତ୍ୟୁ ପରେ କେଉଁଭଳି ସ୍ଥିତି ହେବ, ତାକୁ ସେ କିପରି ଜାଣିବ ? ମନ ତ ଭୋଗସମୂହରେ ବିନା ବିଚାରରେ ଜଡ଼ିତ ହୋଇଯାଏ, ତେବେ କଣ ସେ ଧର୍ମ ସାଧନରେ ଗୋଟିଏ ମୁହୂର୍ତ୍ତ ବି ବିନିଯୋଗ ହୋଇପାରିବ ? ଅର୍ଥାତ୍ ନୁହେଁ ।
ଭାବାର୍ଥ : ଏହି ପଦ୍ୟଟି କଲ୍ୟାଣ ମାର୍ଗରେ ଅଗ୍ରସର ହେବାପାଇଁ ଶ୍ରଦ୍ଧାର ଆବଶ୍ୟକତାକୁ ଦର୍ଶାଉଅଛି, ଅର୍ଥାତ୍ ବିନା ଶ୍ରଦ୍ଧାରେ ଆମକୁ ସୁମତି ମାର୍ଗରେ ଅଗ୍ରସର ହେବା ନିମନ୍ତେ ସ୍ୱତଃ ପ୍ରେରଣା ମିଳି ନଥାଏ ।
ବ୍ୟାଖ୍ୟା : ପୂର୍ବ ବର୍ଗର ପ୍ରସଙ୍ଗରେ କୁହାଯାଇଛି କି, ଜନ୍ମ ପରଠାରୁ ବାହ୍ୟ ଜଗତରେ ‘ମୁଁ’ ଭାବକୁ ପାଇବାପରେ ସେଥିରୁ ମୁକ୍ତ ହେବାପାଇଁ ମନୁଷ୍ୟକୁ ଆଦୌ ଇଚ୍ଛା ହୋଇନଥାଏ । ସେଥିରେ ଦୁଃଖ ପାଇବା ପରେ ମଧ୍ୟ ଜଗତର ମିଷ୍ଟ ଅନୁଭବ ଯାହା କି ପ୍ରଥମ ମାତା-ପିତା ଆଦି ବନ୍ଧୁ-ବାନ୍ଧବଙ୍କ ସହିତ ମିଳିତ ହେବାରୁ ପ୍ରାପ୍ତ ହୋଇଥାଏ (ସମ୍ମାନ ଆଦର ସ୍ୱରୂପରେ ତଥା ଖାଦ୍ୟପାନୀୟ ଦ୍ୱାରା ପିଲାଦିନେ ଆମର ଯେଉଁ ପୂଜା ହୋଇଥାଏ), ଏସବୁ ବାହ୍ୟ ଜଗତର ମଧୁର ଭାବସମୂହରୁ ଏହି ସଂସାରରେ ହିଁ କିଛି ନାଁ କିଛି ହୋଇ ତିଷ୍ଠି ରହିବାର ତୃଷ୍ଣା ଏତେ ବଳବତ୍ତର ହୋଇଥାଏ ଯେ ଏହାର ବିୟୋଗ(ଦୂରହୋଇଯିବା)କଳ୍ପନା ମଧ୍ୟ ଜୀବକୁ କ୍ଳେଶ ଯୁକ୍ତ କରିପକାଏ । ଆଉ ବାହ୍ୟ ସୁଖ ଦ୍ୱାରା ନିଜର ‘ମୁଁ’ ଭାବର ପ୍ରାପ୍ତି ନିମନ୍ତେ ଆମେ ଆକାଶ ପାତାଳ ପର୍ଯ୍ୟନ୍ତ ଏକ କରିପକାଉ । ସମସ୍ତ ପ୍ରକାର ହିଂସା, ଚୋରି, ମିଥ୍ୟା ଆଦି ପାପ ଏବଂ ଅନେକଙ୍କ ସହ ଧୋକା ତଥା ଠକିବା ଇତ୍ୟାଦି ନୀତିକୁ ଆପଣାଇ ନିଜକୁ ଜଗତରେ ସଫଳ କରିବାପାଇଁ ପ୍ରଯତ୍ନ କରିଥାଉ ଆଉ ଏ ସମସ୍ତ କର୍ମକରି ଆମେ କି ପ୍ରକାରେ ମୃତ୍ୟୁକୁ ପ୍ରାପ୍ତ ହୋଇଥାଉ ତାହା କିଏ ବା ଜାଣେ । ଉତ୍ତେଜନାସମୂହରେ ବଶୀଭୂତ ହୋଇ ସମସ୍ତ କର୍ମ କରିବାପୂର୍ବକ ନିଜର ମନୁଷ୍ୟ ସୁଲଭ ବୁଦ୍ଧିକୁ ବି ହରାଇବସୁ । ଏହାଦ୍ୱାରା ପୁନର୍ବାର ଏହି ଉତ୍ତେଜନା ସହିତ ବୁଦ୍ଧିହୀନ ହୋଇ ମରିବାପରେ ମନୁଷ୍ୟ ସୁଲଭ ବୁଦ୍ଧିଯୁକ୍ତ ଜୀବ ଭାବରେ ପୁନଃ ସୃଷ୍ଟି ହେବାପାଇଁ ଯୋଗ୍ୟ ହୋଇ ରହିନଥାଉ । ଅତଃ ଏହି ଜଗତର ସ୍ୱାଭାବିକ ବଳ ସହିତ ଆମେ ଆମକୁ, ନିଜ ଜନ୍ମକୁ ଅଥବା ବାହ୍ୟ ଜଗତର ବୁଦ୍ଧିକୁ କିପରି ଦୁର୍ଗତିରୁ ରକ୍ଷା କରିପାରିବା ? ଆମକୁ ଜଗତର ଊର୍ଦ୍ଧ୍ୱ ସ୍ଥିତି ସମ୍ପର୍କରେ ତ କିଛି ଜ୍ଞାନ ହୋଇପାରିବ ନାହିଁ । ପୁନଃ ଆମେ ଯେଉଁ ସୁଖ ପାଇଁ ତଥା ‘ମୁଁ’କୁ ବାହାରେ ପାଇବାପାଇଁ ସଦା ପ୍ରଯତ୍ନଶୀଳ ଅଟୁ ତାହାର ବିପରୀତରେ ନିଜକୁ ସତ୍ ମାର୍ଗରେ ପରିଚାଳିତ କରୁଥିବା ଧର୍ମ ନିମନ୍ତେ କିପରି ଅଳ୍ପ ସମୟ ଦେବାପାଇଁ ପ୍ରସ୍ତୁତ ହୋଇପାରିବା ! ଅର୍ଥାତ୍ ମାର୍ଗ ପ୍ରାପ୍ତ କରିଥିବା ସଜ୍ଜନଙ୍କ ପ୍ରତି ଶ୍ରଦ୍ଧା ବ୍ୟତିରେକ ଏବଂ ସେମାନଙ୍କର ବଚନରୂପ ଶାସ୍ତ୍ରରେ ଶ୍ରଦ୍ଧା ବ୍ୟତିରେକ ତଥା ଏହି ମାର୍ଗରେ ଚାଲୁଥିବା ସର୍ବପ୍ରଥମ ପୂର୍ଣ୍ଣ ସେହି ଭଗବାନଙ୍କ ପ୍ରତି ଶ୍ରଦ୍ଧା ବ୍ୟତିରେକ କିପରି ଧର୍ମ ପାଳନର ସଂକଟ ସହନ କରିପାରିବା ?
ଏହାର ପରବର୍ତ୍ତୀ ପଦ୍ୟ ତ୍ରୟରେ ଶ୍ରଦ୍ଧା, ବୀର୍ଯ୍ୟ, ସ୍ମୃତି, ସମାଧି ତଥା ପ୍ରଜ୍ଞାରୂପ ମୋକ୍ଷର ଉପାୟ ସମ୍ବନ୍ଧୀ ପାଞ୍ଚଗୋଟି ବଳ ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।
s
ସବ କର୍ମୋଁ ମେଁ ସ୍ମୃତି, ହୋ ଜୋ ସାବଧାନ,
ଚଲତେ ଫିରତେ ଭୀ, କରଣୋଁ କା ରଖେ ଧ୍ୟାନ ।
ହିମ୍ମତ କର ଅନୁଚିତ ନ, ଇନ ସେ ହୋନେ ଦେ,
ଭାଁପେ ଉତ୍ପନ୍ନ ବିକାର, କ୍ରମ ସେ ଖୋନେ ଦେ ॥୧୮॥
ଶବ୍ଦାର୍ଥ : ସମସ୍ତ କର୍ମ ସମ୍ପାଦନ କରିବା ସମୟରେ ସ୍ମୃତିକୁ ସାବଧାନତାର ସହ ଜାଗ୍ରତ ରଖିବା ସହିତ ଚାଲିବା ବୁଲିବା ସମୟରେ ମଧ୍ୟ ନିଜର କରଣ ଅର୍ଥାତ୍ ଇନ୍ଦ୍ରିୟସମୂହର ଧ୍ୟାନ ରଖିବା ଆବଶ୍ୟକ । କଦାପି ସାହସର ସହ ଅନୁଚିତ କାର୍ଯ୍ୟ କରିବା ଉଚିତ ନୁହେଁ । ଯଦି ସ୍ୱଭାବ ଦ୍ୱାରା କର୍ମ କରୁକରୁ କୌଣସି ବିକାର ଉତ୍ପନ୍ନ ହୁଏ, ତେବେ ଏହାକୁ ଧୀରେଧୀରେ ଶାନ୍ତ କରିବା ଆବଶ୍ୟକ ।
ଭାବାର୍ଥ : ଭଗବାନଙ୍କ ମାର୍ଗରେ ଶ୍ରଦ୍ଧା ଉତ୍ପନ୍ନ ହେବାପରେ ମନୁଷ୍ୟକୁ ନିଜର ସ୍ମୃତିକୁ ସର୍ବଦା ସାବଧାନତାର ସହିତ ଜାଗ୍ରତ ରଖି କର୍ମ କରିବା ଆବଶ୍ୟକ । ଏହା ପ୍ରଥମ ଧର୍ମ ଅଟେ । ଚାଲିବା ବୁଲିବା ସମୟରେ ମଧ୍ୟ ନିଜର କରଣ ବା ଇନ୍ଦ୍ରିୟସମୂହ ପ୍ରତି ଧ୍ୟାନ ରଖିବା ଆବଶ୍ୟକ କି, ଏହା କେଉଁ କେଉଁ କର୍ମରେ ଲିପ୍ତ ରହୁଛି । ଯେତେବେଳେ ବି କୌଣସି କର୍ମ କରିଥାଉ, ସେତେବେଳେ ଏହି କାମ ବିକାର ଆଉ କ୍ରୋଧାଦିରେ ଯୁକ୍ତ ମନରେ କର୍ମ କରିଥାଉ ଅବା ଏହା ରାଗାଦି ବଚନ ତଥା ଭୟ, ସଂଶୟ, ଭ୍ରମାଦି ଯୁକ୍ତ ହୋଇଥାଏ । ଏହିଭଳି ଭାବରେ ଏହି ଦୋଷସମୂହକୁ ଅବଗତ ହେଉଥିବା ସାଧକ ନିଜର ଶକ୍ତି ଅବା ବୀର୍ଯ୍ୟ ବଳ ମାଧ୍ୟମରେ ଇନ୍ଦ୍ରିୟ ଏବଂ ଶରୀର ଦ୍ୱାରା କୌଣସି ଅନୁଚିତ କାର୍ଯ୍ୟ ହେବାକୁ ଦେବା ଆଦୌ ଉଚିତ ନୁହେଁ । ଯଦି ସ୍ୱଭାବ ଦ୍ୱାରା ଅବା ଅଭ୍ୟାସ ଦ୍ୱାରା ସ୍ନାନାଦି କର୍ମରେ ରତ ରହିବା କାରଣରୁ କୌଣସି ବିକାର ଉତ୍ପନ୍ନ ହୁଏ ତେବେ ତାହାକୁ ଧୀରେ ଧୀରେ ଶାନ୍ତ କରିବା ଆବଶ୍ୟକ । ଏହା ଧର୍ମ ଅଟେ ।
ବ୍ୟାଖ୍ୟା : ବାହ୍ୟ ଇନ୍ଦ୍ରିୟ ଭୋଗ ଯେତେ ମଧୁର ଲାଗୁ ନାଁ କାହିଁକି, ଏପରିକି ବାହ୍ୟତଃ ନିଜର ‘ମୁଁ’କୁ ଆମେ ଜଗତରେ ଯେଉଁଭଳି ପ୍ରଦର୍ଶନ କରୁ ନାଁ କାହିଁକି, ହେଲେ ଏହି ବାହ୍ୟ ଜଗତରେ ମନ ଯଦି ଭ୍ରମିତ ହୁଏ, ତେବେ ଅନ୍ତରର ବିଦ୍ୟୁତ୍ ଶକ୍ତି ଅର୍ଥାତ୍ ପ୍ରାଣଶକ୍ତିର ହ୍ରାସ ହେବାରେ ଲାଗିଥାଏ । ସେ ସବୁ ପୁନଃ ଏକତ୍ରିତ ହୋଇପାରେ ନାହିଁ, ସେତେବେଳେ ବ୍ୟାଧି ଆଦି ଦୁଃଖ ଆସିବା ଆରମ୍ଭ ହୋଇଯାଏ । ପ୍ରାଣ ଶକ୍ତି ଅଧିକ ଭ୍ରମିତ ହେବାରୁ ମନ ବାହ୍ୟ ଜଗତରୁ ମୁଖ ଫେରାଇଆଣି ସଂସାରକୁ ଭୁଲିବା ପାଇଁ ଅନୁଚିତ ରୂପେ ନିଦ୍ରାରେ ବଶୀଭୂତ ହୋଇ ରହେ । ଏହିଭଳି ଭାବରେ ଶେଷରେ ମୃତ୍ୟୁ ମଧ୍ୟ ଆମକୁ ପ୍ରିୟ ଲାଗେ। ନିଦ୍ରା ମନକୁ ଅସ୍ତବ୍ୟସ୍ତକରେ । ଏହି କାରଣରୁ ଅନେକ ଥର ମୃତ୍ୟୁ ମଧ୍ୟ ପ୍ରତୀତ ହେବାକୁ ଲାଗେ । ଦୁଃଖ ଏବଂ ଶୋକ ବୃଦ୍ଧି ପାଇବାକୁ ଲାଗେ । ଏ ସମସ୍ତ ସତ୍ୟକୁ ଯେଉଁମାନେ ନିଜ ଜୀବନକାଳରେ ନିଜ ମଧ୍ୟରେ ଦେଖିଥାନ୍ତି ଏବଂ ତଦନୁସାରେ ନିଜକୁ ସଂସାରର ଭୋଗସମୂହରୁ ଦୂରେଇଆଣି, ସେଥିରୁ ଦୂର କରିବା ଜନିତ କଷ୍ଟକୁ ସ୍ୱୀକାର କରି ଯେଉଁ ଧର୍ମ ମାର୍ଗକୁ ଆପଣାଇଥାନ୍ତି ସେହି ଧର୍ମକୁ ଅର୍ଥାତ୍ ନିଜର ଧାରଣ କରିବାର ମାର୍ଗକୁ ଅନ୍ୟମାନଙ୍କ ନିମନ୍ତେ କହିଥାନ୍ତି । ଆମେ ଭୋଗ ଜନିତ ସୁଖ କାରଣରୁ ଟିକିଏ ବି ଦୁଃଖ ସହନ କରିବାପାଇଁ ଭୀରୁ (କାପୁରୁଷ) ହୋଇଯାଉ । ଏଭଳି ମନ ତତ୍କାଳ ଧର୍ମ ମାର୍ଗର ଅଳ୍ପ ସଂକଟକୁ ଦେଖି ପୁନର୍ବାର ସେହି ଭୋଗସମୂହରେ ଡୁବି ରହିବାକୁ ପସନ୍ଦ କରିଥାଏ । ଏହିଭଳି ଭାବରେ ନିଜର ‘ମୁଁ’କୁ ମାର୍ଗଚ୍ୟୁତ ହେବାରୁ ରକ୍ଷା କରି ଏହାକୁ ଧାରଣ କରିବାକୁ ଧର୍ମ କୁହାଯାଏ । ସେହି ମହାପୁରୁଷ ଏବଂ ଭଗବାନଙ୍କ ମାର୍ଗ ସମ୍ବନ୍ଧରେ ଏହି ପଦ୍ୟରେ ଆଲୋଚନା କରାଯାଇଛି ।
s
ପହଲେ ଅପନା ହୀ ହୋଗା, ତୁଝେ ଜ୍ଞାନ,
ୟହୀ ଆତ୍ମା କୀ, ପହଲୀ ହେ ପହଚାନ ।
ସୋ ପ୍ରଥମ ନିଜ କା ହୀ, ମିଲେ ୟହ ତୁଝେ ଧ୍ୟାନ,
ୟହୀ ବଢ଼ କର ଚୀନେ, ସବ କୁଛ ବ ଭଗବାନ୍ ॥୧୯॥
ଶବ୍ଦାର୍ଥ : ଶ୍ରଦ୍ଧା-ବୀର୍ଯ୍ୟ-ସ୍ମୃତି ରୂପ ତିନିଗୋଟି ବଳକୁ ଧାରଣ କଲେ ମନୁଷ୍ୟ ପ୍ରଥମେ ନିଜ ସମ୍ବନ୍ଧରେ ଜ୍ଞାନ ଲାଭ କରିପାରିବ । ନିଜ ସମ୍ବନ୍ଧରେ ଜ୍ଞାନ ଅର୍ଥାତ୍ ଆତ୍ମା ସମ୍ବନ୍ଧରେ ଜ୍ଞାନ । ଏହା ପ୍ରଥମେ ନିଜ ଅଭ୍ୟନ୍ତର ସମ୍ପର୍କରେ ବା ଆତ୍ମା ସମ୍ବନ୍ଧରେ ଜ୍ଞାନ ଲାଭ ହେବାକୁ ବୁଝାଏ ଅର୍ଥାତ୍ ଆତ୍ମାକୁ ଜାଣିବାରେ ସମର୍ଥ ହୋଇପାରେ । ଅତଃ ନିଜର ଧ୍ୟାନ କାରଣରୁ ଆତ୍ମାକୁ ଅବଗତ ହୋଇପାରିବା ସମ୍ଭବ ହୋଇଥାଏ । ଏହି ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଧୀରେ ଧୀରେ ବୃଦ୍ଧି ପାଇ ପରିଶେଷରେ ପବିତ୍ରାତ୍ମା ଅବସ୍ଥାରେ ଉପନୀତ ହୋଇଥାଏ ସବୁକିଛି ଅବଗତ ହେବା ଯୋଗ୍ୟ ହୋଇଯାଏ ଏପରିକି ଏ ସବୁ କିଛିର ଊର୍ଦ୍ଧ୍ୱରେ ସ୍ଥିତ ଭଗବାନଙ୍କୁ ମଧ୍ୟ ଅବଗତ ହୋଇଯାଏ ।
ଭାବାର୍ଥ : ମନୁଷ୍ୟ ତାର ମନକୁ କେଉଁ ଦିଗକୁ ନେବା ଆବଶ୍ୟକ ଏବଂ ନିଜକୁ କେଉଁଭଳି ରଖିବା ଆବଶ୍ୟକ, ଅର୍ଥାତ୍ ଯେକୌଣସି ସ୍ଥିତିରେ ବି ସେ ଯେପରି ନୀଚଗତିକୁ ପ୍ରାପ୍ତ ନହୁଏ, ସେ ସମ୍ବନ୍ଧରେ ତାକୁ ସେତେବେଳେ ଜ୍ଞାନ ଲାଭ ହୁଏ, ଯେତେବେଳେ ସେ ଶ୍ରଦ୍ଧା-ବୀର୍ଯ୍ୟ ଏବଂ ସ୍ମୃତି ରୂପ ବଳତ୍ରୟର ଅଧିକାରୀ ହୁଏ । ଏହି ବଳତ୍ରୟର ଅଧିକାରୀ ହେବାଦ୍ୱାରା ସେ ନିଜେ ନିଜ ସମ୍ବନ୍ଧରେ ଜ୍ଞାନ ଲାଭ କରିବାକୁ ସମର୍ଥ ହୁଏ । ଏହାଦ୍ୱାରା ସେ ନିଜକୁ ଅଧୋଗାମୀ ହେବାରୁ ରକ୍ଷା କରିପାରେ । ସାଧକଙ୍କୁ ନିଜ ସମ୍ବନ୍ଧରେ ଏହିଭଳି ପ୍ରଥମ ଜ୍ଞାନ ପ୍ରାପ୍ତ ହୋଇଥାଏ । ନିଜକୁ ଅବଗତ ହେବାର ଅର୍ଥ ହେଉଛି, ଆତ୍ମାର ଅବଗତି । ଏହିଭଳି ଭାବରେ ନିଜର ବା ନିଜ ମଧ୍ୟରେ ସ୍ଥିତ ଆତ୍ମା ସମ୍ବନ୍ଧରେ ଜ୍ଞାନ ଲାଭ ହୋଇଥାଏ ଯାହା ନିଜେ ନିଜକୁ ଧ୍ୟାନରେ ରଖିବା ଦ୍ୱାରା ସମ୍ଭବ ହୋଇଥାଏ । ଯେତେବେଳେ ସେ (ସାଧକ) ସ୍ମୃତି (ସ୍ମରଣ ଶକ୍ତିକୁ ଲକ୍ଷ୍ୟସ୍ଥଳରେ ରଖିବା ଅବା ନିଜକୁ ସତ୍ ମାର୍ଗରେ ପରିଚାଳିତ କରିବା ରୂପ ବୁଦ୍ଧିକୁ ଉଜ୍ଜୀବିତ ରଖିଥାଏ) ଦ୍ୱାରା ନିଜକୁ ସମ୍ଭାଳି ବୀର୍ଯ୍ୟବଳ (ସାହସ) ଦ୍ୱାରା ସମସ୍ତ ଉତ୍ତମ କର୍ମରେ ଲିପ୍ତ ରଖିଥାଏ, ତେବେ ଏ ସମସ୍ତ, ନିଜକୁ ଧ୍ୟାନରେ ନ ରଖିବା ଦ୍ୱାରା ସମ୍ଭବ ହୋଇନଥାଏ ଅର୍ଥାତ୍ ନିଜ ସମ୍ବନ୍ଧରେ ଉଚିତ୍ ଚିନ୍ତନ ନ କରିବାଦ୍ୱାରା ସମ୍ଭବ ହୋଇନଥାଏ । ତେବେ ପ୍ରଥମେ ମନୁଷ୍ୟକୁ ନିଜର ଧ୍ୟାନ ପ୍ରାପ୍ତ ହୋଇଥାଏ । ଧ୍ୟାନ ବ୍ୟତିରେକ ନିଜର ସତ୍ତା ଜାଣିହୁଏ ନାହିଁ । ଏହି ଧ୍ୟାନ ପୁନର୍ବାର ବୃଦ୍ଧି ପାଇ ଶେଷରେ ପବିତ୍ର ଆତ୍ମାର ସ୍ଥିତିରେ ଉପନୀତ ହୋଇ ସବୁକିଛି ଅବଗତ ଯୋଗ୍ୟକୁ ଅବଗତି ମଧ୍ୟକୁ ଆଣିବାପାଇଁ ଯୋଗ୍ୟ ହୋଇଯାଏ ଏବଂ ଭଗବାନ୍ ଯିଏ ସର୍ବଦା ସମଗ୍ର ଜଗତର ଦ୍ୱନ୍ଦ୍ୱସମୂହରୁ ଊର୍ଦ୍ଧ୍ୱରେ ସ୍ଥିତ ତାଙ୍କୁ ଏବଂ ତାଙ୍କର ଶାନ୍ତ ଆନନ୍ଦ ସ୍ୱରୂପକୁ ମଧ୍ୟ ଜାଣିବାକୁ ସକ୍ଷମ ହୋଇପାରିଥାଏ ।
ବ୍ୟାଖ୍ୟା : ପୂର୍ବ ପଦ୍ୟରେ ଶ୍ରଦ୍ଧା ବଳରେ ସର୍ବ ଧର୍ମ ଆଚରଣର କାରଣ ସମ୍ବନ୍ଧରେ କୁହାଯାଇଛି, ୧୮ଶ ପଦ୍ୟରେ ବୀର୍ଯ୍ୟବଳ (ସାହସ) ବୀରଭଳି ଭାବ ଦର୍ଶା ଯାଇଛି । ଯେଉଁଭଳି ବୀରପୁରୁଷ ଶତ୍ରୁମାନଙ୍କୁ ଭୟ କରନ୍ତି ନାହିଁ, ସେମାନଙ୍କ ସମ୍ମୁଖୀନ ହେବାପାଇଁ ଭୟଭୀତ ହୁଅନ୍ତି ନାହିଁ । ସେହିଭଳି କଲ୍ୟାଣ ମାର୍ଗର ଶତ୍ରୁ ହେଉଛି କାମ, କ୍ରୋଧାଦି ବିକାର, ରାଗ, ଦ୍ୱେଷ, ମାନ, ମୋହ ଅବିଦ୍ୟାଦି ବନ୍ଧନ ଏବଂ ଏହି କାରଣ ଯୋଗୁଁ ହେଉଥିବା ଅନନ୍ତ କପଟି ମନର ଛଳ କପଟ ଆଦି ଭାବ, କାୟାର ହିଂସା, ଚୋରି, ମିଥ୍ୟା କହିବା କର୍ମାଦି । ଏ ସବୁ ଲମ୍ବାଚଉଡ଼ା ପରିବାର ଶତ୍ରୁମାନଙ୍କର ଅଟେ । ଏ ସବୁର ସମ୍ମୁଖୀନ ହେବା ପରେ ମଧ୍ୟ ଧର୍ମ ଆଚରଣ କରୁଥିବା ବୀର ପୁରୁଷ କଦାପି ପଳାୟନ କରି ନଥାଏ । ଏମାନଙ୍କ ଦ୍ୱାରା ସୃଷ୍ଟ କ୍ଳେଶ ଅବା ବିରକ୍ତିରୁ ନିଜକୁ ସତ୍ ମାର୍ଗରୁ ବିଚଳିତ ହେବାକୁ ଦେବାନାହିଁ ।
Be First to Comment