Press "Enter" to skip to content

Posts published in “ଆର୍ଷ-ସାହିତ୍ୟ”

ଅଧ୍ୟାତ୍ମ ଜୀବନ ପଦ୍ୟାବଳୀ-୫

(ବେଦାନ୍ତ ବୋଧକ ଛନ୍ଦାବଳୀର ସରଳତମ ଅର୍ଥ ସହ ବ୍ୟାଖ୍ୟା )

ବିତରାଗ ସ୍ୱାମୀ ଦୟାନନ୍ଦ ଗିରିଜୀ ମହାରାଜ ଅଥ ତୃତୀୟ ଉପାୟ ବର୍ଗ ଜବ ତକ ଜନ୍ମୟୋଁ ନ, ଶ୍ରଦ୍ଧା କେ ତୂ ପେଟ,ଜଗ ସେ ପରେ କୀ କୈସେ ଜାନେ ? ହେ କ୍ୟା ?ମନ ଭୋଗୋଁ ମେଁ, ସଦା ରହେ ଜୋ ଲେଟ,ଧର୍ମ ସାଧନ କୋ, ବହ ପଲ ଭୀ ଦେଗା କ୍ୟା ?ଶବ୍ଦାର୍ଥ : ସାଧାରଣ ମାତାଙ୍କ ଗର୍ଭରୁ ଜନ୍ମ ନେଇଥିବା ପ୍ରାଣୀ ଯେପର୍ଯ୍ୟନ୍ତ ଶ୍ରଦ୍ଧା ମାତାଙ୍କ ଗର୍ଭରୁ ଜନ୍ମ ନ ନେଇଛି, ସେପର୍ଯ୍ୟନ୍ତ ତାର ଜଗତରୁ…

ସନତ୍ସୁଜାତ ସମ୍ବାଦ- 6

ପରମଗୁହ୍ୟ ଅଲୌକିକ ଆତ୍ମତତ୍ତ୍ୱ ଉପଦେଶ (ଶାଙ୍କରଭାଷ୍ୟାର୍ଥ ସହିତ) ଦ୍ୱିତୀୟ ଅଧ୍ୟାୟ : (ଉଦ୍ୟୋଗ ପର୍ବ —୪୩ତମ ଅଧ୍ୟାୟ) ଅୟଂ ହି ଲୋକୋମାନସ୍ୟ ।୧/୪୧।ଇତ୍ୟାଦି ବାକ୍ୟରେ ଶ୍ରୀମାନ୍‌ ସନତ୍‌ସୁଜାତ କଥିତ ମୌନମାହାତ୍ମ୍ୟ ଶ୍ରବଣକରି ମହାରାଜ ଧୃତରାଷ୍ଟ୍ର ପଚାରୁଛନ୍ତି—ଆହେ ବିଦ୍ୱାନ୍‌ ! ଏହି ବାଙ୍‌ନିବୃତ୍ତି ରୂପ ମୌନ କାହାର ହୋଇଥାଏ ? ଏବଂ ବାଙ୍‌ନିବୃତ୍ତି ଓ ବ୍ରହ୍ମଭାବରୂପ ଦୁଇପ୍ରକାର ମୌନ ମଧ୍ୟରୁ କେଉଁଟି ଯଥାର୍ଥ ମୌନ ଅଟେ ? କୃପାକରି ଏହା ମୋତେ କୁହନ୍ତୁ । ଏହି ସଂସାରରେ କେହି କଣ ବାଙ୍‌ନିରୋଧରୂପ ମୌନାଭ୍ୟାସ ଦ୍ୱାରା…

ସନତ୍ସୁଜାତ ସମ୍ବାଦ- ୪
ପରମଗୁହ୍ୟ ଅଲୌକିକ ଆତ୍ମତତ୍ତ୍ୱ ଉପଦେଶ (ଶାଙ୍କରଭାଷ୍ୟାର୍ଥ ସହିତ)

ଧର୍ମ ଏବଂ ଅଧର୍ମଦ୍ୱାରା କିଏ କାହାର ଘାତକ ହୋଇଥାଏ?ପୂର୍ବରୁ ଆମେ ପ୍ରମାଦକୁ ମୃତ୍ୟୁ କହିଅଛୁ ଅର୍ଥାତ୍ ମୃତ୍ୟୁର ସ୍ୱରୂପ ଏବଂ ପ୍ରମାଦୋକ୍ତ ବହୁ ଅନର୍ଥ ବିଷୟକୁ ସ୍ୱୀକାର କରିଅଛୁ । ପୁନଶ୍ଚ ଏକମାତ୍ର ଆତ୍ମଜ୍ଞାନ ଦ୍ୱାରା ଅଭୟପ୍ରାପ୍ତି ହୋଇଥାଏ, ଏହାକୁ ଦର୍ଶାଇଅଛୁ । ଏହିଭଳି ଭାବରେ ପ୍ରାସଙ୍ଗିକ ଶଙ୍କା ନିବୃତ୍ତି ଉପରାନ୍ତ, କର୍ମର ସ୍ୱରୂପ ଜିଜ୍ଞାସୁ ଧୃତରାଷ୍ଟ୍ର ପୁନଃ ପ୍ରଶ୍ନ କରୁଛନ୍ତି—ଇହଲୋକରେ କେହିକେହି ପୁଣ୍ୟ କର୍ମାଚରଣ କରିଥାନ୍ତି ଏବଂ ଏହା ମଧ୍ୟ ଦୃଷ୍ଟ ହୁଏ ଯେ, କେହିକେହି ପାପ…

ଅଧ୍ୟାତ୍ମ ଜୀବନ ପଦ୍ୟାବଳୀ-୫
ବିତରାଗ ସ୍ୱାମୀ ଦୟାନନ୍ଦ ଗିରିଜୀ ମହାରାଜ
(ବେଦାନ୍ତ ବୋଧକ ଛନ୍ଦାବଳୀର ସରଳତମ ଅର୍ଥ ସହ ବ୍ୟାଖ୍ୟା )

୧୧ଶ ପଦର ଆଗକୁ …..ବ୍ୟାଖ୍ୟା :— ଆମେ ଆତ୍ମା ଏବଂ ଜଗତ୍‌ ସମ୍ବନ୍ଧରେ ସତ୍ୟଜ୍ଞାନ ଲାଭ ଉଦ୍ଦେଶ୍ୟରେ ଧ୍ୟାନ, ବିଚାର ଏବଂ ସଂଯମତା ଆଦି ଆଚରଣ କରୁ ହେଲେ ଯଦି ଏସବୁକୁ ସଠିକ୍‌ ରୂପେ କରି ନ ପାରୁ ତେବେ ଏହା ଆମ ମଧ୍ୟରେ ସତ୍‌ଜ୍ଞାନର ଉଦ୍ରେକ କରିପାରିବ ନାହିଁ । ଜ୍ଞାନ ଉଦ୍ରେକ ନହେଲେ ଆମର କଲ୍ୟାଣ ସାଧିତ ହେବନାହିଁ । ତେବେ ସାଂସାରିକ ସୁଖର ଅନ୍ତିମ ପରିଣାମ କଣ ହେବ ? ଏହି ସୁଖ କଣ ନିତ୍ୟସୁଖରେ…

ସନତ୍ସୁଜାତ ସମ୍ବାଦ-2

ପରମଗୁହ୍ୟ ଅଲୌକିକ ଆତ୍ମତତ୍ତ୍ୱ ଉପଦେଶ ମହାଭାରତ ଉଦ୍ୟୋଗପର୍ବ ଅନ୍ତର୍ଗତ ଦ୍ୱିଚତ୍ୱାରିଂଶ ଅଧ୍ୟାୟ ଯେଉଁଥିରେ ସନତ୍‌ ସୁଜାତଙ୍କ ଦ୍ୱାରା ଧୃତରାଷ୍ଟ୍ରଙ୍କର ବିବିଧ ପ୍ରଶ୍ନର ଉତ୍ତର—ଆଚାର୍ଯ୍ୟପାଦ ଭଗବାନ୍ ଶଙ୍କରଙ୍କ ଦ୍ୱାରା ଲିଖିତ ଭୂମିକା—ନମଃପୁଂସେ ପୁରାଣାୟ ପୂର୍ଣ୍ଣାନନ୍ଦାୟ ବିଷ୍ଣବେନିରସ୍ତ ନିଖିଳ ହ୍ୟାତ୍ୱେ ତେଜସେ ବିଶ୍ୱହେତବେ   ॥ଓଁ ନମଃ ଆଚାର୍ଯ୍ୟେଭ୍ୟଃ ବ୍ରହ୍ମବିଦ୍ୟା ସମ୍ପ୍ରଦାୟ କର୍ତ୍ତୃଭ୍ୟଃ  ॥ନିଖିଳ ଅଜ୍ଞାନ ଅନ୍ଧକାର ବିନାଶକାରୀ ଜ୍ଞାନଜ୍ୟୋତି ସ୍ୱରୂପ ପୁରାଣପୁରୁଷ, ପୂର୍ଣ୍ଣାନନ୍ଦ ବିଗ୍ରହ, ଜଗତ୍‌କାରଣ ଶ୍ରୀ ବିଷ୍ଣୁ ଭଗବାନଙ୍କୁ ପ୍ରଣାମ କରୁଛି । ବ୍ରହ୍ମବିଦ୍ୟା ସମ୍ପ୍ରଦାୟ ପ୍ରବର୍ତ୍ତକ, ସକଳ ଆଚାର୍ଯ୍ୟଗଣଙ୍କୁ ଭକ୍ତିପୂତ…