Press "Enter" to skip to content

ମହାଭାରତର ଦିବ୍ୟ ଉପଦେଶ

Last updated on August 13, 2022

କ୍ରୋଧ — ଲୋଭରୁ ଉତ୍ପନ୍ନ ହୋଇଥାଏ ଆଉ ଅନ୍ୟାନ୍ୟ ଦୋଷରୁ ବୃଦ୍ଧି ପାଇଥାଏ କିନ୍ତୁ କ୍ଷମା ଦ୍ୱାରା ଏହା ସହସା ଅବରୋଧ ହୋଇ ନଷ୍ଟହୋଇଯାଇଥାଏ ।
କାମ— ସଙ୍କଳ୍ପରୁ ଉତ୍ପନ୍ନ ହୋଇଥାଏ ଆଉ ସେବନ କରିବାରେ ତାହା ଉତ୍ତରୋତ୍ତର ବୃଦ୍ଧି ହୋଇଥାଏ କିନ୍ତୁ ଯେତେବେଳେ କେହି ବୁଦ୍ଧିମାନ୍ ପୁରୁଷ ତାହାର ସେବନ ବନ୍ଦ କରିଦିଏ, ସେତେବେଳେ ତାହା ତୁରନ୍ତ ନଷ୍ଟ ହୋଇଯାଏ ।
ଅସୂୟା— କ୍ରୋଧ, ଲୋଭ ଓ ଅନ୍ୟର ଦୋଷ ଦେଖିବାରେ ଏହା ଉତ୍ପନ୍ନ ହୋଇଥାଏ କିନ୍ତୁ ଦୟା ଏବଂ ତତ୍ତ୍ୱଜ୍ଞାନ ଦ୍ୱାରା ତାହାର ସର୍ବଥା ନାଶ ହୋଇଯାଏ ।
ମୋହ— ଅଜ୍ଞାନରୁ ଉତ୍ପନ୍ନ ହୋଇଥାଏ ଆଉ ପାପ ଦ୍ୱାରା ବୃଦ୍ଧି ପାଇଥାଏ କିନ୍ତୁ ସତ୍ ପୁରୁଷଙ୍କ ସଙ୍ଗରୁ ତାହା ସହସା ନଷ୍ଟ ହୋଇଯାଏ ।
ବିଧିତ୍ସା— (ଅନେକ କାର୍ଯ୍ୟରେ ପ୍ରବୃତ୍ତ ହେବାର ଇଚ୍ଛା) ପରସ୍ପର ବିରୁଦ୍ଧ ଗ୍ରନ୍ଥ ଦେଖିବାରେ ଉତ୍ପନ୍ନ ହୋଇଥାଏ କିନ୍ତୁ ଜ୍ଞାନ ଦ୍ୱାରା ତାହା ସସ୍ୱର ଶାନ୍ତ ହୋଇଯାଏ ।
ଶୋକ— ନିଜର କୌଣସି ପ୍ରିୟ ପଦାର୍ଥର ବିୟୋଗରେ ଉତ୍ପନ୍ନ ହୋଇଥାଏ କିନ୍ତୁ ଜଗତର ଅନିତ୍ୟତା ଜ୍ଞାନ ହୋଇଯିବା ଦ୍ୱାରା ତାହାର ନାଶ ହୋଇଯାଏ ।
ଅକାର୍ଯ୍ୟ— ପ୍ରବୃତ୍ତି (ମନ୍ଦ କାର୍ଯ୍ୟରେ ପ୍ରବୃତ୍ତି) କ୍ରୋଧ ଓ ଲୋଭରୁ ଉତ୍ପନ୍ନ ହୋଇଥାଏ କିନ୍ତୁ ସର୍ବଭୂତରେ ଦୟା ଓ ବିଷୟରେ ବୈରାଗ୍ୟ ସୃଷ୍ଟିହେଲେ ଶାନ୍ତି ହୋଇଥାଏ ।
ମତ୍ସରତା — ସତ୍ୟର ତ୍ୟାଗ ଓ କୁସଙ୍ଗରୁ ଉତ୍ପନ୍ନ ହୋଇଥାଏ କିନ୍ତୁ ସତ୍ସଙ୍ଗ ଅତିଶୀଘ୍ର ତାହାର ନାଶ କରିଦିଏ ।
ମଦ— କୁଳୀନତାର ଅଭିମାନ, ଅଜ୍ଞାନ ଓ ଧନ-ଐଶ୍ୱର୍ଯ୍ୟରୁ ସୃଷ୍ଟି ହୋଇଥାଏ କିନ୍ତୁ ଏସବୁର ଯଥାର୍ଥ ସ୍ୱରୂପ ବୋଧ ହୋଇଯିବା ଦ୍ୱାରା ତାହାର ନାଶ ହୋଇଯାଏ ।
ଈର୍ଷ୍ୟା— କାମନା ଓ ଅଧମ ହର୍ଷରୁ ଉତ୍ପନ୍ନ ହୋଇଥାଏ କିନ୍ତୁ ଜ୍ଞାନ ଦ୍ୱାରା ତାହା ତତ୍କାଳେ ନାଶ ହୋଇଯାଏ ।
ନିନ୍ଦା— ଲୋକବିରୁଦ୍ଧ କାର୍ଯ୍ୟକୁ ଦେଖିବାରେ ଆଉ ଦ୍ୱେଷଯୁକ୍ତ ଅସମ୍ମତ ବଚନକୁ ଶୁଣିବାରେ ଉତ୍ପନ୍ନ ହୋଇଥାଏ କିନ୍ତୁ ଉପେକ୍ଷା ଦ୍ୱାରା ସହସା ଦୂର ହୋଇଯାଏ ।
ଜଳନ— ଅନିଷ୍ଟକାରୀ ବଳବାନ୍ ପୁରୁଷଙ୍କୁ ଦଣ୍ଡ ଦେବାରେ ଅସମର୍ଥ ହେଲେ ଉତ୍ପନ୍ନ ହୋଇଥାଏ କିନ୍ତୁ କରୁଣା ଦ୍ୱାରା ତାହାର ନାଶ ହୋଇଯାଏ ।
ଦୟା— ଦୀନଦୁଃଖିଙ୍କୁ ଦେଖି ଉତ୍ପନ୍ନ ହୋଇଥାଏ କିନ୍ତୁ ଯଥାର୍ଥ ଧର୍ମନିଷ୍ଠା ଦ୍ୱାରା ଶାନ୍ତ ହୋଇଯାଏ ।
ରାଜସ ଓ ତାମସ— ଦୋଷକୁ ତ୍ୟାଗକରି ସାତ୍ତ୍ୱିକ ମାର୍ଗରେ ଆତ୍ମାକୁ ଆତ୍ମା ଦ୍ୱାରା ଦେଖିବା ଦରକାର ।
ଯେଉଁ ପୁରୁଷ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଆତ୍ମାର ଦର୍ଶନ କରିଥାଏ ଆଉ ଆତ୍ମାମଧ୍ୟରେ ସମସ୍ତ ପ୍ରାଣୀଙ୍କୁ ଦର୍ଶନ କରିଥାଏ, ସେ ଜଳରେ ସ୍ଥିତ କମଳ ସଦୃଶ ପୁଣ୍ୟପାପରୁ ସର୍ବଥା ଅଲିପ୍ତ ରହିଥାଏ ।
ପକ୍ଷୀ ଯେଭଳି ଗୋଟିଏ ପର୍ବତରୁ ତଳକୁ ନ ଓହ୍ଲାଇ ଉପରକୁ ଉପରକୁ ଉଡି ଉଡି ଅନ୍ୟ ଏକ ପର୍ବତରେ ପହଞ୍ଚିଯାଏ, ସେହିଭଳି ଶାନ୍ତ ଓ ଦ୍ୱନ୍ଦ୍ୱରହିତ ପୁରୁଷ ମଧ୍ୟ ଦେହକୁ ତ୍ୟାଗକରି ଅନାୟାସରେ ଅନନ୍ତ ମୋକ୍ଷ ପ୍ରାପ୍ତି କରିଥାଏ ।
ମନୁଷ୍ୟ ବାଚାଳାମିରେ, ସନ୍ଦେହରେ ଏବଂ ଭୟରେ ବିଜ୍ଞାନ ପ୍ରାପ୍ତ ହେଲେ ମଧ୍ୟ ମୋକ୍ଷ ପ୍ରାପ୍ତ ହୋଇପାରେ ନାହିଁ । t

ମନନ କରିବା ଯୋଗ୍ୟ

ଆପଣଙ୍କର କର୍ମ ସଫଳ ହେବା ନିମିତ୍ତ ଆପଣଙ୍କୁ ତାର ପରିଣାମ ଉପରେ ଧ୍ୟାନ ଦେବାର ଆବଶ୍ୟକତା ନାହିଁ, ଆପଣଙ୍କୁ ଫଳ ବିଷୟରେ ଚିନ୍ତା କରିବା ଉଚିତ ନୁହେଁ । ସାଧନ ଓ ପରିଣାମକୁ ଏକତ୍ର କରିଦିଅ, ସେହି କାର୍ଯ୍ୟ ଆପଣଙ୍କର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହୋଇଯାଉ ।
ଫଳ ବାବଦରେ ଶୋକ କରନାହିଁ, ଲୋକଙ୍କ ଠାରୁ କିଛି ହେଲେ ଆଶା ରଖନାହିଁ, ନିଜ ଗ୍ରନ୍ଥ ଉପରେ ଅନୁକୂଳ ସମାଲୋଚନା ଅଥବା ପ୍ରତିକୂଳ ଚ୍ଛିଦ୍ରାନ୍ୱେଷଣ ବିଷୟରେ ନିଜକୁ ବ୍ୟାକୁଳ କରନାହିଁ ।
ସର୍ବଦା ସ୍ୱତନ୍ତ୍ର କାର୍ଯ୍ୟକର୍ତ୍ତା ଏବଂ ଦାତା ହୁଅ, ନିଜ ଚିତ୍ତକୁ କେବେ ହେଲ ଯାଚକ ତଥା ଆକାଂକ୍ଷାର ଦଶାରେ ପକାଅନାହିଁ । ନିଜର ବ୍ୟକ୍ତିଗତ ଅଧିକାର କରିବା ସ୍ୱଭାବରୁ ଦୂରେଇ ରହ । (??)
ଯେତେବେଳେ ଆପଣ ଇଚ୍ଛାକୁ ତ୍ୟାଗ କରିଦିଅନ୍ତି, ସେତେବେଳେ ସଫଳ ହୋଇଥାନ୍ତି । ଯେ ପର୍ଯ୍ୟନ୍ତ ଆପଣ ନିଜର ଅଭିଳାଷା ପୋଷଣ କରିଥିବେ ଅବା ଇଚ୍ଛା ରଖିଥିବେ ଆଉ ଆକାଂକ୍ଷା ତଥା ଅଭିଳାଷା ଜାରି ରଖିଥିବେ, ସେ ପର୍ଯ୍ୟନ୍ତ ଅପର ପକ୍ଷ ପାଖରେ ଏହା ପହଞ୍ଚି ପାରେନାହିଁ । ଯେତେବେଳେ ଆପଣ ତାକୁ ଛାଡିଦେବେ, ସେହି ସମୟରେ ହିଁ ଏହା (ତତ୍ ସମ୍ବନ୍ଧୀ) ପ୍ରତିପକ୍ଷୀଙ୍କ ହୃଦୟକୁ ସ୍ପର୍ଶ କରିଥାଏ ।
ପ୍ରକୃତ ବିଦ୍ୟା ସେହି ସମୟରେ ଆରମ୍ଭ ହୋଇଥାଏ, ଯେତେବେଳେ ମନୁଷ୍ୟ ବାହ୍ୟ ସାହାରାକୁ ତ୍ୟାଗକରି ନିଜ ଅାନ୍ତରିକ ଅନନ୍ତତା ଆଡକୁ ଧ୍ୟାନ ଦେଇଥାଏ । ଆଉ ମୂଳଜ୍ଞାନ ଏକ ସ୍ୱାଭାବିକ ସ୍ରୋତ ଅଥବା ମହାନ୍ ନବୀନବିଚାରସମ୍ପନ୍ନ ସ୍ରୋତ ହୋଇଯାଏ ।
ପ୍ରକୃତ ଶିକ୍ଷାର ପୂର୍ଣ୍ଣ ଉଦ୍ଦେଶ୍ୟ ଲୋକଙ୍କ ସହ ଠିକ୍ ଭାବରେ କଥାବାର୍ତ୍ତା ନୁହେଁ ବରଂ କଥାବାର୍ତ୍ତାରୁ ଆନନ୍ଦ ପ୍ରାପ୍ତି ହୋଇଥାଏ, କେବଳ ପରିଶ୍ରମୀ ହେବା ନୁହେଁ ବରଂ ପରିଶ୍ରମ ଦ୍ୱାରା ଭଲପାଇବା ଅଟେ ।
ଯଦି ବିଦ୍ୟା ମୋତେ ସ୍ୱତନ୍ତ୍ରତା ତଥା ମୋକ୍ଷର ପ୍ରାପ୍ତି କରାଏନାହିଁ ତେବେ ମୋର ଅଧିକାର ରହିଛି କି, ତାକୁ ତ୍ୟାକ କରିଦିଅ । ମୋତେ ତାହାର ଆବଶ୍ୟକତା ନାହିଁ । ଯଦି ବିଦ୍ୟା ମୋତେ ବନ୍ଧନରେ ପକାଏ, ତେବେ ମୋତେ ଏଭଳି ବିଦ୍ୟାର କୌଣସି ପ୍ରୟୋଜନ ନଥାଏ ।
—ସ୍ୱାମୀ ରାମତୀର୍ଥ

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.