Press "Enter" to skip to content

ସମସ୍ତଙ୍କ ପାଇଁ ମାୟା

Last updated on January 28, 2021

ସନ୍ଧ୍ୟା ୩ଟା ୪ଟା ସମୟରେ ଘର ଭିତରକୁ ଯାଇ ଦେଖେ ତ ମା’ (ସାରଦାଦେବୀ) ଅଟା ଚକଟୁଛନ୍ତି । ନିଜ କୋଠରୀର ବାରଣ୍ଡାର ଦକ୍ଷିଣ ପଶ୍ଚିମ କୋଣରେ ପୂର୍ବ ଦିଗକୁ ଗୋଡ଼ ଲମ୍ବାଇ ବସିଛନ୍ତି । ପାଖରେ ଛୋଟିଆ ଚୁଲିଟିଏ ଅଛି । ସନ୍ଧ୍ୟା ସମୟରେ ଲୁଚି, ତରକାରୀ ଆଦି ସେହିଠାରେ ପ୍ରସ୍ତୁତ କରାଯାଏ । ମୋତେ ଦେଖି ମା’ ପଚାରିଲେ, “କଣ ଦରକାର ?”
ମୁଁ — ତୁମ ସହ କଥା ହେବାର ଅଛି ।
ମା — କି କଥା ? ବସ ।
ଏହା କହି ସେ ବସିବାପାଇଁ ଆସନ ଦେଲେ ।
ମୁଁ — ମା’, ଠାକୁରଙ୍କୁ ସମସ୍ତେ ଏ ଯେଉଁ ପୂର୍ଣ୍ଣବ୍ରହ୍ମ ସନାତନ କହନ୍ତି, ତୁମେ କଣ କହୁଛ ?
ମା — ହଁ, ସେ ମୋର ପୂର୍ଣ୍ଣବ୍ରହ୍ମ ସନାତନ ଅଟନ୍ତି ।
‘ମୋର’ କହିବାରୁ ମୁଁ କହିଲି, “ଏମିତି ତ ପ୍ରତ୍ୟେକ ସ୍ତ୍ରୀଙ୍କ ପାଇଁ ତାଙ୍କ ସ୍ୱାମୀ ପୂର୍ଣ୍ଣବ୍ରହ୍ମ ସନାତନ ଅଟନ୍ତି । ମୁଁ ସେହି ଦୃଷ୍ଟିରେ ପଚାରୁନାହିଁ ।”
ମା — ହଁ, ସେ ପୂର୍ଣ୍ଣବ୍ରହ୍ମ ସନାତନ ଅଟନ୍ତି— ସ୍ୱାମୀ ରୂପରେ ବି ଆଉ ଏମିତିରେ ବି ।
ସେତେବେଳେ ମୋ ମନରେ ଆସିଲା, ସେ ପୂର୍ଣ୍ଣବ୍ରହ୍ମ ହେଲେ ତ ମା ମଧ୍ୟ ସ୍ୱୟଂ ଜଗଦମ୍ବା ହେଲେ— ଯେଉଁଭଳି ସୀତା-ରାମ, ରାଧା-କୃଷ୍ଣ ପରସ୍ପରଠାରୁ ଅଭିନ୍ନ ଅଟନ୍ତି । ମୁଁ ମଧ୍ୟ ଏହି ବିଶ୍ୱାସ ନେଇ ମାଙ୍କୁ ଦର୍ଶନ କରିବାପାଇଁ ଯାଇଥିଲି । ମୁଁ ପଚାରିଲି, “ତେବେ ତୁମକୁ ଏଭଳି ଜଣେ ସାଧାରଣ ସ୍ତ୍ରୀଙ୍କ ସମ ରୁଟି ବେଲୁଥିବାର ଦେଖୁଛି, ଏ ସବୁ କଣ ? କଣ ମାୟା ଅଟେ ?”
ମା — ମାୟା ନୁହେଁ ତ ଆଉ କଣ ? ମାୟା ନ ହୋଇଥିଲେ ମୋର ଦଶା ଏପରି କାହିଁକି ହୋଇଥାନ୍ତା ? ବୈକୁଣ୍ଠରେ ମୁଁ ନାରାୟଣଙ୍କ ପାଖରେ ଲକ୍ଷ୍ମୀ ହୋଇ ରହିଥାନ୍ତି ।
ତାପରେ କହିବାକୁ ଲାଗିଲେ, “ଭଗବାନ ନରଲୀଳା ପସନ୍ଦ କରନ୍ତି ନାଁ । ଶ୍ରୀକୃଷ୍ଣ ଯାଦବମାନଙ୍କର ପୁତ୍ର ଥିଲେ ଆଉ ରାମ ଦଶରଥଙ୍କ ପୁତ୍ର ।”
— ସ୍ୱାମୀ ଅରୁପାନନ୍ଦ

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.