Last updated on August 13, 2022
ବିତରାଗ ସ୍ୱାମୀ ଦୟାନନ୍ଦ ଗିରିଜୀ ମହାରାଜ
ଜୈସେ ହୋବେ ବସ୍ତୁ, ତିସକୋ ତୈସେ ଲେ ପହଚାନ,
ପକ୍ଷପାତୀ ମନ ଜିସେ କରେ ନ ବିରାନ ।
ଜୈସେ ପୁନଃ ଉଚିତ, କରେ ବୈସା ଅଭିଯାନ,
ଇସୀ କୋ ସୁମତି କହେ, ସୁମତି-ସୁଜାନ ।।୬।।
ସୁମତି ପୁରୁଷ ଯେଉଁ ସମ୍ୟକ୍ ଜ୍ଞାନ (ସତ୍ୟ ଜ୍ଞାନ) ଦ୍ୱାରା ସମସ୍ତ ଅନର୍ଥ ଅଥବା ଦୁଃଖସମୂହକୁ ପାର କରିଯାଏ, ସେହି ସମ୍ୟକ୍ ଜ୍ଞାନର ଲକ୍ଷଣ ଅବା ଅବଗତିକୁ ଦର୍ଶାଇବା ପୂର୍ବକ ଉକ୍ତ ପଦ୍ୟ ସୁମତି ଶବ୍ଦର ଅର୍ଥକୁ ଆହୁରି ସ୍ପଷ୍ଟ କରୁଛି ।
ଜନ୍ମରୁ ହିଁ ଜୀବ ସ୍ୱଭାବତଃ ମନୁଷ୍ୟକୁ ବାହ୍ୟ ବିଷୟ ସୁଖ ଉତ୍ତମ ଏବଂ ହିତ ଭଳି ପ୍ରତୀତ ହୋଇଥାଏ । ହେଲେ ଏହି ବିଷୟ ସୁଖ ହିତ ରୂପ କଣ ହେବ ବରଂ ଶେଷରେ ଓଲଟା ଦୁଃଖରୂପ ସିଦ୍ଧ ହୋଇଥାଏ । ଏଥିପାଇଁ ଏହି ଦୁଃଖରୂପ ବିଷୟ ସୁଖକୁ ଦୁଃଖରୂପ ମନେକରିବା ସମ୍ୟକ୍ ଜ୍ଞାନ (ସତ୍ୟ ଜ୍ଞାନ) ଅଟେ । ଏହି ବିଷୟସମୂହର ବହିଃ ଚାକଚକ୍ୟ ଅବା କ୍ଷଣମାତ୍ର ସୁଖର ଆଭାସ ଦ୍ୱାରା ସୁଖରୂପ ମନେକରିବା ମିଥ୍ୟା ଅବା ଅସମ୍ୟକ୍ ଜ୍ଞାନ ହିଁ ହେବ । ଯେପରିକି ଉପରେ ମିଠା ମିଠା କଥା କହୁଥିବା, ଭିତରେ ଅହିତ କରିବାର ସୁଯୋଗ ଖୋଜୁଥିବା ମନୁଷ୍ୟଙ୍କୁ କେବେହେଲେ ମିତ୍ର କୁହାଯାଇପାରିବ ନାହିଁ ବରଂ ଶତ୍ରୁ ହିଁ କୁହାଯିବ । ଏହି ବିଷୟସମୂହ ଉପରେ ସୁଖର ଆଭାସ ପକ୍ଷପାତୀ ମନ ସତ୍ୟ ଜ୍ଞାନ ଅବା ସମ୍ୟକ୍ ଜ୍ଞାନକୁ ଢାଙ୍କି ବ୍ୟର୍ଥବତ୍ କରିପକାଏ । ହେଲେ ଯଦି ସୁମତି ପୁରୁଷ ଅନ୍ତର୍ଦୃଷ୍ଟି ଦ୍ୱାରା ଏହି ବିଷୟ ସୁଖସମୂହକୁ ଠିକ୍ ରୀତିରେ ଦୁଃଖରୂପ ବୁଝିଯିବେ, ତେବେ ତାଙ୍କର ଜ୍ଞାନର ପ୍ରଦୀପ, ମନର ପକ୍ଷପାତୀତାରେ ଦୂର ହେବ ନାହିଁ ।
ଯେଉଁଭଳି ଲୁଚିଥିବା ଶତ୍ରୁକୁ ଶତ୍ରୁ ମନେକରି ପୁନରାୟ ତ୍ୟାଗ କରିଦିଆଯାଏ, ସେହିଭଳି ସମ୍ୟକ୍ ଜ୍ଞାନ ଲାଭ ହେଲେ ବିଷୟସୁଖର ମଧ୍ୟ ତ୍ୟାଗ କରିଦେବା ଉଚିତ । ସୁମତି ପୁରୁଷ ସିଏ ଅଟେ, ଯିଏ ପୁନଃ ଯୋଜନା ପ୍ରସ୍ତୁତ କରି ତ୍ୟାଗ କରିବାରେ ଯତ୍ନ କରିଥାଏ । ଏହା ଉଚିତ ଅଟେ । ପ୍ରକୃତିର ଉତ୍ତେଜନାସମୂହ ଦ୍ୱାରା ବଶୀଭୂତ ହୁଏନାହିଁ । ଏହାକୁ ସୁମତି ମାନଙ୍କ ମଧ୍ୟରେ ଶ୍ରେଷ୍ଠ ଜନ ସୁମତି କହିଥାନ୍ତି । ଯେଉଁଭଳି ଅବଗତ ହୁଏ, ସେହି ଅନୁସାରେ କାର୍ଯ୍ୟ ଅବା କର୍ମମାନଙ୍କରେ ମଧ୍ୟ ତତ୍ପରତା ଦେଖାଏ ।
ଶବ୍ଦାର୍ଥ—
ଯେଉଁ ବସ୍ତୁ ଯେଉଁଭଳି ହୋଇଥାଏ, ତାହାକୁ ସେହିଭଳି ଯତ୍ନ ଦ୍ୱାରା ଅବଗତ ହେବା ଆବଶ୍ୟକ । ଯେପରିକି, ମିତ୍ରକୁ ମିତ୍ର, ଶତ୍ରୁକୁ ଶତ୍ରୁ ବୁଝିବା ଦରକାର, ସେ ଭିତରୁ ଶତ୍ରୁ, ଉପରୁ ମିଠା କଥା କହୁଥାଉ ନାଁ କାହିଁକି । ଯେତେବେଳେ ପ୍ରକୃତ ରୂପେ କୌଣସି ବସ୍ତୁକୁ ଅବଗତ ହୋଇଯିବା, ସେତେବେଳେ ସାମାନ୍ୟ ମିଠାପ୍ରତି ଆକୃଷ୍ଟ ମନ ସେହି ସମ୍ୟକ୍ ଜ୍ଞାନ ଅବା ପ୍ରକୃତ ଜ୍ଞାନକୁ ବ୍ୟର୍ଥ କରିପାରେ ନାହିଁ । ଯେଉଁଭଳି ସୁମତି ପୁରୁଷ କିଛି ଉଚିତ ଅବା ଠିକ୍ ଅବଗତ ହୁଏ, ସେହିଭଳି ସେ ପ୍ରକୃତ ଜ୍ଞାନ ଲାଭ କରିବାର ଯୋଜନା ପ୍ରସ୍ତୁତକରି ନିଜକୁ ପରିଚାଳିତ କରିବ, ଏପରି ପରିଚାଳିତ କରିବାରେ ଯାହା ଦୁଃଖ ଆସୁ ପଛକେ, ସେ ପଶ୍ଚାତ୍ପଦ ହେବନାହିଁ । ଶ୍ରେଷ୍ଠ ସୁମତି ଜନ ଏଭଳି ପୁରୁଷଙ୍କୁ ସୁମତି (ସୁନ୍ଦର ମତି ଯୁକ୍ତ) କହନ୍ତି ।
ଦୃଷ୍ଟି ଦେହାଦି ମେଁ ରଖେ, କରନେ କୋ ସମ୍ଭାଲ,
ହର କର୍ମ ମେଁ ନିଗାହ, ରହେ ଜୈସେ ଉନକା ହାଲ ।
ଜିସମେଁ ଅପନା ଭଲା, ବହ ନ ଭୁଲତା କଭୀ,
ସ୍ମୃତି ବଲ ସେ ଯୁକ୍ତ, ଧର୍ମ ପାଲତା ସଭୀ ।।୭।।
ଶବ୍ଦାର୍ଥ : ଆଧ୍ୟାତ୍ମିକ ଜୀବନ ପଥରେ ଚାଲୁଥିବା ସାଧକ ନିଜର ଦେହ, ଇନ୍ଦ୍ରିୟ, ମନ, ବୁଦ୍ଧି ଏବଂ ଦୁଃଖ ସୁଖର ସମ୍ବେଦନ ରୂପ ଜୀବନର ପଞ୍ଚଅଙ୍ଗ ଉପରେ ସର୍ବଦା ଦୃଷ୍ଟି ରଖିବେ, ଯଦ୍ଦ୍ୱାରା ଏହି ପାଞ୍ଚଗୋଟି ସ୍ଥାନରେ ନିଜକୁ ସଂଯତ (ଅଧୀନରେ ରଖିବା) ରଖିବା ଅବା ଉଚିତ ରୀତିରେ ସମ୍ଭାଳିବାରେ ସମର୍ଥ ହୋଇପାରିବେ । ଏହି ଉପରବର୍ଣ୍ଣିତ ପାଞ୍ଚଗୋଟି ସ୍ଥାନରେ ହିଁ ମନୁଷ୍ୟର ନିଜ ‘ମୁଁ’ ଅବା ‘ମୋର’ ଭାବ ଉପୁଜିଥାଏ । ପ୍ରତ୍ୟେକ କର୍ମ କରିବା ସମୟରେ ସେହି କର୍ମ ଉପରେ ମଧ୍ୟ ଦୃଷ୍ଟି ରଖିବା ଆବଶ୍ୟକ କି ତାହା କେଉଁଭଳି ଚାଲୁଛି, ବିକୃତ ମନରେ ଅଥବା ଆଳସ୍ୟାଦି ଦୋଷ ଯୁକ୍ତ ମନରେ କରାଯାଉଛି ଇତ୍ୟାଦି, ସବୁକୁ ନିଜ ଦୃଷ୍ଟିରେ ରଖନ୍ତୁ । ପୁନଃ ଯେଉଁଭଳି ଭାବେ କାମ, କ୍ରୋଧ ଆଦି ବିକାର ରହିତ ମନରେ ମନଯୋଗପୂର୍ବକ କଲେ କର୍ମ ସଠିକ୍ ରୀତିରେ ହୋଇଥାଏ, ଏହିଭଳି ଭାବେ ନିଜର ଭଲ ପାଇଁ ଯିଏ ଏସବୁକୁ ନଭୁଲି କର୍ମ କରିଥାଏ ଏବଂ ଏପ୍ରକାର ସ୍ମୃତିବଳରେ ଯୁକ୍ତ ରହିଥାଏ, ସେହି ବ୍ୟକ୍ତି ସାମଗ୍ରିକ କଲ୍ୟାଣ ନିମନ୍ତେ ଧର୍ମକୁ ପାଳନ କରିବାରେ ସମର୍ଥ ହେବ ଏବଂ ପାଳନ ମଧ୍ୟ କରିବ । ଏଠାରେ ସ୍ମୃତିକୁ ଜାଗ୍ରତ ରଖି କର୍ମ କରିବାର ପ୍ରୟୋଜନ ବିଶେଷ ରୂପେ ଏଥିପାଇଁ ଆବଶ୍ୟକ କି, ମନୁଷ୍ୟ ତାର ପ୍ରତ୍ୟେକ କର୍ମରେ ମିଥ୍ୟା କାମ ଅବା କ୍ରୋଧ ଆଦି ବିକାର, ଯାହା ମନରେ ସର୍ବଦା ଆତଯାତ ହେଉଥାନ୍ତି ସେ ସବୁର ଉତ୍ପତ୍ତି ସ୍ଥାନ ଅବଗତହୋଇ ତାହାକୁ ଅଣଦେଖା କରି କର୍ମ କରିବାର ଅଭ୍ୟାସ କରନ୍ତୁ ଫଳରେ ଏସବୁକୁ ଅନାବଶ୍ୟକ ମନେକରି ମନରେ ଆଚ୍ଛାଦିତ ବଳ ଯେପରି ଧରିନପାରୁ । ଯଦି ମନନପୂର୍ବକ କର୍ମ କରାଯିବ ନାହିଁ, ତେବେ ଏହା ଭୁଲରେ ସର୍ବଦା ମନରେ ଆନ୍ଦୋଳିତ ହେବାକୁ ଲାଗିବ । ସେସବୁ ମିଥ୍ୟା କାମ ଅବା କ୍ରୋଧ ଅଟନ୍ତି, ଯାହାଙ୍କର ଆବଶ୍ୟକତା ମନୁଷ୍ୟ ସାମାନ୍ୟ ବିଚାରରେ ଅନୁଭବ କରିପାରିବ ନାହିଁ, ହେଲେ ଅଭ୍ୟାସ ବଶତଃ ସେଗୁଡ଼ିକ ସଦୈବ ମୁଣ୍ଡ ଉପରେ ଲଦି ହୋଇରହିବେ ଆଉ ସମସ୍ତ ମିଥ୍ୟା କର୍ମକୁ ମିଥ୍ୟା ସୁଖ ନିମନ୍ତେ ଜାଗ୍ରତ କରିବେ । ଏ ସମସ୍ତ ମିଥ୍ୟା କର୍ମରୁ ଏବଂ ସେଗୁଡ଼ିକର ପ୍ରେରଣାରୁ ରକ୍ଷା ପାଇବାପାଇଁ ମନର ଉପସ୍ଥିତି ଜାହୀର କରିବା ଅବା ସ୍ମରଣ ରଖିବାକୁ ପଡ଼ିଥାଏ । ସେତେବେଳେ ସମସ୍ତ କର୍ମ କରି ମଧ୍ୟ ଶେଷରେ ଦୁଃଖରେ ପହଞ୍ଚାଉଥିବା ଏହି ମିଥ୍ୟା କର୍ମ ଏବଂ ମିଥ୍ୟା ସୁଖର କାମ (ଇଚ୍ଛା) ଆଦିକୁ ପ୍ରତ୍ୟେକ ସମୟରେ ମନରେ ସ୍ୱୀକାର କରିବା ଏବଂ ନକରିବା, ଅଭ୍ୟାସ କରିବା ଆବଶ୍ୟକ । ଏହାଦ୍ୱାରା ଅଭ୍ୟାସର ବଳ ଦୁର୍ବଳ ହୋଇଯାଏ । ଯଦି ଏହି ସ୍ମୃତି ମନରେ ନରହେ ତେବେ ଶୂନ୍ୟ ମନରେ ତ ତାହା ସ୍ୱାଭାବିକ (ଇଚ୍ଛାଦି) ବୋଝହୋଇ ସେ ଦିଗରେ ନିଜର ମିଥ୍ୟା ମାର୍ଗରେ ପରିଚାଳିତ କରିବାପାଇଁ ବଳ ପ୍ରୟୋଗ କରିଚାଲିବେ ଆଉ ମନୁଷ୍ୟ ମଧ୍ୟ ସେଗୁଡ଼ିକ ସମ୍ମୁଖରେ ମଥାନତ କରିବ ଆଉ ନିଜର ଭଲ ବଦଳରେ ଖରାପ କରିବାପାଇଁ ଅଗ୍ରସର ହେବ ।
ସ୍ପଷ୍ଟୀକରଣ : ପୂର୍ବ ପଦ୍ୟରେ ସୂଚିତ ସମ୍ୟକ୍ ଜ୍ଞାନ (ପ୍ରକୃତ ଜ୍ଞାନ) ନିମନ୍ତେ ଧ୍ୟାନ, ବିଚାର ଏବଂ ଜଗତ୍ରେ ଉତ୍ତମ ଆଚରଣ ରହିବା ଅତି ଆବଶ୍ୟକ । ଏସବୁ ସେତେବେଳେ ସମ୍ଭବ ହୋଇପାରିବ, ଯଦି ସବୁ ସମୟରେ ମନୁଷ୍ୟର ମନ ନିଜ ଉପସ୍ଥିତି ଏବଂ ସାବଧାନତା ରକ୍ଷା କରିପାରିବ ଏବଂ କରିବାଯୋଗ୍ୟ କାର୍ଯ୍ୟର ସ୍ମୃତି ବା ସ୍ମରଣ ମଧ୍ୟ ରଖିବ । ହେଲେ ପ୍ରକୃତିର ବେଗ ନିଜର ବଳ ରକ୍ଷା କରିଥାଏ । ସେ ବିଷୟ ସୁଖ ଏବଂ ତାହାର ଉପାୟରେ ମନକୁ ଭ୍ରମିତ କରେ ଏବଂ ତାହାକୁ ହିଁ କାର୍ଯ୍ୟରେ ପରିଣତ କରିଥାଏ ତଥା ମନ ଶୁଦ୍ଧି କରିବା ନିମନ୍ତେ ତ ସ୍ମରଣ ସୁଦ୍ଧା ଆସିବାକୁ ଦିଏନାହିଁ । ଏଥିପାଇଁ ଏହି ପଦ୍ୟ ପ୍ରକୃତିର ବଳରୁ ରକ୍ଷାପାଇ କର୍ମ କରିବାପାଇଁ ସ୍ମୃତିର ବଳର ନିରୂପଣ କରିଛି ।
ୟାଦ କୋ ଆବାଦ, ରହନେ ଦେ ନ ବିଷୟ ଜାଲ,
ଇହ୍ନୀଁ କୀ ଦଲୀଲୋଁ କି, ଅଶ୍ଳୀଳ ସାରୀ ଚାଲ ।
ଇନ୍ ସେ ବଚା ବସା ରହେ ଜୋ, ନିଜ ମେଁ ଜିସକା ଜ୍ଞାନ,
ସର୍ବ ବିଧ ବୀର୍ଯ୍ୟ କରେ, କରେ ଅମୃତ ପାନ ।।୮।।
ପୂର୍ବ ପଦ୍ୟରେ ସ୍ମୃତି ବଳ ସମ୍ବନ୍ଧରେ ଚର୍ଚ୍ଚା କରାଯାଇଥିଲା । ଉକ୍ତ ପଦ୍ୟରେ ବୀର୍ଯ୍ୟ ବଳ ଦ୍ୱାରା ଧ୍ୟାନ, ବିଚାରର ଆନନ୍ଦ ସହିତ ପରମପଦରୂପ ଆତ୍ମାର ନିତ୍ୟ ସୁଖ ରୂପ ଅମୃତ ପ୍ରାପ୍ତିର ଉଲ୍ଲେଖ କରାଯାଇଛି ।
ଶବ୍ଦାର୍ଥ : ସାଂସାରିକ ସୁଖ ଯାହାଙ୍କଠାରୁ ପ୍ରାପ୍ତ ହୋଇଥାଏ, ସେହି ବିଷୟମାନଙ୍କର ଜାଲ ହିଁ ମନୁଷ୍ୟର ପ୍ରକୃତ ସ୍ମୃତିକୁ ସ୍ଥିର ରଖିବାକୁ ଦେଇନଥାଏ । ବିଷୟସମୂହର ଜାଲ ନିଜର ସ୍ମୃତି ରଚନା କରିକରି ସେଥିରୁ ସୁଖ ପ୍ରାପ୍ତ କରିବାର ଯୁକ୍ତି ରଚନା କରିଥାଏ । ଯଦିଓ ସେ ସମସ୍ତ ଯୁକ୍ତି ସ୍ୱତଃ ଅଶ୍ଳୀଳ ହୋଇଥାଏ । ଜଗତ୍ରେ ତାହାକୁ ପ୍ରକାଶ କରିବା ମଧ୍ୟ ଭଲ ଲାଗିନଥାଏ ହେଲେ ବିଷୟ ସୁଖର କାମୀ ବ୍ୟକ୍ତି ତହିଁରେ ଫଶି ଯାଇଥାଏ ।
ଯେଉଁ ପୁରୁଷଙ୍କର ନିଜ ସ୍ମୃତିରୂପ ଜ୍ଞାନ ଏଥିରୁ ନିବୃତ୍ତ ରହିପାରେ ସେହି ପୁରୁଷ ସମସ୍ତ ପ୍ରକାର ବୀର୍ଯ୍ୟ ବଳ ରକ୍ଷା କରିପାରନ୍ତି ଏବଂ ଧ୍ୟାନ ବିଚାରର ଆନନ୍ଦାମୃତ ପାନ ସହିତ ପରମପଦ ରୂପ ଆତ୍ମାର ନିତ୍ୟ ସୁଖର ମଧ୍ୟ ଅମୃତପାନ କରନ୍ତି ।
ସ୍ପଷ୍ଟୀକରଣ : ସମସ୍ତ ପ୍ରକାରର କାମ କ୍ରୋଧାଦି ବିକାର ଏବଂ ରାଗଦ୍ୱେଷ ଆଦି ବନ୍ଧନସମୂହକୁ ଏମାନଙ୍କ ପରିବାର ସହିତ ଦୂର କରିବାପାଇଁ ବୀର ପୁରୁଷଙ୍କ ସମ ସ୍ଥିର ରହିବା, ଏହି ବିକାରସମୂହ ଦ୍ୱାରା ପ୍ରଭାବିତ ନ ହେବାହିଁ ବୀର୍ଯ୍ୟରୂପ ବଳ ଅଟେ । ବୀରଙ୍କ ସମ ଭାବ ଏବଂ ଉଦ୍ୟୋଗକୁ ଉଜ୍ଜୀବିତ କରିବା ହିଁ ବୀର୍ଯ୍ୟ ବଳର ସ୍ୱରୂପ ଅଟେ ।
ସେହିଭଳି ସମସ୍ତ ପ୍ରକାରର ଉତ୍ତମ ଗୁଣ, ଯେପରିକି ବୈରାଗ୍ୟ, କ୍ଷମା, ସନ୍ତୋଷ ଆଦି, ଏ ସବୁକୁ ନିଜ ମଧ୍ୟରେ ଉତ୍ପନ୍ନ କରି ଧାରଣ କରିବାପାଇଁ ଉଦ୍ଯୋଗ କରିବାକୁ ମଧ୍ୟ ବୀର୍ଯ୍ୟ ବଳ ବୋଲାଇଥାଏ ।
ଏହିଭଳି ସମସ୍ତ ପ୍ରକାରର ଦୋଷସମୂହକୁ ଚିରକାଳ ନିମିତ୍ତ ମନରୁ ବାହାର କରିଦେବାପାଇଁ ଧ୍ୟାନ ଏବଂ ପ୍ରକୃତ ଜ୍ଞାନ (ସତ୍ୟ ଜ୍ଞାନ) ଦ୍ୱାରା ଯତ୍ନ କରିବାକୁ ମଧ୍ୟ ତୃତୀୟ ବୀର୍ଯ୍ୟ ବଳ କୁହାଯାଏ । ସତ୍ୟ ଜ୍ଞାନର ବିପରୀତ ମନର ବିଷୟ ସୁଖସମୂହକୁ ସଠିକ୍ ଅଥବା ଭଲ କହୁଥିବା ଜ୍ଞାନ ମିଥ୍ୟା ଜ୍ଞାନ ଅଟେ । ଏହି ମିଥ୍ୟା ଜ୍ଞାନକୁ ଧ୍ୟାନର ଏକାଗ୍ରତାରେ ପରୀକ୍ଷଣ କରି ଅବା ଅନ୍ୱେଷା କରିବା ପାଇଁ ଉତ୍ପନ୍ନ ସତ୍ୟ ଜ୍ଞାନ ହିଁ ନଷ୍ଟ କରିପାରେ ।
ଏମିତିରେ ତ ସମସ୍ତ ପ୍ରକାର ଉତ୍ତମତା ଅବା ଗୁଣସମୂହକୁ ସବୁବେଳ ପାଇଁ ମନରେ ଜାଗ୍ରତ ରଖିବାର ପ୍ରଯତ୍ନ ଅବା ଉଦ୍ଯୋଗକୁ ବୀର୍ଯ୍ୟ ବଳ କୁହାଯାଏ । ଏହା ଚତୁର୍ଥ ବୀର୍ଯ୍ୟ ବଳ ଅଟେ । ଏହି ଚାରିପ୍ରକାରର ବୀର୍ଯ୍ୟ ସେହି ଲୋକ କରିପାରିବେ ଯାହାଙ୍କର ସ୍ମୃତି ନିଜ ମଧ୍ୟରେ ଅବସ୍ଥାନ କରୁଥିବ, ବିଷୟ ମଧ୍ୟରେ ବୁଡ଼ି ରହୁନଥିବ । ସେତେବେଳେ ସମସ୍ତ ପ୍ରକାର ବୀର୍ଯ୍ୟ ଆୟତ୍ତ କରିବା ଦ୍ୱାରା ଉପରବର୍ଣ୍ଣିତ ଧ୍ୟାନ, ବିଚାରର ଅମୃତପାନ ବୋଲାଇବ । ସ୍ମୃତି ସମ୍ପର୍କରେ ଆଗାମୀ ପଦ୍ୟମାନଙ୍କରେ ବିଶେଷ ସ୍ପଷ୍ଟୋକ୍ତି ମିଳିପାରିବ ।
ବିଷୟୋଁ କା ରସ ଜୈସେ କାମାଦି ପୋଷିତ,
ନିୟମ, କର୍ମ, ଧର୍ମ, ସବ କୁଛ ଗଁବାଦେ ।
ବୋଧାଦି ପ୍ରୀତି ସେ, ପ୍ରେରିତ ବୈସେ,
ଧ୍ୟାନ କା ରସ ସାରେ ଜଗ କୋ ଭୁଲାଦେ ।।୯।।
ଯେମିତି ବିଷୟ ସୁଖ ସହିତ ପ୍ରୀତି ଏବଂ ସତ୍ୟ ବସ୍ତୁ ସହିତ ଧ୍ୟାନ କରି ଯେଉଁ ଜ୍ଞାନ ଉତ୍ପନ୍ନ ହୁଏ, ଉକ୍ତ ଉଭୟ ଜ୍ଞାନକୁ ଜଣେ ଏକକାଳୀନ ପରିଚାଳିତ କରିପାରିବ ନାହିଁ । ଯେମିତି ଯେମିତି ବିଷୟ ସୁଖ ଦ୍ୱାରା ବୈରାଗ୍ୟ ବଢ଼ିବ ଅର୍ଥାତ୍ ଜଗତଠାରୁ ବୈରାଗ୍ୟ ଉତ୍ପନ୍ନ ହେବ, ସେହିଭଳି ଧ୍ୟାନ ଏବଂ ବିଚାର ଦ୍ୱାରା ସତ୍ୟଜ୍ଞାନରୂପକ ବୋଧ ପ୍ରୀତି ମଧ୍ୟ ବଢ଼ିବାକୁ ଲାଗିବ, ଯାହା ସାହାଯ୍ୟରେ ବିଷୟ ତଥା ଜଗତର ବନ୍ଧନରୁ ମୁକ୍ତି ମିଳିପାରିବ । ଏହିଭଳି ମୁକ୍ତି ପ୍ରାପ୍ତ ହେଲା ପରେ ମନୁଷ୍ୟର ମନ ସଂସାର ଭାରରୁ ହାଲୁକା ହେବ । ଏପ୍ରକାର ହାଲୁକା ମନକୁ ନିଜ ମଧ୍ୟରେ ଜାଗ୍ରତ ରଖିବା ଯୋଗୁଁ ନିତ୍ୟ ଆନନ୍ଦ ପ୍ରାପ୍ତି ହୋଇପାରିବ । ପୂର୍ବ ପଦ୍ୟରେ ବିଷୟ ପ୍ରୀତି ଯୋଗୁଁ ସମ୍ୟକ୍ ଜ୍ଞାନ ବା ସତ୍ ଜ୍ଞାନ ଏବଂ ତାହାର କାରଣ ଧ୍ୟାନର ଯେଉଁ ବିରୋଧ ପ୍ରକଟ କରାଯାଇଥିଲା, ତାହାକୁ ସ୍ପଷ୍ଟ କରିବାପାଇଁ ଏହିପଦଟି ବର୍ଣ୍ଣିତ ।
Be First to Comment