Last updated on August 13, 2022
ଦେବୀ ପ୍ରପନ୍ନାର୍ତିହରେ ପ୍ରସୀଦ ପ୍ରସୀଦ ମାତର୍ଜଗତୋଽଖିଳସ୍ୟ ।
ପ୍ରସୀଦ ବିେଶ୍ୱଶ୍ୱରୀ ପାହି ବିଶ୍ୱଂ ତ୍ୱମୀଶ୍ୱରୀ ଦେବୀ ଚରାଚରସ୍ୟ । ।୧ । ।
ତ୍ୱଂ ବୈଷ୍ଣବୀ ଶକ୍ତିରନନ୍ତବୀର୍ଯ୍ୟା ବିଶ୍ୱସ୍ୟ ବୀଜଂ ପରମାସି ମାୟା ।
ସମ୍ମୋହିତଂ ଦେବୀ ସମସ୍ତମେତତ୍ ତ୍ୱଂ ବୈ ପ୍ରସନ୍ନା ଭୁବି ମୁକ୍ତିହେତୁଃ । ।୨ । ।
ବିଦ୍ୟାଃ ସମସ୍ତାସ୍ତବ ଦେବୀ ଭେଦାଃ ସ୍ୱୀୟଃ ସମସ୍ତାଃ ସକଳା ଜଗତ୍ସୁ ।
ତ୍ୱୟୈକୟା ପୂରିତମମ୍ବୟେତତ୍ କା ତେ ସ୍ତୁତିଃ ସ୍ତବ୍ୟପରା ପରୋକ୍ତିଃ । ।୩ । ।
ବିଶ୍ୱେଶ୍ୱରୀ ତ୍ୱଂ ପରିପାସି ବିଶ୍ୱଂ ବିଶ୍ୱାତ୍ମିକା ଧାରୟସୀତି ବିଶ୍ୱମ୍ ।
ବିଶ୍ୱେଶବନ୍ଦ୍ୟା ଭବତୀ ଭବନ୍ତି ବିଶ୍ୱାଶ୍ରୟା ଯେ ତ୍ୱୟି ଭକ୍ତିନମ୍ରାଃ । ।୪ । ।
(—ଶ୍ରୀଶ୍ରୀଦୁର୍ଗାସପ୍ତସତୀ)
ହେ ଶରଣାଗତର ପୀଡା ହରଣକାରୀ ଦେବୀ ! ଆମ ଉପରେ ପ୍ରସନ୍ନ ହୁଅନ୍ତୁ । ଅଖିଳ ଜଗତର ଜନନୀ ! ପ୍ରସନ୍ନ ହୁଅନ୍ତୁ । ହେ ବିଶ୍ୱେଶ୍ୱରୀ ! ଏହି ବିଶ୍ୱକୁ ରକ୍ଷା କରନ୍ତୁ । ହେ ଦେବୀ ! ତୁମେ ହିଁ ତ ଜଗତର ଅଧୀଶ୍ୱରୀ ଅଟ ।
ତୁମେ ଅନନ୍ତ ବଳସମ୍ପନ୍ନ ବୈଷ୍ଣବୀ ଶକ୍ତି ଅଟ । ଏହି ବିଶ୍ୱର ବୀଜରୂପା ପରାମାୟା ଅଟ । ଦେବୀ ! ତୁମେ ଏହି ସକଳ ଜଗତକୁ ଭଲଭାବରେ ମୋହିତ କରି ରଖିଛ । ତୁମେ ପ୍ରସନ୍ନ ହେଲେ ଏହି ପୃଥିବୀରେ ମୋକ୍ଷ ପ୍ରାପ୍ତି କରାଇଥାଅ ।
ହେ ଦେବୀ ! ସମସ୍ତ ବିଦ୍ୟା ତୁମର ସ୍ୱରୂପଭେଦ ଅଟେ । ଜଗତର ସକଳ ନାରୀ ତୁମର ମୂର୍ତ୍ତିସ୍ୱରୂପା ଅଟନ୍ତି । ହେ ଜଗଦମ୍ବେ ! ଏକମାତ୍ର ତୁମଦ୍ୱାରା ଏହି ସାରା ବିଶ୍ୱ ବ୍ୟାପ୍ତ ହୋଇ ରହିଛି । ତୁମର ଆଉ କଣ ସ୍ତୁତି ହୋଇପାରିବ ? ତୁମେ ସ୍ତବନ କରିବା ଯୋଗ୍ୟ ପଦାର୍ଥରୁ ଊର୍ଦ୍ଧ୍ୱରେ ଓ ପରା ବାଣୀ ଅଟ ।
ହେ ବିଶ୍ୱେଶ୍ୱରୀ ! ତୁମେ ବିଶ୍ୱର ପାଳନକର୍ତ୍ତ୍ରୀ ଅଟ, ବିଶ୍ୱାତ୍ମିକା ଅଟ, ଅତଃ ସମସ୍ତ ବିଶ୍ୱକୁ ଧାରଣ କରିଅଛ । ତୁମେ ବିଶ୍ୱାଧିପତିଙ୍କର ମଧ୍ୟ ବନ୍ଦନୀୟା ଅଟ । ଯିଏ ଭକ୍ତିପୂର୍ବକ ତୁମ ସମ୍ମୁଖରେ ଶିର ଅବନତ କରେ, ସେ ସମ୍ପୂର୍ଣ୍ଣ ବିଶ୍ୱର ଆଶ୍ରୟରୂପ ହୋଇଯାଏ । ।
Be First to Comment