Press "Enter" to skip to content

ସ୍ତ୍ରୀମାନଙ୍କର ବେଦାଧ୍ୟୟନ ଏବଂ ଯଜ୍ଞୋପବୀତ ଧାରଣ

Last updated on November 19, 2020

କରପାତ୍ରୀ ଜୀ ମହାରାଜ

ଯତୋ ବା ଇମାନି ଭୂତାନି ଜାୟନ୍ତେ । ଯେନ ଜାତାନି ଜୀବନ୍ତି । ଯତ୍‌ ପ୍ରୟନ୍ତ୍ୟଭିସଂବିଶନ୍ତି । ତଦ୍ୱିଜିଜ୍ଞାସସ୍ୱ । ତଦ୍‌ ବ୍ରହ୍ମେତି ।।— ତୈତ୍ତିରୀୟ ଉପନିଷତ୍‌ ୩-୧-୩
ଇମାନି ଭୂତାନି ଯତୋ ଜାୟନ୍ତେ, ଜାତାନି ଯେନ ଜୀବନ୍ତି, ଯଦେବ ଅଭିସଂବିଶନ୍ତି ପ୍ରୟନ୍ତି, ତଦେବ ବ୍ରହ୍ମ, ତଦେବ ବିଜିଜ୍ଞାସସ୍ୱ । ଅର୍ଥାତ୍‌— ସମସ୍ତମ୍‌ ଇଦମ୍‌ ବିଶ୍ୱଂ ଯସ୍ମାଦ୍‌ ଉତ୍‌ପଦ୍ୟତେ, ଯେନୈବ ଜୀବତି, ଯସ୍ମିନ୍ନେବ ଚ ଲୀୟତେ ତଦେବ ବ୍ରହ୍ମ । ଏବଂ ସମସ୍ତସ୍ୟାପି ଜଗତଃ ସୃଷ୍ଟିସ୍ଥିତିଲୟକାରଣଭୂତଂ ତତ୍ତ୍ୱଂ ବେଦାନ୍ତେଷୁ ବ୍ରହ୍ମଶବ୍ଦେନ ଗୀୟତେ । ସକଳସ୍ୟାସ୍ୟ ବିଶ୍ୱସ୍ୟ ବ୍ରହ୍ମ ଉପାଦାନଂ ନିମିତ୍ତଂ ଚ କାରଣଂ ଭବତି । ଅତଃ ବ୍ରହ୍ମ ନୈବ କାର୍ଯ୍ୟଂ ଭବେତ୍‌ । ଜଗତ୍‌କାରଣତ୍ୱେନ ବ୍ରହ୍ମଣ ଏବ ପ୍ରତିପାଦିତତ୍ୱାତ୍‌ କାପିଳସାଂଖ୍ୟଦର୍ଶନେ ପ୍ରତିପାଦିତଂ ପ୍ରଧାନଂ ବା ବୈଶେଷିକଦର୍ଶନେ ପ୍ରତିପାଦିତଃ ପରମାଣୁର୍ବା ଜଗତଃ କାରଣଂ ନୈବ ଭବତି ଇତ୍ୟଭିପ୍ରାୟଃ ।।
ଅସ୍ତୁ, ଏବେ ପ୍ରଶ୍ନ ଉଠୁଛି କି, ବ୍ରହ୍ମ ଜ୍ଞାନ କେଉଁଭଳି ହୋଇଥାଏ ? ଅଧୁନା ଏହାର ଉତ୍ତରରେ ଆଗକୁ ଦେଖନ୍ତୁ—
ବେଦ ମତରେ ତପସ୍ୟା ଦ୍ୱାରା ବ୍ରହ୍ମଙ୍କୁ ଅବଗତ ହୁଅନ୍ତୁ, କାରଣ ତପ ହିଁ ବ୍ରହ୍ମ ଅଟେ— ତପସା ବ୍ରହ୍ମ ବିଜିଜ୍ଞାସସ୍ୱ । ତପୋ ବ୍ରହ୍ମେତି । (— ତୈତ୍ତିରୀୟ ଉପନିଷତ୍‌/ଭୃଗୁବଲ୍ଲୀ/୦୧) ନିଜ ତପସ୍ୟା ଦ୍ୱାରା ପୂର୍ବକାଳରେ ସ୍ତ୍ରୀମାନେ ବେଦମନ୍ତ୍ରର ସାକ୍ଷାତ୍କାର କରିନେଉଥିଲେ, ତାଙ୍କର ତପସ୍ୟା କଣ ଅଟେ ? ସ୍ୱଧର୍ମ ଆଚରଣ କରିବାଦ୍ୱାରା ତାଙ୍କର ବେଦ୍ୟ ତତ୍ତ୍ୱ ସମ୍ବନ୍ଧରେ ଜ୍ଞାନ ହୋଇଯାଉଥିଲା, ସେହି ତପସ୍ୟା ହେଉଛି ସ୍ୱଧର୍ମପାଳନ, ଦେବ, ଦ୍ୱିଜ, ଗୁରୁ, ପ୍ରାଜ୍ଞଙ୍କର ପୂଜନ, ଆର୍ଜବ, ଇନ୍ଦ୍ରିୟସମୂହ ଉପରେ ନିଗ୍ରହ, ଅହିଂସା, ଏହାଦ୍ୱାରା ସେହି ପାପଦେହା ସ୍ତ୍ରୀମାନେ ଶୁଦ୍ଧତାକୁ ପ୍ରାପ୍ତ ହୋଇଥାନ୍ତି । (ଦେବସ୍ୟ ଦ୍ୱିଜସ୍ୟ ଆଚାର୍ଯ୍ୟସ୍ୟ ପଣ୍ଡିତସ୍ୟ ଚ ଅର୍ଚନମ୍‌, ଶୁଦ୍ଧତା, ଆର୍ଜବମ୍‌, ବ୍ରହ୍ମଚର୍ଯ୍ୟମ୍‌, ଅହିଂସା ଚ ଶରୀରଂ ତପଃ ଇତ୍ୟୁଚ୍ୟତେ)—ଦେବଦ୍ୱିଜଗୁରୁପ୍ରାଜ୍ଞପୂଜନଂ ଶୌଚମାର୍ଜବମ୍‌ । ବ୍ରହ୍ମଚର୍ଯ୍ୟମହିଂସା ଚ ଶାରୀରଂ ତପ ଉଚ୍ୟତେ ।। (-ଭଗବଦ୍‌ଗୀତା ୧୪/୧୪) ଋଷନ୍ତି ଜ୍ଞାନସଂସାରୟୋଃ ପାରଂ ଗଚ୍ଛନ୍ତି ଋଷୟଃ । ଋଷୀ ଶ ଗତୌ ନାମ୍ନୀତି କିଃ । ରିଷିର୍ହସାଦିଶ୍ଚ । ବିଦ୍ୟାବିଦଗ୍ଧମତୟୋ ରିଷୟଃ ପ୍ରସିଦ୍ଧାଃ । ଇତି ପ୍ରୟୋଗାତ୍‌ । ସ୍ତ୍ରୀୟାଂ ଋଷୀ ଚ । ଇତ୍ୟମରଟୀକାୟାଂ ଭରତଃ ଇତି ହି ଶ୍ରୂୟତେ ।
ଅଥବା ଋଷନ୍ତି ଅବଗଚ୍ଛନ୍ତି ଇତି ଋଷୟୋ ମନ୍ତ୍ରାଃ । ଋଷି ଦର୍ଶନାତ୍‌ (ନି.୨/୧୯/୧) ସ୍ତୋମାନ୍‌ ଦଦର୍ଶେତ୍ୟୌପମନ୍ୟବଃ । ତଦ୍‌ ଯଦ୍‌ ଏତାଂସ୍ତପସ୍ୟମାନାନ୍‌ ବ୍ରହ୍ମ (ବେଦଂ) ସ୍ୱୟମ୍ଭବଭ୍ୟାନର୍ଷତ୍‌, ତ ଋଷୟୋଽଭବନ୍‌, ତଦ୍‌ ଋଷିଣାମୃଷିତ୍ୱମ୍‌ ।— ନିରୁକ୍ତ ୨/୧୯/୧ ଋଷି ଗୋତ୍ର ପ୍ରବର୍ତକ, ଦୀର୍ଘାୟୁ, ମନ୍ତ୍ରସାକ୍ଷାତ୍କର୍ତା, ଦିବ୍ୟଦ୍ରଷ୍ଟା ଆଦି ଅଟେ । ଦୀର୍ଘାୟୁଷୋ ମନ୍ତ୍ରକୃତ ଈଶ୍ୱରା ଦିବ୍ୟଚକ୍ଷୁଷଃ । ବୁଦ୍ଧାଃ ପ୍ରତ୍ୟକ୍ଷଧର୍ମାଣୋ ଗୋତ୍ରପ୍ରବର୍ତକାଶ୍ଚ ଯେ ।। (ବାୟୁପୁ. ପୂର୍ବାର୍ଧ ୬୧/୯୪)ଋଷି ଶବ୍ଦର ସ୍ତ୍ରୀତ୍ୱ ବିବକ୍ଷାରେ ପ୍ରୟୋଗ ହୋଇଛି ଋଷିକା, କାହିଁକି ଋଷିକା କୁହାଯାଇଛି ? କାରଣ କୌଣସି ଏକ ସମାନ ଧର୍ମ କାରଣରୁ ଏପରି କୁହାଯାଇଛି, ଯଥା ଲୋକରେ ଶୌର୍ଯ୍ୟ ଅଥବା କ୍ରୌର୍ଯ୍ୟ ଆଦି କୌଣସି ସମାନ ଧର୍ମର ଆଧାରରେ ବାଳକଙ୍କୁ ମଧ୍ୟ ସିଂହ କୁହାଯାଏ (ସିଂହୋଽୟଂ ମାଣବକଃ) । କଣ ସମାନତା ରହିଛି ? ସମାନତା ରହିଛି ଦୀର୍ଘାୟୁତ୍ୱର, ଦିବ୍ୟ-ଦ୍ରଷ୍ଟୃତ୍ୱର, ପ୍ରତ୍ୟକ୍ଷା ଧର୍ମା ହେବାର । ସ୍ତ୍ରୀମାନେ ମଧ୍ୟ ଦିବ୍ୟଦର୍ଶିନୀ ହୋଇପାରିବେ । କିନ୍ତୁ କଣ କେବେ ତୁମେ କୌଣସି ଋଷିକାଙ୍କର ନାମରେ ଗୋତ୍ର ଥିବା କଥା ଶୁଣିଛ ? ଶୁଣି ନାହଁ ନା ! କାହିଁକି ? କଣ କୌଣସି ଶାସ୍ତ୍ରରେ କେବେ ସ୍ତ୍ରୀମାନଙ୍କର ଶିଷ୍ୟା ପରମ୍ପରା ସମ୍ପର୍କରେ ଶୁଣିଛ ? କୌଣସି ସ୍ଥାନ ବିଶେଷରେ ପାଠଶାଳା ପଢ଼ିଛ, ଯେଉଁଠାରେ ତାଙ୍କୁ ବେଦାଧ୍ୟୟନ କରାଯାଏ ? ଶୁଣି ନାହଁ ନା ! ତାହା ଏଥିପାଇଁ କି, ସେମାନଙ୍କର ଋଷିକା ହେବା ଋଷିମାନଙ୍କ ମାର୍ଗ ଭଳି ହୋଇ ନଥାଏ । ସେମାନଙ୍କର ସିଦ୍ଧି ପ୍ରାପ୍ତିର ଅନ୍ୟ ଏକ ମାର୍ଗ ରହିଛି । ଏହିଭଳି ବେଦୋକ୍ତ ସୀତା, ସାବିତ୍ରୀ ଆଦି ସମସ୍ତ ଶବ୍ଦ ଲୌକିକ ଅର୍ଥଭଳି ଗ୍ରାହ୍ୟ ନୁହେଁ, ଲୌକିକ ଶବ୍ଦ ତଥା ବୈଦିକ ଶବ୍ଦ ଅର୍ଥ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ଯେଉଁଭଳି ଲୋକରେ କବି ଶବ୍ଦର ଅର୍ଥ କବିତା ରଚନାକାରୀ ହୋଇଥାନ୍ତି, କିନ୍ତୁ ବେଦରେ ତ୍ରିକାଳଜ୍ଞ, ଲୋକରେ କ୍ରତୁର ଅର୍ଥ ଯଜ୍ଞ ହୋଇଥାଏ କିନ୍ତୁ ବେଦରେ ଏହି ଶବ୍ଦର ଅର୍ଥ ବୁଦ୍ଧି ହୋଇଥାଏ—ଅଗ୍ନିର୍ହୋତା କବିକ୍ରତୁଃ (ଋଗ୍‌ବେଦ, ଅଗ୍ନିସୂକ୍ତ ୫) ବେଦର ଗୋଟିଏ ଶବ୍ଦର ବ୍ରାହ୍ମଣ ଗ୍ରନ୍ଥ ଅନେକ ଅର୍ଥ ପ୍ରକାଶିତ କରିଥାଏ, ବିଚକ୍ଷଣତା ବିନା ଏହାକୁ ଅବଗତ କରିହୁଏନାହିଁ । ବହୁଭକ୍ତିବାଦୀନି ହି ବ୍ରାହ୍ମଣାନି ଭବନ୍ତି । ପୃଥିବୀ ବୈଶ୍ୱାନରଃ, ସଂବତ୍ସରୋ ବୈଶ୍ୱାନରୋ, ବ୍ରାହ୍ମଣୋ ବୈଶ୍ୱାନର ଇତି” (—ନିରୁକ୍ତ ୭/୭/୨୪) ଅସ୍ତୁ, ଶାସ୍ତ୍ରକାରମାନଙ୍କ କଥନାନୁସାରେ ମନୁସ୍ମୃତି ବିରୁଦ୍ଧରେ ଯେଉଁ ସ୍ମୃତି ବଚନ ରହିଛି ତାହା ପ୍ରଶସ୍ତ ବୋଲି ମନେ କରାଯାଇନାହିଁ କାରଣ ବେଦାର୍ଥାନୁସାରେ ନିବଦ୍ଧ ହୋଇଥିବାରୁ ସର୍ବପ୍ରଥମେ ମନୁଙ୍କର ମାନ୍ୟତା ରହିଛି (ସର୍ବଧର୍ମମୟୋ ମନୁଃ), ଯେପରିକି—
ମନୁସ୍ମୃତି ବିରୁଦ୍ଧା ଯା ସା ସ୍ମୃତିର୍ନ ପ୍ରଶସ୍ୟତେ ।
ବେଦାର୍ଥୋପନିବଦ୍ଧତ୍ତ୍ୱାତ୍‌ ପ୍ରାଧାନ୍ୟଂ ହି ମନୋଃ ସ୍ମୃତେଃ ।। ତଥାହି—
ଯଦ୍‌ ବୈ କିଞ୍ଚ ମନୁରବଦତ୍‌ ତଦ୍‌ ଭେଷଜମ୍‌ । (ତୈତ୍ତିରୀୟ ସଂ.୨/୨/୧୦/୨)
ମନୁ ର୍ବୈ ଯତ୍‌ କିଞ୍ଚାବଦତ୍‌ ତତ୍‌ ଭେଷଜ୍ୟାୟୈ । (—ତାଣ୍ଡ୍ୟ-ମହାବ୍ରା.୨୩/୧୩/୧୭)
ଅଥାପି ନିଷ୍ପ୍ରଚମେବ ମାନବ୍ୟୋ ହି ପ୍ରଜାଃ । ଋଗ୍‌ବେ.୧/୮୦/୧୬ ଅପି ଦ୍ରଷ୍ଟବ୍ୟମ୍‌ ।
…….ଇଏ ତ ହେଲା ପରାଶର ସଂହିତା ସମ୍ପର୍କରେ ଦ୍ୱିବିଧା ସ୍ତ୍ରୀୟୋ. ଏବଂ ପୁରାକଳ୍ପେ ହି ନାରୀଣାଂ ମୌଞ୍ଜୀବନ୍ଧ. ଆଦିର ଉତ୍ତର ।
ଅଧୁନା ଶୁଣନ୍ତୁ ବ୍ରହ୍ମସୂତ୍ରେଣ ପବିତ୍ରୀକୃତକାୟାମ୍‌ର ଉତ୍ତର—-ବ୍ରହ୍ମସୂତ୍ର ଶବ୍ଦ ବିବିଧ ଅର୍ଥଯୁକ୍ତ ଅଟେ, ବ୍ରହ୍ମ ଶବ୍ଦର ଅର୍ଥ ତପ, ବେଦ, ବ୍ରହ୍ମା, ବିପ୍ର, ପ୍ରଜାପତି ଆଦି ରୂପେ ଗ୍ରହଣୀୟ ଅଟେ । ଅତଃ ମହାଶ୍ୱେତା ସ୍ୱଧର୍ମ ପାଳନ ରୂପ ତପସ୍ୟା ଦ୍ୱାରା ପବିତ୍ର କାୟା ଯୁକ୍ତ ହୋଇଥିଲା ଏହା ସିଦ୍ଧ ହେଉଅଛି—
ବ୍ରହ୍ମଶବ୍ଦଂ ତପୋ ବେଦୋ ବ୍ରହ୍ମା ବିପ୍ରଃ ପ୍ରଜାପତିଃ ଇତି ବଚନେନ
ଅତ୍ର ବ୍ରହ୍ମସୂତ୍ରଶବ୍ଦସ୍ୟ ତପଃ
ସୂତ୍ରେଣ ପବିତ୍ରୀକୃତକାୟାମିତି ତାତ୍‌ପର୍ଯ୍ୟଂ ସମୀଚୀନମ୍‌ । ବହ୍ୱର୍ଥକୋ ହି ବ୍ରହ୍ମସୂତ୍ରଶବ୍ଦଃ, ତଥାହି ଯଜ୍ଞୋପବୀତଭିନ୍ନାର୍ଥେ—ବ୍ରହ୍ମସୂତ୍ରପଦୈଶ୍ଚୈବ ହେତୁମଦ୍ଭିର୍ବିନିଶ୍ଚିତୈରିତି ଗୀତାୟାମ୍‌ ।
ଅଧୁନା ଆଗକୁ ଦେଖନ୍ତୁ—
ସ୍ତ୍ରୀ ପାଇଁ ତାର ସ୍ୱାମୀ ହିଁ ତାର ଗୁରୁ ଅଟେ । ଶାସ୍ତ୍ରାନୁସାରେ—
ଗୁରୁରଗ୍ନିର୍ଦ୍ୱିଜାତୀନାଂ ବର୍ଣ୍ଣାନାଂ ବ୍ରାହ୍ମଣୋ ଗୁରୁଃ ।
ପତିରେବ ଗୁରୁଃ ସ୍ତ୍ରୀଣାଂ ସର୍ବସ୍ୟାଽଭ୍ୟାଗତୋ ଗୁରୁଃ ।।
(—ପଦ୍ମପୁରାଣ ସ୍ୱର୍ଗ ୦୫୧/୫୧, ବ୍ରହ୍ମପୁରାଣ ୮୦/୪୭)
‘ଅଗ୍ନି ଦ୍ୱିଜାତୀୟମାନଙ୍କର ଗୁରୁ ଅଟନ୍ତି, ବ୍ରାହ୍ମଣ ଚତୁଃବର୍ଣ୍ଣଙ୍କର ଗୁରୁ ଅଟନ୍ତି, ଏକମାତ୍ର ସ୍ୱାମୀ ହିଁ ସ୍ତ୍ରୀର ଗୁରୁ ଅଟନ୍ତି ଆଉ ଅତିଥି ସମସ୍ତଙ୍କର ଗୁରୁ ଅଟନ୍ତି ।’ ସ୍ତ୍ରୀମାନଙ୍କର ଜନେଉ ସଂସ୍କାର ଘୋର ପାଖଣ୍ଡ ଅଟେ, କିଂ ଚ—ବୈବାହିକୋ ବିଧିଃ ସ୍ତ୍ରୀଣାଂ ସଂସ୍କାରୋ ବୈଦିକଃ ସ୍ମୃତଃ ।
ପତିସେବା ଗୁରୌ ବାସୋ ଗୃହାର୍ଥୋଁଽଗ୍ନିପରିକ୍ରିୟା ।। (ମନୁସ୍ମୃତି ୨/୬୭)

‘ସ୍ତ୍ରୀମାନଙ୍କ ପାଇଁ ବୈବାହିକ ବିଧିର ପାଳନ ହିଁ ବୈଦିକ-ସଂସ୍କାର (ଯଜ୍ଞୋପବୀତ), ସ୍ୱାମୀଙ୍କର ସେବା ହିଁ ଗୁରୁକୁଳବାସ ଆଉ ଗୃହକାର୍ଯ୍ୟ ହେଉଛି ଅଗ୍ନିହୋତ୍ର ଅଟେ ।’

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.