Press "Enter" to skip to content

ମନ୍ଦିର ଚୂଡାରେ ପତାକାର ମହତ୍ତ୍ୱ

Last updated on November 19, 2020

ମନ୍ଦିରରେ ପତାକା ଲଗାଯାଏ କାହିଁକି ଏବଂ ଏହାର କି ମହତ୍ତ୍ୱ ରହିଛି ? ସନାତନ ହିନ୍ଦୁଧର୍ମରେ ଏଭଳି ଗ୍ରହଣ କରାଯାଏ ଯେ, ପତାକା ବିନା (ଧ୍ୱଜା, ପତାକା, ଝଣ୍ଡା) ମନ୍ଦିରରେ ଅସୁର ନିବାସ କରନ୍ତି ଏଥିପାଇଁ ମନ୍ଦିରରେ ସବୁବେଳେ ପତାକା ଲାଗି ରହିଥାଏ । ସନାତନ ଧର୍ମର ଚତୁର୍ପୀଠ ମଧ୍ୟରୁ ଦ୍ୱାରକା ପୀଠ ଭାରତର ଏକମାତ୍ର ଏଭଳି ମନ୍ଦିର ଅଟେ, ଯେଉଁଠାରେ ୫୨ଗଜ ବିଶିଷ୍ଟ ପତାକା ଦିନରେ ତିନିଥର ଲାଗିଥାଏ ।
ଏହା ରକ୍ଷା ଧ୍ୱଜା ଅଟେ ଯାହା ମନ୍ଦିର ଏବଂ ନଗରର ରକ୍ଷା କରିଥାଏ । ଏଭଳି ମନେକରାଯାଏ ଯେ, ଧ୍ୱଜା ନବଗ୍ରହଙ୍କୁ ଧାରଣ କରନ୍ତି, ଯାହା ରକ୍ଷା କବଚର କାମ କରିଥାଏ । ମନ୍ଦିରର ଶିଖରରେ ହାରାହାରି ୮୪ଫୁଟ ଲମ୍ବା ବିଭିନ୍ନ ପ୍ରକାର ରଙ୍ଗଯୁକ୍ତ, ତରଙ୍ଗାୟିତ ଧର୍ମଧ୍ୱଜାକୁ ଦେଖି ଦୂରରୁ ଶ୍ରୀକୃଷ୍ଣଙ୍କ ଭକ୍ତ ମଥାନତ କରିଥାନ୍ତି ।
ମନ୍ଦିରରେ ଧ୍ୱଜା ଲାଗିବାର ପରମ୍ପରା କେବେଠାରୁ ଆରମ୍ଭ ହୋଇଥିଲା ?
ପ୍ରାଚୀନ କାଳରେ ଦେବଗଣ ଏବଂ ଅସୁରଗଣଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ସେହି ଯୁଦ୍ଧରେ ଦେବଗଣ ନିଜନିଜ ରଥରେ ଯେଉଁଯେଉଁ ପ୍ରତୀକସବୁ ଲଗାଇଥିଲେ, ସେ ସବୁକୁ ତାଙ୍କର ଧ୍ୱଜା ବୋଲି କୁହାଗଲା । ସେହିଦିନଠାରୁ ଧ୍ୱଜା ଲଗାଇବାର ପରମ୍ପରା ଆରମ୍ଭ ହେଲା । ଯେଉଁ ଦେବତାଙ୍କର ଯାହା ବାହନ ରହିଛି, ତାହା ତାଙ୍କ ଧ୍ୱଜାରେ ଅଙ୍କିତ ହୋଇଥାଏ ।
କେଉଁ ଦେବତାଙ୍କ ଧ୍ୱଜାରେ କେଉଁ ପ୍ରତୀକ ରହିଛି ?
ପ୍ରତ୍ୟେକ ଦେବତାଙ୍କ ଧ୍ୱଜା ଉପରେ ତାଙ୍କୁ ସୂଚିତ କରୁଥିବା ଚିହ୍ନ (ବାହନ) ରହିଥାଏ । ଯେପରି କି —
ବିଷ୍ଣୁ— ବିଷ୍ଣୁଙ୍କ ଧ୍ୱଜାର ଦଣ୍ଡ ସ୍ୱର୍ଣ୍ଣର ତଥା ଧ୍ୱଜା ହଳଦୀ ରଙ୍ଗର ହୋଇଥାଏ । ତା ଉପରେ ଗରୁଡଙ୍କ ଚିହ୍ନ ଅଙ୍କିତ ହୋଇଥାଏ ।
ଶିବ— ଶିବଙ୍କର ଧ୍ୱଜାର ଦଣ୍ଡ ଚାନ୍ଦିର ତଥା ଧ୍ୱଜା ଧଳା ରଙ୍ଗର ହୋଇଥାଏ । ତା ଉପରେ ବୃଷଭ ଚିହ୍ନ ଅଙ୍କିତ ହୋଇଥାଏ ।
ବ୍ରହ୍ମା— ବ୍ରହ୍ମାଙ୍କର ଧ୍ୱଜାର ଦଣ୍ଡ ତମ୍ବାର ତଥା ଧ୍ୱଜା ପଦ୍ମବର୍ଣ୍ଣର ହୋଇଥାଏ । ତା ଉପରେ କମଳ (ପଦ୍ମ)ର ଚିହ୍ନ ଅଙ୍କିତ ହୋଇଥାଏ ।
ଗଣପତି— ଗଣପତିଙ୍କର ଧ୍ୱଜାର ଦଣ୍ଡ ତମ୍ବା ତଥା ହାତୀଦାନ୍ତର ଏବଂ ଧ୍ୱଜାର ରଙ୍ଗ ଧଳା ହୋଇଥାଏ । ତା ଉପରେ ମୂଷିକ ଚିହ୍ନ ଅଙ୍କିତ ହୋଇଥାଏ ।
ସୂର୍ଯ୍ୟନାରାୟଣ— ସୂର୍ଯ୍ୟନାରାୟଣଙ୍କର ଧ୍ୱଜାର ଦଣ୍ଡ ସ୍ୱର୍ଣ୍ଣ ଏବଂ ଧ୍ୱଜା ପଞ୍ଚରଙ୍ଗବିଶିଷ୍ଟ ହୋଇଥାଏ । ତା ଉପରେ ପର ବ୍ୟୋମର ଚିହ୍ନ ଅଙ୍କିତ ହୋଇଥାଏ ।
ଗୌରୀ— ଗୌରୀଙ୍କ ଧ୍ୱଜାର ଦଣ୍ଡ ତମ୍ବାର ଏବଂ ଧ୍ୱଜା ରକ୍ତବର୍ଣ୍ଣର ହୋଇଥାଏ । ତା ଉପରେ ସିଂହର ଚିହ୍ନ ଅଙ୍କିତ ହୋଇଥାଏ ।
ଭଗବତୀ/ଦେବୀ/ଦୁର୍ଗା— ଦେବୀଙ୍କ ଧ୍ୱଜାର ଦଣ୍ଡ ସର୍ବଧାତୁର ତଥା ଧ୍ୱଜା ଲାଲ ରଙ୍ଗର ହୋଇଥାଏ । ସେଥିରେ ସିଂହ ଚିହ୍ନ ଅଙ୍କିତ ହୋଇଥାଏ ।
ଚାମୁଣ୍ଡା— ଚାମୁଣ୍ଡାଙ୍କ ଧ୍ୱଜାର ଦଣ୍ଡ ଲୁହାର ଏବଂ ଧ୍ୱଜା ନୀଳ ରଙ୍ଗର ହୋଇଥାଏ । ତା ଉପରେ ମୁଣ୍ଡମାଳାର ଚିହ୍ନ ଅଙ୍କିତ ହୋଇଥାଏ ।
କାର୍ତ୍ତିକେୟ— କାର୍ତ୍ତିକେୟଙ୍କର ଧ୍ୱଜାର ଦଣ୍ଡ ତ୍ରିଲୌହର ତଥା ଧ୍ୱଜା ଚିତ୍ରବର୍ଣ୍ଣର ହୋଇଥାଏ । ସେଥିରେ ମୟୂର ଚିହ୍ନ ଅଙ୍କିତ ହୋଇଥାଏ ।
ବଳଦେବଜୀ— ବଳଦେବଜୀଙ୍କର ଧ୍ୱଜାର ଦଣ୍ଡ ଚାନ୍ଦିର ତଥା ଧ୍ୱଜା ଧଳା ରଙ୍ଗର ହୋଇଥାଏ । ତା ଉପରେ ହଳର ଚିହ୍ନ ଅଙ୍କିତ ହୋଇଥାଏ ।
କାମଦେବ— କାମଦେବଙ୍କର ଧ୍ୱଜାର ଦଣ୍ଡ ତ୍ରିଲୌହର (ସୁନା, ଚାନ୍ଦି, ତମ୍ବା ମିଶ୍ରିତ) ତଥା ଧ୍ୱଜା ଲାଲ ରଙ୍ଗର ହୋଇଥାଏ । ତା ଉପରେ ମକର ଚିହ୍ନ ଅଙ୍କିତ ହୋଇଥାଏ ।
ଯମ— ଯମରାଜଙ୍କର ଧ୍ୱଜାର ଦଣ୍ଡ ଲୁହାର ଏବଂ ଧ୍ୱଜା କୃଷ୍ଣ ବର୍ଣ୍ଣର ହୋଇଥାଏ । ତା ଉପରେ ମହିଷର ଚିହ୍ନ ଅଙ୍କିତ ହୋଇଥାଏ ।
ଇନ୍ଦ୍ର— ଇନ୍ଦ୍ରଙ୍କର ଧ୍ୱଜାର ଦଣ୍ଡ ସ୍ୱର୍ଣ୍ଣର ତଥା ଧ୍ୱଜା ଅନେକ ରଙ୍ଗବିଶିଷ୍ଟ ହୋଇଥାଏ । ତା ଉପରେ ହାତୀର ଚିହ୍ନ ଅଙ୍କିତ ହୋଇଥାଏ ।
ଅଗ୍ନି— ଅଗ୍ନିର ଧ୍ୱଜାର ଦଣ୍ଡ ସ୍ୱର୍ଣ୍ଣର ତଥା ଧ୍ୱଜା ଅନେକ ରଙ୍ଗ ବିଶିଷ୍ଟ ହୋଇଥାଏ । ତା ଉପରେ ମେଷର ଚିହ୍ନ ଅଙ୍କିତ ହୋଇଥାଏ ।
ବାୟୁ— ବାୟୁର ଧ୍ୱଜାର ଦଣ୍ଡ ଲୁହାର ଏବଂ ଧ୍ୱଜା କୃଷ୍ଣବର୍ଣ୍ଣର ହୋଇଥାଏ । ତା ଉପରେ ହରିଣ ଚିହ୍ନ ଅଙ୍କିତ ହୋଇଥାଏ ।
କୁବେର— କୁବେରଙ୍କ ଧ୍ୱଜାର ଦଣ୍ଡ ମଣିଖଚିତ ଏବଂ ଧ୍ୱଜା ଲାଲ ରଙ୍ଗର ହୋଇଥାଏ । ତା ଉପରେ ମନୁଷ୍ୟର ପାଦ ଚିହ୍ନ ଅଙ୍କିତ ହୋଇଥାଏ ।
ବରୁଣଙ୍କର ଧ୍ୱଜା ଉପରେ କଇଁଛ ଚିହ୍ନ ଅଙ୍କିତ ହୋଇଥାଏ ।
ଋଷିଗଣଙ୍କର ଧ୍ୱଜା ଉପରେ କଇଁଛ ଚିହ୍ନ ଅଙ୍କିତ ହୋଇଥାଏ ।
ପ୍ରାୟତଃ ଲୋକମାନେ କୌଣସି ମନସ୍କାମନା ପୂରଣ କରିବାପାଇଁ ହନୁମାନଜୀ ଅବା ଦେବୀଙ୍କ ମନ୍ଦିରରେ ଧ୍ୱଜା ଲଗାଇବାପାଇଁ ମାନସିକ କରିଥାନ୍ତି । ହନୁମାନଜୀ ଏବଂ ଦେବୀଙ୍କ ପୂଜା ବିନା ଧ୍ୱଜା-ପତାକା ପୂରା ହୁଏନାହିଁ । ଦେବୀଙ୍କର ତ ପୌଷମାସର ଶୁକ୍ଳ ନବମୀକୁ ଧ୍ୱଜା ନବମୀ ବ୍ରତ ହୋଇଥାଏ ଯେଉଁଥିରେ ତାଙ୍କୁ ଧ୍ୱଜା ଅର୍ପଣ କରାଯାଏ ।
ପ୍ରଶ୍ନ ଉଠୁଛି କି, ମନ୍ଦିରରେ ଧ୍ୱଜାରୋପଣ କଲେ କିପରି ଆମର ମନସ୍କାମନା ପୂରଣ ହୋଇଯାଏ ? ଏହାର ଉତ୍ତରରେ ନାରଦ-ବିଷ୍ଣୁ ପୁରାଣରେ ଉଲ୍ଲେଖ ଅଛି,
ଭଗବାନ ବିଷ୍ଣୁଙ୍କ ମନ୍ଦିରରେ ଧ୍ୱଜା ଲଗାଇବାର ମହତ୍ତ୍ୱ ହେଉଛି କି, ଯେତେ ସମୟ ପର୍ଯ୍ୟନ୍ତ ଧ୍ୱଜାର ପତାକା ବାୟୁ ବେଗ ଅନୁସାରେ ଫରଫର ହେଉଥାଏ, ଧ୍ୱଜା ଚଢ଼ାଇଥିବା ମନୁଷ୍ୟର ସେତେ ପାପରାଶି ନଷ୍ଟ ହୋଇଯାଏ । ଯେତେବେଳେ ପାପ ନଷ୍ଟ ହୋଇଯାଏ, ସେତେବେଳେ ପୁଣ୍ୟର ନିକିତି ଭାରୀ ହୋଇଯାଏ ଆଉ ମନୁଷ୍ୟକୁ ଆଶାନୁସାରେ ବସ୍ତୁ ପ୍ରାପ୍ତ ହୁଏ ।
ମନ୍ଦିରରେ ଧ୍ୱଜା ଚଢ଼ାଇଲେ ସବୁବେଳେ ମନୁଷ୍ୟର ସମ୍ପତ୍ତି ବୃଦ୍ଧି ପାଇଥାଏ ।
ଧ୍ୱଜାରୋପଣ ଦ୍ୱାରା ମନୁଷ୍ୟ ଇହଲୋକରେ ସମସ୍ତପ୍ରକାର ସୁଖ ଭୋଗ କରି ପରମଗତିକୁ ପ୍ରାପ୍ତ କରିଥାଏ ।
ଯେଉଁଭଳି ମନ୍ଦିରର ଧ୍ୱଜା ଦୂରରୁ ଦେଖାଯାଇଥାଏ, ସେହିଭଳି ଧ୍ୱଜା ଅର୍ପଣ କରିବାରୁ ମନୁଷ୍ୟ ସବୁ କ୍ଷେତ୍ରରେ ବିଜୟୀ ହୋଇଥାଏ ଏବଂ ତାହାର ଯଶ-ପତାକା ସର୍ବତ୍ର ପ୍ରସାରିତ ହୋଇଥାଏ ।
ଧ୍ୱଜାରୋପଣ ପାଇଁ ପ୍ରଥମେ ସୁନ୍ଦର ଧ୍ୱଜାର ନିର୍ମାଣ କରାନ୍ତୁ । ତାପରେ ଶୁଭ ମୁହୂର୍ତ୍ତରେ ଯେଉଁ ଦେବତାଙ୍କୁ ଧ୍ୱଜା ସମର୍ପଣ କରିବାର ଅଛି, ସେହି ଭଗବାନଙ୍କର ପୂଜନ କରନ୍ତୁ । ଏହାପରେ ଧ୍ୱଜାର ପଞ୍ଚୋପଚାର (ରୋଲୀ, ଅକ୍ଷତ, ପୁଷ୍ପ, ଧୂପ-ଦୀପ ଆଉ ନୈବେଦ୍ୟରେ) ପୂଜନ କରନ୍ତୁ । ଏହାପରେ ବ୍ରାହ୍ମଣଙ୍କ ଦ୍ୱାରା ସ୍ୱସ୍ତିବାଚନ କରାଇ ମଙ୍ଗଳ ବାଦ୍ୟ ଆଦି ବଜାଇ ତାହାକୁ ମନ୍ଦିରରେ ଆରୋହଣ କରନ୍ତୁ । ସମ୍ଭବ ହେଲେ ସେହି ଦେବତାଙ୍କର ମନ୍ତ୍ରରେ ୧୦୮ଥର ଆହୁତି ଦେଇ ହବନ କରନ୍ତୁ । ବ୍ରାହ୍ମଣଙ୍କୁ ବସ୍ତ୍ର ଏବଂ ଦକ୍ଷିଣାଦେଇ ଭୋଜନ କରାନ୍ତୁ ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.