Press "Enter" to skip to content

ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ନିର୍ଣ୍ଣୟ

Last updated on November 1, 2020

ସ୍ୱାମୀ ଲୋକେସ୍ୱରାନନ୍ଦ

ଶାସ୍ତ୍ରରେ ଜଗତକୁ ଅନିତ୍ୟ, ଅସତ, ମିଥ୍ୟା, ସତ୍ୟ, ବ୍ରହ୍ମ ସ୍ୱରୂପ ବୋଲି କୁହାଯାଇଛି ! ଭାଗବତପଦ ଆଦି ଶଙ୍ଗରାଚାର୍ଯ୍ୟ ମହାଭାଗ ତାଙ୍କର ପ୍ରସ୍ଥାନତ୍ରୟୀ ଭାଷ୍ୟରେ ଜଗତ ନିମନ୍ତେ ସମସ୍ତ ବିଶେଷଣ ପ୍ରୟୋଗକରି ଗୋଟିଏ ଗୋଟିଏ ଶବ୍ଦରେ ବ୍ୟାଖ୍ୟା କରିଛନ୍ତି ।
ଜଗତ ଅସତ ନିମନ୍ତେ— ନାସତୋ ବିଦ୍ୟତେ ଭାବୋ ନାଭାବୋ ବିଦ୍ୟତେ ସତଃ । (ଗୀତା ୨:୧୬) — ଶରୀର ଉତ୍ପତ୍ତି ପୂର୍ବରୁ ନଥିଲା, କି ମରିବା ପରେ ମଧ୍ୟ ରହିବନାହିଁ ଆଉ ବର୍ତ୍ତମାନରେ ମଧ୍ୟ ଏହାର ପ୍ରତି ମୁହୂର୍ତ୍ତରେ ଅଭାବ ବୋଧ ହେଉଅଛି । ତାତ୍ପର୍ଯ୍ୟ ହେଉଛି, ଏହି ଶରୀର ଅତୀତ, ଭବିଷ୍ୟତ ଆଉ ବର୍ତ୍ତମାନ ଉକ୍ତ ତିନି କାଳରେ କଦାପି ଭାବରୂପରେ ବିଦ୍ୟମାନ ରହେନାହିଁ । ଅତଃ ଏହା ଅସତ୍‌ ଅଟେ । ଏହିଭଳି ଏ ସଂସାରର ମଧ୍ୟ ଭାବ ନାହିଁ, ଏହା ମଧ୍ୟ ଅସତ୍‌ ଅଟେ । ଏହି ଶରୀର ତ ସଂସାରର ଏକ କ୍ଷୁଦ୍ର ନମୁନାମାତ୍ର ଅଟେ । ଏଥିପାଇଁ ଶରୀରର ପରିବର୍ତ୍ତନ ହେଲେ ସଂସାରମାତ୍ରର ପରିବର୍ତ୍ତନ ହେଲାଭଳି ଅନୁଭବ ହୋଇଥାଏ କି, ଏହି ସଂସାର ପୂର୍ବରୁ ମଧ୍ୟ ଅଭାବ ଥିଲା ଆଉ ପରେ ମଧ୍ୟ ଅଭାବ ହେବ ତଥା ବର୍ତ୍ତମାନରେ ମଧ୍ୟ ଅଭାବ ହେଉଅଛି ।
ନାଭାବୋ ବିଦ୍ୟତେ ସତଃ—ଯାହା ସତ୍‌ ବସ୍ତୁ ଅଟେ ତାହାର ଅଭାବ ହୁଏନାହିଁ ଅର୍ଥାତ୍‌ ଯେତେବେଳେ ଦେହ ଉତ୍ପନ୍ନ ହୋଇନଥିଲା, ସେତେବେଳେ ବି ଦେହୀ ଥିଲା, ଦେହୀ ନଷ୍ଟ ହୋଇଯିବାପରେ ବି ଦେହୀ ରହିବ ଆଉ ବର୍ତ୍ତମାନ ଦେହର ପରିବର୍ତ୍ତନଶୀଳ ହେବାପରେ ମଧ୍ୟ ଦେହୀ ସେଥିରେ ପୂର୍ବବତ୍‌ ସ୍ଥିତ ରହିଥାଏ । ଏହି ରୀତିରେ ଯେତେବେଳେ ସଂସାର ଉତ୍ପନ୍ନ ହୋଇନଥିଲା, ସେତେବେଳେ ମଧ୍ୟ ପରମାତ୍ମତତ୍ତ୍ୱ ଥିଲା ସଂସାରର ଅଭାବ ହେବାପରେ ମଧ୍ୟ ପରମାତ୍ମତତ୍ତ୍ୱ ରହିବ ଏବଂ ବର୍ତ୍ତମାନ ସଂସାରର ପରିବର୍ତ୍ତନ ହେବାପରେ ବି ପରମାତ୍ମତତ୍ତ୍ୱ ପୂର୍ବବତ୍‌ ରହିବ ।
ମିତ୍ରଗଣ, ଏହି ଶ୍ଳୋକରେ ବିଶିଷ୍ଟାଦ୍ୱୈତର ପ୍ରମୁଖ ମହାଭାଗ ଶ୍ରୀ ରାମାନୁଜ ସ୍ୱାମୀଙ୍କ ଭାଷ୍ୟ ଦେଖିବା:
ନିର୍ଣ୍ଣୟାନ୍ତତ୍ୱାତ୍‌ ନିରୂପଣସ୍ୟ ନିର୍ଣ୍ଣୟ ଇହ ଅନ୍ତଶବ୍ଦେନ ଉଚ୍ୟତେ । ଦେହସ୍ୟ ଅଚିଦ୍ୱସ୍ତୁନୋଃ ଅସତ୍ତ୍ୱମ୍‌ ଏବ ସ୍ୱରୂପମ୍‌ ଆତ୍ମନଃ ଚେତନସ୍ୟ ସତ୍ତ୍ୱମ୍‌ ଏବ ସ୍ୱରୂପମ୍‌ ଆତ୍ମନଃ ଚେତନସ୍ୟ ସତ୍ତ୍ୱମ୍‌ ଏବ ସ୍ୱରୂପମ୍‌ ଇତି ନିର୍ଣ୍ଣୟୋ ଦୃଷ୍ଟଃ ଇତ୍ୟର୍ଥଃ ।
ବିନାଶସ୍ୱଭାବୋ ହି ଅସତ୍ତ୍ୱମ୍‌ ଅବିନାଶସ୍ୱଭାବଶ୍ଚ ସତ୍ତ୍ୱମ୍‌ । ଯଥା ଉକ୍ତଂ ଭଗବତା ପରାଶରେଣତସ୍ମାନ୍ନ ବିଜ୍ଞାନମୃତେଽସ୍ତି କିଞ୍ଚିତ୍‌ କ୍ୱଚିତ୍‌କଦାଚିଦ୍ଦ୍‌ବିଜ ବସ୍ତୁଜାତମ୍‌ । (ବି.ପୁ. ୨/୧୨/୪୩) ସଦ୍ଭାବ ଏବଂ ଭବତୋ ମୟୋକ୍ତୋ ଜ୍ଞାନଂ ଯଥା ସତ୍ୟମସତ୍ୟମନ୍ୟତ୍‌ (ବି.ପୁ. ୨/୧୨/୪୫) ଅନାଶୀ ପରମାର୍ଥଶ୍ଚ ପ୍ରାଜ୍ଞୈରଭ୍ୟୁପଗମ୍ୟତେ । ତତ୍ତୁ ନାଶି ନ ସନ୍ଦେହୋ ନାଶିଦ୍ରବ୍ୟୋପପାଦିତମ୍‌ । (ବି.ପୁ. ୨/୧୪/୨୪) ୟତ୍ତୁ କାଳାନ୍ତରେଣାପି ନାନ୍ୟାଂ ସଂଜ୍ଞାମୁପୈତି ବୈ ।
ପରିଣାମାଦିସଂଭୂତାଂ ତଦ୍ୱସ୍ତୁ ନୃପ ତଚ୍ଚ କିମ୍‌ । (ବି.ପୁ.୨/୧୩/୧୦୦)ଇତି ଅତ୍ରାପିଅନ୍ତବନ୍ତ ଇମେ ଦେହାଃ (ଗୀତା ୨/୧୮) ଅବିନାଶି ତୁ ତଦ୍ୱିଦ୍ଧି (ଗୀତା ୨/୧୭) ଇତି ଉଚ୍ୟତେ । ତଦେବ ସତ୍ତ୍ୱାସତ୍ତ୍ୱବ୍ୟପଦେଶହେତୁଃ ଇତି ଗମ୍ୟତେ । ଅତ୍ର ତୁ ସତ୍‌କାର୍ଯ୍ୟବାଦସ୍ୟ ଅସଙ୍ଗତ୍ୱାତ୍‌ ନ ତତ୍‌ପରୋଽୟଂ ଶ୍ଳୋକଃ । ଦେହାତ୍ମସ୍ୱଭାବାଜ୍ଞାନମୋହିତସ୍ୟ ତନ୍ମୋହଶାନ୍ତୟେ ହି ଉଭୟୋଃ ନାଶିତ୍ୱାନାଶିତ୍ୱରୂପସ୍ୱଭାବବିବେକ ଏବ ବକ୍ତବ୍ୟଃ । ସ ଏବଗତାସୂନଗତାସୂଂଶ୍ଚ ନାନୁଶୋଚନ୍ତି (ଗୀତା ୨/୧୧) ଇତି ପ୍ରସ୍ତୁତଃ । ସ ଏବ ଅବିନାଶି ତୁ ତଦ୍ୱିଦ୍ଧି (ଗୀତା ୨/୧୭) ଅନ୍ତବନ୍ତ ଇମେ ଦେହାଃ (ଗୀତା ୨/୧୮) ଇତ୍ୟନନ୍ତରମ୍‌ ଉପପାଦ୍ୟତେ ଅତୋ ଯଥୋକ୍ତ ଏବ ଅର୍ଥଃ ଅଧୁନା ଦ୍ୱୈତପ୍ରଧାନ ଅଦ୍ୱୈତରେ ମଧ୍ୟ ଜଗତକୁ ଅସତ ବୋଲି କୁହାଯାଇଛି । ଉକ୍ତ କଥାକୁ ପରବର୍ତ୍ତୀ ସମୟରେ ଭାଗବତ ମହାପୁରାଣର ଏକ ସୁନ୍ଦର ଶ୍ଳୋକରେ ବର୍ଣ୍ଣନା କରାଯାଇଛି, ଏଥିରେ ଜଗତର ଅଭାବକୁ ନେଇ କୁହାଯାଇଛି— ଈକ୍ଷେତ ବିଭ୍ରମମିଦଂ ମନସୋ ବିଲାସଂ
ଦୃଷ୍ଟଂ ବିନଷ୍ଟମତିଲୋଲମଲାତଚକ୍ରମ୍‌ ।
ବିନଷ୍ଟମତିଲୋଲମଲାତଚକ୍ରମ୍‌
ବିଜ୍ଞାନମେକମୁରୁଧେବ ବିଭାତି ମାୟା
ସ୍ୱପ୍ନସ୍ତ୍ରିଧା ଗୁଣବିସର୍ଗକୃତୋ ବିକଳ୍ପଃ ୧୧/୧୩/୩୪—ଜଗତ ମନର ବିଳାପ ଭଳି ଅଟେ, କାଳର ଗତି ସୂକ୍ଷ୍ମରୁ ସୂକ୍ଷ୍ମ ହୋଇଥିବାରୁ ଏହାର ପରିବର୍ତ୍ତନ ପରିଲକ୍ଷିତ ହୋଇନଥାଏ ।
***ଓଁ ଅସତୋ ମା ସଦ୍ଗମୟ ।
ତମସୋ ମା ଜ୍ୟୋତିର୍ଗମୟ । (୧:୩:୨୮) ବୃହଦାରଣ୍ୟକ ଉପନିଷଦରେ ଜଗତ ନିମନ୍ତେ ଅସତ ଶବ୍ଦର ପ୍ରୟୋଗ କରାଯାଇଛି ।
ଅସତ୍‌ ବସ୍ତୁର ତତ୍ତ୍ୱ ମଧ୍ୟ ସତ୍‌ ଅଟେ ଏବଂ ସତ୍‌ ବସ୍ତୁର ତତ୍ତ୍ୱ ମଧ୍ୟ ସତ୍‌ ଅଟେ ଅର୍ଥାତ୍‌ ଉଭୟ ତତ୍ତ୍ୱ ଏକ ସତ୍‌ ହିଁ ଅଟେ ଉଭୟ ତତ୍ତ୍ୱ ଭାବରୂପରେ ଏକ ହିଁ ଅଟେ । ଅତଃ ସତ୍‌ ଏବଂ ଅସତ୍‌ ଉଭୟ ତତ୍ତ୍ୱର ଅବଗତକାରୀ ମହାପୁରୁଷଙ୍କ ଦ୍ୱାରା ଅବଗତସାପେକ୍ଷ ଏକ ସତ୍ତତ୍ତ୍ୱ ଅଟେ ଅର୍ଥାତ୍‌ ସତ୍‌ ତତ୍ତ୍ୱ ଅଟେ । ଅସତ୍‌ର ଯେଉଁ ସତ୍ତା ପ୍ରତୀତ ହୋଇଥାଏ ସେହି ସତ୍ତା ମଧ୍ୟ ବାସ୍ତବରେ ସତ୍‌ର ଅଟେ । ସତ୍‌ର ସତ୍ତାରୁ ହିଁ ଅସତ୍‌ ସତ୍ତାବାନ୍‌ ପ୍ରତୀତ ହୋଇଥାଏ । ଏହି ସତ୍‌କୁ ‘ପରା ପ୍ରକୃତି’ (ଗୀତା ୭/୫) ‘କ୍ଷେତ୍ରଜ୍ଞ’ (ଗୀତା ୧୩/୧୨) ‘ପୁରୁଷ’ (ଗୀତା ୧୩/୧୯) ଏବଂ ‘ଅକ୍ଷ’ (ଗୀତା ୧୫/୧୬) କୁହାଯାଇଛି ତଥା ଅସତ୍‌କୁ ‘ଅପରା ପ୍ରକୃତି କ୍ଷେତ୍ର ପ୍ରକୃତି’ ଏବଂ ‘କ୍ଷର’ କୁହାଯାଇଛି ।
ଏଥିପାଇଁ ଛାନ୍ଦୋଗ୍ୟ ଶ୍ରୁତିରେ ସର୍ବଦା ସୋମ୍ୟେଦମଗ୍ର ଆସୀଦେକମେବାଦ୍ୱିତୀୟମ୍‌ ।। ତଦ୍ଧୈକ ଆହୁରସଦେବେଦମଗ୍ର (୬:୨:୧) this universe was Being (Sat) alone, one only without a second.
ଜଗତ ମିଥ୍ୟା ନିମନ୍ତେ : ଆଦି ଶଙ୍କରାଚାର୍ଯ୍ୟ ମହାଭାଗ ତାଙ୍କ ମନକୁ ଏହି ଜଗତକୁ ମିଥ୍ୟା ବୋଲି କହିନାହାଁନ୍ତି ଏହି ଶ୍ରୁତି ଉପନିଷଦ ନିରଲମ୍ବ ଉପନିଷଦର ବଚନ ହେଉଛି,
ତପ ଇତି ଚ ବ୍ରହ୍ମ ସତ୍ୟଂ ଜଗନ୍ମିଥ୍ୟେତ୍ୟପରୋକ୍ଷଜ୍ଞାନାଗ୍ନିନା ।
ବ୍ରହ୍ମାଦ୍ୟୈଶ୍ୱର୍ଯ୍ୟାଶାସିଦ୍ଧସଙ୍କଳ୍ପ-ବୀଜସନ୍ତାପଂ ତପଃ ।।
(୩୪) ମିଥ୍ୟା ଶବ୍ଦର ପ୍ରୟୋଗ ଦୃଶ୍ୟମାନଜଗତ ପାଇଁ ହୋଇଛି ।
ଜଗତର ଅନିତ୍ୟତା ନିମନ୍ତେ : ବ୍ରହ୍ମ ପ୍ରଜାପତିଂ ପ୍ରଜାପତିର୍ଦେବା ତେ ଦେବାଃ ସତ୍ୟମେବୋପାସତେ ତଦେତତ୍ ତ୍ର୍ୟକ୍ଷର ସତ୍ୟମିତି ସ ଇତ୍ୟେକମକ୍ଷରଂ ତୀତ୍ୟେକମକ୍ଷରଂ ଯମୀତ୍ୟେକମକ୍ଷରଂ ପ୍ରଥମୋତ୍ତମେ ଅକ୍ଷରେ ସତ୍ୟଂ ମଧ୍ୟତୋଽନୃତଂ ତଦେତଦନୃତମୁଭୟତଃ ସତ୍ୟେନ ପରିଗୃହୀତ ସତ୍ୟଭୂୟମେବ ଭବତି ନୈବଂବିଦ୍ୱାସମନୃତ (୫:୫:୧) ବୃହଦାରଣ୍ୟକ ଉପନିଷଦ । ଏହି ନାମ ସତ୍ୟରେ ତିନିଗୋଟି ଶବ୍ଦାଂଶ ରହିଛି । (ସା) ଏକ ଶବ୍ଦାଂଶ ଅଟେ, (ଟି) ଏକ ଶବ୍ଦାଂଶ ଅଟେ ଆଉ ହଁ ଏକ ଶବ୍ଦାଂଶ ଅଟେ । ପ୍ରଥମ ଏବଂ ଅନ୍ତିମ ଶବ୍ଦାଂଶ ସତ୍ୟ ଅଟେ । ମଝିରେ ଅସତ୍ୟ ବିଦ୍ୟମାନ । ଏହି ଅସତ୍ୟ ସତ୍ୟ ଦ୍ୱାରା ଉଭୟ ପକ୍ଷସହ ସଂଲଗ୍ନିତ ହୋଇଛି । ଏହିଭଳି ସତ୍ୟ ଉପସର୍ଗ କରିଥାଏ ।
**ଉକ୍ତ ମନ୍ତ୍ରରେ ଜଗତକୁ ସ୍ପଷ୍ଟରୂପେ ଅନିତ୍ୟ କୁହାଯାଇଛି ଦ୍ୱୈତ ପ୍ରମୁଖ ଆଚାର୍ଯ୍ୟ ଶ୍ରୀ ମାଧବାଚାର୍ଯ୍ୟ ମହାଭାଗ ଏ ମନ୍ତ୍ରର ଏହିଭଳି ଅର୍ଥ କରିଛନ୍ତି ।
ଏହି ଜଗତକୁ ନାମରୂପ ସ୍ୱରୂପ ମଡିଫିକେସନ୍‌ କହିଛନ୍ତି, ଉପନିଷଦରେ ଯାହାକୁ ଅନିତ୍ୟ କହି ପୁଷ୍ଟ କରାଯାଇଛି । (ଯଥା ସୋମୈକେନ ମୃତ୍‌ପିଣ୍ଡେନ ସର୍ବଂ ମୃନ୍ମୟଂ ବିଜ୍ଞାତ ସ୍ୟାଦ୍ୱାଚାରମ୍ଭଣଂ ବିକାରୋ ନାମଧେୟଂ ମୃତ୍ତିକେତ୍ୟେବ ସତ୍ୟମ୍‌ ।। (୬:୧:୦୪)
ମାଟିର ଏକ ହାଣ୍ଡି ଯାହା ମାଟିରୁ ତିଆରି, ତାହାକୁ ଜାଣିହୁଏ, ବାଣୀରୁ ଉତ୍‌ପନ୍ନ ସଂଶୋଧନ କେବଳ ଏକ ନାମ ଅଟେ, ହେଲେ ପ୍ରକୃତ ସତ ହେଉଛି କି, ଏ ସବୁକିଛି ମାଟି ଅଟେ, ”ଯେଉଁଭଳି, ମୋର ପ୍ରିୟ, ସୁନାର ଏକ ଅଳଂକାର ଦ୍ୱାରା, ଯାହା ସୁନାରେ ନିର୍ମିତ, ସମସ୍ତେ ଜାଣନ୍ତି, ସଂଶୋଧନ କେବଳ ଏକ ନାମ ଅଟେ, ଯାହା ଭାଷଣର ଉତ୍‌ପନ୍ନ ହୋଇଥାଏ । କିନ୍ତୁ ପ୍ରକୃତ ସତ ହେଉଛି, ସବୁକିଛି ସୁନା ଅଟେ ।”
**** କଟ୍ଟର ଦ୍ୱୈତ ସିଦ୍ଧାନ୍ତର ପୁରୋଧା ମାଧବାଚାର୍ଯ୍ୟ ଗୀତା (୧୩:୩୫) ଭାଷ୍ୟ ସମୟରେ ଜଗତକୁ ଅନିତ୍ୟ ବୋଲି ସ୍ୱୀକାର କରିଛନ୍ତି ।
କ୍ଷେତ୍ରକ୍ଷେତ୍ରଜ୍ଞୟୋରେବମନ୍ତରଂ ଜ୍ଞାନଚକ୍ଷୁଷା ।
ଭୂତପ୍ରକୃତିମୋକ୍ଷଂ ଚ ଯେ ବିଦୁର୍ଯାନ୍ତି ତେ ପରମ୍‌ ।। ୧୩.୩୫ ।।
ଜଗତ ବ୍ରହ୍ମସ୍ୱରୂପ : ତ୍ରିଭିଃ ପଦ୍ଭିର୍ଦ୍ୟାମରୋହ-ତ୍‌ପାଦସ୍ୟେହାଭବତ୍‌ପୁନଃ । ତଥା ବ୍ୟକ୍ରାମଦ୍ୱିଷ୍ୱଙଶନାନଶନେ ଅନୁ ।। (୧୯.୦୬.୦୨) ଅଥର୍ବ ବେଦ
ଚାରିଗୋଟି ଅଂଶଯୁକ୍ତ ବିରାଟ ପୁରୁଷଙ୍କର ଏକ ଅଂଶରେ ଏହି ସମଗ୍ର ସଂସାର (ଜଡ ଏବଂ ଚେତନ) ବିବିଧରୂପେ ସମାହିତ ହୋଇରହିଛି । ଏହାର ତିନିଭାଗ ଅନନ୍ତ ଅନ୍ତରୀକ୍ଷରେ ସମାହିତ ହୋଇଛି ।
**ତାବାନସ୍ୟ ମହିମା ତତୋ ଜ୍ୟାୟାଶ୍ଚ ପୁରୁଷଃ ।
ପାଦୋଽସ୍ୟ ସର୍ବା ଭୂତାନି ତ୍ରିପାଦସ୍ୟାମୃତଂ ଦିବୀତି ।। (୩:୧୨:୦୬)
ଗାୟତ୍ରୀ ବ୍ରହ୍ମବିଦ୍ୟା (ଛାନ୍ଦୋଗ୍ୟ ଉପନିଷଦ) Such is its greatness (i.e. of Brahman as known through the symbol of the Gayatri). Greater than it is the Person (Brahman). One of its feet covers all beings; the immortal three feet are in heaven (i.e. in Itself)
**ମୁଣ୍ଡକ ଉପନିଷଦରେ ଜଗତକୁ ସ୍ପଷ୍ଟରୂପେ ବ୍ରହ୍ମ ସ୍ୱରୂପ ବୋଲି କୁହାଯାଇଛି,
ବ୍ରହ୍ମବେଦମମୃତଂ ପୁରସ୍ତାଦ୍‌ ବ୍ରହ୍ମ ପଶ୍ଚାଦ୍‌ ବ୍ରହ୍ମ ଦକ୍ଷିଣତଶ୍ଚୋତ୍ତରେଣ ।
ଅଧଶ୍ଚୋର୍ଧ୍ୱଂ ଚ ପ୍ରସୃତଂ ବ୍ରହ୍ମୈବେଦଂ ବିଶ୍ୱମିଦଂ ବରିଷ୍ଠମ୍‌ ।। (୨:୨:୧୨)
‘ବ୍ରହ୍ମ’ ଆମ ସମ୍ମୁଖରେ ଅଛନ୍ତି, ‘ବ୍ରହ୍ମ’ ଆମ ପଶ୍ଚାତଭାଗରେ, ଆମ ଦକ୍ଷିଣରେ, ଆମ ଉତ୍ତରରେ ମଧ୍ୟ ଅଛନ୍ତି, ଆମ ନିମ୍ନରେ ତଥା ଆମ ଊର୍ଦ୍ଧ୍ୱରେ, ସେ ସର୍ବତ୍ର ବ୍ୟାପ୍ତ ହୋଇଛନ୍ତି । ଏହି ସମ୍ପୂର୍ଣ୍ଣ ଅଦ୍ଭୁତ ବିଶ୍ୱ କେବଳ ‘ବ୍ରହ୍ମ’ ହିଁ ଅଟନ୍ତି ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଜଗତକୁ ଅସତ୍‌ ବୋଲି କହି ଜଗତକୁ ପୁଣି ବ୍ରହ୍ମ ସ୍ୱରୂପ କିପରି କୁହାଯାଇପାରିବ ! ଏହାର ଉତ୍ତର ଅତ୍ୟନ୍ତ ସରଳ, ଯାହା ବ୍ରହ୍ମସୂତ୍ରରେ (୧:୪:୧-୧୦,୨:୧-୩-୧୦,୨:୨-୩୭) ପ୍ରଦାନ କରାଯାଇଛି । ଯେଉଁଥିରେ ବ୍ରହ୍ମଙ୍କୁ ନିମିତ୍ତ ଉପାଦାନ କାରଣ ବୋଲି ସିଦ୍ଧ କରାଯାଇଛି, ଶ୍ରୁତି ଏବଂ ସ୍ମୃତି ବଚନ ଅନୁସାରେ । ଗୀତା (୭:୭) ମୟି ସର୍ବମିଦଂ ପ୍ରୋତଂ ସୂତ୍ରେ ମଣିଗଣା — ସମଗ୍ର ସଂସାର ସୂତ୍ରରେ ସୂତାର ମଣି ଭଳି ମୋଠାରେ ଗୁନ୍ଥା ହୋଇଛି ଅର୍ଥାତ୍‌ ମୁଁ ହିଁ ସମଗ୍ର ସଂସାରରେ ଅନୁସ୍ୟୂତ (ବ୍ୟାପ୍ତ) ହୋଇଛି । ଯେଉଁଭଳି ସୂତ୍ରରେ ନିର୍ମିତ ମଣିସମୂହରେ ଏବଂ ସୂତ୍ରରେ ଅର୍ଥାତ୍‌ ସୂତାରେ ସୂତା ବ୍ୟତିରେକ ଅନ୍ୟ କିଛି ବି ନାହିଁ ସେହିଭଳି ସଂସାରରେ ମୋ ଭିନ୍ନ ଅନ୍ୟ କୌଣସି ତତ୍ତ୍ୱ ନାହିଁ । କହିବାର ତାତ୍‌ପର୍ଯ୍ୟ ହେଉଛି, ଯେଉଁଭଳି ସୂତାରେ ସୂତାର ମଣି ଗୁନ୍ଥା ଯାଇଛି ହେଲେ ଦେଖିବାକୁ ସୂତା ଆଉ ମଣି ଭିନ୍ନ ଭିନ୍ନ ପ୍ରତୀତ ହେଉଛି କିନ୍ତୁ ବାସ୍ତବରେ ସେଥିରେ ପରିବ୍ୟାପ୍ତ ଚେତନତତ୍ତ୍ୱ ଏକ ହିଁ ଅଟନ୍ତି । ସେହି ଚେତନତତ୍ତ୍ୱ ମୁଁ ହିଁ ଅଟେ କ୍ଷେତ୍ରଜ୍ଞଂ ଚାପି ମାଂ ବିଦ୍ଧି ସର୍ବକ୍ଷେତ୍ରେଷୁ ଭାରତ (ଗୀତା ୧୩/୨)
ଏହି କାରଣରୁ ଗୀତାରେ (୭:୧୯)ରେ ବାସୁଦେବଃ ସର୍ବମିତି ସ ମହାତ୍ମା ଏବଂ ଛାନ୍ଦୋଗ୍ୟ ଉପନିଷଦରେ ସର୍ବଂ ଖଳ୍ୱିଦଂ ବ୍ରହ୍ମ (୩:୧୪:୦୧) କୁହାଯାଇଛି ।
ଜଗତର ନିତ୍ୟ ଏବଂ ସତ୍ୟ ରୂପର ବ୍ୟାଖ୍ୟା : କାର୍ଯ୍ୟ ଜଗତରେ ଅବିତ ଜଗତକୁ ସତ୍ୟ ମନେକରିବା ପରେ ସତ୍ୟର ବି ପରମ ସତ୍ୟ ପରମ ପୁରୁଷ ଭଗବାନ ଅଟନ୍ତି । ଯେଉଁଭଳି ଇଂରାଜୀ ଗ୍ରାମାରରେ ସବ୍‌ଜେକ୍ଟ ଆଉ ପ୍ରେଡିକ୍ଟ ଗୌଣ ସତ୍ୟ ଜଗତରୂପେ ମୁଖ୍ୟ ସତ୍ୟ ପରମାତ୍ମା ସିଦ୍ଧ ହୋଇଥାନ୍ତି, ଗୀତାରେ ଯେଉଁଭଳି ପରମାତ୍ମାଙ୍କୁ କୂଟସ୍ଥ ସତ୍ୟ ବୋଲି କୁହାଯାଇଛି, ସର୍ବତ୍ରଗମଚିନ୍ତ୍ୟଂ ଚ କୂଟସ୍ଥମଚଳଂ ଧ୍ରୁବମ୍‌ ।।୧୨.୩।।
ଈଶ୍ୱରସ୍ତୁ ଦେବଶବ୍ଦେନୋକ୍ତଃଦୈବମନ୍ୟେ ପରେ (୪/୨୫)ଇତ୍ୟତ୍ର । ଉକ୍ତଂ ଚ ସାମବେଦେ କାଷାୟଣଶ୍ରୁତୌ—ନାସଦାସୀନ୍ନୋ ସଦାସୀତ୍ତଦାନୀମ୍‌ (ଋକ୍ସଂ.୮/୭/୧୮/୧)ଇତି । ନ ମହାଭୂତଂ ନୋପଭୂତଂ ତଦାସୀତ୍‌ ଇତ୍ୟାଦ୍ୟାରଭ୍ୟ ତମ ଆସୀତ୍ତମସା ଗୂଢ଼ମଗ୍ରେ (ଋକ୍ସଂ.୮/୭/୧୭/୩) ଇତି । ତମୋ ହ୍ୟବ୍ୟକ୍ତମଜରମନିର୍ଦ୍ଦେଶ୍ୟମେଷା ହ୍ୱୈବ ପ୍ରକୃତିଃ ଇତି । ସର୍ବଗାଽଚିନ୍ତ୍ୟାଦିଲକ୍ଷଣା ହି ସା । ତଥାହି ମୋକ୍ଷଧର୍ମେ— ନାରାୟଣଗୁଣାଶ୍ରୟାଦଜରାମରାଦତୀନ୍ଦ୍ରିୟାଦଗ୍ରାହ୍ୟାଦସମ୍‌ ଭବତଃ । ଅସତ୍ୟାଦହିଂସ୍ରା-ଲ୍ଲଲାମାଦ୍ୱିତୀୟପ୍ରବୃତ୍ତିବିଶେଷାଦବୈରାଦ କ୍ଷୟାଦମରାଦକ୍ଷରାଦମୂର୍ତ୍ତିତଃ । ସର୍ବସ୍ୟାଃ ସର୍ବସ୍ୟ ସର୍ବକର୍ତ୍ତୁଃ, ଶାଶ୍ୱତତମସଃ (ମ.ଭା.୧୨/୩୪୨/୬) ଇତି ଆସୀଦିଦଂ ତମୋଭୂତମପ୍ରଜ୍ଞାତମଲକ୍ଷଣମ୍‌ । ଅପ୍ରତର୍କ୍ୟମବିଜ୍ଞେୟଂ ପ୍ରସୁପ୍ତମିବ ସର୍ବତଃ ଇତି ମାନବେ (୧/୫) । କୂଟସ୍ଥୋଽକ୍ଷର ଉଚ୍ୟତେ (୧୫/୧୬) ବକ୍ଷ୍ୟତି ଇତି । କୂଟେ ଆକାଶେ ସ୍ଥିତା କୂଟସ୍ଥା । ଆକାଶେ ସଂସ୍ଥିତା ତ୍ୱେଷା ତତଃ କୂଟସ୍ଥିତା ମତା ଇତି ହ୍ୱଗ୍‌ବେଦଖିଳେଷୁ । ସା ସର୍ବଗା ନିଶ୍ଚଳା ଲୋକୟୋନିଃ (ଦ୍ୱୈତ ରୂପେ ଶ୍ରୀ ମାଧବାଚାର୍ଯ୍ୟଙ୍କର ଭାଷ୍ୟ) (୮:୪) ଅଧିଭୂତଂ କ୍ଷରୋ ଭାବଃ ପୁରୁଷଶ୍ଚାଧିଦୈବତମ୍‌ । ଯେଉଁଭଳି ଆକାଶ ଯେତେବେଳେ ସ୍ୱଚ୍ଛ ହୁଏ ସେତେବେଳେ ଆମର ଆଉ ସୂର୍ଯ୍ୟଙ୍କ ମଧ୍ୟରେ କୌଣସି ପଦାର୍ଥ ଦେଖାନଯିବା ପରେ ମଧ୍ୟ ବାସ୍ତବରେ ସେଠାରେ ପରମାଣୁରୂପେ ଜଳତତ୍ତ୍ୱ ବିଦ୍ୟମାନ ଥାଏ । ସେହି ଜଳତତ୍ତ୍ୱ ବାଷ୍ପ ହୁଏ ଆଉ ବାଷ୍ପ ଘନୀଭୂତ ହୋଇ ବାଦଲରେ ପରିଣତ ହୁଏ । ବାଦଲରେ ଯେଉଁ ଜଳକଣା ରହିଥାଏ ସେଗୁଡିକ ମିଳିତ ହେବାରୁ ବୁନ୍ଦା ବୁନ୍ଦା ଜଳରେ ପରିଣତ ହୁଏ । ସେହି ବୁନ୍ଦାରେ ଯେତେବେଳେ ଶୀତଳତାର ସ୍ପର୍ଶରେ ଘନତ୍ୱ ଆସିଯାଏ, ସେତେବେଳେ ସେହି ବୁନ୍ଦା ବରଫରେ ପରିଣତ ହୋଇଯାଏ—ଏହା ଜଳତତ୍ତ୍ୱର ସ୍ଥୂଳରୂପ ଅଟେ । ଏହିଭଳି ନିର୍ଗୁଣନିରାକାର ବ୍ରହ୍ମ ପରମାଣୁରୂପେ ଜଳତତ୍ତ୍ୱ ଅଟନ୍ତି, ଅଧିଯଜ୍ଞ (ବ୍ୟାପକ ବିଷ୍ଣୁ) ବାଷ୍ପରୂପେ ଜଳ ଅଟନ୍ତି, ଅଧିଦୈବ (ହିରଣ୍ୟଗର୍ଭ ବ୍ରହ୍ମା) ବାଦଲରୂପେ ଜଳ ଅଟନ୍ତି, ଅଧ୍ୟାତ୍ମ (ଅନନ୍ତ ଜୀବ) ବୁନ୍ଦାରୂପରେ ଜଳ ଅଟନ୍ତି, କର୍ମ (ସୃଷ୍ଟିରଚନାରୂପ କର୍ମ) ବର୍ଷାର କ୍ରିୟା ଅଟେ ଏବଂ ଅଧିଭୂତ (ଭୌତିକ ସୃଷ୍ଟିମାତ୍ର) ବରଫରୂପେ ଜଳ ଅଟନ୍ତି ।
ଉକ୍ତ ବର୍ଣ୍ଣନାର ତାତ୍‌ପର୍ଯ୍ୟ ହେଉଛି, ଯେଉଁଭଳି ଗୋଟିଏ ମାତ୍ର ଜଳର ପରମାଣୁ ବାଷ୍ପ, ବାଦଲ, ବର୍ଷାର କ୍ରିୟା, ବୁନ୍ଦା ଏବଂ ବରଫ ରୂପେ ଭିନ୍ନଭିନ୍ନ ପ୍ରତୀତ ହେବାପରେ ମଧ୍ୟ ବାସ୍ତବରେ ଏକ ଅଟେ । ସେହିଭଳି ଏକ ପରମାତ୍ମତତ୍ତ୍ୱ ବ୍ରହ୍ମ ଅଧ୍ୟାତ୍ମ କର୍ମ ଅଧିଭୂତ ଅଧିଦୈବ ଏବଂ ଅଧିଯଜ୍ଞ ରୂପେ ଭିନ୍ନଭିନ୍ନ ପ୍ରତୀତ ହେବାପରେ ବି ତତ୍ତ୍ୱତଃ ଏକ ଅଟେ ।
ଶେଷରେ ଏତିକି କୁହାଯାଇପାରେ କି, ଭଗବଦ୍‌ପଦ ଆଦି ଶଙ୍କରାଚାର୍ଯ୍ୟ, ଶ୍ରୀ ରଙ୍ଗ ରାମାନୁଜ ସ୍ୱାମୀଜୀ ଏବଂ ମାଧବାଚାର୍ଯ୍ୟ ମହାଭାଗଆଦି ତିନିଗୋଟି ପ୍ରମୁଖ ବିଦ୍ୱାନଙ୍କର ଦର୍ଶନ ଏବଂ ଶାସ୍ତ୍ର ଅନୁସାରେ ଜଗତର ନିତ୍ୟ, ଅନିତ୍ୟ, ସତ୍ୟ, ଅସତ, ମିଥ୍ୟା, ବ୍ରହ୍ମ ସ୍ୱରୂପ ସିଦ୍ଧି ହୋଇଥାଏ । ଜଗତ-ମିଥ୍ୟା ଶଙ୍କରାଚାର୍ଯ୍ୟଙ୍କର ନୁହେଁ ବରଂ ଉପନିଷଦର ବଚନ ଅଟେ ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.