Last updated on August 13, 2022
ଜାଗ୍ରତ୍ସ୍ୱପ୍ନସୁଷୁପ୍ତିଷୁ ସ୍ଫୁଟତରା ଯା ସଂବିଦୁଜୃମ୍ଭତେ
ୟା ବ୍ରହ୍ମାଦିପିପୀଲିକାନ୍ତତନୁଷୁ ପ୍ରୋତା ଜଗତ୍ ସାକ୍ଷିଣୀ ।
ସୈବାହଂ ନ ଚ ଦୃଶ୍ୟବସ୍ତ୍ବିତି ଦୃଢପ୍ରଜ୍ଞାପି ଯସ୍ୟାସ୍ତି ଚେତ୍
ଚଣ୍ଡାଲୋସ୍ତୁ ସ ତୁ ଦ୍ୱିଜୋସ୍ତୁ ଗୁରୁରିତ୍ୟେଷା ମନୀଷା ମମ॥୧
ଜାଗ୍ରତ, ସ୍ୱପ୍ନ ଓ ସୁଷୁପ୍ତି ଏହି ଅବସ୍ଥା ତ୍ରୟରେ ଯେଉଁ ପ୍ରକୃଷ୍ଟ ଚୈତନ୍ୟ ପ୍ରକଟିତ, ଯେଉଁ ଚୈତନ୍ୟ ବ୍ରହ୍ମାଙ୍କଠାରୁ ଆରମ୍ଭକରି ପିମ୍ପୁଡି ପର୍ଯ୍ୟନ୍ତ ସମସ୍ତ ଶରୀରରେ ପରିବ୍ୟାପ୍ତ ତଥା ସମଗ୍ର ଜଗତର ସାକ୍ଷୀ ସେ ହିଁ ମୁଁ ଅଟେ । ନିଶ୍ଚିତରେ ଦୃଶ୍ୟବସ୍ତୁ ବୋଲି ଦୃଢ ଜ୍ଞାନ ଦୃଷ୍ଟି ଯାହାଙ୍କର ଅଛି, ସେ ଚଣ୍ଡାଳ ହୁଅନ୍ତୁ କି ଦ୍ୱିଜ ବା ବ୍ରାହ୍ମଣ ହୁଅନ୍ତୁ, ସେ ହିଁ ଗୁରୁ ସ୍ଥାନୀୟ । ଏଭଳି ମୋରବୁଦ୍ଧି ଦୃଢ ନିଶ୍ଚୟ ଅଟେ ।
ବ୍ରହ୍ମୈବାହମିଦଂ ଜଗଚ୍ଚ ସକଲଂ ଚିନ୍ମାତ୍ର ବିସ୍ତାରିତଂ
ସର୍ବଂ ଚୈତଦବିଦ୍ୟୟା ତ୍ରିଗୁଣୟା ସେଶଂ ମୟା କଳ୍ପିତମ୍ ।
ଇତ୍ଥଂ ୟସ୍ୟ ଦୃଢା ମତିସ୍ଫୁଖତରେ ନିତ୍ୟେପରେ ନିର୍ମଲେ
ଚଣ୍ଡାଲୋସ୍ତୁ ସ ତୁ ଦ୍ୱିଜୋସ୍ତୁ ଗୁରୁରିତ୍ୟେଷା ମନୀଷା ମମ॥୨॥
ମୁଁ ହିଁ ସେହି ବ୍ରହ୍ମ ଅଟେ, ଏହି ସମସ୍ତ ଜଗତ୍ ମଧ୍ୟ ବ୍ରହ୍ମ ଅଟେ । ଏହି ସମସ୍ତ ମଧ୍ୟରେ କେବଳ ସେହି ବ୍ରହ୍ନ ହିଁ ଚୈତନ୍ୟ ମାତ୍ର ଭାବରେ ବିସ୍ତାରିତ । ଈଶ୍ୱରଙ୍କ ସହିତ ଏହି ସବୁକିଛି ଅବିଦ୍ୟା ଜନିତ ତ୍ରିଗୁଣାତ୍ମିକାମାୟା ଦ୍ୱାରା ମୋର କଳ୍ପନା ମାତ୍ର ଅଟେ । ସେହି ଆନନ୍ଦସ୍ୱରୂପ ନିତ୍ୟ ନିର୍ମଳବ୍ରହ୍ମଙ୍କ ଠାରେ ଏହିପରି ଦୃଢମତି ଯାହାଙ୍କର ରହିଛି, ସେ ଚାଣ୍ଡାଳ ବା ଦ୍ୱିଜ ହୁଅନ୍ତୁ, ସେ ହିଁ ମୋର ଗୁରୁ, ଏହିଭଳି ମୋର ଦୃଢବୁଦ୍ଧିର ସିଦ୍ଧାନ୍ତ ଅଟେ ।
ଶଶ୍ୱନ୍ନଶ୍ୱରମେବ ବିଶ୍ୱମଖତ୍ଳଂ ନିଶ୍ଚିତ୍ୟ ବାଚା ଗୁରୋ
ନିତ୍ୟଂ ବ୍ରହ୍ମ ନିରନ୍ତରଂ ବିମୃଶତା ନିର୍ବ୍ୟାଜଶାନ୍ତାତ୍ମନା ।
ଭୂତଂ ଭାବି ଚ ଦୁଷ୍କୃତଂ ପ୍ରବହତା ସଂବିନ୍ମୟେ ପାବକେ
ପ୍ରାରବ୍ଧାୟ ସମର୍ପିତଂ ସ୍ୱବପୁରିତ୍ୟେଷା ମନୀଷା ମମ॥୩
ଏହି ଅଖିଳ ବିଶ୍ୱ ସର୍ବଦା ନଶ୍ୱର ସ୍ୱଭାବ ବୋଲି ଶ୍ରୀଗୁରୁଙ୍କ ଉପଦେଶ ଦ୍ୱାରା ନିଶ୍ଚୟ ଭାବରେ ଜାଣି ତଥା ନିରନ୍ତର ବିଚାର ଦ୍ୱାରା ଅନ୍ତଃକରଣ ଶାନ୍ତ ଓ ନିଷ୍କପଟ ହୋଇ ନିତ୍ୟ ବ୍ରହ୍ମଙ୍କର ଯେଉଁ ଉପଲବ୍ଧି ବା ଦୃଢଜ୍ଞାନ, ସେହି ପବିତ୍ର ଜ୍ଞାନାଗ୍ନିରେ ଅତୀତ ଓ ଭବିଷ୍ୟତର ସମସ୍ତ ପାପପୁଣ୍ୟ ସମ୍ପୂର୍ଣ୍ଣ ରୂପେ ଦହନ କରି ଯେଉଁ ପୁରୁଷ ପ୍ରବର ନିଜର ଶରୀରକୁ ପ୍ରାରବ୍ଧାଧୀନ କରି ସେହି ଜ୍ଞାନରେ ଉଦ୍ବୁଦ୍ଧ ରୁହନ୍ତି, ସେହିପରି ଯେଉଁ ପୁରୁଷ, ସେ ଚଣ୍ଡାଳ ବା ବ୍ରାହ୍ମଣ ହୁଅନ୍ତୁ, ସେ ହିଁ ମୋର ଗୁରୁ-ଏଭଳି ମୋର ବୁଦ୍ଧିର ସିଦ୍ଧାନ୍ତ ଅଟେ ।
ୟା ତିର୍ୟଙ୍ନରଦେବତାଭିରହମିତ୍ୟନ୍ତଃ ସ୍ଫୁଟା ଗୃହ୍ୟତେ
ୟଦ୍ଭାସା ହୃଦୟାକ୍ଷଦେହବିଷୟା ଭାନ୍ତି ସ୍ୱତୋଚେତନାଃ ।
ତାଂ ଭୋସ୍ୟୈଃ ପିହିତାର୍କମଣ୍ଡଲନିଭାଂ ସ୍ଫୁର୍ତ୍ତିଂ ସଦା ଭାବୟନ୍
ୟୋଗୀ ନିର୍ବୃତମାନସୋ ହି ଗୁରୁରିତ୍ୟେଷା ମନୀଷା ମମ॥୪
ଯେଉଁ ପ୍ରତ୍ୟକ୍ ସ୍ୱରୂପ ସ୍ୱପ୍ରକାଶମାନ୍ ଚେତନା ପଶୁ, ମନୁଷ୍ୟ ଓ ଦେବତା ଇତ୍ୟାଦିଙ୍କ ମଧ୍ୟରେ ‘ମୁଁ’ ଭାବରେ ଅନୁଭୂତ ହୁଅନ୍ତି, ଯାହାଙ୍କର ସ୍ଫୁର୍ତ୍ତି ବା ପ୍ରକାଶ ଦ୍ୱାରା ଅନ୍ତଃକରଣ, ଦେହ, ଇନ୍ଦ୍ରିୟ ତଥା ବିଷୟଗୁଡିକ ସ୍ୱଭାବତଃ ଅଚେତନ ହୋଇ ମଧ୍ୟ ଚେତନ ପରି ପ୍ରକାଶିତ ହୁଅନ୍ତି ଏବଂ ସୂର୍ଯ୍ୟଙ୍କ ଦ୍ୱାରା ସୃଷ୍ଟ ମେଘ ସୂର୍ଯ୍ୟମଣ୍ଡଳକୁ ଆଚ୍ଛାଦିତ କରିବା ସଦୃଶ ଯେ ଅନ୍ତଃକରଣ, ଦେହ, ଇନ୍ଦ୍ରିୟ ଦ୍ୱାରା ଆଚ୍ଛାଦିତ ହେବା ପ୍ରତୀତ ହୁଅନ୍ତି, ସେହି ଚେତନ ସ୍ୱରୂପ ଆତ୍ମାଙ୍କୁ ଯେଉଁ ନିବୃତମାନସ ଜିତେନ୍ଦ୍ରିୟ ସାଧକ ସଦା ଚିନ୍ତନ କରିଥାଏ, ସେ ହିଁ ମୋର ଗୁରୁ, ଏହା ମୋର ବୁଦ୍ଧିର ଦୃଢ ନିଶ୍ଚୟ ।
ୟତ୍ ସୌଖ୍ୟାମ୍ବୁଧିଲେଶଲେଶତ ଇମେ ଶକ୍ରାଦୟୋ ନିର୍ବୃତାଃ
ୟଚ୍ଚିତ୍ତେ ନିତରାଂ ପ୍ରଶାନ୍ତକଲନେ ଲବ୍ଧ୍ବା ମୁନିର୍ନିର୍ବୃତଃ ।
ୟସ୍ମିନ୍ନିତ୍ୟସୁଖାମ୍ବୁଧୌ ଗଲିତଧୀର୍ବ୍ରହ୍ମୈବ ନ ବ୍ରହ୍ମବିତ୍
ୟଃ କଶ୍ନିତ୍ ସ ସୁରେନ୍ଦ୍ରବନ୍ଦିତପଦୋ ନୂନଂ ମନୀଷା ମମ॥୫
ଯେଉଁ ସୁଖସାଗରରୁ କାଣିଚାଏ ମାତ୍ର ପ୍ରାପ୍ତ ହୋଇ ଇନ୍ଦ୍ରାଦି ପ୍ରସିଦ୍ଧ ଦେବତାଗଣ ଆନନ୍ଦିତ ହୁଅନ୍ତି ଅର୍ଥାତ୍ ସ୍ୱର୍ଗସୁଖ ଲାଭ କରନ୍ତି, ଯେଉଁ ସୁଖ ପ୍ରାପ୍ତ ହୋଇ ଚିତ୍ତ ଅତ୍ୟନ୍ତ ପ୍ରଶାନ୍ତ ହୋଇଯାଏ ଏବଂ ମନନଶୀଳ ମୁନି ମୁକ୍ତ ହୋଇଯାଆନ୍ତି, ଯାହାଙ୍କର ବୁଦ୍ଧି ଏହି ନିତ୍ୟ ସୁଖ ସାଗରରେ ନିମଗ୍ନ, ସେ ହିଁ ବ୍ରହ୍ମସ୍ୱରୂପ ଅଟନ୍ତି, ତଥାକଥିତ ବ୍ରହ୍ମବିଦ୍ ବା ବ୍ରହ୍ମଜ୍ଞାନୀ ନୁହଁନ୍ତି । ଏହିପରି ଯଦି କୌଣସି ବ୍ୟକ୍ତି ଥାଆନ୍ତି, ତାଙ୍କର ପଦ ଦେବତାମାନଙ୍କର ସ୍ୱାମୀ ମଧ୍ୟ ବନ୍ଦନା କରନ୍ତି । ନିଃସଶଂୟ ଭାବରେ ଏହା ହିଁ ମୋର ବୁଦ୍ଧିର ସିଦ୍ଧାନ୍ତ ।
Be First to Comment