Press "Enter" to skip to content

ଚରକଙ୍କ ମତରେ ଆୟୁର୍ବେଦୀୟ ହିତୋପଦେଶ : 4

Last updated on February 6, 2021

ପ୍ରଫେସର (ଡା.) ଯଜ୍ଞେଶ୍ୱର ନାଥ

୧) ଲୋକ-ପୁରୁଷ ସାମ୍ୟତା
ଭାରତୀୟ ଦର୍ଶନ କହେ- ‘ଯଥା ପିଣ୍ଡେ ତଥା ବ୍ରହ୍ମାଣ୍ଡେ।’ ଚରକଙ୍କ ମତରେ- ପୁରୁଷୋଽଯହି ଲୋକସଂମତଃ। ଯାବନ୍ତୋହି ଲୋକେ (ମୂର୍ତ୍ତିମନ୍ତୋ) ଭାବବିଶେଷା ସ୍ତାବନ୍ତଃ ପୁରୁଷେ ଯାବନ୍ତଃ ପୁରୁଷେ ତାବନ୍ତୋ ଲୋକେ।….( ଚ ଶାରୀର-୫-୩)
ଏହି ପୁରୁଷ ଲୋକ(ଜଗତ)ର ସମାନ ଅଟେ। ଏହା ଭଗବାନ ଆତ୍ରେୟ ପୁନର୍ବସୁ ଆତ୍ରେୟ କହିଛନ୍ତି। କାରଣ ଲୋକରେ ଯେତେ ମୂର୍ତ୍ତିମାନ ଭାବ ଅର୍ଥାତ୍ ସ୍ୱରୂପ ରହିଛି, ତାହା ପୁରୁଷ(ଜୀବିତ ଶରୀର)ର ମଧ୍ୟ ରହିଛି ଏବଂ ଯେତେ ଭାବ ବିଶେଷ ପୁରୁଷଙ୍କର ରହିଛି,ସେତେ ଭାବ ଲୋକରେ ଅଛି। ଛଅ ଧାତୁ ମିଶି ଲୋକ ସଂଜ୍ଞାକୁ ପ୍ରାପ୍ତହୁଏ, ଯଥା-୧) ପୃଥିବୀ, ୨) ଜଳ, ୩) ଅଗ୍ନି, ୪) ବାୟୁ, ୫) ଆକାଶ ଏବଂ ୬)ଅବ୍ୟକ୍ତ ବ୍ରହ୍ମ। ଏହି ଷଡ୍ ଧାତୁ ମିଳିତ ହୋଇ ପୁରୁଷ ସଂଜ୍ଞା ପ୍ରାପ୍ତ ହୁଏ।
ବିମର୍ଶ – ଏଠାରେ ବ୍ରହ୍ମ ଅବ୍ୟକ୍ତ ଅଟେ। ଚରକଙ୍କର ଏହି ଦୃଷ୍ଟିକୋଣ ଅଦ୍ୱୈତବ୍ରହ୍ମ ସହ ସମାନ। (ଚ.ଶା.୫-୫)
୨) ତସ୍ୟ ପୁରୁସ୍ୟ ପୃଥିବୀ ମୂର୍ତ୍ତିଃ, ଆପଃ କ୍ଳେଦଃ, ତେଜୋଽଭି ସନ୍ତାପଃ, ବାୟୁଃ ପ୍ରାଣଃ, ବିୟତ୍ ସୁରାଣି, ବ୍ରହ୍ମ ଅନ୍ତରାତ୍ମା।
ଯଥା ଖଳୁ ବ୍ରାହ୍ମୀ ବିଭୂତିର୍ଲୋକେ ତଥା ପୁରୁଷେଽପ୍ୟାନ୍ତରାତ୍ମିଜୀ ବିଭୂତିଃ।
xxxxxxx
ଯଥା କୃତଯୁଗମେବଂ ବାଲ୍ୟଂ ଯଥା କଳିରେବମାତୁର୍ଯ୍ୟଂ,
ଯଥାଯୁଗାନ୍ତସ୍ତଥା ମରଣମିତି।
ଏବ ମେତେ ନାନୁ ମାନେନାନୁକ୍ତା ନାମପି ଲୋକ ପୁରୁଷୟୋରବୟବ ବିଶେଷାଣାମଗ୍ନିବେଶ! ସାମାନ୍ୟଂ ବିଦ୍ୟାଦିତି। (ଚ.ଶା.୫-୫)
୩) ଲୋକଗତ ଭାବ ପୁରୁଷଗତ ଭାବ
୧) ପୃଥିବୀ ମୂର୍ତ୍ତି
୨) ଆପ୍ କେନ୍ଦ୍ର
୩) ତେଜ ଅଭିସନ୍ତାପ
୪) ବାୟୁ ପ୍ରାଣ
୫) ବିଜୟତ(ଆକାଶ) ସୁସିର(ଶୂନ୍ୟସ୍ଥାନ)
୬) ବ୍ରହ୍ମ ଅନ୍ତରାତ୍ମା
୭) ବ୍ରାହ୍ମୀଙ୍କ ବିଭୂତି ଅନ୍ତରାତ୍ମାର ବିଭୂତି
୮) ବ୍ରହ୍ମାବିଭୂତି ପ୍ରଜାପତି ଆତ୍ମ ବିଭୂତି ମନ
୯) ଇନ୍ଦ୍ର ଅହଂକାର
୧୦) ଆଦିତ୍ୟ ଆଦାନ
୧୧) ରୁଦ୍ର ରୋଷ
୧୨) ସୋମ ପ୍ରସାଦ
୧୩) ବସୁ ସୁଖ
୧୪) ଅଶ୍ୱିନୀକୁମାର କାନ୍ତି
୧୫) ମରୁତ ଉତ୍ସାହ
୧୬) ବିଶ୍ୱଦେବ ଇନ୍ଦ୍ରିୟ ଏବଂ ଇନ୍ଦ୍ରିୟାର୍ଥ
୧୭) ତମ ମୋହ
୧୮) ଜ୍ୟୋତି ଜ୍ଞାନ
୧୯) ସୃଷ୍ଟି ଗର୍ଭାଧାନ
୨୦) କୃତଯୋଗ ବାଲ୍ୟାବସ୍ଥା
୨୧) ତ୍ରେତା ଯୁବାବସ୍ଥା
୨୨) ଦ୍ୱାପର ବୃଦ୍ଧାବସ୍ଥା
୨୩) କଳିଯୁଗ ରୋଗହେବା
୨୪) ଯୁଗାନ୍ତ ମରଣ
ମନୁଷ୍ୟ ଶରୀରକୁ ଷଡଙ୍ଗ କୁହାଯାଏ । ଯଥା-ଦୁଇବାହୁ, ଦୁଇଜଙ୍ଘ, ଶିର ଓ ଗ୍ରୀବା, ଅନ୍ତରାଧି(ମଧ୍ୟ ଶରୀର)। ଏହି ପ୍ରକାର ଛଅ ଅଙ୍ଗ ଅଟେ । (ଚ.ଶା.୭-୫)
ଚରକଙ୍କ ମତରେ ମାନବ ଶରୀରର ଅସ୍ଥିସଂଖ୍ୟା ୩୬୦। (ଚ.ଶା.୭-୬)
ହୃଦୟ ଚେତନାଧିଷ୍ଠାନ ମେକମ୍ । ହୃଦୟ ଶରୀରର ଚେତନା ସ୍ଥାନ ଅଟେ । (ଚ.ଶା.୭-୮)
୪) ନିବୃତ୍ତି ରପବର୍ଗଃ, ତତ୍ ପରଂ ପ୍ରଶାନ୍ତଂ ତତ୍ତଦକ୍ଷରଂ ଚିଦ୍ ବ୍ରହ୍ମ ସ ମୋକ୍ଷଃ। ନିବୃତ୍ତିର ଲକ୍ଷଣ- ନିବୃତ୍ତି ମାର୍ଗକୁ ଅପବର୍ଗ କୁହାଯାଏ। ଏହି ଅପବର୍ଗ ସର୍ବଶ୍ରେଷ୍ଠ ଏବଂ ଅତ୍ୟନ୍ତ ଶାନ୍ତ, ଅବିନାଶୀ ଏବଂ ବ୍ରହ୍ମ ସ୍ୱରୂପ ଅଟେ। ତାକୁ ମୋକ୍ଷ କୁହାଯାଏ।(ଚ.ଶା.୭-୧୫)
ଲୋକେ ବିତତମାତ୍ମାନଂ ଲୋକଂ ଚାତ୍ମନି ପଶ୍ୟତଃ।
ପରାବର ଦୃଶଃ ଶାନ୍ତି ତ୍ରାନ ମୂଳା ନ ନଶ୍ୟତି। (ଚ.ଶା.୫-୨୦)
ସମାନତାର ଫଳ- ଲୋକରେ ନିଜକୁ ଏବଂ ନିଜ ମଧ୍ୟରେ ଲୋକକୁ ବ୍ୟାପ୍ତ ଦେଖିଲେ ବ୍ରହ୍ମ ଏବଂ ମହଦାଦି ପ୍ରକୃତିକୁ ବୁଝୁଥିବା ତତ୍ତ୍ୱଦର୍ଶୀ ପୁରୁଷର ଜ୍ଞାନ ଜନିତ ଶାନ୍ତି କେବେ ନଷ୍ଟ ହୁଏନାହିଁ।
ପଶ୍ୟତଃ ସର୍ବଭାବାନ୍ ହି ସର୍ବାବସ୍ଥାରୁ ସର୍ବଦା। ବ୍ରହ୍ମ ଭୂତସ୍ୟ ସଂଯୋଗେ ନ ଶୁଦ୍ଧସ୍ୟୋପପତ୍ୱାତମ ।(ଚ.ଶା.୫-୨୧)
ସର୍ବଦା ସମସ୍ତ ଜାଗ୍ରତ, ସ୍ୱପ୍ନ, ସୁଷୁପ୍ତି ଅବସ୍ଥାରେ ସମସ୍ତ ଲୋକ ଏବଂ ଶରୀରଗତ ଭାବକୁ ତୁଲ୍ୟ ରୂପରେ ଦେଖି ଜୀବନ୍ମୁକ୍ତ ଶୁଦ୍ଧ(ରଜ ଓ ତମ ରହିତ) ପୁରୁଷର ଧର୍ମ(ସୁଖ) ଅଧର୍ମ(ଦୁଃଖ)ର ସଂଯୋଗ(ସମ୍ବନ୍ଧ) ହୁଏନାହିଁ।
ନାତ୍ମନଃ କରଣୀଭାବାଲ୍ଲିଙ୍ଗମପ୍ୟୁପଲଭ୍ୟତେ। ସ ସର୍ବକରଣାଯୋଗାନ୍ମୁକ୍ତ ଇତ୍ୟଭିଧୀୟତେ। (ଚ.ଶା.୫-୨୨)
ମୁକ୍ତର ସ୍ୱରୂପ – କରଣ(ଶ କାର ମନ ଏବଂ ଇନ୍ଦ୍ରିୟ)ର ଅଭାବ ହେଲେ ଆତ୍ମାର ଚିହ୍ନ ମଧ୍ୟ ମିଳେ ନାହିଁ। ତେବେ ପୁରୁଷ ସମସ୍ତ କରଣ(ମନ, ଶରୀର) ଆଦିର ତ୍ୟାଗ କଲେ ମୁକ୍ତ କୁହାଯାଏ।
ମୁକ୍ତିର ପର୍ଯ୍ୟାୟ- ବିପାଣ, ବିରଜ, ଶାନ୍ତ, ପର, ଅକ୍ଷର, ଅବ୍ୟୟ, ଅଚ୍ୟୁତ, ବ୍ରହ୍ମ, ନିର୍ବାଣ, ବ୍ରହ୍ମ, ନିର୍ବାଣ ଏବଂ ଶାନ୍ତି ମୋକ୍ଷର ପର୍ଯ୍ୟାୟ କୁହାଯାଏ।
ଶରୀର ବିଚୟ(ଜ୍ଞାନ)ର ମହତ୍ତ୍ୱ – ହେ ସୌମ୍ୟ! ଏହି ଶକାର ବିଚୟ ନାମକ ବିଜ୍ଞାନ ଅଟେ। ଏହି ଜ୍ଞାନର ସନ୍ଦେହରହିତ ମୁନିଗଣ ମୋହ (ତମ) ଏବଂ ରଜ(ରାଗ)ରୁ ପୃଥକ ହୋଇ ପ୍ରଶମ(ମୋକ୍ଷ) ପ୍ରାପ୍ତ ହେଲେ। (ଚ.ଶା.୫-୨୪)
ମୋ. ନଂ: ୭୦୦୮୫୮୦୯୦୧

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.