Press "Enter" to skip to content

ଗଙ୍ଗାରେ ବିସର୍ଜିତ ଅସ୍ଥି ଯାଏ କୁଆେଡ ?

Last updated on October 7, 2020

ହର ହର ଗଙ୍ଗେ !! ଜୟ ଜୟ ଗଙ୍ଗେ !!!
ପତିତପାବନୀ ଗଙ୍ଗା ଦେବନଦୀ । କାରଣ ଶାସ୍ତ୍ରାନୁସାରେ ଗଙ୍ଗା ସ୍ୱର୍ଗରୁ ଧରିତ୍ରୀକୁ ପ୍ରବାହିତ ହୋଇଛନ୍ତି । ଗଙ୍ଗା ଶ୍ରୀହରି ବିଷ୍ଣୁଙ୍କ ଚରଣରୁ ନିଃସୃତ ହୋଇ ଭଗବାନ ଶିବଙ୍କର ଜଟାରେ ପ୍ରବେଶ କରିଛନ୍ତି, ଏହା ଶାସ୍ତ୍ର ବ୍ୟକ୍ତ କରିଛନ୍ତି ।
ଶ୍ରୀହରି ଓ ଭଗବାନ ଶିବଙ୍କ ମଧ୍ୟରେ ଘନିଷ୍ଠ ସମ୍ବନ୍ଧ ସହିତ ଗଙ୍ଗାକୁ ପତିତପାବନୀ ଆଖ୍ୟା ଦିଆଯାଇଛି । ଗଙ୍ଗାରେ ସ୍ନାନ କଲେ ମନୁଷ୍ୟର ସମସ୍ତ ପାପ ନାଶ ହୋଇଯାଇଥାଏ, ଏଭଳି ମାନ୍ୟତା ରହିଆସିଛି ।
ଏକଦା ଦେବୀଗଙ୍ଗା ଶ୍ରୀହରିଙ୍କୁ ଅଭିଯୋଗ କରିବା ପାଇଁ ବୈକୁଣ୍ଠଧାମ ଗଲେ, ଆଉ କହିଲେ, ପ୍ରଭୁ ! ମୋ’ଜଳରେ ସ୍ନାନ କରିବା ଦ୍ୱାରା ସମସ୍ତଙ୍କର ପାପ ନାଶ ହୋଇଯାଏ, ତେବେ ମୁଁ ଏହିସବୁ ପାପର ବୋଝ କିପରି ବହନ କରିବି ? ମୋ ପାଖରେ ଯେଉଁ ପାପସମୂହ ଜମାଟ ବାନ୍ଧି ରହିବେ, ମୁଁ ତାହାକୁ କିପରି କ୍ଷୟ କରିବି ?
ଏହା ଶୁଣି ଶ୍ରୀହରି ସ୍ମିତହସି କହିଲେ, ‘ଦେବୀ ଗଙ୍ଗେ! ଯେତେବେଳେ ସାଧୁସନ୍ଥ, ବୈଷ୍ଣବ ଆସି ତୁମ ଜଳରେ ସ୍ନାନ କରିବେ, ସେତେବେଳେ ତୁମର ମଧ୍ୟ ସମସ୍ତ ପାପ ନାଶ(ଧୋଇ) ହୋଇଯିବ ।’
ଗଙ୍ଗାନଦୀ ଏତେ ପବିତ୍ର ଯେ ପ୍ରତ୍ୟେକ ହିନ୍ଦୁର ଅନ୍ତିମ ଇଚ୍ଛା ଥାଏ, ଗଙ୍ଗାରେ ହିଁ ତାର ଅସ୍ଥି ବିସର୍ଜନ କରାଯାଉ, କିନ୍ତୁ ଏହି ଅସ୍ଥିସବୁ ଯାଏ କେଉଁଆଡେ ?
ବୈଜ୍ଞାନିକମାନେ ମଧ୍ୟ ଏହାର ଉତ୍ତର ସ୍ପଷ୍ଟଭାବେ ଦେଇପାରି ନାହାଁନ୍ତି କାରଣ ଅସଂଖ୍ୟ ମାତ୍ରାରେ ଅସ୍ଥି ବିସର୍ଜନ ହେବା ପରେ ମଧ୍ୟ ଗଙ୍ଗା ଜଳ ପବିତ୍ର ଓ ପରମପାବନୀ ହୋଇ ରହି ଆସିଛି । ଗଙ୍ଗାସାଗର ପର୍ଯ୍ୟନ୍ତ ଅନ୍ୱେଷଣ କରିବା ପରେ ମଧ୍ୟ ଏହି ପ୍ରଶ୍ନର ଉତ୍ତର ମିଳିପାରୁ ନାହିଁ ।
ସନାତନ ଧର୍ମାନୁସାରେ ମୃତ୍ୟୁ ପରେ ଆତ୍ମାର ଶାନ୍ତି ନିମିତ୍ତ ମୃତ ବ୍ୟକ୍ତିର ଅସ୍ଥି ଗଙ୍ଗାରେ ବିସର୍ଜନ କରିବାକୁ ଶ୍ରେଷ୍ଠତମ ମାନ୍ୟତା ଦିଆଯାଇଛି । ଏହି ଅସ୍ଥିସବୁ ସିଧା ଯାଇ ଭଗବାନ ବିଷ୍ଣୁଙ୍କ ଚରଣରେ ବୈକୁଣ୍ଠଧାମରେ ପହଞ୍ଚିଯାଏ,ଏପରି ବିଶ୍ୱାସ ରହିଛି । ଯେଉଁ ବ୍ୟକ୍ତିର ଅନ୍ତିମ ସମୟ ଗଙ୍ଗା ନଦୀ ସମୀପରେ ହୋଇଥାଏ, ତାହାକୁ ମରଣୋପରାନ୍ତ ମୁକ୍ତି ପ୍ରାପ୍ତି ହେଉଥିବା କଥାକୁ ବିଶ୍ୱାସ ମଧ୍ୟ କରାଯାଏ । ଏହି କଥାରୁ ଗଙ୍ଗାମାତାଙ୍କ ପ୍ରତି ହିନ୍ଦୁମାନଙ୍କର ଆସ୍ଥା ଦୃଢହେବା ସ୍ୱାଭାବିକ ।
ବୈଜ୍ଞାନିକ ଦୃଷ୍ଟିରେ ଦେଖିଲେ, ଗଙ୍ଗା ଜଳରେ ପାରଦ ଅର୍ଥାତ୍ ମର୍କୁରୀ ରହିଛି, ଯାହାର ସଂସ୍ପର୍ଶରେ ଆସି ହାଡରେ ଥିବା କ୍ୟାଲସିୟମ୍ ଓ ଫସ୍ଫରସ୍ ଜଳରେ ମିଳାଇଯାଏ । ଆଉ ତାହା ଜଳଜୀବମାନଙ୍କ ପାଇଁ ପୌଷ୍ଟିକ ଆହାରରେ ପରିଣତ ହୋଇଥାଏ । ହାଡରେ ଗନ୍ଧକ(ସଲଫର) ମଧ୍ୟ ରହିଥାଏ, ଯାହାକି ପାରା ସଂସ୍ପର୍ଶରେ ଆସି ପାରଦରେ ପରିଣତ ହୋଇଯାଏ ।
ଏହି ଉଭୟେ ମିଶି ମର୍କୁରୀ ସଲଫାଇଡ୍ ସଲ୍ଟ ତିଆରି କରିଥାନ୍ତି । ହାଡରେ ରହିଥିବା ଅବଶିଷ୍ଟ କ୍ୟାଲସିୟମ୍ ଜଳକୁ ସ୍ୱଚ୍ଛ ରଖିବାରେ ମୁଖ୍ୟ ଭୂମିକା ମଧ୍ୟ ଗ୍ରହଣ କରିଥାଏ । ଧାର୍ମିକ ଦୃଷ୍ଟିରେ କହିଲେ, ପାରଦ ଶିବଙ୍କ ପ୍ରତୀକ ଆଉ ଗନ୍ଧକ ଶକ୍ତିର ପ୍ରତୀକ ଅଟେ । ଅତଃ ଏହି ସମସ୍ତ ଜୀବ ଶେଷରେ ଶିବ ଓ ଶକ୍ତିଙ୍କ ସହିତ ବିଲୀନ ହୋଇ ଯାଆନ୍ତି ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.