Press "Enter" to skip to content

ଭଗବାନ୍ ସ୍ୱୟଂ ଭକ୍ତର ରକ୍ଷା କରନ୍ତି

Last updated on July 17, 2020

ମୋର ଜଣେ ମିତ୍ର ବ୍ରହ୍ମଚାରୀ ଭଗବାନ୍ ଶ୍ରୀକୃଷ୍ଣଙ୍କ ଉପାସକ ଥିଲେ । ସେ କିସ୍କିନ୍ଧାରେ ଜନୈକ ମହାତ୍ମା ସିଦ୍ଧ ପୁରୁଷଙ୍କୁ ଜାଣିଥିଲେ ଆଉ ତାଙ୍କଠାରୁ ଶିକ୍ଷା ଗ୍ରହଣ କରିବାପାଇଁ ଯାଉଥିଲେ । ଏକଦା ମାର୍ଗରେ ଯିବା ସମୟରେ ତାଙ୍କୁ ପ୍ରବଳ ତୃଷା ଲାଗିଲା । ତାଙ୍କ ଗଳା ଶୁଷ୍କ ହେବାରେ ଲାଗିଲା । ଲୋଟା ଓ ଦଉଡି ତାଙ୍କ ନିକଟରେ ଥିଲା । କିନ୍ତୁ ସେ କୂଅ ପାଖକୁ ଯାଇ ଜାଣିଲେ ଯେ, କୂଅଟି ବହୁତ ଗଭୀର, ତାଙ୍କ ଦଉଡିଟି ଅତି କ୍ଷୁଦ୍ର । ସେ ନିରାଶ ହୋଇ ସେଠାରେ ବସିଗଲେ । ଅତ୍ୟଧିକ ତୃଷା କାରଣରୁ ତାଙ୍କ ପ୍ରାଣ ଅତ୍ୟନ୍ତ ଛଟପଟ ହେଲା–ଏପରି ଜଣାପଡୁଥିଲା ଯେପରି ପାଞ୍ଚ ଦଶ ମିନିଟ୍ ଭିତରେ ତାଙ୍କ ପ୍ରାଣ ବାୟୁ ଚାଲିଯିବ । ସେତେବେଳେ ସେ ‘ହା କୃଷ୍ଣ! ହା କୃଷ୍ଣ!’ ବୋଲି ଡାକିବାକୁ ଲାଗିଲେ । ଏହା ଭିତରେ ଏକ ବାଳକ ଏକା ଏକା ତାଙ୍କ ନିକଟକୁ ଆସି କହିଲା–‘ମୋତେ ତୁମର ଲୋଟା ଡୋର ଦେଇଦିଅ । ମୁଁ ଜଳ ଆଣିଦେଉଛି ।’ ବାସ୍ ବ୍ରହ୍ମଚାରୀଙ୍କ ଲୋଟା ଓ ଡୋର ନେଇ ସେହି ବାଳକଟି ସେ କୂଅରୁ ଜଳ ନେଇଆସିଲା ଆଉ ତାଙ୍କୁ ପିଆଇ ଦେଲା । ତାପରେ ସେହି ବାଳକଟି କହିଲା–‘ତୁମେ ଯେଉଁ ସାଧୁଙ୍କ ନିକଟକୁ ଯାଉଅଛ, ସେ ତ ମହାପାଖଣ୍ଡୀ ଅଟନ୍ତି ।’ ବ୍ରହ୍ମଚାରୀ ପଚାରିଲେ–‘ତୁମେ ତ ଛୋଟ ବାଳକ, ତୁମକୁ ସେ ସାଧୁଙ୍କ ପାଖଣ୍ଡତା କିପରି ଜଣାପଡିଲା? ଆଉ ତୁମେ ରହୁଛ କେଉଁଠି?’ ସେ ଉତ୍ତର ଦେଲେ–‘ମୁଁ ଏଠାରେ ଜଙ୍ଗଲରେ ଗାଈ ଚରାଏ ଆଉ ସେହି ସାଧୁଙ୍କୁ ଭଲଭାବରେ ଜାଣିଛି ।’ ଏହାପରେ ଯେତେବେଳେ ବ୍ରହ୍ମଚାରୀ ସାବଧାନ ହୋଇଗଲେ, ସେତେବେଳେ ସେହି ବାଳକକୁ ଆଉ ସେଠାରେ ଦେଖିବାକୁ ପାଇଲେ ନାହିଁ ବରଂ ଯେତେବେଳେ କୂଅ ପାଖକୁ ଯାଇ ପୁଣିଥରେ ଲୋଟାରେ ଫାଶ ଦେଇ କୂଅ ଭିତରକୁ ପକାଇଲେ ସେତେବେଳେ ପୂର୍ବବତ୍ କୂଅଟି ବହୁତ ଗଭୀର ଲାଗିଲା ଆଉ ଦଉଡି କ୍ଷୁଦ୍ର ଲାଗିଲା ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.