Press "Enter" to skip to content

ଅଧର୍ମର ଦୁଷ୍ପରିଣାମ

Last updated on July 17, 2020

ଗୋଟିଏ ଗାଁରେ ଏକ ତେଜରାତି ଦୋକାନ ଥିଲା । ତାର ଠିକ୍ ସାମ୍ନାରେ ଏକ ମିଠା ଦୋକାନ ଥିଲା । ଉଭୟଙ୍କ ଦୋକାନ ସାମ୍ନା ସାମ୍ନି ଥିଲା । ଉଭୟଙ୍କ ମଧ୍ୟରେ ତେଜରାତି ଦୋକାନୀ ସଚ୍ଚୋଟ ଭାବରେ ଧର୍ମପୂର୍ବକ ସଉଦାପତ୍ର ବିକ୍ରି କରୁଥିଲା ଆଉ ମିଠା ଦୋକାନୀ କ୍ଷୀରରେ ପାଣି ମିଶାଇ ଠକଙ୍କ ଭଳି ଅଧର୍ମ ପୂର୍ବକ ବ୍ୟବହାର କରୁଥିଲା । ଅଳ୍ପଦିନ ମଧ୍ୟରେ ମିଠା ଦୋକାନୀ ଧନବାନ୍ ହୋଇଗଲା ଆଉ ତେଜରାତି ଦୋକାନୀ ଗରିବ ହୋଇ ରହିଗଲା । ତେଜରାତି ଦୋକାନୀ ଏ ବିଷୟରେ ପଣ୍ଡିତମାନଙ୍କୁ ପ୍ରଶ୍ନ କଲା କି, ‘ଧନ କିଭଳି ଉପାର୍ଜନ ହୋଇଥାଏ?’ ଏହାର ଉତ୍ତର ଥିଲା, ‘ଧର୍ମ ଦ୍ୱାରା ଧନ ଲାଭ ହୋଇଥାଏ’ ସେ ବୁଝିପାରିଲା ନାହିଁ କାରଣ ତାର ପଡୋଶୀ ମିଠା ଦୋକାନୀ ତ ଅଧର୍ମ ରୂପେ ମାଲଦାର୍ ହୋଇଯାଇଥିଲା । ଦିନେ ଜନୈକ ବିରକ୍ତ ମହାତ୍ମା ଆସିଲେ । ତାଙ୍କୁ ମଧ୍ୟ ତେଜରାତି ଦୋକାନୀ ଏହି ପ୍ରଶ୍ନ ପଚାରିଥିଲା । ମହାତ୍ମା ନିରବ ହୋଇଗଲେ ଆଉ ସେହିଠାରେ ରହିବାକୁ ଲାଗିଲେ । କିଛି ଦିନ ପରେ କହିଲେ–‘ତୁମେ ଗଙ୍ଗା ସ୍ନାନ କରିବାକୁ ଚାଲ ।’ ସେଠାରେ ପହଞ୍ଚି ମହାତ୍ମା ଗଙ୍ଗା ତଟରେ ଏକ ବ୍ୟକ୍ତିର ଉଚ୍ଚତା ବିଶିଷ୍ଟ ଗର୍ତ୍ତ ଖୋଳିପକାଇଲେ ଆଉ ତେଜରାତି ଦୋକାନୀକୁ କହିଲେ ତା ଭିତରେ ଯାଇ ଛିଡା ହେବାପାଇଁ । ତେଜରାତି ଦୋକାନୀ ଛିଡା ହୋଇଯିବାପରେ ସେ ଅନ୍ୟମାନଙ୍କୁ ସେହି ଗର୍ତ୍ତରେ ଜଳ ପୂର୍ଣ୍ଣ କରିଦେବାକୁ କହିଲେ । ଶହେ-ଦୁଇଶହ ଗରା ଜଳ ଢ଼ାଳିଦେବାପରେ ତେଜରାତି ଦୋକାନୀର ଗଳା ପର୍ଯ୍ୟନ୍ତ ଜଳପୂର୍ଣ୍ଣ ହୋଇଗଲା । ଏହା ଦେଖି ସେ କହିଲା, ବର୍ତ୍ତମାନ ଯଦି ଆଉ ଦୁଇ ଚାରି ଗରା ଜଳ ଢ଼ଳାଯାଏ ତେବେ ତ ମୁଁ ବୁଡି ମରିଯିବି । ମହାତ୍ମା କହିଲେ–‘ଯଦି ଶହେ ଗରା ଜଳ ଢ଼ାଳିବାପରେ ବି ତୁମେ ମରିନାହଁ ତେବେ ଆଉ ଦୁଇ ଚାରି ଗରା ଜଳ ଢ଼ାଳିଦେଲେ ତୁମେ କିପରି ମରିଯିବ? ପୁଣି ଉପଦେଶ କରିଛନ୍ତି ଦେଖ, ଏହି ଜଳ ଭଳି ଯେପର୍ଯ୍ୟନ୍ତ ପାପ ମନୁଷ୍ୟର କଣ୍ଠପର୍ଯ୍ୟନ୍ତ ରହିଥାଏ, ସେପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥାଏ, ହେଲେ ଯେତେବେଳେ ଏହା ଆଗକୁ ବଢ଼େ ଆଉ ଅଣନିଃଶ୍ୱାସୀ ଲାଗେ, ସେତେବେଳେ ଏହାର ଦୁଷ୍ପରିଣାମ ଜଣାପଡିଥାଏ । ଏହିଭଳି ଯେତେବେଳେ ଅଧର୍ମ ଉପାର୍ଜିତ ସମ୍ପତ୍ତିକୁ ଚୋର ଚୋରାଇ ନେଇଥାଏ, ଅଗ୍ନି ଭସ୍ମ କରିଦେଇଥାଏ, ଅଥବା ରୋଗ ଅବା ମକଦ୍ଦମା ସମାପ୍ତ କରିଦେଇଥାଏ, ସେତେବେଳେ ଏହାର ଦୁଷ୍ପରିଣାମ ଜଣାଯାଏ । ବାସ୍ତବରେ ତ ଧର୍ମଦ୍ୱାରା ହିଁ ଧନ ରକ୍ଷା ହୋଇଥାଏ ।’

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.