ଅକ୍ରନ୍ କର୍ମ କର୍ମକୃତଃ ସହ ବାଚା ମୟୋଭୁବା ।ଦେବେଭ୍ୟଃ କର୍ମ କୃତ୍ୱାସ୍ତଂ ପ୍ରେତ ସଚାଭୁବଃ ॥ (ଯଜୁର୍ବେଦ -୩/୪୭) ଭାବାର୍ଥ : ଆଳସ୍ୟକୁ ତ୍ୟାଗ କରି ପୁରୁଷାର୍ଥୀ ହୁଅ, ମୂର୍ଖତାକୁ ତ୍ୟାଗ କରି ବେଦଜ୍ଞାନ ପ୍ରାପ୍ତ ହୁଅ, ମଧୁର ବଚନ କୁହ, ପରସ୍ପର ମିଶି ଜଣେ ଅପରର ସହାୟତା କର । ଏହା ଦ୍ୱାରା ଇହଲୌକିକ ଓ ପାରଲୌକିକ ସୁଖକୁ ଅବଶ୍ୟ ପ୍ରାପ୍ତି ହୋଇପାରିବ ।ବ୍ୟାଖ୍ୟା : ବେଦ ଜ୍ଞାନ-ବିଜ୍ଞାନର ଅଜସ୍ର ଭଣ୍ଡାର ଅଟେ । ବେଦ ଜ୍ଞାନର ପରିପୁଷ୍ଟିରେ ମନୁଷ୍ୟ ଜୀବନର…
Posts tagged as “ବୈଦିକ ମନ୍ତ୍ର”
ଉତ୍ ତିଷ୍ଠ ବ୍ରହ୍ମଣସ୍ପତେ ଦେବାନ ଯଜ୍ଞେନ ବୋଧୟ।ଆୟୁଃ ପ୍ରାଣଂ ପ୍ରଜାଂ ପଶୂନ୍ କୀର୍ତ୍ତିଂ ଯଜମାନଂ ଚ ବର୍ଧୟ।।(ଅଥର୍ବବେଦ-୧୯/୬୩/୧) ଭାବାର୍ଥ : ବ୍ରାହ୍ମଣମାନେ ନିଜେ ସାବଧାନ ରହିବା ସହ ନିଜ ଯଜମାନଙ୍କୁ ଦୁଷ୍କର୍ମରୁ ନିବୃତ୍ତ କରି ରଖିବା ଦରକାର, ଯଦ୍ଦ୍ୱାରା ସମସ୍ତଙ୍କର କଲ୍ୟାଣ ହେବ ଆଉ ସମସ୍ତଙ୍କର ଆୟୁ, ପ୍ରାଣ, ଧନ-ଧାନ୍ୟ, କୀର୍ତ୍ତି, ସୁଖ, ଶାନ୍ତି ବୃଦ୍ଧିହେବ। ବ୍ୟାଖ୍ୟା : ସମାଜରେ ସମସ୍ତ ନାଗରିକ ଜ୍ଞାନବାନ୍, ଶୀଳବାନ୍, ସଂସ୍କାରବାନ୍ ହୁଅନ୍ତୁ, ଇନ୍ଦ୍ରିୟ ସଂଯମ, ଅର୍ଥ ସଂଯମ, ସମୟ…
ଯାଂ ରକ୍ଷନ୍ତ୍ୟସ୍ୱପ୍ନା ବିଶ୍ୱଦାନୀଂ ଦେବା ଭୂମିଂ ପୃଥିବୀମପ୍ରମାଦମ୍ ।ସା ନୋ ମଧୁ ପ୍ରିୟଂ ଦୁହାମଥୋ ଉକ୍ଷତୁ ବର୍ଚସା ।।(ଅଥର୍ବ ବେଦ-୧୨/୧/୭) ଭାବାର୍ଥ : ଆଳସ୍ୟ ଓ ପ୍ରମାଦ ସମ୍ପନ୍ନ ବ୍ୟକ୍ତି ଯେଉଁ ଦେଶରେ ଥାଅାନ୍ତି, ସେହି ଦେଶ ଗୋଲାମ ହୋଇଯାଏ, ଅତଃ ରାଷ୍ଟ୍ର ନିର୍ମାଣ ପାଇଁ ଆମେ ସମସ୍ତ ନାଗରିକ କର୍ମଶୀଳ ଓ ଜାଗ୍ରତ ହେବା । ବ୍ୟାଖ୍ୟା : ରାଷ୍ଟ୍ରର ଉନ୍ନତି ନିମିତ୍ତ ଆଧ୍ୟାତ୍ମିକ, ଚାରିତ୍ରିକ, ସାଂସ୍କୃତିକ, ଆର୍ଥିକ, ଔଦ୍ୟୋଗିକ ସମସ୍ତ କ୍ଷେତ୍ରରେ ପ୍ରଗତି ଅପେକ୍ଷିତ ହୋଇଥାଏ । ତେବେ…