Press "Enter" to skip to content

Posts tagged as “ଶ୍ରୀମନ୍ଦିର”

ଶ୍ରୀମନ୍ଦିରରେ ଶିଳାବ୍ରହ୍ମ

ରଜତ୍ କର (ଖ) ବର୍ତ୍ତମାନ ବଟମୂଳର ଏକ କୋଠରିରେ ଅବହେଳିତ ତଥା ସର୍ବସାଧାରଣଙ୍କ ଅଗୋଚରରେ ରହିଛି ଏହି କ୍ଷୁଦ୍ର ପ୍ରସ୍ତର ଖୋଦିତ ତ୍ରିମୂର୍ତ୍ତି। ଏହିଭଳି ଚତୁର୍ଭୁଜ ତ୍ରିମୂର୍ତ୍ତି ବାଗଲଦେବୀ ପ୍ରତିଷ୍ଠିତ ବାଗଲପୁରର ତୁରିନ୍ତରାରେ ରହିଛନ୍ତି। ଏହି ମୂର୍ତ୍ତିମାନଙ୍କ ହସ୍ତ ଭଗ୍ନ ହେବାରୁ ସେମାନଙ୍କୁ ଦ୍ବିଭୂଜ କରାଯାଇ ମରାମତି କରାଯାଇଛି। ଏହାର ଅଳ୍ପ ଦୂରରେ ଥିବା ଶିଶିଲୋ ଗ୍ରାମର ଏକ ଗରିବ ପୁଷ୍କରିଣୀରୁ ଉଦ୍ଧାର କରାଯାଇ ତ୍ରିମୂର୍ତ୍ତିମାନଙ୍କୁ ନୂତନ ମନ୍ଦିରରେ ପ୍ରତିଷ୍ଠା କରାଯାଇଛି। ଜୟ ଜଗନ୍ନାଥ !

ଓଢଣ ଷଷ୍ଠୀ, ପ୍ରାବରଣ ଉତ୍ସବ

ମାର୍ଗଶିର ଶୁକ୍ଳ ଷଷ୍ଠୀ ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହୁଏ ‘ପ୍ରାବରଣ ଉତ୍ସବ’ । ଏହା ଶ୍ରୀଜଗନ୍ନାଥଙ୍କର ‘ଓଢଣଷଷ୍ଠୀ’ ଭାବରେ ପରିଚିତ । ଏହି ଦିନଠାରୁ ଶ୍ରୀଜଗନ୍ନାଥାଦି ଦେବତା ବିଧିବଦ୍ଧ ଭାବରେ ଶୀତବସ୍ତ୍ର ପିନ୍ଧିବା ଆରମ୍ଭ କରନ୍ତି । ମାଘ ଶୁକ୍ଳ ପଂଚମୀ ପୂର୍ବଦିନ ଯାଏ ସେମାନେ ଏହି ବେଶ ପିନ୍ଧନ୍ତି । ଏହାକୁ ‘ଘୋଡାଲାଗି’ କୁହାଯାଏ । ନୀଳାଦ୍ରି ମହୋଦୟ ଓ ଯାତ୍ରା ଭାଗବତ ଆଦିରେ ଏସଂପର୍କିତ ବିଧାନର ବର୍ଣ୍ଣନା ଅଛି । କିନ୍ତୁ ସ୍କନ୍ଦପୁରାଣରେ…