Press "Enter" to skip to content

Posts tagged as “ରାଜବିଦ୍ୟା ରାଜଗୁହ୍ୟଯୋଗ”

ରାଜବିଦ୍ୟା ରାଜଗୁହ୍ୟଯୋଗ– ସୁଗମାର୍ଥ

ଶ୍ରୀଭଗବାନ୍ କହିଲେ, ହେ ଅର୍ଜ୍ଜୁନ ! ମୁଁ ତୁମ ନିକଟରେ ଥରକୁ ଥର ନିଜର ମାହାତ୍ମ୍ୟ କହୁଥିଲେ ହେଁ ତୁମେ ଦୋଷ ବାଛିବା ସ୍ୱଭାବବିଶିଷ୍ଟ ନ ଥିବାରୁ ମୁଁ ତୁମକୁ ଏହି ଗୁହ୍ୟତମ ପରମାତ୍ମା ବିଷୟକ ଜ୍ଞାନକୁ ବିଜ୍ଞାନ ସହିତ ଅର୍ଥାତ୍ ଉପାସନାରୂପ ଅନୁଭବକୁ କହୁଅଛି । ଏହାକୁ ଗୁହ୍ୟତମ ଏଇଥିପାଇଁ କହୁଛି ଯେ ଧର୍ମଜ୍ଞାନ ଗୁହ୍ୟ ଅଟେ । ତାହାଠୁ ଶ୍ରେଷ୍ଠ ଦେହାଦି ବ୍ୟତିରିକ୍ତ ଆତ୍ମା ବିଷୟକ ଜ୍ଞାନ ଗୁହ୍ୟତର, ପୁଣି ତତୋଽଧିକ ଶ୍ରେଷ୍ଠ ପରମାତ୍ମା ବିଷୟକ ଜ୍ଞାନ…

ରାଜବିଦ୍ୟା ରାଜଗୁହ୍ୟ ଯୋଗ (ତିଳକ ବ୍ୟାଖ୍ୟା)

ସପ୍ତମ ଅଧ୍ୟାୟରେ ଜ୍ଞାନ-ବିଜ୍ଞାନର ନିରୂପଣ ଏହା ଦର୍ଶାଇବା ପାଇଁ କରାଯାଇଛି କି, କର୍ମଯୋଗ ଆଚରଣକାରୀ ପୁରୁଷକୁ ପରମେଶ୍ୱରଙ୍କର ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହୋଇ ମନର ଶାନ୍ତି ଅଥବା ମୁକ୍ତ ଅବସ୍ଥା କିପରି ପ୍ରାପ୍ତ ହୋଇଥାଏ ? ପୁନଃ ଅକ୍ଷର ଓ ଅବ୍ୟକ୍ତ ପୁରୁଷଙ୍କର ସ୍ୱରୂପ ମଧ୍ୟ ବତାଇ ଦିଆଯାଇଛି ଏବଂ ପୂର୍ବ ଅଧ୍ୟାୟରେ କୁହାଯାଇଛି କି, ଅନ୍ତଃକାଳରେ ମଧ୍ୟ ସେହି ସ୍ୱରୂପକୁ ମନରେ ସ୍ଥିର ରଖିବା ନିମିତ୍ତ ପାତଞ୍ଜଳ ଯୋଗରେ ସମାଧି ଅବସ୍ଥାରେ ସ୍ଥିତ ହୋଇ ଶେଷରେ…

ରାଜବିଦ୍ୟା ରାଜଗୁହ୍ୟ ଯୋଗ (ଲାହାଡ଼ୀ ମହାଶୟଙ୍କ ଆଧ୍ୟାତ୍ମିକ ବ୍ୟାଖ୍ୟା)

ଆଧ୍ୟାତ୍ମିକ ବ୍ୟାଖ୍ୟା :– କୂଟସ୍ଥ ଦ୍ୱାରା ଅନୁଭବ ହେଉଅଛି—ଏ ସମୟରେ ମୁଁ ତୁମକୁ ଜ୍ଞାନ-ବିଜ୍ଞାନ ସମ୍ବନ୍ଧରେ କହୁଅଛି, ଯାହାକୁ ଜାଣି ଉତ୍ତମ ରୂପେ ସହଜରେ ମଙ୍ଗଳମୟ ମୋକ୍ଷପଦ ଲାଭ କରିପାରିବ ।ଅଷ୍ଟମ ଅଧ୍ୟାୟରେ ସାଧନା ଦ୍ୱାରା କେଉଁଭଳି କ୍ରମମୁକ୍ତି ପ୍ରାପ୍ତ ହୋଇପାରେ, ଏହା ଭଗବାନ୍‌ କହିଛନ୍ତି । ସପ୍ତମ ଅଧ୍ୟାୟରେ ଅନୁଭବ ସହିତ ଜ୍ଞାନ, ଯାହାକୁ ଜାଣିନେବାପରେ କିଛି ଜାଣିବାପାଇଁ ବାକି ରହେନାହିଁ, ତାହା ସେ ଅର୍ଜ୍ଜୁନଙ୍କୁ କହିଛନ୍ତି । ଭଗବାନ୍‌ ଅର୍ଜ୍ଜୁନଙ୍କୁ କହିଛନ୍ତି କି, ସେହି ଜ୍ଞାନ ମଧ୍ୟ…

ରାଜବିଦ୍ୟା ରାଜଗୁହ୍ୟ ଯୋଗ (ଜ୍ଞାନେଶ୍ୱରୀ ଟୀକା)

ହେ ଶ୍ରୋତାବୃନ୍ଦ ! ମୋର ସ୍ପଷ୍ଟ ପ୍ରତିଜ୍ଞା ହେଉଛି କି, ଯଦି ଆପଣମାନେ ପୂର୍ଣ୍ଣ ମନୋଯୋଗପୂର୍ବକ ମୋର ପ୍ରବଚନ ଶୁଣିବେ, ତେବେ ନିଶ୍ଚିତ ରୂପେ ଆପଣମାନଙ୍କୁ ସମସ୍ତ ପ୍ରକାର ସୁଖର ପ୍ରାପ୍ତି ହେବ । ହେଲେ ଏକଥା ମୁଁ ଗର୍ବର ସହିତ କହୁନାହିଁ, କାରଣ ଆପଣମାନେ ତ ସବୁକିଛି ଜାଣନ୍ତି, ତଥାପି ମୁଁ ଆପଣମାନଙ୍କ ଭଳି ଶ୍ରୋତାମାନଙ୍କୁ ଅତ୍ୟନ୍ତ ଆତ୍ମୀୟତା ସହିତ ବିନମ୍ର ନିବେଦନ କରୁଅଛି କି, ଆପଣମାନେ ମୋ କଥାକୁ ଧ୍ୟାନ ଦିଅନ୍ତୁ । ଏହାର ମୁଖ୍ୟ…

ରାଜବିଦ୍ୟା ରାଜଗୁହ୍ୟ ଯୋଗ (ଶ୍ରୀଧର ଭାଷ୍ୟ)

(ଶୁଦ୍ଧା ଭକ୍ତି ଦ୍ୱାରା ପରମେଶ୍ୱରଙ୍କ ପ୍ରାପ୍ତି ହୁଏ, ଏହା ଅଷ୍ଟମ ଅଧ୍ୟାୟରେ କୁହାଯାଇଛି, ଅଧୁନା ଏହି ନବମ ଅଧ୍ୟାୟରେ ତାହାର ଅତ୍ୟାଶ୍ଚର୍ଯ୍ୟ ଐଶ୍ୱର୍ଯ୍ୟର ବର୍ଣ୍ଣନା କରାଯିବ ।)(ସ୍ୱକୀୟ ପରମେଶ୍ୱର ତତ୍ତ୍ୱ ଭକ୍ତି ଦ୍ୱାରା ହିଁ ସୁଲଭ ହୁଏ, ଅନ୍ୟ ଉପାୟରେ ନୁହେଁ—ଏହା ସପ୍ତମ ଏବଂ ଅଷ୍ଟମ ଅଧ୍ୟାୟରେ କୁହାଯାଇଛି, ଅଧୁନା ସ୍ୱୀୟ ଅଚିନ୍ତ୍ୟ ଐଶ୍ୱର୍ଯ୍ୟ ଏବଂ ଭକ୍ତିର ଅସାଧାରଣ ପ୍ରଭାବ ବର୍ଣ୍ଣନା କରିବାପାଇଁ) ଶ୍ରୀଭଗବାନ୍‌ କହିଲେ, ଯାହାଦ୍ୱାରା ବିଶେଷରୂପେ ଭଗବାନ୍‌ ଅବଗତ ହୋଇଥାନ୍ତି, ତାହା ବିଜ୍ଞାନ ଅର୍ଥାତ୍‌…

ରାଜବିଦ୍ୟା ରାଜଗୁହ୍ୟ ଯୋଗ (ରାମାନୁଜ ଭାଷ୍ୟ)

ଉପାସକମାନଙ୍କ ମଧ୍ୟରେ ଭିନ୍ନତା ସହିତ ସମ୍ବନ୍ଧରକ୍ଷା କରୁଥିବା ବିବିଧତାକୁ ପୂର୍ବରୁ ବର୍ଣ୍ଣନା କରାଯାଇଛି । ଅଧୁନା ଉପାସ୍ୟଦେବତା ପରମ ପୁରୁଷଙ୍କର ମାହାତ୍ମ୍ୟ ଏବଂ ଜ୍ଞାନୀଗଣଙ୍କର ପ୍ରକାରଭେଦ ସ୍ପଷ୍ଟକରି ଭକ୍ତିରୂପା ଉପାସନାର ସ୍ୱରୂପ କୁହାଯାଉଅଛି—ଶ୍ଳୋକ-୧ : ଏହି ଗୁହ୍ୟତମ ଭକ୍ତିରୂପକ ଉପାସନା ନାମ୍ନୀ ଜ୍ଞାନ, ମୁଁ ତୁମଭଳି ଅସୂୟାରହିତ ଭକ୍ତକୁ(ତୁମକୁ) ବିଜ୍ଞାନଯୁକ୍ତ ଉପାସନା ସମ୍ବନ୍ଧୀୟ ଗତିଭେଦ ଜ୍ଞାନ ସହ ବର୍ଣ୍ଣନା କରିବି । ଏପରି କହିବାର ଅଭିପ୍ରାୟ ହେଉଛି କି, ଅନ୍ୟସବୁ ଅପେକ୍ଷା, ସମ୍ପୂର୍ଣ୍ଣ ବିଲକ୍ଷଣ, ଅପରିମିତ ପ୍ରକାରେ ସଂଯୁକ୍ତ…

ରାଜବିଦ୍ୟା ରାଜଗୁହ୍ୟଯୋଗ — ସମ୍ପାଦକୀୟ

 ଆମକୁ ନବଜୀବନ ପ୍ରଦାନ କରିପାରିବା ଭଳି ପରିପୂର୍ଣ୍ଣ ଶାସ୍ତ୍ର ହେଉଛି ଶ୍ରୀମଦ୍ଭଗବଦ୍ଗୀତା । ଏଥିରେ ମାନବୀୟ ଆବଶ୍ୟକତାର ସମସ୍ତ ବୀଜ ପୂର୍ଣ୍ଣହୋଇ ରହିଛି । ଆବଶ୍ୟକ କେବଳ ତାହାର ଉପଯୋଗ । ସମାଜରେ ଘଟୁଥିବା ଦୋଷମାନଙ୍କର ସୁଧାର ଆଣିବାପାଇଁ ଏହି ଏକକ ଗ୍ରନ୍ଥ ଆମକୁ ମାର୍ଗଦର୍ଶନ ଦେବାକୁ ପୂର୍ଣ୍ଣରୂପେ ସକ୍ଷମ ହୋଇଥିବାରୁ ଏହାର ଗଭୀରରୁ ଗଭୀର ମନନ-ଚିନ୍ତନ ଅନିବାର୍ଯ୍ୟ ଅଟେ । ଏ ପ୍ରକାର ପ୍ରୟାସ ନିମନ୍ତେ ଆମେ ଶ୍ରେଷ୍ଠତମ କ୍ରାନ୍ତିକାରୀ ପରମାତ୍ମା ଭଗବାନଙ୍କୁ ଶିକ୍ଷକ ବା ଉପଦେଷ୍ଟା ଅବା ମାର୍ଗଦର୍ଶକ…

ରାଜବିଦ୍ୟା ରାଜଗୁହ୍ୟ ଯୋଗ (ଶାଙ୍କରଭାଷ୍ୟ)

ଶ୍ରୀମଦ୍ଭଗବଦ୍ ଗୀତା (ନବମ ଅଧ୍ୟାୟ) ଅଷ୍ଟମ ଅଧ୍ୟାୟରେ ସୁଷୁମ୍ନା ନାଡୀ ଦ୍ୱାରା ଅଙ୍ଗସହିତ ଧାରଣାଯୋଗ ବର୍ଣ୍ଣନ କରାଯାଇଛି ଏବଂ ତାହାର ଫଳ ଅଗ୍ନି, ଜ୍ୟୋତି ଆଦି ପ୍ରାପ୍ତି କ୍ରମରେ କାଳାନ୍ତରରେ ବ୍ରହ୍ମ ପ୍ରାପ୍ତିରୂପ ଏବଂ ଅପୁନରାବୃତ୍ତିରୂପ ଭାବରେ ଦେଖାଯାଇଛି ।ସେଠାରେ(ଏଭଳି ଶଙ୍କା ହୋଇଥାଏ କି) କଣ ଏଭଳି ସାଧନ କରିବାରେ ମୋକ୍ଷ ପ୍ରାପ୍ତିରୂପ ଫଳ ମିଳିଥାଏ, ଅନ୍ୟ କୌଣସି ପ୍ରକାରେ ମିଳେନାହିଁ ? ଏହି ଶଙ୍କା ନିବୃତ୍ତି କରିବାର ଇଚ୍ଛାରେ ଭଗବାନ୍ କହୁଛନ୍ତି—ଯେଉଁ ବ୍ରହ୍ମଜ୍ଞାନ ବିଷୟରେ ଆଗକୁ କୁହାଯିବ ଆଉ…

ରାଜ ବିଦ୍ୟାରାଜଗୁହ୍ୟଯୋଗ

ନବମ ଅଧ୍ୟାୟ ଦାଦା ଜେ.ପି.ବାସୱାନୀ ଆମର ପରମ ଗୁରୁ ସାଧୁ ବାସୱାନୀ ଏହି ଅଧ୍ୟାୟକୁ ପରମ ରହସ୍ୟ ଯୋଗ ବୋଲି କହୁଥିଲେ ।ଜର୍ମାନ୍‌ର ମହାକବି ଗୋୟଥେଙ୍କ ବିଚାରରେ — ‘‘ଈଶ୍ୱର ଏକ ଅନାଦି ରହସ୍ୟ ଅଟନ୍ତି, ଯିଏ ସର୍ବଦା ଆମ ଚତୁର୍ପାର୍ଶ୍ୱରେ ପ୍ରବାହିତ ହେଉଅଛନ୍ତି ।’’ଏହି ଅଧ୍ୟାୟରେ ଭଗବାନ କୃଷ୍ଣ, ଅର୍ଜ୍ଜୁନଙ୍କୁ ଉକ୍ତ ଶାଶ୍ୱତ ରହସ୍ୟ ସମ୍ବନ୍ଧରେ ଆଲୋଚନା କରିବାପୂର୍ବକ କହିଛନ୍ତି କି, ଏହା ଏକ ସର୍ବାଧିକ ଗୋପନୀୟ ରହସ୍ୟ ଅଟେ । ଏହା ଈଶ୍ୱରଙ୍କର ଦିବ୍ୟ ରହସ୍ୟ ଜ୍ଞାନ…

ରାଜ ବିଦ୍ୟାରାଜଗୁହ୍ୟଯୋଗ-୨ (ଶ୍ରୀହରିପ୍ରିୟଦାସ ବାବାଜୀ)

ନବମ ଅଧ୍ୟାୟ ହେ ପାର୍ଥ ! କିନ୍ତୁ ରାମ-କୃଷ୍ଣାଦି ମୋଭଳି ନରାକୃତି-ପରବ୍ରହ୍ମ ରୂପରେ ନିଷ୍ଠ କୌଣସି ସତ୍‌ପୁରୁଷଙ୍କର ପ୍ରସଙ୍ଗରେ ଉତ୍ପନ୍ନ ସେହିଭଳି ନିଷ୍ଠା ଦ୍ୱାରା ମୋର ସହସ୍ରଶୀର୍ଷାଦି ଆକାରରେ ମଧ୍ୟ ଅରୁଚିଯୁକ୍ତ ଏବଂ ଅପ୍ରାକୃତତତ୍ତ୍ୱକୁ ଧାରଣ କରିବା ଯୋଗ୍ୟତା କାରଣରୁ ବିସ୍ତୀର୍ଣ୍ଣ ଏବଂ ଅଗାଧ ମନଯୁକ୍ତ ଶୁଦ୍ଧ ମହାତ୍ମା ହୋଇଥାନ୍ତି । ଏଭଳି ମହାତ୍ମା ମନୁଷ୍ୟଗଣ ମୋର ସ୍ୱରୂପଭୂତା ଦୈବୀ ପ୍ରକୃତିର ଆଶ୍ରୟକାରୀ ହୋଇଥାନ୍ତି । ସେ ମୋତେ ସମସ୍ତ ଭୂତଗଣଙ୍କର ଏବଂ ବ୍ରହ୍ମା-ରୁଦ୍ରାଦି ସମସ୍ତ ଦେବତାଙ୍କର ଆଦି କାରଣ…