Press "Enter" to skip to content

Posts tagged as “ନୀଳାଦ୍ରି ମହୋଦୟ”

ନୀଳାଦ୍ରି ମହୋଦୟ ଅନ୍ତର୍ଗତ : ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ

ଏକଦା ପୁଣ୍ୟଭୂମି, ସକଳ ସୁଖଦାୟୀ, ଫଳପୁଷ୍ପ ପରିପୂର୍ଣ୍ଣ ବୃକ୍ଷରାଜି ଦ୍ୱାରା ସୁଶୋଭିତ, ନାନାତୀର୍ଥସମାକୀର୍ଣ୍ଣ, ନାନାଗୁଳ୍ମରାଜିଦ୍ୱାରା ମନୋରମ, ମନ୍ଦପବନଯୁକ୍ତ, ମୃଗମାନଙ୍କ ବିଚରଣଦ୍ୱାରା ମନୋମୁଗ୍ଧକର ତଥା ତପସ୍ୱୀମାନଙ୍କ ଆଶ୍ରମରେ ଭରପୂର ପରମପବିତ୍ର ନୈମିଷାରଣ୍ୟ ନାମକ ପ୍ରଖ୍ୟାତ ବନର ଏକାନ୍ତ ପରିବେଶରେ ଶୌନକ ପ୍ରମୁଖ ମୁନିଗଣ ଏକତ୍ର ହୋଇ ସମଗ୍ରସଂସାରରେ ସମସ୍ତ ତୀର୍ଥମାନଙ୍କର ତତ୍ତ୍ୱ ଜାଣିବାପାଇଁ ଗୋଟିଏ ମନୋରମ ବିଚାର ଗୋଷ୍ଠୀ ଆୟୋଜିତ କଲେ ।ମଙ୍ଗଳମୟ କ୍ଷେତ୍ରଗୁଡ଼ିକ ସମ୍ବନ୍ଧରେ ଜାଣିବାପାଇଁ ସମସ୍ତେ ବ୍ୟଗ୍ର ହୁଅନ୍ତେ ଉକ୍ତ ସଭାରେ ତତ୍‌କ୍ଷଣାତ୍‌ ଜଟାଧାରୀ, କୌପୀନବସ୍ତ୍ର…