Press "Enter" to skip to content

Posts published in “ଯୁବା-ଓଁକାର”

ବିଦ୍ୱାନ ନାଁ ବିଦ୍ୟାବାନ

ବିଦ୍ୟାବାନ ଗୁନୀ ଅତି ଚାତୁର । ରାମ କାଜ କରିବେ କୋ ଆତୁର ।। ଜଣେ ବିଦ୍ୱାନ ହୋଇଥାନ୍ତି ଆଉ ଜଣେ ବିଦ୍ୟାବାନ ହୋଇଥାନ୍ତି । ଉଭୟଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ଆମେ ରାବଣ ଆଉ ହନୁମାନଙ୍କ ଉଦାହରଣରୁ ଏହାକୁ ଭଲଭାବରେ ବୁଝିପାରିବା । ଏମାନଙ୍କ ମଧ୍ୟରୁ ରାବଣ ବିଦ୍ୱାନ ଅଟନ୍ତି ଆଉ ହନୁମାନ ବିଦ୍ୟାବାନ ଅଟନ୍ତି । ରାବଣର ଦଶ ଶିର ରହିଛି ଆଉ ଚତୁର୍ବେଦ ତଥା ଛଅଗୋଟି ଶାସ୍ତ୍ର ଉଭୟ ମିଳିତ ହୋଇ ଦଶ ଅଟେ । ଯାହାଙ୍କ ଶିରରେ…

ରାମରାଜ୍ୟରେ ଆର୍ଥିକ ସନ୍ତୁଳନ

କରପାତ୍ରୀଜୀ ମହାରାଜ : ପୁଞ୍ଜିବାଦୀ ରାଷ୍ଟ୍ରମାନଙ୍କରେ ଆର୍ଥିକ ଅସନ୍ତୁଳନକୁ ସନ୍ତୁଳିତ କରିବାପାଇଁ ପ୍ରୟାସ କରାଯାଏ ନାହିଁ । ଫଳତଃ ତାର ସମସ୍ତ ଭଲ ଦିଗ ଖରାପରେ ପରିଣତ ହୋଇଯାଏ । କିନ୍ତୁ ରାମରାଜ୍ୟରେ ଆର୍ଥିକ ସନ୍ତୁଳନ ସ୍ଥାପନ କରିବା ନିମନ୍ତେ ଧର୍ମ ଏବଂ ରାଜଶକ୍ତି ଦ୍ୱାରା ପ୍ରୟାସ କରାଯାଏ ।ଯେଉଁଠାରେ ଧର୍ମ ଏବଂ ରାଜଶକ୍ତିର ଅବହେଳା କରାଯାଏ, ତାକୁ ଆମେ ଅରାଜକତନ୍ତ୍ର ବା ଅରାଜକତା କହିଥାଉ । ଆମେ ସର୍ବପ୍ରଥମେ ଦୃଷ୍ଟିଦେବା ଯେ, ଧର୍ମର ଆଧାରରେ କେଉଁଭଳି ଆର୍ଥିକ ସନ୍ତୁଳନ ସ୍ଥାପନ…

ଭଗବାନ୍ ସ୍ୱୟଂ ଭକ୍ତର ରକ୍ଷା କରନ୍ତି

ମୋର ଜଣେ ମିତ୍ର ବ୍ରହ୍ମଚାରୀ ଭଗବାନ୍ ଶ୍ରୀକୃଷ୍ଣଙ୍କ ଉପାସକ ଥିଲେ । ସେ କିସ୍କିନ୍ଧାରେ ଜନୈକ ମହାତ୍ମା ସିଦ୍ଧ ପୁରୁଷଙ୍କୁ ଜାଣିଥିଲେ ଆଉ ତାଙ୍କଠାରୁ ଶିକ୍ଷା ଗ୍ରହଣ କରିବାପାଇଁ ଯାଉଥିଲେ । ଏକଦା ମାର୍ଗରେ ଯିବା ସମୟରେ ତାଙ୍କୁ ପ୍ରବଳ ତୃଷା ଲାଗିଲା । ତାଙ୍କ ଗଳା ଶୁଷ୍କ ହେବାରେ ଲାଗିଲା । ଲୋଟା ଓ ଦଉଡି ତାଙ୍କ ନିକଟରେ ଥିଲା । କିନ୍ତୁ ସେ କୂଅ ପାଖକୁ ଯାଇ ଜାଣିଲେ ଯେ, କୂଅଟି ବହୁତ ଗଭୀର, ତାଙ୍କ ଦଉଡିଟି ଅତି କ୍ଷୁଦ୍ର ।…

ଅଧର୍ମର ଦୁଷ୍ପରିଣାମ

ଗୋଟିଏ ଗାଁରେ ଏକ ତେଜରାତି ଦୋକାନ ଥିଲା । ତାର ଠିକ୍ ସାମ୍ନାରେ ଏକ ମିଠା ଦୋକାନ ଥିଲା । ଉଭୟଙ୍କ ଦୋକାନ ସାମ୍ନା ସାମ୍ନି ଥିଲା । ଉଭୟଙ୍କ ମଧ୍ୟରେ ତେଜରାତି ଦୋକାନୀ ସଚ୍ଚୋଟ ଭାବରେ ଧର୍ମପୂର୍ବକ ସଉଦାପତ୍ର ବିକ୍ରି କରୁଥିଲା ଆଉ ମିଠା ଦୋକାନୀ କ୍ଷୀରରେ ପାଣି ମିଶାଇ ଠକଙ୍କ ଭଳି ଅଧର୍ମ ପୂର୍ବକ ବ୍ୟବହାର କରୁଥିଲା । ଅଳ୍ପଦିନ ମଧ୍ୟରେ ମିଠା ଦୋକାନୀ ଧନବାନ୍ ହୋଇଗଲା ଆଉ ତେଜରାତି ଦୋକାନୀ ଗରିବ ହୋଇ ରହିଗଲା । ତେଜରାତି ଦୋକାନୀ…

ଅସଫଳତାର ସ୍ୱାଦ

ଏଇ ଚରାଚର ଜଗତର ଶ୍ରେଷ୍ଠ ଜୀବ ଭାବରେ ମନୁଷ୍ୟ ମାନ୍ୟତା ପାଇଆସିଛି   । ତଥାପି ସେ ନିଜ ବୁଦ୍ଧି-ବିବେକ ଖଟାଇ କଳେ-ବଳେ-କୌଶଳେ କେତେବେଳେ ନିଜକୁ ଉଚ୍ଚତମ ଶିଖରରେ ଉପନୀତ କରାଉଛି ତ ପୁଣି କେତେବେଳେ ପତନର ଅତଳ ଗହ୍ୱରରେ ପତିତ କରାଉଛି   । ଜାଣତାରେ ହେଉ ଅବା ଅଜାଣତରେ   । ବାଲ୍ୟ କାଳରୁ ପାଠ କଲେ ବୁଦ୍ଧି ଥିଲେ ଉପାୟ ଆପେ ଆପେ ଆସେ କିନ୍ତୁ ବୁଦ୍ଧି ଖଟାଇଲେ ମଧ୍ୟ ବିଚାର ଅଭାବରେ ଆମେ କୁ-ଦିଗରେ ଯାଇ ଅସଫଳତାକୁ ଆମନ୍ତ୍ରିତ ମଧ୍ୟ…

ହୃଦୟର ଅଦୃଶ୍ୟ ହୃଦୟ

ମନୁଷ୍ୟ ଅଦୃଶ୍ୟ ଅଟେ, ଏପରି ଭାବିଲେ କଥାଟା ହାସ୍ୟାସ୍ପଦ ମନେହୁଏ । ପ୍ରତିଦିନ ଭୌତିକ ଶରୀର ରୂପେ ଆମେ ଆମକୁ ପ୍ରଦର୍ଶିତ କରୁ । କିନ୍ତୁ ଆମେ ଆମର ବାସ୍ତବିକ ଅଦୃଶ୍ୟତାକୁ ଅନେକ ପ୍ରକାରେ ପ୍ରକଟ କରିଥାଉ। ଉଦାହରଣ ପାଇଁ ନିଜ ଆଖିକୁ ବନ୍ଦ କରନ୍ତୁ । ବର୍ତ୍ତମାନ ଆପଣଙ୍କ ପାଇଁ ଆପଣଙ୍କ ଶରୀର ଅଦୃଶ୍ୟ ହୋଇଗଲା, ତେବେ ଆପଣ କିପରି ଜାଣୁଛନ୍ତି ଯେ ଆପଣଙ୍କ ଅସ୍ତିତ୍ୱ ଅଛି? ଆପଣ ଶରୀରର ଭାର ପ୍ରତି ସଚେତ…

ଶ୍ରୀରାମଙ୍କ ଆଦର୍ଶବାଦ

ଆର୍ଯ୍ୟ ଦେବଭୂମି ଭାରତର ଆଦର୍ଶ, ସଂସ୍କୃତି ଓ ଜୀବନର ବ୍ୟାବହାରିକ ପକ୍ଷ ଶ୍ରୀରାମଙ୍କ ଚରିତ ଗାଥା ଅନୁସନ୍ଧାନରୁ ଆମକୁ ପ୍ରାପ୍ତ ହୁଏ   । ପିତା-ପୁତ୍ର, ଭାଇ-ଭାଇ, ପତି-ପତ୍ନୀ, ପାରିବାରିକ ସ୍ନେହ ମମତା ଓ ସମ୍ପର୍କର ଆଦର୍ଶ ସହ ପ୍ରଜାବତ୍ସଳତା, ରାଜଭକ୍ତି, ରାଜ୍ୟଶାସନ, ଧର୍ମ, ନ୍ୟାୟ, କର୍ମ, ଭକ୍ତି, ସଖା ପ୍ରୀତି, ସାମାଜିକ ଧର୍ମ, କର୍ତ୍ତବ୍ୟନିଷ୍ଠ ଆଦି ସମସ୍ତ ଗୁଣରେ ମହୀୟାନ୍ ସେହି ରାମଚରିତର ଆଦର୍ଶ ଯୁଗେ ଯୁଗେ ସମାଜର ଅନୁକରଣୀୟ   ।ଭାରତୀୟ ସଂସ୍କୃତିରେ ଶ୍ରୀରାମଙ୍କ ସ୍ଥାନ ଅପ୍ରତିମ   । ଯେ…

ସ୍ୱାମୀ ଯୋଗାନନ୍ଦ ସଂସ୍ମରଣ

ଜଣାନାହିଁ ବିବାହ ଦ୍ୱାରା ଯୋଗୀନ୍ ନିଜ ମାତାଙ୍କୁ ପ୍ରସନ୍ନ କରିପାରିଲେ କି ନାହିଁ, କିନ୍ତୁ ଏ କଥାର ତାଙ୍କୁ ସ୍ପଷ୍ଟ ବୋଧ ଥିଲା କି ତାଙ୍କର ଶାନ୍ତି ଦିନ ପରେ ଦିନ ହଜିଯାଉଛି । ଧୀରେ ଧୀରେ ତାଙ୍କୁ ଏହା ଅଧିକାଧିକ ସ୍ପଷ୍ଟ ରୂପେ ପ୍ରତୀତ ହେବାକୁ ଲାଗିଲା କି ତାଙ୍କର ଭବିଷ୍ୟତର ଆଶା, ଉଦାତ୍ତ ବିଚାର ଏବଂ ଉଚ୍ଚ ଆକାଂକ୍ଷା ଗୋଟି ଗୋଟି କରି ତାଙ୍କଠାରୁ ବିଦାୟ ନେଉଛନ୍ତି । ସେ ପ୍ରତିଜ୍ଞା ଭଙ୍ଗ କରିଛନ୍ତି-ବିବାହ କରିଛନ୍ତି,…

‘ପରମାର୍ଥ’ ଶବ୍ଦର ଅର୍ଥ ଏବଂ ତାହାର ମାଧ୍ୟମ: (ଆଧ୍ୟାତ୍ମିକ ବାସ୍ତବତା)

ପ୍ରକୃତ “ମୁଁ” ଯାହା ସମସ୍ତଙ୍କ ହୃଦୟରେ ବାସ କରେ, ଏହି ପରିବର୍ତ୍ତନଶୀଳ ସୁଖ ଏବଂ ସୁଖର ଏକମାତ୍ର ବାସସ୍ଥାନ ଅଟେ  । ଯିଏ ଏହି “ମୁଁ” ସହିତ ଏକ ହୋଇଯାଏ, ସେ ଏହି ସୁଖର ଏକମାତ୍ର ଉତ୍ସକୁ ଧରିଥାଏ, ଏବଂ ସେଥିପାଇଁ କୌଣସି ଆନନ୍ଦର ଆବଶ୍ୟକତା ଅନୁଭବ କରେ ନାହିଁ ଯାହା ବାହ୍ୟ ବସ୍ତୁର ଉପଭୋଗରୁ ଉତ୍ପନ୍ନ    ।ଏହି ପଥ ଯାହା ଏହି “ମୁଁ” ର ପ୍ରକୃତ ଜ୍ଞାନକୁ ଏବଂ ଏହା ସହିତ ଏକତାର ହୃଦୟଙ୍ଗମକୁ ନେଇଥାଏ,…

ଆଧ୍ୟାତ୍ମିକ ଦର୍ଶନ ଓ ଅନୁଭୂତିର ଗୁରୁତ୍ୱ

କିଛି ଦିନ ପୂର୍ବରୁ ପୁନେର ଜଣେ ଭଦ୍ରଲୋକ ମୋତେ ଦେଖା କରିବାକୁ ଆସିଥିଲେ   । ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା ହେଉଥିବାବେଳେ ସେ ଘଟଣାକ୍ରମେ କହିଥିଲେ,“ମହାରାଜ, କିଛି ବର୍ଷ ପୂର୍ବେ ପୁନାରେ ଏକ ସନ୍ଥପରିଷଦ ଅନୁଷ୍ଠିତ ହୋଇଥିଲା   । ଅନେକ ମହାରାଜ, କେତେକ ମୁକୁଳା କେଶ ଯୁକ୍ତ ଥିଲାବେଳେ,  ଆଉ କେହି କେହି ତପସ୍ୟା ଏବଂ ତିତିକ୍ଷା ଆଦି ଅଭ୍ୟାସ କରିଥିଲେ, କିଛି ସନ୍ନ୍ୟାସୀ, କିଛି ମଠ ମହନ୍ତ ବା ମୁଖ୍ୟ ଆଦି ସମସ୍ତେ ସେହି ସଭାରେ ଏକାଠି ହୋଇଥିଲେ  ।…