Press "Enter" to skip to content

Posts published in “ଯୁବା-ଓଁକାର”

ଵିଜ୍ଞାନ ଓ ଆଧ୍ୟାତ୍ମିକ ଦର୍ଶନ :

‘ଆକର୍ଷୟତେ ଇତି କୃଷ୍ଣ’—ଅର୍ଥାତ ଯିଏ ସମସ୍ତଙ୍କୁ ଆକର୍ଷଣ କରିପାରେ, ସେ ହିଁ କୃଷ୍ଣ  । କୃଷ୍ଣ ହେଉଛନ୍ତି ଆକର୍ଷଣକାରୀ  । (Science of self-realization,  By Srila prabhupada) କୃଷ୍ଣ ହେଉଛନ୍ତି ବେଦାନ୍ତରେ ବର୍ଣ୍ଣିତ ବ୍ରହ୍ମ । ବର୍ତ୍ତମାନର ପଦାର୍ଥ ବିଜ୍ଞାନ ଯେଉଁ ‘ସିଂଗୁଲାରୀଟି’,’ଥିଓରୀ ଅଫ ଏଭ୍ରିଥିଙ୍ଗ’ ବା ‘ମହାଏକୀକୃତ ତଥ୍ୟ (Grand unified theory)’ର ସନ୍ଧାନ କାର୍ଯ୍ୟ କରିଚାଲିଛି, ସେହି ଵାସ୍ତବ ଓ ପରମ ମୂଳ ସତ୍ତାକୁ ଆମ ଋଷିମୁନିଗଣ ବହୁ ପୂର୍ବରୁ ଆତ୍ମଜ୍ଞାନ ଦ୍ୱାରା ସନ୍ଧାନ…

ଓମ୍ କାର ଜପ ବିଧି-୨

ବ୍ୟବସାୟ, କୃଷିକାର୍ଯ୍ୟ ଆଦି ପରିଶ୍ରମଜନିତ କାର୍ଯ୍ୟକୁ ଏମାନେ ତୁଚ୍ଛ ଦୃଷ୍ଟିରେ ଦେଖନ୍ତି, ସେହି କାର୍ଯ୍ୟଗୁଡିକୁ କରିବାରେ ନିଜର ସାମର୍ଥ୍ୟକୁ ଠିକ୍ ଭାବେ ବୁଝିପାରନ୍ତି । ବିଦ୍ୟା ଉତ୍ତମରୂପେ ଅଧ୍ୟୟନ କରିନଥିବାରୁ କୌଣସି ଭଲ ଚାକିରି ମଧ୍ୟ କରିପାରନ୍ତି ନାହିଁ, ବଡ କଷ୍ଟକରି ଗୋଡହାତ ଧରି, ସୁପାରିଶ୍ କରିବାପରେ ଯାଇ ଛୋଟମୋଟ ଚାକିରି ଖଣ୍ଡେ ମିଳେ । ଶେଷରେ ଏହି ଛୋଟମୋଟ ଚାକିରି କରି ସେମାନେ ନିଜର ଗୁଜୁରାଣ ମେଣ୍ଟାଇବା ସହ ଜୀବିକା ନିର୍ବାହ କରନ୍ତି । ଏମାନଙ୍କ ସଂଖ୍ୟା ବର୍ତ୍ତମାନ…

ମଳ ମାସ (18/09/2020 ଶୁକ୍ରବାର ଆରମ୍ଭ ହେବ ‘ମଳ ମାସ’)

ଏହାର ମହତ୍ୱ ଓ ଜ୍ୟୋତିଷୀୟ କାରଣ ହିନ୍ଦୁ କ୍ୟାଲେଣ୍ଡରରେ ମଳମାସ ଅବଧାରଣା ଇଂରାଜୀ କ୍ୟାଲେଣ୍ଡରର ‘ଲିପ୍‌ ଇୟର’ ସହ ସମାନ । ପ୍ରତି ୪ ବର୍ଷରେ ଥରେ ୨୯ ଦିନିଆ ହୁଏ ଫେବୃୟାରୀ ମାସ । ଯାହାକୁ ଆମେ ଲିପ୍‌ ଇୟର କହୁ । ଠିକ୍‌ ସେହିପରି ହିନ୍ଦୁ କ୍ୟାଲେଣ୍ଡରରେ ପ୍ରତି ୩ ବର୍ଷରେ ମଳମାସ ଆସିଥାଏ । ଯାହାକୁ ଅଧିମାସ ଓ ପୁରୁଷୋତ୍ତମ ମାସ ବୋଲି ମଧ୍ୟ କୁହାଯାଏ । ଚଳିତବର୍ଷ ଶୁକ୍ରବାର ଅର୍ଥାତ ସେପ୍ଟେମ୍ବର ୧୮ ତାରିଖରୁ ମଳମାସ ଆରମ୍ଭ…

ପ୍ରଶାସନିକ କ୍ଷେତ୍ରରେ ସାଧୁତା ରକ୍ଷା କରିବା ସମ୍ଭବ କି ?

ସ୍ୱାମୀ ଭୂତେଶାନନ୍ଦ ପ୍ରଶ୍ନ–ମହାରାଜ ! ସାଧୁତାକୁ ଉଜ୍ଜୀବିତ ରଖିବା ସହିତ କିପରି ପ୍ରଶାସନିକ କାର୍ଯ୍ୟ କରିବା ସମ୍ଭବ ହୋଇପାରେ ?ମହାରାଜ– ବିଚାର କରି ଦେଖ, ଚିନ୍ତନ କର, ଉତ୍ତର ପାଇଯିବ ।— ନାଁ ମହାରାଜ, ଟିକିଏ ବିସ୍ତାରପୂର୍ବକ ବୁଝାଇଦିଅନ୍ତୁ ।ମହାରାଜ–କହିଲି ତ, ନିଜେ ଚିନ୍ତନ କରି ଆତ୍ମବିଶ୍ଳଷଣ କର ।–ମହାରାଜ, ସ୍ପଷ୍ଟରୂପେ କହୁଅଛି । ପ୍ରଶାସନିକ କାର୍ଯ୍ୟ ନିମନ୍ତେ ରାଜବୁଦ୍ଧିର ଆବଶ୍ୟକତା ରହିଛି । ସାଧୁତା ଏବଂ ରାଜବୁଦ୍ଧି ଏକ ସଙ୍ଗରେ କିପରି ସମ୍ଭବ ?ମହାରାଜ–(ଟିକିଏ ରୁଷ୍ଟ ହୋଇ) ନିଜକୁ କାହିଁକି ରାଜା ମନେକରୁଛ ? ସେବକ ବୋଲି…

ସ୍ତ୍ରୀମାନଙ୍କର ବେଦାଧ୍ୟୟନ ଏବଂ ଯଜ୍ଞୋପବୀତ ଧାରଣ

କରପାତ୍ରୀ ଜୀ ମହାରାଜ ଯତୋ ବା ଇମାନି ଭୂତାନି ଜାୟନ୍ତେ । ଯେନ ଜାତାନି ଜୀବନ୍ତି । ଯତ୍‌ ପ୍ରୟନ୍ତ୍ୟଭିସଂବିଶନ୍ତି । ତଦ୍ୱିଜିଜ୍ଞାସସ୍ୱ । ତଦ୍‌ ବ୍ରହ୍ମେତି ।।— ତୈତ୍ତିରୀୟ ଉପନିଷତ୍‌ ୩-୧-୩ଇମାନି ଭୂତାନି ଯତୋ ଜାୟନ୍ତେ, ଜାତାନି ଯେନ ଜୀବନ୍ତି, ଯଦେବ ଅଭିସଂବିଶନ୍ତି ପ୍ରୟନ୍ତି, ତଦେବ ବ୍ରହ୍ମ, ତଦେବ ବିଜିଜ୍ଞାସସ୍ୱ । ଅର୍ଥାତ୍‌— ସମସ୍ତମ୍‌ ଇଦମ୍‌ ବିଶ୍ୱଂ ଯସ୍ମାଦ୍‌ ଉତ୍‌ପଦ୍ୟତେ, ଯେନୈବ ଜୀବତି, ଯସ୍ମିନ୍ନେବ ଚ ଲୀୟତେ ତଦେବ ବ୍ରହ୍ମ । ଏବଂ ସମସ୍ତସ୍ୟାପି ଜଗତଃ ସୃଷ୍ଟିସ୍ଥିତିଲୟକାରଣଭୂତଂ ତତ୍ତ୍ୱଂ ବେଦାନ୍ତେଷୁ ବ୍ରହ୍ମଶବ୍ଦେନ ଗୀୟତେ । ସକଳସ୍ୟାସ୍ୟ…

ମନ୍ଦିର ଚୂଡାରେ ପତାକାର ମହତ୍ତ୍ୱ

ମନ୍ଦିରରେ ପତାକା ଲଗାଯାଏ କାହିଁକି ଏବଂ ଏହାର କି ମହତ୍ତ୍ୱ ରହିଛି ? ସନାତନ ହିନ୍ଦୁଧର୍ମରେ ଏଭଳି ଗ୍ରହଣ କରାଯାଏ ଯେ, ପତାକା ବିନା (ଧ୍ୱଜା, ପତାକା, ଝଣ୍ଡା) ମନ୍ଦିରରେ ଅସୁର ନିବାସ କରନ୍ତି ଏଥିପାଇଁ ମନ୍ଦିରରେ ସବୁବେଳେ ପତାକା ଲାଗି ରହିଥାଏ । ସନାତନ ଧର୍ମର ଚତୁର୍ପୀଠ ମଧ୍ୟରୁ ଦ୍ୱାରକା ପୀଠ ଭାରତର ଏକମାତ୍ର ଏଭଳି ମନ୍ଦିର ଅଟେ, ଯେଉଁଠାରେ ୫୨ଗଜ ବିଶିଷ୍ଟ ପତାକା ଦିନରେ ତିନିଥର ଲାଗିଥାଏ ।ଏହା ରକ୍ଷା ଧ୍ୱଜା ଅଟେ ଯାହା ମନ୍ଦିର ଏବଂ…

ଧର୍ମ ନିରପେକ୍ଷ ନାଁ ସାପେକ୍ଷ !

ରାଜା ହରିଶ୍ଚନ୍ଦ୍ରଙ୍କୁ ଲୋକମାନେ ପଚାରିଲେ— କୁହନ୍ତୁ ମହାରାଜ ! ଆପଣ ଧର୍ମ ସାପେକ୍ଷ ହେବେ ନାଁ ଧର୍ମ ନିରପେକ୍ଷ ?ଯଦି ଆପଣ ଧର୍ମ-ସାପେକ୍ଷ ହେବେ ତେବେ ଆପଣଙ୍କ ସ୍ତ୍ରୀ ବିକ୍ରି ହୋଇଯିବେ, ଆପଣଙ୍କ ରାଜକୁମାର ବିକ୍ରି ହୋଇଯିବ, ଆପଣଙ୍କ ରାଜ୍ୟ ଚାଲିଯିବ, ଆପଣ ଡୋମର ଗୋଲାମ ବା ଦାସ ହୋଇଯିବେ ।ଯଦି ଆପଣ ଧର୍ମ-ନିରପେକ୍ଷ ହେବେ ତେବେ ଆପଣଙ୍କ ସ୍ତ୍ରୀ ବିକ୍ରି ହେବାରୁ ରକ୍ଷା ପାଇଯିବେ, ରାଜକୁମାର ରକ୍ଷା ପାଇଯିବେ, ଆପଣ ଆପଣଙ୍କ ରାଜ୍ୟ ଫେରିପାଇବେ, ଆପଣ ଡୋମର ଦାସ…

ଓମ୍‌କାର ଉପାସନା : ପୂର୍ବ ପ୍ରକାଶନ ଉତ୍ତାରୁ

ପରମାତ୍ମା ଅନ୍ତରରୁ ପ୍ରକାଶିତ ହୋଇଥାନ୍ତି କେବଳ ପାଣି ପାଣି କହି ଚାଲିଲେ ତୃଷା ମେଣ୍ଟେନାହିଁ, କେବଳ ରୁଟି ରୁଟି କହି ଚାଲିଲେ କ୍ଷୁଧା ଦୂର ହୁଏନାହିଁ । ଆଉ ଅଗ୍ନି ଶବ୍ଦର ଉଚ୍ଚାରଣ ଦ୍ୱାରା ମୁଖ ଜଳିଯାଏ ନାହିଁ, କିନ୍ତୁ ଏହି କଥାରେ କେଉଁ ବୁଦ୍ଧିମାନ୍ ନାରାଜ ହେବେ କି ପାଣି ପାଣି ଆଦି ଶବ୍ଦ ସେତେବେଳେ ଉଚ୍ଚାରଣ କରାଯାଏ, ଯେତେବେଳେ ସେହି ବସ୍ତୁ ପାଇଁ ତା ମନରେ ତୀବ୍ର ଉତ୍କଣ୍ଠା ଜାଗ୍ରତ ହୋଇଥାଏ । ଯେ କେହି…

ଗଙ୍ଗାରେ ବିସର୍ଜିତ ଅସ୍ଥି ଯାଏ କୁଆେଡ ?

ହର ହର ଗଙ୍ଗେ !! ଜୟ ଜୟ ଗଙ୍ଗେ !!!ପତିତପାବନୀ ଗଙ୍ଗା ଦେବନଦୀ । କାରଣ ଶାସ୍ତ୍ରାନୁସାରେ ଗଙ୍ଗା ସ୍ୱର୍ଗରୁ ଧରିତ୍ରୀକୁ ପ୍ରବାହିତ ହୋଇଛନ୍ତି । ଗଙ୍ଗା ଶ୍ରୀହରି ବିଷ୍ଣୁଙ୍କ ଚରଣରୁ ନିଃସୃତ ହୋଇ ଭଗବାନ ଶିବଙ୍କର ଜଟାରେ ପ୍ରବେଶ କରିଛନ୍ତି, ଏହା ଶାସ୍ତ୍ର ବ୍ୟକ୍ତ କରିଛନ୍ତି ।ଶ୍ରୀହରି ଓ ଭଗବାନ ଶିବଙ୍କ ମଧ୍ୟରେ ଘନିଷ୍ଠ ସମ୍ବନ୍ଧ ସହିତ ଗଙ୍ଗାକୁ ପତିତପାବନୀ ଆଖ୍ୟା ଦିଆଯାଇଛି । ଗଙ୍ଗାରେ ସ୍ନାନ କଲେ ମନୁଷ୍ୟର ସମସ୍ତ ପାପ ନାଶ ହୋଇଯାଇଥାଏ, ଏଭଳି ମାନ୍ୟତା ରହିଆସିଛି ।ଏକଦା…

ଶିବାବତାର ଆଦ୍ୟଗୁରୁ ଶଙ୍କରାଚାର୍ଯ୍ୟ ଓ ଦଶନାମୀ ସନ୍ନ୍ୟାସ ପରମ୍ପରା ପୁରୀ ପୀଠାଧୀଶ୍ୱର ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଜୀ ସଂଯୋଗ ବଶତଃ ଭଗବତ୍ ପାଦ ଆଦିଶଙ୍କରାଚାର୍ଯ୍ୟ ଭାରତବର୍ଷରେ ଚାରିଗୋଟି ପୀଠ ସ୍ଥାପନା କରି ଧର୍ମର ପ୍ରତିସ୍ଥାପନା କରିଥିଲେ । ଖ୍ରୀଷ୍ଟପୂର୍ବ୫୦୭ ବର୍ଷ ଆଗେ ଭାରତରେ ଆଦି ଶଙ୍କରାଚାର୍ଯ୍ୟଙ୍କର ଜନ୍ମ ହୋଇଥିଲା । ତଦାନୀନ୍ତନ କାଳରେ ବାସ୍ତବିକ ସ୍ଥିତି ହେଉଛି, ଯେତେବେଳେ ଆଦି ଶଙ୍କରାଚାର୍ଯ୍ୟଙ୍କର ଆବିର୍ଭାବ ହୋଇଥିଲା, ସେତେବେଳେ ଇସଲାମ୍ ଓ ଈଶାଇ କୌଣସି ବି ପନ୍ଥ ଓ ମତର ଅସ୍ତିତ୍ୱ ସୁଦ୍ଧା ନଥିଲା । ଆମ ପାଖରେ ଏ ସମ୍ପର୍କରେ ଅକାଟ୍ୟ ପ୍ରମାଣ ରହିଛି ଯାହା…